ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା (ସୌଭାଗ୍ୟ)ର ଶୁଭାରମ୍ଭ କରିଛନ୍ତି । ପ୍ରତିଘରେ ବିଦ୍ୟୁତ ସେବା ପହଂଚାଇବା ଏହି ଯୋଜନାର ଉଦ୍ଦେଶ୍ୟ ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ମଧ୍ୟ ଓଏନଜିସିର ନୂଆ କୋଠା – ଦୀନଦୟାଲ ଉର୍ଜା ଭବନର ଲୋକାର୍ପଣ କରିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ବାସେନ୍ ଗ୍ୟାସ ଫିଲ୍ଡ ଠାରେ ବୁଷ୍ଟର କମ୍ପ୍ରେସର ବ୍ୟବସ୍ଥାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ବୀମା ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ୱଳା ଯୋଜନା ଏବଂ ଉଡାନ୍ ଆଦିର ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଗରିବରୁ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ସେ କହିଥିଲେ ।
ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସହଜ ବିଜଲୀ ହର ଘର ଯୋଜନା ଦ୍ୱାରା ବର୍ତ୍ତମାନସୁଦ୍ଧା ବିଦ୍ୟୁତ ସେବାରୁ ବଂଚିତ ଥିବା ଆନୁମାନିକ 4 କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯିବ । ଏହି ଯୋଜନା ପାଇଁ ମୋଟ ବ୍ୟୟ ଅଟକଳ 16 ହଜାର କୋଟି ରଖାଯାଇଛି । ଏହି ସଂଯୋଗ ଗରିବମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ କିପରି 1,000 ଦିନ ମଧ୍ୟରେ 18,000 ରୁ ଅଧିକ ବିଦ୍ୟୁତସେବାରୁ ବଂଚିତ ଗ୍ରାମରେ ବିଦ୍ୟୁତକରଣ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ସେ କହିଥିଲେ ଯେ ଏବେ 3 ହଜାରରୁ କମ୍ ଗ୍ରାମରେ ବିଦ୍ୟୁତ ସଂଯୋଗ କରାଯିବାକୁ ବାକି ରହିଛି ।
ସେ କହିଥିଲେ ଯେ କିପରି କୋଇଲା ଅଭାବ ଅତୀତର କଥା ହୋଇସାରିଛି, ଏବଂ ବିଦ୍ୟୁତ ଉତ୍ପାଦନରେ ଅତିରିକ୍ତ କ୍ଷମତା ମାଧ୍ୟମରେ ଲକ୍ଷ୍ୟ ଠାରୁ ମଧ୍ୟ ଅଧିକ ଉତ୍ପାଦନ ହୋଇପାରୁଛି ।
ପ୍ରଧାନମନ୍ତ୍ରୀ ନବୀକରଣଯୋଗ୍ୟ ଶକ୍ତି ସ୍ଥାପିତ କ୍ଷମତା ବୃଦ୍ଧିର କଥା କହିଥିଲେ ଏବଂ 2022 ସୁଦ୍ଧା 175 ଗିଗାୱାଟର ଲକ୍ଷ୍ୟ ହାସଲ ପାଇଁ ପରାମର୍ଶ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ନବୀକରଣଯୋଗ୍ୟ ଶକ୍ତି ମାମଲାରେ ବିଜୁଳି ଶୁଳ୍କରେ ଦ୍ରୁତ ହ୍ରାସ ଆସିପାରିଛି । ଟ୍ରାନ୍ସମିଶନ୍ ଲାଇନରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ବୃଦ୍ଧି ହୋଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କିପରି ଉଦୟ ଯୋଜନାରେ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର କ୍ଷତିକୁ କମ କରାଯାଇପାରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ନୂଆ ଭାରତକୁ ଏକ ନୂଆ ଶକ୍ତି ବ୍ୟବସ୍ଥାର ଆବଶ୍ୟକତା ପଡ଼ିବ ଯାହାକି ନିରପେକ୍ଷତା, ଦକ୍ଷତା ଓ ସ୍ଥିରତାର ସିଦ୍ଧାନ୍ତରେ କାମ କରିଥାଏ । ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଦ୍ୱାରା ଶକ୍ତି କ୍ଷେତ୍ରକୁ ଦୃଢ଼ତା ମିଳିପାରୁଛି । ସେ କହିଥିଲେ, ପ୍ରତିବଦଳରେ ଏହା ସାରା ଦେଶର କାର୍ଯ୍ୟ ସଂସ୍କୃତିକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ ।
*********
आज एक तरह से देखें तो यहाँ पर अध्यात्म, आस्था और आधुनिक तकनीक, तीनों ही क्षेत्र ऊर्जा से जगमग हैं, रोशन हैं: PM @narendramodi
— PMO India (@PMOIndia) September 25, 2017
A Government dedicated to Garib Kalyan. https://t.co/JzO0WOWtJ8 pic.twitter.com/zbABzEifyY
— PMO India (@PMOIndia) September 25, 2017
In the working of the Government, all you can see is Garib Kalyan. #Saubhagya pic.twitter.com/PMl2Vf7HTM
— PMO India (@PMOIndia) September 25, 2017
The aspirations of the poor determine the working of our Government. #Saubhagya pic.twitter.com/9Mdt5rVe22
— PMO India (@PMOIndia) September 25, 2017
We care about those families who do not have access to electricity. #Saubhagya pic.twitter.com/kKgwBQbucB
— PMO India (@PMOIndia) September 25, 2017
Brightening lives through #Saubhagya Yojana. pic.twitter.com/H73sUEuk0w
— PMO India (@PMOIndia) September 25, 2017
Rs. 16,000 crore will be spent to bring a monumental change in the lives of the poor: PM @narendramodi at the launch of #Saubhagya Yojana
— PMO India (@PMOIndia) September 25, 2017
Electricity connection in every home. #Saubhagya pic.twitter.com/2piFzrfUGo
— PMO India (@PMOIndia) September 25, 2017
#Saubhagya is due to the three years reforms in the power sector: PM @narendramodi https://t.co/JzO0WOWtJ8
— PMO India (@PMOIndia) September 25, 2017
From 'Bijli Sankat' we are moving to 'Bijli Surplus': PM @narendramodi pic.twitter.com/DwBKVk7PNc
— PMO India (@PMOIndia) September 25, 2017
जिस कोयले की नीलामी में करोड़ों का घोटाला हुआ था, उसी कोयले की नीलामी की एक पारदर्शी और आधुनिक व्यवस्था इस सरकार ने देश को दी है: PM
— PMO India (@PMOIndia) September 25, 2017
बिजली के क्षेत्र में सुलभ, सस्ती, स्वच्छ, सुनियोजित, सुनिश्चित एवं सुरक्षित बिजली उपलब्ध कराने के 6 मूलभूत सिद्धांतों पर काम कर रही है: PM
— PMO India (@PMOIndia) September 25, 2017
Rise in installed power capacity. #Saubhagya pic.twitter.com/XIfKyfHMTp
— PMO India (@PMOIndia) September 25, 2017
Harnessing clean energy. #Saubhagya pic.twitter.com/0CZyMzhfZN
— PMO India (@PMOIndia) September 25, 2017
Quick work is happening on Gram Jyoti Yojana and IPDS in rural and urban areas respectively: PM @narendramodi #Saubhagya
— PMO India (@PMOIndia) September 25, 2017
Focus on equity, efficiency and sustainability. #Saubhagya pic.twitter.com/CteAuebZxy
— PMO India (@PMOIndia) September 25, 2017
#Saubhagya Yojana will help Nari Shakti. pic.twitter.com/wDE42OdZPt
— PMO India (@PMOIndia) September 25, 2017