ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ଅନୁଷ୍ଠିତ କ୍ୟାବିନେଟ ବୈଠକରେ କ୍ୟାଡର ସମୀକ୍ଷା ଏବଂ ନୂତନ ଭାବେ ଗଠିତ ହୋଇଥିବା ସେବା କ୍ଷେତ୍ରକୁ ଅନୁମୋଦନ କରାଯାଇଛି । ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟରେ ଭାରତୀୟ ଉଦ୍ୟୋଗ ବିକାଶ ସେବା (ଆଇଡିଏସ), ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ରେ ନୂତନ କ୍ୟାଡର ଢ଼ାଂଚା ସୃଷ୍ଟି ଏବଂ ଗଠନରେ ପରିବର୍ତ୍ତନ, ସଂସ୍ଥାଗତ ସୁଦୃଢୀକରଣ ସହିତ ଷ୍ଟାର୍ଟ ଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ ଇଣ୍ଡିଆ ଏବଂ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ଦିଗରେ ସହାୟକ ହେବ ।
ଏହି ପଦକ୍ଷେପ ସଂସ୍ଥାଗୁଡିକର କ୍ଷମତା ଏବଂ ଦକ୍ଷତା ବୃଦ୍ଧି କରିବ । ଏହା ମଧ୍ୟ ଟେକ୍ନିକାଲ ଅଧିକାରୀମାନଙ୍କର ଏକ ସମର୍ପିତ କ୍ୟାଡର ସେବା ଆରମ୍ଭ କରି ଏମଏସଏମଇ କ୍ଷେତ୍ରର ବିକାଶ ଓ ଏହାର ସୁଦୃଢ଼ି କରଣରେ ସହାୟକ ହେବ ।