ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେଣ୍ଟ ପିଟର୍ସବର୍ଗ ଆନ୍ତର୍ଜାତିକ ଆର୍ଥିକ ମଞ୍ଚ (ଏସପିଆଇଇଏଫ୍)ର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଅଧିବେଶନରେ ବିଷୟବସ୍ତୁ ଥିଲା – ‘ବିଶ୍ୱସ୍ତରରେ ଏକ ନୂଆ ସନ୍ତୁଳନ ହାସଲ କରିବା’ ।
ଚଳିତବର୍ଷ ଏସପିଆଇଇଏଫରେ ଭାରତ ହେଉଛି ‘ଅତିଥି ରାଷ୍ଟ୍ର’ ଓ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ‘ସମ୍ମାନିତ ଅତିଥି’ ।
ପ୍ରଧାନମନ୍ତ୍ରୀ ନିଜ ଟିପ୍ପଣୀରେ ସେଣ୍ଟ ପିଟର୍ସବର୍ଗ ଭଳି ସୁନ୍ଦର ସହରରେ ଏସପିଆଇଇଏଫରେ ସାମିଲ ହେବା ପାଇଁ ସୁଯୋଗ ଦେଇଥିବାରୁ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଭାରତ-ରୁଷିଆ ସମ୍ବନ୍ଧକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଭଲ ଗତିରେ ଆଗକୁ ବଢ଼ୁଛନ୍ତି । ଏଭଳି ଖୁବ୍ କମ୍ ସମ୍ପର୍କ ରହିଛି ଯାହାର ମୂଳଦୁଆ ପାରସ୍ପରିକ ବିଶ୍ୱାସ ଉପରେ ତିଷ୍ଠିଛି । ଭାରତ ଓ ରୁଷିଆର ସମ୍ପର୍କ 70 ବର୍ଷ ତଳର ଯାହାକି ପରବର୍ତ୍ତନଶୀଳ ବିଶ୍ୱରେ ବି ବିଶ୍ୱାସ ଓ ନିର୍ଭରଶୀଳତା ଉପରେ ଆଧାରିତ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସପିଆଇଇଏଫରେ ସେ 1.25 ବିଲିୟନ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ବିଶ୍ୱ ଏବେ ଏସିଆ ଉପରେ କେନ୍ଦ୍ରିତ ରହିଛି ଓ ତେଣୁ ସ୍ୱାଭାବିକ ଭାବେ ଭାରତ ଉପରେ । ପ୍ରଧାନମନ୍ତ୍ରୀ ଭାବେ ଗତ 3 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ଦିଗରେ ପ୍ରଗତିଶୀଳ ନିଷ୍ପତ୍ତି ନେଇଛି । ଏବେ ଆମର ବାର୍ଷିକ ଜିଡିପି ଅଭିବୃଦ୍ଧି ଦର 7 ପ୍ରତିଶତ ରହିଛି ବୋଲି ସେ କହିଥିଲେ ।
‘ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ’ ଓ ‘ରେଡ୍ ଟେପ୍ ପରିବର୍ତ୍ତେ ରେଡ୍ କାର୍ପେଟ’ ଏବେ ଭାରତରେ ପ୍ରଶାସନିକ ସଂସ୍କାରର ଆଧାର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସଂସ୍କାର ପାଇଁ ଜରୁରୀ ହେଉଛି ରାଜନୀତିକ ଇଚ୍ଛାଶକ୍ତି ଓ ସ୍ପଷ୍ଟ ଆଭିମୁଖ୍ୟ । ପ୍ରଶାସନିକ ଦଳ ମଧ୍ୟ ଜୀବନ୍ତ ହେବା ଓ ନେତୃତ୍ୱର ଅନୁରୂପ ହେବା ଉଚିତ ବୋଲି ସେ କହିଥିଲେ ।
ବିବିଧତା ଭାରତର ସାମର୍ଥ୍ୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦ୍ରବ୍ୟ ଓ ସେବା ଟିକସ ଜୁଲାଇ 1 ରୁ କାର୍ଯ୍ୟକାରୀ ହେଉଛି ଏବଂ ସମଗ୍ର ଦେଶରେ ଏକ ସମାନ ଟିକସ ପ୍ରଣାଳୀର ବ୍ୟବସ୍ଥା କରାଇବ ।
ପୂର୍ବରୁ ବକ୍ତବ୍ୟ ରଖି ସାରିଥିବା ରାଷ୍ଟ୍ରପତି ପୁଟିନଙ୍କ କଥାରେ ସହମତି ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଇଣ୍ଡିଆ ପଦକ୍ଷେପରେ ଟେକ୍ନୋଲଜି ପ୍ରମୁଖ ଭୂମିକା ଗ୍ରହଣ କରୁଛି । ‘ଡିଜିଟାଲ ଡିଭାଇଡ୍’କୁ ସମାଜରେ ମୂଳ ଜମାଇବାକୁ ଅନୁମତି ଦିଆଯାଇ ନପାରେ ।
ପ୍ରଧାନମନ୍ତ୍ରୀ ସରକାରଙ୍କ ବିତ୍ତୀୟ ସମାବେଶ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ଜନଧନ, ଆଧାର, ମୋବାଇଲ (JAM) ତ୍ରିମୂର୍ତ୍ତୀ । ସେ କେନ୍ଦ୍ର ସରକାର ଦ୍ୱାରା 1200 ରୁ ଅଧିକ ଆଇନକୁ ରଦ୍ଦ କରିବା ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ “ଇଜି ଅଫ ଡୁଇଙ୍ଗ୍ ବିଜିନେସ”ରେ କେବଳ କେନ୍ଦ୍ର ସରକାର ସ୍ତରରେ 7 ହଜାର ସଂସ୍କାର ପାଇଁ ଲକ୍ଷ୍ୟ ରଖିଛି ।
ପ୍ରଧାନମନ୍ତ୍ରୀ ଏଫଡିଆଇ ଓ ପ୍ରତିଯୋଗିତାପୂର୍ଣ୍ଣ ନିମନ୍ତେ ନିଆଯାଇଥିବା ପଦକ୍ଷେପର ଉଲ୍ଲେଖ କରି କହିଥିଲେ ଯେ ଆନ୍ତର୍ଜାତିକ ରେଟିଂ ଏଜେନ୍ସୀ ଭାରତକୁ ଏଫଡିଆଇର ଶୀର୍ଷ 3ଟି ସ୍ଥାନ ଭାବେ ଚିହ୍ନଟ କରିଛି ।
ପୁଞ୍ଜିନିବେଶକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଜୀବନ୍ତ ଗଣତନ୍ତ୍ର ଓ ଇଂରାଜୀର ଉପଯୋଗରେ ସୁରକ୍ଷା ଭାବନାର ଦୀର୍ଘ ରାସ୍ତାକୁ ସୁନିଶ୍ଚିତ କରାଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, 800 ମିଲିୟନ ଦୃଢ଼ ପ୍ରଭାବଶାଳୀ ଯୁବବର୍ଗଙ୍କ ପାଇଁ ‘ନୂଆ ଭାରତ’ New India ର ଆଭିମୁଖ୍ୟ ସହ ଦକ୍ଷତା ବିକାଶ ହେଉଛି ସର୍ବୋଚ୍ଚ ପ୍ରାଥମିକତା । ଏହି ଦୃଷ୍ଟିରୁ ଭାରତର ମଙ୍ଗଳ ମିଶନର ସଫଳତା ହେଉଛି ପ୍ରଥମ ପ୍ରୟାସ । ନୂଆ ଭାରତରେ ଯୁବବର୍ଗ ଚାକିରୀ ଆଶାୟୀ ରହିବେ ନାହିଁ ବରଂ ଚାକିରୀ ସୃଷ୍ଟିକାରୀ ହେବେ ଓ ବିଶ୍ୱରେ କୂଶଳୀ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିପାରିବେ ।
ସେ କହିଥିଲେ ଯେ ଭାରତରେ ବୃଦ୍ଧି ପାଉଥିବା ସହରୀକରଣରେ ମେଟ୍ରୋ ନେଟୱାର୍କ, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଆଦି ସମେତ ଆଧୁନିକୀକରଣ ଭିତ୍ତିଭୂମିର ଆବଶ୍ୟକତା ରହିଛି । ସେ ରେଳବାଇ ନେଟୱାର୍କର ସମ୍ପ୍ରସାରଣ ଓ ଆଧୁନିକୀକରଣ କଥା କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଗଙ୍ଗାକୁ ସ୍ୱଚ୍ଛ ପାଇଁ ନିଆଯାଇଥିବା ପଦକ୍ଷେପର ଉଲ୍ଲେଖ କରିଥିଲେ । ଏସବୁ ଦ୍ୱାରା ନିବେଶର ବୃହତ ସୁଯୋଗ ରହିଛି ।
କୃଷି କ୍ଷେତ୍ରରେ ପଦକ୍ଷେପକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୈବିକ ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶର ସୁଯୋଗ ରହିଛି । ପ୍ରଧାନମନ୍ତ୍ରୀ ବିଦେଶୀ ପୁଞ୍ଜିନିବେଶର ମୁଖ୍ୟ କ୍ଷେତ୍ର ଭାବେ ମେଡିକାଲ ଡିଭାଇସ୍ ଓ ପ୍ରତିରକ୍ଷା ଉପକରଣ ନିର୍ମାଣର ଉଲ୍ଲେଖ କରିଥିଲେ ।
ସେବା କ୍ଷେତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରକୁ ମଧ୍ୟ ସର୍ବୋଚ୍ଚ ପ୍ରାଥମିକତା ହାସଲ ହେବ ।
4ଟି ବେଦ ମଧ୍ୟରୁ ଗୋଟିଏ ବେଦ- ଅଥର୍ବବେଦ (5 ହଜାର ବର୍ଷ ପୂର୍ବେ ପ୍ରକୃତି ପ୍ରତି ସମର୍ପିତ ଗ୍ରନ୍ଥ) ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକୃତିର ଶୋଷଣ ଉପରେ ଭାରତର ଆର୍ଥିକ ଅଭିବୃଦ୍ଧି ଆଧାରିତ ନୁହେଁ । ପ୍ରକୃତିର ଶୋଷଣ ଏକ ଅପରାଧ । କିନ୍ତୁ ଏହାର ଉପଯୋଗ, ସଂରକ୍ଷଣ ଓ ସମ୍ମାନ କରାଯାଏ । 2022 ମସିହା ସୁଦ୍ଧା 175 ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଭାରତ ଲକ୍ଷ୍ୟ ରଖିଛି ଓ ତାପଜ ବିଦ୍ୟୁତ୍ ତୁଳନାରେ ଅକ୍ଷୟ ଶକ୍ତି କ୍ଷେତ୍ରରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ ପାଇଁ ଭିତ୍ତିଭୂମି ସ୍ଥାପନ କରିଛି । ସେ ଜୋର୍ ଦେଇ କହିଥିଲେ ଯେ ଜଳବାୟୁ ସମ୍ବନ୍ଧରେ ଭାରତ ଏକ ଦାୟିତ୍ୱସମ୍ପନ୍ନ ରାଷ୍ଟ୍ର ହେବ ଓ ନିର୍ମାଣ କ୍ଷେତ୍ରରେ ଜିରୋ-ଡିଫେକ୍ଟ , ଜିରୋ ଇଫେକ୍ଟ ଦିଗରେ କାମ କରୁଛି । ଯାହାଫଳରେ ପରିବେଶ ଉପରେ କୌଣସି କ୍ଷତିକାରକ ପ୍ରଭାବ ପଡ଼ିବ ନାହିଁ । ସେ କହିଥିଲେ ଯେ ଏଲ୍ଇଡି ବଲ୍ବ ବିତରଣ ଭଳି କାର୍ଯ୍ୟକ୍ରମ ଦ୍ୱାରା ବହୁ ପରିମାଣର ବିଜୁଳି ସଂଚୟ ହୋଇପାରୁଛି ।
ଭାରତରେ ପୁଞ୍ଜିନିବେଶର ସୁଯୋଗକୁ ସୀମାହୀନ ଆକାଶ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ନିବେଶକଙ୍କ ପାଇଁ ଭାରତରେ ଏକ ସୁଦୃଢ଼ ଭୂମି ତିଆରି କରାଯାଇଛି ବୋଲି କହିଛନ୍ତି ।
I want to specially thank President Putin for inviting me to this forum, that too in his homeland: PM @narendramodi at @SPIEF
— PMO India (@PMOIndia) June 2, 2017
At a time when we mark 70 years of strong ties with Russia, I am happy to be here among you: PM @narendramodi at @SPIEF
— PMO India (@PMOIndia) June 2, 2017
India- Russia ties are not utilitarian. There is an underlying trust in our ties & our ties have grown stronger & deeper over time: PM pic.twitter.com/RGtpH2pe0g
— PMO India (@PMOIndia) June 2, 2017
The eyes of the world are on Asia and there is renewed interest in India: PM @narendramodi pic.twitter.com/HeaJVFvRV1
— PMO India (@PMOIndia) June 2, 2017
In the last three years there have been substantial reforms, guided by the principle of 'Minimum Government, Maximum Governance' : PM
— PMO India (@PMOIndia) June 2, 2017
Political will, political stability and clear vision set the tone for transformative reforms: PM @narendramodi
— PMO India (@PMOIndia) June 2, 2017
GST will be implemented and there will be a uniform system of taxation. This will benefit industry: PM @narendramodi
— PMO India (@PMOIndia) June 2, 2017
We are living in the era of technology. In that context, a digital divide can adversely affect the development trajectory of any nation: PM
— PMO India (@PMOIndia) June 2, 2017
Our constant aim is to bridge the digital divide. Over the last three years the impetus to financial inclusion has been tremendous: PM
— PMO India (@PMOIndia) June 2, 2017
We have removed over 1200 laws that are obsolete in today's context. This is a manifestation of our belief in 'minimum government': PM
— PMO India (@PMOIndia) June 2, 2017
India is a fast growing economy- this is a sentiment leading global agencies are reflecting: PM @narendramodi
— PMO India (@PMOIndia) June 2, 2017
It is also agreed that among the top FDI destinations in the world, India figures highly: PM @narendramodi
— PMO India (@PMOIndia) June 2, 2017
New India is about upgraded infrastructure: PM @narendramodi at the @SPIEF
— PMO India (@PMOIndia) June 2, 2017
In India, we are nurturing an eco-system where the youth of India becomes a job creator, not job seeker: PM @narendramodi
— PMO India (@PMOIndia) June 2, 2017
India is urbanising rapidly and this makes the need of infrastructure and waste management mechanisms even more important: PM
— PMO India (@PMOIndia) June 2, 2017
Number of people who travel by train in India will be more than population of many nations. Hence, railway infra is vital: PM @narendramodi
— PMO India (@PMOIndia) June 2, 2017
In India, sky is the limit. There are opportunities in several sectors: PM @narendramodi
— PMO India (@PMOIndia) June 2, 2017
I see immense opportunities in manufacturing healthcare equipment, defence sector, services sector: PM @narendramodi
— PMO India (@PMOIndia) June 2, 2017
In India there is lot of work underway in renewable energy: PM @narendramodi
— PMO India (@PMOIndia) June 2, 2017
125 crore people of India are inviting you- explore the opportunities in India: PM @narendramodi
— PMO India (@PMOIndia) June 2, 2017