Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୌନୀ ଯୋଜନା ଅନ୍ତର୍ଗତ ଅଯୀ ନଦୀବନ୍ଧରେ ଜଳ ପ୍ରବେଶ କାର୍ଯ୍ୟକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟଠାରେ ସୌନୀ ଯୋଜନା ଅନ୍ତର୍ଗତ ଅଯୀ ନଦୀବନ୍ଧରେ ଜଳ ପ୍ରବେଶ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକଦା ଗୁଜରାଟରେ ଉତ୍କଟ ଜଳ ସଂକଟ ଦେଖାଦେଇଥିଲା, ସେହିଦିନଠାରୁ ରାଜ୍ୟ ଅନେକ ବାଟ ଅଗ୍ରସର ହୋଇଛି ।

ସେ କହିଥିଲେ ଯେ ଗତ ଦୁଇ ଦଶନ୍ଧୀ ମଧ୍ୟରେ ଗୁଜରାଟର ବିକାଶ ଯାତ୍ରାରେ ବିଭିନ୍ନ ସକାରାତ୍ମକ ପରିବର୍ତ୍ତନ ଆସିଛି ।

ବହୁସଂଖ୍ୟାରେ ଲୋକଙ୍କୁ ଜଳଯୋଗାଣ ହୋଇଛି; ଆହୁରି ଅଧିକ ବିକାଶର ଦ୍ୱାର ଖୋଲିବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସରକାର ଯଥାଶୀଘ୍ର ଜଳଯୋଗାଣ ପ୍ରତି ପ୍ରାଥମିକତା ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯଥାସମ୍ଭବ ଜଳ ସଂରକ୍ଷଣ ପ୍ରତି ଯତ୍ନବାନ ହେବା ସମସ୍ତଙ୍କ ଉତରଦାୟିତ୍ୱ ।

ଜଳ ସଂରକ୍ଷଣ କ୍ଷେତ୍ରରେ ନବୀନତମ ଜ୍ଞାନ କୌଶଳକୁ ଆପଣାଇବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

**********