Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁବ୍ରମଣ୍ୟମ ଭାରତୀଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।

“ମହାନ ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରୁଛି । ସମ୍ମାନର ସହ ସେ ‘ମହାକବି ଭାରତିଆର’ ଭାବେ ଜଣାଶୁଣା । ସେ ହେଉଛନ୍ତି ଦେଶଭକ୍ତି, ସମାଜ ସଂସ୍କାର, ଅସାଧାରଣ କବିତ୍ୱ, ସ୍ୱାଧୀନତା ଓ ଅଦମ୍ୟ ଉତ୍ସାହର ପ୍ରତୀକ । ତାଙ୍କ ଭାବନା ଏବଂ କାର୍ଯ୍ୟ ଆମକୁ ପ୍ରେରଣା ପ୍ରଦାନ କରି ଚାଲିଛି।

ସୁବ୍ରମଣ୍ୟମ ଭାରତୀ ସବୁରି ଉର୍ଦ୍ଧ୍ଵରେ ନ୍ୟାୟ ଏବଂ ସମାନତାକୁ ବିଶ୍ୱାସ କରୁଥିଲେ । ଥରେ ସେ କହିଥିଲେ, “ ଯଦି ଜଣେ ବି ବ୍ୟକ୍ତି ଅନାହାରରେ ପୀଡ଼ିତ ହୁଏ, ଆମେ ସମଗ୍ର ବିଶ୍ୱକୁ ଧ୍ୱଂସ କରିଦେବୁ ।” ମନୁଷ୍ୟର ଯନ୍ତ୍ରଣାକୁ ଦୂର କରିବା ଏବଂ ସେମାନଙ୍କୁ ପୁନଶ୍ଚ ସଶକ୍ତ କରିବା ନେଇ ଏହା ତାଙ୍କର ପରିକଳ୍ପନାକୁ ଦର୍ଶାଇଥାଏ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।