Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସେନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ସେନା ଦିବସ ଅବସରରେ ମୁଁ ସୈନିକ, ବରିଷ୍ଠ ସୈନିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । ଆମ ସେନା ଉପରେ ଭାରତର ପ୍ରତ୍ୟେକ ନାଗରିକଙ୍କ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି, ଯେଉଁମାନେ କି ଦେଶର ସୁରକ୍ଷା କରୁଛନ୍ତି ଏବଂ ପ୍ରାକୃତିକ ଦୁର୍ବିପାକ ଏବଂ ଅନ୍ୟାନ୍ୟ ଦୁର୍ଘଟଣା ସମୟରେ ମାନବିକ ସହାୟତା ପ୍ରଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ।

ସେନା ସବୁବେଳେ ଦେଶକୁ ଅଗ୍ରାଧିକାର ଦେଇଛି । ଦେଶ ସେବା କରୁଥିବା ବେଳେ ଯେଉଁମାନେ ବଳିଦାନ ଦେଇଛନ୍ତି ସେହି ମହାନ ବ୍ୟକ୍ତିମାନଙ୍କୁ ମୁଁ ପ୍ରଣାମ କରୁଛି । ଆମର ଏହି ସାହସୀ ବୀରମାନଙ୍କୁ ଭାରତ କେବେ ହେଲେ ଭୁଲି ପାରିବ ନାହିଁ ।”

***