Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁଖବୀର ସିଂହ ବାଦଲଙ୍କ ବାସଭବନରେ ଗୁରୁ ନାନକ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଆପଣ ସମସ୍ତଙ୍କୁ ଗୁରୁ ପର୍ବର ଅନେକ ଅନେକ ଶୁଭକାମନା । ବୋଧହୁଏ ଏହା ହେଉଛି ଗୁରୁ ନାନକ ଦେବଜୀଙ୍କର ଆଶୀର୍ବାଦ, ଏହା ମହାନ ଗୁରୁ ପରମ୍ପରାର ଆଶୀର୍ବାଦ ଯାହା ଦ୍ୱାରା ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କ ହାତରେ କିଛି ଭଲ ପବିତ୍ର କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି, ଆଉ ଏଥିପାଇଁ ଯାହା କିଛି ମଧ୍ୟ ଭଲ ହେଉଛି, ତାହା ଏଭଳି ଗରୁଜନଙ୍କ, ସନ୍ଥଜନଙ୍କ ଆଶୀର୍ବାଦ କାରଣରୁ ହେଉଛି । ଆମେ ସମସ୍ତେ କିଛି ନୁହେଁ, ଆଉ ଏଥିପାଇଁ ସମ୍ମାନର ଅଧିକାରୀ ମୁଁ ନୁହେଁ, ସମ୍ମାନର ଅଧିକାରୀ ହେଉଛନ୍ତି ଏହି ସମସ୍ତ ମହାପୁରୁଷ, ହେଉଛନ୍ତି ଏହି ସମସ୍ତ ଗୁରୁଜନ, ଯେଉଁମାନେ ଶହ ଶହ ବର୍ଷ ଧରି ତ୍ୟାଗ, ତପସ୍ୟାର ମହାନ ପରମ୍ପରା ସହିତ ଏହି ଦେଶକୁ ନିର୍ମାଣ କରିଛନ୍ତି, ଏହି ଦେଶକୁ ବଂଚାଇଛନ୍ତି ।

ମୋର ସୌଭାଗ୍ୟ ଥିଲା କି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହେବା ପରେ ଏବଂ ତା’ପୂର୍ବରୁ ଯେତେବେଳେ ଗୁଜରାଟରେ ଭୟଙ୍କର ଭୂକମ୍ପ ଆସିଥିଲା, ତ କଚ୍ଛର ଲଖପତ୍, ଯେଉଁଠାରେ ଗୁରୁ ନାନକ ଦେବ ରହିଥିଲେ ଆଉ ଆଜି ମଧ୍ୟ ଗୁରୁ ନାନକ ଦେବଙ୍କର ପାଦୁକା ସବୁ ସେଠାରେ ରହିଛି । ଭୂକମ୍ପ ଯୋଗୁଁ ତାହା ଧ୍ୱଂସ ହୋଇ ଯାଇଥିଲା । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ସେଠାକୁ ଯାଇଥିଲି, ମୋ ସାମ୍ନାରେ ପ୍ରଥମ କାର୍ଯ୍ୟ ଥିଲା କି କଚ୍ଛର ଭୂକମ୍ପ ପିଡ଼ୀତଙ୍କ ପୁନଃନିର୍ମାଣ । ମୁଁ ଧ୍ୱଂସ ହୋଇ ଯାଇଥିବା ଗୁରୁଦ୍ୱାରକୁ ମଧ୍ୟ ଯାଇଥିଲି ଆଉ ସେହି ସମୟରେ ବୋଧହୁଏ ଏହି ପରମ୍ପରାର ଆଶୀର୍ବାଦ ଯୋଗୁଁ ମୋ ପାଇଁ ଆଦେଶ ଆସିଥିଲା କି ମୋତେ କିଛି କରିବାର ଅଛି ଆଉ ତାହାର ପୁନଃନିର୍ମାଣ କରିବାର ନିଷ୍ପତ୍ତି ନେଲି, କିନ୍ତୁ ଏହି ଚିନ୍ତା ଥିଲା କି, ଯେଭଳି ଥିଲା, ଯେଉଁ ପ୍ରକାର ମାଟିରେ ତିଆରି ହୋଇଥିଲା, ସେଥିପାଇଁ ଯୋଗ୍ୟ ଲୋକଙ୍କୁ ଖୋଜାଯାଉ ଏଭଳି ମାଟି ଅଣାଯାଉ ଆଉ ସେଥିରେ ନିର୍ମାଣ କରାଯାଉ ଆଉ ତାହାର ପୁନଃ ନିର୍ମାଣ, ଆଜି ସେହି ସ୍ଥାନ ବିଶ୍ୱ ଐତିହ୍ୟରେ ନିଜ ସ୍ଥାନ ସୃଷ୍ଟି କରି ପାରିଛି । ଆମେ ଉଡାଣ ଯୋଜନା … ଉଡାଣ ଯୋଜନାରେ ବିମାନ ଯାତ୍ରା ଶସ୍ତା କରିବାର ଯୋଜନା ପ୍ରସ୍ତୁତ କଲୁ ତ ତୁରନ୍ତ ଆଦେଶ ହେଲା ଆଉ ବିଚାର ଆସିଲା କି ଉଡାଣ ଯୋଜନାର ଶୁଭାରମ୍ଭ ପ୍ରଥମେ ଦୁଇଟି ସ୍ଥାନରୁ ହେବ ସେଥିରୁ ଗୋଟିଏ ନାନଡେଡ ସାହିବ୍ ରୁ ଆରମ୍ଭ କରାଗଲା । ମୋର ସୌଭାଗ୍ୟ ଥିଲା ନାନଡେଡ ସାହିବର ମୋ ଉପରେ ଆଶୀର୍ବାଦ ଥିଲା । ମୋତେ ଅନେକ ବର୍ଷ ପର୍ଯ୍ୟନ୍ତ ପଞ୍ଜାବରେ କାମ କରିବାର ସୌଭାଗ୍ୟ ମିଳିଲା ଆଉ ସେଥିପାଇଁ ଯାହା କିଛି ମୁଁ ଗୁଜରାଟରେ ରହି ବୁଝି ପାରି ନ ଥିଲି, ବୋଧ ହୁଏ ଜାଣି ପାରି ନ ଥିଲି ତାହା ପଞ୍ଜାବକୁ ଆସି ଆପଣ ମାନଙ୍କ ମଧ୍ୟରେ ରହି ବାଦଲ ମହାଶୟଙ୍କ ପରିବାରର ନିକଟରେ ରହି ବହୁତ କିଛି ଜାଣିଲି, ବୁଝିଲି, ଆଉ ସବୁବେଳେ ଅନୁଭବ କରୁଥିଲି କି ଗୁଜରାଟ ଏବଂ ପଞ୍ଜାବର ବିଶେଷ ସମ୍ପର୍କ ରହିଛି କାରଣ ଯଉଁମାନେ ପ୍ରଥମେ ପଂଚ ପ୍ୟାରେ ଥିଲେ ସେଥି ମଧ୍ୟରୁ ଜଣେ ଗୁଜରାଟର ଦ୍ୱାରିକାର ଥିଲେ, ଆଉ ଏଥିପାଇଁ ଦ୍ୱାରିକା ଯେଉଁ ଜିଲ୍ଲାରେ ପଡିଥାଏ ସେହି ଜାମନଗରରେ ଆମେ ଗୁରୁ ଗୋବିନ୍ଦ ସିଂହଜୀଙ୍କ ନାମରେ ଏକ ବହୁତ ବଡ଼ ଡ଼ାକ୍ତରଖାନା ନିର୍ମାଣ କରିଛୁ । କାରଣ କଳ୍ପନା ଏହା ରହିଛି କି ଦେଶର ପ୍ରତ୍ୟେକ କୋଣରେ ମହାପୁରୁଷମାନେ ଆମ ଦେଶ ପାଇଁ ଏକତାର ଯେଉଁ ମନ୍ତ୍ର ଦେଇଛନ୍ତି ଆଉ ଗୁରୁ ନାନକ ଦେବଜୀଙ୍କ କଥାରେ ତ ଆମ ଦେଶର ସମ୍ପୂର୍ଣ୍ଣ ସାଂସ୍କୃତିକ ପରମ୍ପରା ଗୁଡ଼ିକର ନିର୍ଯ୍ୟାସ ଆମକୁ ଗୁରୁବାଣୀରେ ଅନୁଭବ କରିବାକୁ ମିଳିଥାଏ । ଆମେ ଅନୁଭବ କରି ପାରିବା । ଆମେ ନିଜସ୍ୱ ଭାବ ଅନୁଭବ କରି ପାରିବା ଯେ ପ୍ରତ୍ୟେକ ଶବ୍ଦରେ ଆଉ ଏତେ ସରଳ ରୂପରେ ଏହି କଥା ଆମ ପାଇଁ ମାର୍ଗଦର୍ଶକ ସାଜିଛନ୍ତି । ଉଚ୍ଚ ନିଚ୍ଚର ଭେଦଭାବ ସେହି ସମାଜର ଯେଉଁ ସବୁ ସମସ୍ୟା ଥିଲା, କୁ-ପ୍ରଥା ଥିଲା, ତାହାକୁ ଆମେ ସରଳ ଢ଼ଂଗରେ ସମାଧାନ କରିଛୁ । ଉଚ୍ଚ ନିଚ୍ଚର ଭେଦଭାବ ସମାପ୍ତ ହେଉ, ଜାତିବାଦର ଭେଦଭାବ ସମାପ୍ତ ହେଉ । ଏକତାର ସୂତ୍ରରେ ବାନ୍ଧି ହୋଇ ରହୁ । ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ଭାବରେ ହେଉଥିବା କଥା ଆଉ ଏଭଳି ମହାନ ପରମ୍ପରା ଆମ ସମସ୍ତଙ୍କୁ ପ୍ରେରଣା ଦେଉଥାଉ । ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ଗୁରୁବାଣୀ, ଗୁରୁ ନାନକଙ୍କ ଆଦେଶ, ସନ୍ଦେଶ, ଏହାଠାରୁ ବଡ଼ ଆମ ପାଇଁ ଆଉ କିଛି ହୋଇ ନ ପାରେ ଆଉ ତାହା ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସବୁଠାରୁ ବଡ଼ ବଳିଷ୍ଠ ସନ୍ଦେଶ ଆମ ପାଖେ ଅଛି ।

ମୁଁ ସ୍ୱୀକାର କରୁଛି କି କରତାରପୁରର ଏହି ନିଷ୍ପତ୍ତି 1947 ସାଲରେ ହୋଇଥିଲା ତ, ତାହା କିଛି ଏଭଳି କିଛି କଥା ହୋଇଥିବ ଯାହା ବୋଧହୁଏ ସରକାରଙ୍କୁ, ସେନାବାହିନୀଙ୍କୁ ସେମାନଙ୍କ ମଧ୍ୟରେ ଯାହା ଆଲୋଚନା ହୋଇଥିବ ସେହି ରାସ୍ତା କେବେ ବାହାରିବ ତ ସମୟ କହିବ କିନ୍ତୁ ସାଧାରଣ ଲୋକଙ୍କ ସଂପୃକ୍ତି, ଲୋକମାନଙ୍କ ମଧ୍ୟରେ ସମ୍ପର୍କ ତାହାର ଏକ ଶକ୍ତି ହୋଇଥାଏ । କିଏ ଭାବିଥିଲା କି ବର୍ଲିନର ପ୍ରାଚୀର ଭାଙ୍ଗି ଯାଇପାରେ । ବୋଧହୁଏ ଗୁରୁ ନାନକଜୀଙ୍କ ଆଶୀର୍ବାଦରୁ କରତାରପୁରର କରିଡର, ଏହା କେବଳ କରିଡର ନୁହେଁ, ଲୋକମାନଙ୍କୁ ଯୋଡ଼ିବାର ଏକ ବହୁତ ବଡ଼ କାରଣ ହୋଇ ପାରିବ । ଗୁରୁବାଣୀର ଗୋଟିଏ ଗୋଟିଏ ଶବ୍ଦ ସେଥିରେ ଆମକୁ ଶକ୍ତି ଦେଇ ପାରିବ । ଏହି ଶକ୍ତିକୁ ନେଇ ଆମ୍ଭେମାନେ, କାରଣ ଆମେ ତ ‘ବସୁଧୈବ କୁଟୁମ୍ବକମ୍’ରେ ବିଶ୍ୱାସ କରୁଥିବା ଲୋକ, ସମ୍ପୂର୍ଣ୍ଣ ବିଶ୍ୱ ହେଉଛି ଗୋଟିଏ ପରିବାର, ଆମେ ଏହି ଆଦେଶ ସହିତ ଲାଳିତ ପାଳିତ ହୋଇଥିବା ଲୋକ । ଆମେ ହେଉଛୁ ସେହି ଲୋକ ଯେଉଁ ମାନେ କେବେ କାହାର ଖରାପ ଚିନ୍ତା କରି ନ ଥାଉ, ଆଉ ଆପଣ କଳ୍ପନା କରନ୍ତୁ ସାଢ଼େ ପାଂଚ ଶହ ବର୍ଷ ପୂର୍ବେ ଯେତେବେଳେ ସାଧନ ନ ଥିଲା, ବ୍ୟବସ୍ଥା ନ ଥିଲା । ଗୁରୁ ନାନକ ଦେବଜୀ ହିନ୍ଦୁସ୍ଥାନର କୋଣ ଅନୁକୋଣକୁ ପଦଯାତ୍ରା କରିଥିଲେ, କେଉଁଠାରେ ଆସାମ ତ କେଉଁଠାରେ କଚ୍ଛ । ପଦଯାତ୍ରା କରି ସେ ଏକ ପ୍ରକାରରେ ସମଗ୍ର ହିନ୍ଦୁସ୍ଥାନକୁ ନିଜ ଭିତରେ ସମାହିତ କରି ଦେଇଛନ୍ତି । ଏଭଳି ସାଧନା, ଏଭଳି ତପସ୍ୟା ଆଉ ଆଜି ଏହି ଗୁରୁପର୍ବ ଆମ ସମସ୍ତଙ୍କ ପାଇଁ ଏକ ନୂତନ ପ୍ରେରଣା, ନୂତନ ଉର୍ଜ୍ଜା, ନୂତନ ଉତ୍ସାହର କାରଣ ପାଲଟୁ ଯାହା ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ଆମକୁ ଏକ ଶକ୍ତି ଦେବ ଆଉ ଆମେ ସମସ୍ତେ ମିଳିମିଶି କରି … କାରଣ ସଙ୍ଗତର ନିଜସ୍ୱ ଏକ ଶକ୍ତି ଥାଏ । ମହାନ ପରମ୍ପରା, ଏହି ଲଙ୍ଗର ହେଉଛି ସାଧାରଣ ଖାଇବା ପିଇବାର ବ୍ୟବସ୍ଥା ନୁହେଁ । ଲଙ୍ଗର ହେଉଛି ଏକ ସଂସ୍କାର, ଲଙ୍ଗର ହେଉଛି ଏକ ପରମ୍ପରା । କୌଣସି ଭେଦଭାବ ନାହିଁ । ଏହା କେତେ ବଡ଼ ଯୋଗଦାନ ସରଳ ପଦ୍ଧତିରେ ଦେଇ ଦେଇଛନ୍ତି ଆଉ ଏଥିପାଇଁ ଏହି ପବିତ୍ର ପର୍ବରେ ଏହି ପବିତ୍ର ବାତାବରଣରେ, ମୁଁ ଗୁରୁ ଗ୍ରନ୍ଥସାହିବଙ୍କ ଉପସ୍ଥିତିରେ, ମୁଁ ଏହି ମହାନ ପରମ୍ପରାକୁ ପ୍ରଣାମ କରି ଗୁରୁଜନଙ୍କ ମହାନ ତ୍ୟାଗ, ତପସ୍ୟାକୁ ପ୍ରଣାମ କରି, ଯାହା ଆପଣ ମାନେ ମୋର ସମ୍ମାନ କରିଛନ୍ତି, ତାହା ମୋର ସମ୍ମାନ ନୁହେଁ, ହେଉଛି ଏହି ମହାନ ପରମ୍ପରାର ସମ୍ମାନ । ଆମେ ସମସ୍ତେ ଯେତେ ବଜାୟ ରଖି ପାରିବା, ସେତେ କମ୍ ହେବ । ଆମକୁ ଶକ୍ତି ଦିଅ, ଫଳରେ ଆମେ ଆହୁରି କିଛି ଭଲ କରି ପାରିବୁ । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି ।

***