Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ମାର୍ଟ ଇଣ୍ଡିଆ ହାକାଥନ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ ଗ୍ରାଣ୍ଡଫିନାଲେରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଭିଡିଓ କନଫେରେନ୍ସ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ସେ ବିଭିନ୍ନ ଅନୁଷ୍ଠାନର ଛାତ୍ରଗୋଷ୍ଠୀଙ୍କ ସହ ମତ ବିନିମୟ କରିଛନ୍ତି । ଏହି ମତ ବିନିମୟ ମୁଖ୍ୟତଃ କୃଷି, ଅର୍ଥନୀତି, କୁପୋଷଣ ଏବଂ ଶିକ୍ଷା ସମ୍ପର୍କିତ ଥିଲା ।

ସେ ସ୍ମାର୍ଟ ଇଣ୍ଡିଆ ହାକାଥନକୁ ଜାତୀୟ ସ୍ତରର ଏକ ବୃହତ ମୁକ୍ତ ନବସୃଜନ ମଡେଲ ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଦେଶ ନବସୃଜନ କ୍ଷେତ୍ରରେ ନୂତନ ଦିଗନ୍ତ ଛୁଇଁଛି । ସେ କହିଥିଲେ ଭାରତ ବର୍ତ୍ତମାନ ତୃତୀୟ ବୃହତ ଷ୍ଟାର୍ଟ ଅପ ରାଷ୍ଟ୍ରରୂପେ ଉଭା ହୋଇଛି ।

*****