ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ୨୦୨୫–୨୬ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ)କୁ ଜାରି ରଖି ରଖିବାକୁ ଅନୁମୋଦନ କରିଛି ଯାହା ବାହାରେ ମଳତ୍ୟାଗ ମୁକ୍ତ (ଓଡିଏଫ୍), ସମସ୍ତ ସହରରେ କଠିନ ବର୍ଜ୍ୟବସ୍ତୁର ବୈଜ୍ଞାନିକ ଉପାୟରେ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ଦେବ ଏବଂ ୨୦୧୧ ଜନଗଣନା ଆଧାରରେ ୧ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକରେ ବର୍ଜ୍ୟଜଳ ପରିଚାଳନା କରିବ (ଯେଉଁ ସହରଗୁଡିକ ଅଟଲ୍ ମିଶନ୍ ଫର୍ ରିଜୁଭେନେସନ୍ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ୍ (ଅମୃତ) ଅଧୀନରେ ନାହିଁ ।
ଏସ୍ବିଏମ୍ – ସହରାଞ୍ଚଳ ୨.୦ ଅଧୀନରେ ଆର୍ଥିକ ବ୍ୟୟ ଅଟକଳ:
ଏସ୍ବିଏମ୍-ୟୁ ୨.୦ ପାଇଁ ୧,୪୧,୬୦୦ କୋଟିର ଏକ ଆର୍ଥିକ ବ୍ୟୟବରାଦ ଚୂଡାନ୍ତ ହୋଇଛି, ଏଥି ମଧ୍ୟରେ ୨୦୨୧–୨୨ ରୁ ୨୦୨୫–୨୬ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶଧନ ୩୪,୪୬୫ କୋଟି ଟଙ୍କା ରହିଛି ଯାହାକି ମିଶନର ଶେଷ ପର୍ଯ୍ୟନ୍ତ ତୁଳନାରେ ୨.୫ ଗୁଣ ଅଧିକ ଅର୍ଥାତ ୬୨,୦୦୯ କୋଟି ଟଙ୍କା ରହିଛି ।
କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ପାଣ୍ଠି ଅନୁପାତ ନିମ୍ନଲିଖିତ ଅଟେ:
ସ୍ୱଚ୍ଛ ଭାରତ ମିଶନ–ସହରାଞ୍ଚଳ ୨.୦ ଅଧୀନରେ ଆଶା କରାଯାଉଥିବା ଫଳାଫଳ
ପରିମଳ:
୧. ସବୁ ବୈଧାନିକ ସହରଗୁଡିକ ଅତିକମରେ ଓଡିଏଫ୍ + ହେବ
୨. ୧ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସମସ୍ତ ସହର ଓଡିଏଫ୍ ++ ହେବ
୩. ବ୍ୟବସ୍ଥା ଏବଂ ପ୍ରକ୍ରିୟାଗୁଡ଼ିକୁ ସ୍ଥାନିତ କରିବା ଯାହା ଦ୍ୱାରା ସମସ୍ତ ବର୍ଜ୍ୟଜଳ ସୁରକ୍ଷିତ ଭାବରେ ବ୍ୟବହୃତ ହେବ ଏବଂ ଭଲ ଭାବରେ ପୁନଃ ବ୍ୟବହାର ହେବ ଏବଂ କୌଣସି ବିଶୋଧିତ ବର୍ଜ୍ୟଜଳ ଜଳାଶୟକୁ ପ୍ରଦୂଷିତ କରିବ ନାହିଁ ।
କଠିନ ବର୍ଜ୍ୟବସ୍ତୁ ପରିଚାଳନା:
ସ୍ୱଚ୍ଛ ଭାରତ ମିଶନ–ସହରାଞ୍ଚଳ ୨.୦: ମୁଖ୍ୟ ବୈଶିଷ୍ଟ୍ୟଗୁଡିକ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧ ଅକ୍ଟୋବର ୨୦୨୧ ରେ ଆରମ୍ଭ ହୋଇଥିବା ଏସବିଏମ୍-ୟୁ ୨.୦ର ଧ୍ୟାନ ଆଗାମୀ ୫ବର୍ଷ ମଧ୍ୟରେ ପରିମଳ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଫଳାଫଳକୁ ବଜାୟ ରଖିବା ଏବଂ ସୃଷ୍ଟି ହୋଇଥିବା ଗତିକୁ ତ୍ୱରାନ୍ୱିତ କରିବା ସହିତ ମିଶନର ଭିଜନ ଥିବା ଭାରତର ସହରାଞ୍ଚଳକୁ “ଆବର୍ଜନା ମୁକ୍ତ” ଲକ୍ଷ୍ୟ ହାସଲ କରିବା ।
ମିଶନ୍ କାର୍ଯ୍ୟଗୁଡିକର କାର୍ଯ୍ୟକାରିତା ଏକ ସରଞ୍ଚନା ଆବଶ୍ୟକ ଭିତ୍ତିଭୂମିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ, ୫ ବର୍ଷର ବିସ୍ତୃତ କାର୍ଯ୍ୟ ଯୋଜନା ଏବଂ ସମୟସୀମା ସହିତ ବାର୍ଷିକ କାର୍ଯ୍ୟ ଯୋଜନା ସମୟ ସୀମା ଅନୁଯାୟୀ କରାଯିବ । ଏଥି ସହିତ ମିଶନ୍ ସଂପୂର୍ଣ୍ଣ କାଗଜବିହୀନ, ଡିଜିଟାଲ୍ ହେବ, ଜିଆଇଏସ୍ ମ୍ୟାପିଂ ହୋଇଥିବା ବର୍ଜ୍ୟବସ୍ତୁ ପରିଚାଳନା ଭିତ୍ତିଭୂମି, ଦୃଢ ଉପଭୋକ୍ତା ଇଣ୍ଟରଫେସ୍, ଅନଲାଇନ୍ ଅଭିଯୋଗ ସମାଧାନ ବ୍ୟବସ୍ଥା, ପ୍ରକଳ୍ପ ସୃଷ୍ଟି ଠାରୁ ଆରମ୍ଭ କରି ପାଣ୍ଠି ମଞ୍ଜୁର ପର୍ଯ୍ୟନ୍ତ ପ୍ରକଳ୍ପର ଟିକିନିଖି ଅନଲାଇନ୍ ମନିଟରିଂ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପାଇଁ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର କରିବ, ଏବଂ ସମନ୍ୱିତ ଜିଆଇଏସ୍-ଆଧାରିତ ପ୍ଲାଟଫର୍ମରେ ପ୍ରକଳ୍ପ ଅଗ୍ରଗତି ମନିଟରିଂ ହେବ ।
ପରିଣାମ ଯେପରିକି ଫଳାଫଳ ଆଧାରିତ ପାଣ୍ଠି ମଞ୍ଜୁର, ଛୋଟ ସହରାଞ୍ଚଳ ପାଇଁ ଅଧିକ ଅର୍ଥ ସହାୟତା ଏବଂ ଅତିରିକ୍ତ ଅର୍ଥ ସହାୟତା ପାଇଁ ୧୫ ତମ ଅର୍ଥ କମିଶନଙ୍କ ଅନୁଦାନ ସହିତ ସମ୍ମିଶ୍ରଣ ସହାୟତା, ପ୍ରତ୍ୟେକ ଉପାଦାନ ପାଇଁ ସଂରଚନା କାର୍ଯ୍ୟାନ୍ୱୟନ ଯୋଜନା, ଦୃଢ଼ ଦକ୍ଷତା ବିକାଶ, ଯୋଗାଯୋଗ ଏବଂ ଆଡଭୋକାସି ପାଇଁ ସ୍ଥାୟୀ ବ୍ୟବହାରରେ ପରିବର୍ତ୍ତନ, ଘରୋଇ କ୍ଷେତ୍ରର ସହଯୋଗ ଉପରେ ସକରାତ୍ମକ ଆଭିମୁଖ୍ୟ, ଏବଂ ବ୍ୟାପକ ଶିଳ୍ପ ସହଯୋଗ ଦ୍ୱାରା ର୍ନିଦ୍ଧାରିତ ସମୟସୀମା ମଧ୍ୟରେ ମିଶନର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ।
ସ୍ୱଚ୍ଛ ଭାରତ ମିଶନ–ସହରାଞ୍ଚଳ ୨.୦ ଅଧୀନରେ ପ୍ରମୁଖ ଉପାଦାନଗୁଡ଼ିକ
ଏସ୍ବିଏମ୍-ୟୁ ୨.୦ ଅଧୀନରେ କାର୍ଯ୍ୟାନ୍ୱୟନ ପାଇଁ ନିମ୍ନଲିଖିତଗୁଡ଼ିକ ମୁଖ୍ୟ ଉପାଦାନ ହେବ:
ସ୍ଥାୟୀ ପରିମଳ:
୧. ମିଶନ ଆଗାମୀ ୫ବର୍ଷ ମଧ୍ୟରେ କର୍ମସଂସ୍ଥାନ ଓ ଅନ୍ୟାନ୍ୟ ସୁବିଧା ପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଅତିରିକ୍ତ ଲୋକ ଆସିବାର ଥିବାରୁ ସେମାନଙ୍କୁ ସେବା ଯୋଗାଇବା ପାଇଁ ପରିମଳ ସୁବିଧାଗୁଡ଼ିକ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବ । ୩.୫ ଲକ୍ଷରୁ ଅଧିକ ବ୍ୟକ୍ତିଗତ, ଗୋଷ୍ଠି ଏବଂ ସର୍ବସାଧାରଣ ଶୌଚାଳୟ ର୍ନିମାଣ ଦ୍ୱାରା ଏହା କରାଯିବ ।
୨. ଏକ ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହରଗୁଡ଼ିକରେ ସମ୍ପୂର୍ଣ୍ଣ ତରଳ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପୂର୍ଣ୍ଣ ହେବ – ଏସ୍ବିଏମ୍-ସହରାଞ୍ଚଳ ୨.୦ ଅଧୀନରେ ପ୍ରବର୍ତ୍ତିତ ଏକ ନୂତନ ଉପାଦାନ ନିଶ୍ଚିତ କରିବ ଯେ ପ୍ରତ୍ୟେକ ସହରରେ ବ୍ୟବସ୍ଥା ଏବଂ ପ୍ରକ୍ରିୟା ସ୍ଥାପିତ ହେବ ଯାହା ଦ୍ୱାରା ସମସ୍ତ ବର୍ଜ୍ୟଜଳ ସୁରକ୍ଷିତ ଭାବରେ ସଂଗ୍ରହ, ପରିବହନ ଏବଂ ବିଶୋଧନ ହୋଇପାରିବ ଏବଂ କୌଣସି ବର୍ଜ୍ୟଜଳ ଆମ ଜଳ ଉତ୍ସକୁ ପ୍ରଦୂଷିତ କରିବନାହିଁ ।
ସ୍ଥାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା:
ଉପରୋକ୍ତ ଲକ୍ଷ୍ୟ ହାସଲ ପାଇଁ ପୌରାଞ୍ଚଳ ଏବଂ ସମସ୍ତ ସହଯୋଗୀମାନଙ୍କର ଦକ୍ଷତା ବିକାଶ ଏବଂ ଏକ ଜନ ଆନ୍ଦୋଳନ ଦ୍ୱାରା ଗୋଷ୍ଠି ସଚେତନ ମାଧ୍ୟମରେ ଏଥିରେ କିଭଳି ନାଗରିକମାନଙ୍କୁ ସାମିଲ କରାଯିବା ଉପରେ ଧ୍ୟାନ ଦିଆଯିବ ।
ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ସୁରକ୍ଷା କିଟ୍ ଯୋଗାଇବା, ସରକାରୀ କଲ୍ୟାଣକାରୀ ଯୋଜନା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ସହିତ ପରିମଳ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା କର୍ମଚାରୀ ସୁସ୍ଥତା ଉପରେ ବିଶେଷ ଧ୍ୟାନ ଦିଆଯିବ ।
ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳର ଉଦ୍ଦେଶ୍ୟ ;
୨୦୧୪ ରେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସହରୀ ଯୋଜନା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଗ୍ରହଣ କରି ଜଳ ଓ ପରିମଳ କ୍ଷେତ୍ରରେ ପରିବର୍ତ୍ତନର ଯାତ୍ରା ଆରମ୍ଭ କରିଥିଲା । ଏସ୍ବିଏମ୍ ଆରମ୍ଭ ପାଇଁ ଘୋଷଣା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୪ ମସିହା ୧୫ ଅଗଷ୍ଟରେ ନିମ୍ନଲିଖିତ ଉଦ୍ଦେଶ୍ୟ ସହିତ ମିଶନ ୨ ଅକ୍ଟୋବର ୨୦୧୪ ରେ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା:
ସ୍ୱଚ୍ଛ ଭାରତ ମିଶନ–ସହରାଞ୍ଚଳ ର ସଫଳତା
HS