ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶନିବାର) ସ୍ପେନ ରାଷ୍ଟ୍ରପତି (ପ୍ରଧାନମନ୍ତ୍ରୀ ତୁଲ୍ୟ) ମହାମହିମ ପେଡ୍ରୋ ସାନଚେଜ ପେରେଜ-କାଷ୍ଟେଜନଙ୍କ ସହ ମହାମାରୀ କୋଭିଡ-19କୁ ନେଇ ସୃଷ୍ଟି ହୋଇଥିବା ବୈଶ୍ୱିକ ଆହ୍ୱାନ ଉପରେ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ ।
କୋଭିଡ-19ରେ ସ୍ପେନରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିଲେ । ଏହି ରୋଗରେ ଆକ୍ରାନ୍ତ ଜନସାଧାରଣଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ରୋଗର ମୁକାବିଲା ପାଇଁ ସ୍ପେନର ପ୍ରତିଟି ସାହସିକ ପଦକ୍ଷେପକୁ ଭାରତ ସ୍ୱାଗତ ଜଣାଉଛି ଏବଂ ଭାରତ ତାର ପାରୁପର୍ଯ୍ୟନ୍ତ ସହଯୋଗ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ ।
ସଂପ୍ରତି ଉପୁଜିଥିବା ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା କରିବା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ଦୁଇ ନେତା ଗରୁତ୍ୱ ଆରୋପ କରିଥିଲେ । କୋଭିଡ ପରବର୍ତ୍ତୀ ସମୟ ବୈଶ୍ୱିକରଣର ଏକ ନୂତନ ମାନବ କେନ୍ଦ୍ରିତ ଧାରଣା ସହିତ ଆରମ୍ଭ କରିବାର ଆବଶ୍ୟକତା ଉପରେ ଦୁଇ ନେତା ସହମତି ଜଣାଇଥିଲେ ।
ମହାମାରୀର ଏହି ସଙ୍କଟକୁ ପ୍ରତିହତ କରିବା ପାଇଁ ଘରେ ଆବଦ୍ଧ ହୋଇ ରହିଥିବା ଲୋକମାନଙ୍କୁ ଯୋଗ ଏବଂ ହର୍ବାଲ ଔଷଧର ବ୍ୟବହାର, ଶାରିରୀକ ଏବଂ ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ନେଇ ଦୁଇ ନେତା ସହମତି ଜଣାଇଥିଲେ ।
ସଂପ୍ରତି କୋଭିଡ-19 ସ୍ଥିତିକୁ ନେଇ ଦୁଇ ଦେଶର ସଂପୃକ୍ତ ଦଳ ପରସ୍ପର ମଧ୍ୟରେ ନିରନ୍ତର ଭାବେ ଯୋଗସୂତ୍ର ରକ୍ଷା କରିବେ ଏବଂ ଆବଶ୍ୟକତା ଅନୁଯାୟୀ ପରସ୍ପରକୁ ସହଯୋଗ କରିବେ ବୋଲି ଦୁଇ ନେତା ସହମତି ଜଣାଇଥିଲେ ।