ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୋପାଳଠାରେ ଆୟୋଜିତ ଏକ ଉତ୍ସବରେ ସୌର୍ଯ୍ୟ ସ୍ମାରକକୁ ଆଜି ଉଦଘାଟନ କରିଥିଲେ । ଏହି ସାଧାରଣ ସଭାରେ ସେନାବାହିନୀର ବହୁ ପୂର୍ବତନ ସଦସ୍ୟମାନେ ଉପସ୍ଥିତ ଥିଲେ ।
ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମ ସେନାବାହିନୀର ସଦସ୍ୟମାନେ ମାନବିକତାର ପ୍ରତୀକ । ଭାରତୀୟ ସେନାବାହିନୀର ସଦସ୍ୟମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମାନବିକତା ଆଧାରରେ ନିଜର ଜୀବନକୁ ବାଜି ଲଗାଇ ଜନତାର ସେବାରେ ନିଜକୁ ନିୟୋଜିତ କରିପାରନ୍ତି ସେ କଥାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।
ଶୃଙ୍ଖଳା ଓ ଆଚରଣରେ ଭାରତୀୟ ସେନାବାହିନୀ ବିଶ୍ଵରେ ଶ୍ରେଷ୍ଠ ଭାବେ ବିବେଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଶ୍ଵସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଅବଦାନ ସର୍ବାଗ୍ରେ ରହିଛି । ସେ କହିଥିଲେ ଯେ, ୟେମେନରେ ନିକଟରେ ଘଟିଥିବା ସମସ୍ୟାରେ ଭାରତୀୟଙ୍କ ସମେତ କିଛି ବାହାର ରାଷ୍ଟ୍ରର ନାଗରୀକମାନେ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଭାରତୀୟ ସେନାବାହିନୀ ଫସି ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରୀକମାନଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଥିଲେ ।
ଅନ୍ୟ ରାଷ୍ଟ୍ରରୁ ଭାରତ କେବେ ଫାଇଦା ଉଠାଇ ନାହିଁ । ମାତ୍ର ଯତେବେଳେ ମାନବିକତାର ସୁରକ୍ଷା କଥା ଆସେ ସେତେବେଳେ ଭାରତୀୟ ସେନାବାହିନୀ ସେହି ସମୟରେ ମାନବିକତା ଆଧାରରେ ସହଯୋଗ କରିବାକୁ କେବେ ପଛାଏ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଶ୍ଵଯୁଦ୍ଧ ଭାରତର ଯୁଦ୍ଧ ନୁହେଁ ମାତ୍ର ବହୁ ଭାରତୀୟସୈନିକ ପାଶ୍ଚାତ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ପ୍ରାଣବଳୀ ଦେବାର ବହୁ ନଜିର ରହିଛି । ସେ କହିଥିଲେ ଯେ, ଏହିଭଳି ଘଟଣାକୁ ଆମେ ଭୂଲିଯିବା ଉଚିତ୍ ନୁହେଁ ଏବଂ ବିଶ୍ଵବାସୀ ଏହିଭଳି ଘଟଣାକୁ କେବେ ଭୁଲିପାରିବେ ନାହିଁ । ଭାରତୀୟ ସେନାବାହିନୀର ନୈତିକତା ହେଉଛି 125 କୋଟି ଭାରତୀୟଙ୍କ ଶକ୍ତି ।
ନିୟମିତ ସତର୍କତା ଅବଲମ୍ବନ କରାଯିବା ସେନାବାହିନୀର ସ୍ଵତନ୍ତ୍ରତା । ଭାରତୀୟ ସେନାବାହିନୀ ସୀମାନ୍ତରେ ଯେପରି ଭାବରେ ଶତ୍ରୁପକ୍ଷ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ସେମାନଙ୍କ ବିରତ୍ଵକୁ ପ୍ରଧାନମନ୍ତ୍ରୀ ବେଶ୍ ପ୍ରଶଂସା କରିଥିଲେ ।
ଭାରତୀୟ ସେନାବାହିନୀର ତ୍ୟାଗର ଗୌରବମୟ ପରମ୍ପରା ସଂପର୍କରେ ପ୍ରଖ୍ୟାତ ହିନ୍ଦୀ କବି ମାଖନଲାଲ ଚତୁର୍ବେଦୀ ଏବଂ ରାମଧାରୀ ସିଂ ଦିନକରଙ୍କ ଦ୍ଵାରା ଲିଖିତ କବିତାର ଉଦାହରଣ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ୱାନ ରେଙ୍କ, ୱାନ ପେନସନ ନୀତି ପ୍ରଚଳନ ପାଇଁ ଦେଇଥିବା ପ୍ରତିଶୃତିକୁ (ଗୋଟିଏ ପାହ୍ୟା ପାଇଁ ଗୋଟିଏ ପେନସନ ନୀତି) କାର୍ଯ୍ୟକାରୀ କରିଛନ୍ତି । ସେନାବାହିନୀର ଅବସରପ୍ରାପ୍ତ ସଦସ୍ୟଙ୍କର କଲ୍ୟାଣ ଦିଗରେ ସରକାର ଗ୍ରହଣ କରିଥିବା ଅନ୍ୟାନ୍ୟ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।
When we think of our armed forces we remember their valour. We also recall with pride their role during a natural disaster: PM @narendramodi
— PMO India (@PMOIndia) 14 October 2016
It is the call of humanity that inspires our armed forces when they are helping people during natural disasters. Nothing else matters: PM
— PMO India (@PMOIndia) 14 October 2016
India is one of the biggest contributors to the UN peacekeeping forces: PM @narendramodi
— PMO India (@PMOIndia) 14 October 2016
It was our soldiers who played a key role in rescuing people from Yemen. Those rescued were not only Indians but also from other nations: PM
— PMO India (@PMOIndia) 14 October 2016
Several soldiers from India fought and were martyred during the two World Wars: PM @narendramodi
— PMO India (@PMOIndia) 14 October 2016
The Shaurya Smarak is a Tirtha Sthan for us and for our coming generations: PM @narendramodi
— PMO India (@PMOIndia) 14 October 2016
The demand for OROP was persisting for years. We had promised it will become a reality and this is exactly what happened: PM @narendramodi
— PMO India (@PMOIndia) 14 October 2016
भोपाल में आज शौर्य सम्मान सभा संबोधित की। पूर्व सैनिकों के साथ समय बिताया और सेना की वीरता को सराहा। https://t.co/hPonJKgrHo
— Narendra Modi (@narendramodi) 14 October 2016
शौर्य स्मारक देश के लिए एक तीर्थ क्षेत्र है। आने वाली पीढ़ियों को संस्कारित करने की ओपन यूनिवर्सिटी है। स्मारक के लिए एमपी सरकार को अभिनंदन। pic.twitter.com/4NRnWIHL3P
— Narendra Modi (@narendramodi) 14 October 2016
हमारी सरकार को अपने सैनिकों को ओआरओपी (OROP) समर्पित करने का अवसर मिला और मुझे इस बात पर गर्व है। pic.twitter.com/FPmmREui2Y
— Narendra Modi (@narendramodi) 14 October 2016
हमारी सेना बोलती नहीं, पराक्रम करती है। pic.twitter.com/KfNuxkOTYn
— Narendra Modi (@narendramodi) 14 October 2016