Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ଥାନୀୟ ସାଂସଦଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ନମୋ ଆପରେ ଗୁରୁତ୍ୱପୂର୍ଣ୍ଣ ସେକ୍ସନ ରହିଛି କହିଲେ ପ୍ରଧାନମନ୍ତ୍ରୀ


ନମୋ ଆପରେ ଏପରି ଗୁରୁତ୍ୱପୂର୍ଣ୍ଣ ସେକ୍ସନ ରହିଛି ଯାହା କି ସ୍ଥାନୀୟ ସାଂସଦଙ୍କ ସହ ଯୋଡ଼ି ହେବାରେ ସାହାଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହା ଆମର ଗଣତାନ୍ତ୍ରିକ ବିଚାରକୁ ଆଗକୁ ବଢ଼ାଇବାରେ ବେଶ୍ ସହାୟକ ହେବ । ଏହା ସମ୍ପୃକ୍ତ ସ୍ଥାନୀୟ ସାଂସଦଙ୍କ ମଧ୍ୟରେ ଯୋଗାଯୋଗ ମଜଭୁତ କରିବା, ସାଂସଦଙ୍କ ସହ ଯୋଡ଼ିହେବାକୁ ସହଜ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ନମୋ ଆପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ଯାହା କି ଆମର ଗଣତାନ୍ତ୍ରିକ ବିଚାରକୁ ବହୁ ଦୂରକୁ ଆଗେଇ ନେବ । ଏହା ସମ୍ପୃକ୍ତ ସ୍ଥାନୀୟ ସାଂସଦଙ୍କ ମଧ୍ୟରେ ଯୋଗାଯୋଗ ମଜଭୁତ କରିବା, ସାଂସଦଙ୍କ ସହ ଯୋଡ଼ିହେବାକୁ ସହଜ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରିବାରେ ମଧ୍ୟ ସହାୟକ ହେବ । ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ପର୍ଯ୍ୟନ୍ତ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉତ୍ତମ ଯୋଗାଯୋଗ ରଖିବା ସାଂସଦଙ୍କ ଲାଗି ସହଜ ହେବ ।’ 

 

SR