ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବିଏସ୍ଏଫର ଗ୍ରୁପ୍-ଏ ନିର୍ବାହୀ ଅଫିସରଙ୍କ କ୍ୟାଡ଼ର ସମୀକ୍ଷାକୁ ଅନୁମୋଦନ ମିଳିଛି । ଯାହାକି ବିଏସ୍ଏଫର ପ୍ରଶାସନିକ କ୍ଷମତା ଓ ଗତିବିଧି ପାଇଁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟରୁ ଅତିରିକ୍ତ ଡିଜି ରେଙ୍କର ମୋଟ୍ 74 ଟି ନୂଆ ପଦବୀ ସୃଷ୍ଟି ହେବ । ଏହି ବୃଦ୍ଧି ଫଳରେ ଗ୍ରୁପ୍-ଏ ପଦବୀ ସଂଖ୍ୟା 4109 ରୁ 4183 ହୋଇଛି ।
1- ଗୋଟିଏ ଅତିରିକ୍ତ ଡିଜି ପଦବୀ ବୃଦ୍ଧି (ଉଚ୍ଚ ପ୍ରଶାସନିକ ସ୍ତରର)
2- 19 ଟି ଆଇଜି ପଦବୀ (ବରିଷ୍ଠ ପ୍ରଶାସନିକ ସ୍ତରର)
3- 370 ଟି ପଦବୀ ଡିଆଇଜି/କମାଣ୍ଡାଣ୍ଟ (ଜୁନିୟର ପ୍ରଶାସନିକ ସ୍ତର)
4- 14 ଟି ଆସିଷ୍ଟାଂଟ୍ କମାଣ୍ଡାଣ୍ଟ (ଜୁନିୟର ଟେକ୍ନିସିଆନ୍ ସ୍ତର)
5- ମୋଟ 330ଟି ଡେପୁଟି କମାଣ୍ଡାଣ୍ଟ (ଏସଟିଏସ୍ ସ୍ତରର) ପଦବୀ ହ୍ରାସ