Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସିରହିନ୍ଦ ଓ ରାଜସ୍ଥାନ ଫିଡର କେନାଲର ପୁନଃଖନନ ଲାଗି 825 କୋଟି ଟଙ୍କାର ଆର୍ଥିକ ସହାୟତାକୁ କ୍ୟାବିନେଟ ଅନୁମୋଦନ;


 

5 ବର୍ଷର ଅବଧି (2018-19 ଠାରୁ 2022-23) ଲାଗି ରାଜସ୍ଥାନ ଫିଡର କେନାଲ ଏବଂ ସିରହିନ୍ଦ ଫିଡର କେନାଲର ପୁନଃଖନନ କରିବା ଲାଗି ଯଥାକ୍ରମେ 620.42 କୋଟି ଟଙ୍କା ଏବଂ 205.758 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ସିରହିନ୍ଦ ଫିଡରକୁ ଆରଡି(RD) 119700 ଠାରୁ 447927 ପର୍ଯ୍ୟନ୍ତ ଏବଂ ରାଜସ୍ଥାନ ଫିଡରକୁ (RD) 179000 ଠାରୁ ପଞ୍ଜାବର (RD) 496000 ପର୍ଯ୍ୟନ୍ତ ପୁନଃଖନନ କରାଯିବ ।

ପ୍ରଭାବ :

1. ଏହି ଦ୍ୱୈତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଦକ୍ଷିଣ-ପଶ୍ଚିମ ପଞ୍ଜାବର ମୁକ୍ତସର, ଫରୀଦକୋଟ ଏବଂ ଫିରୋଜପୁର ଜିଲ୍ଲାରେ 84,800 ହେକ୍ଟର ଜମିରେ ଜଳାବଦ୍ଧ ସମସ୍ୟାର ସମାଧାନ କରିବାରେ ସହାୟତା ମିଳିବ ।

2. ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ଦକ୍ଷିଣ-ପଶ୍ଚିମ ପଞ୍ଜାବରେ ଜଳାବଦ୍ଧ ସମସ୍ୟାକୁ ଦୂର କରିବା ଏବଂ ଏହି ଦୁଇଟି କେନାଲରେ ଜଳପ୍ରବାହ/ଜଳ ଉପଲବ୍ଧୀ ବଢ଼ାଇବାରେ ସହାୟତା ମିଳିବ ।

3. ରାଜସ୍ଥାନ ଫିଡରକୁ  ପୁଣିଥରେ କାର୍ଯ୍ୟକ୍ଷମ କରିବା ଦ୍ୱାରା 98,739 ହେକ୍ଟର ଜମି ଏବଂ ସିରହିନ୍ଦ ଫିଡରକୁ ପୁନଃଖନନ କରିବା ଦ୍ୱାରା 69,068 ହେକ୍ଟର ଜମି ଲାଗି ସ୍ଥିର/ସଂଶୋଧିତ ଜଳସେଚନ ବ୍ୟବସ୍ଥାରୁ ଅଂଚଳର କୃଷକମାନଙ୍କୁ ଲାଭ ହେବ ।

ଖର୍ଚ୍ଚ :

1. ରାଜସ୍ଥାନ ଫିଡର ଏବଂ ସିରହିନ୍ଦ ଫିଡରକୁ କେନ୍ଦ୍ରୀୟ ସହାୟତା ଲାଗି ଅର୍ଥ ଯୋଗାଣ ଏଲଟିଆଇଏଫ ଅନ୍ତର୍ଗତ 99 ପିଏମକେଏସୱାଇ-ଏଆଇବିପିର ଅର୍ଥଯୋଗାଣ ପାଇଁ ରହିଥିବା ବର୍ତ୍ତମାନର ବ୍ୟବସ୍ଥା ଅନ୍ତର୍ଗତ ନାବାର୍ଡ ଜରିଆରେ କରାଯିବ ।

2. କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ପ୍ରକଳ୍ପର ବର୍ତ୍ତମାନ ଅନୁଧ୍ୟାନ ବ୍ୟବସ୍ଥା ବ୍ୟତୀତ ଏହି ପ୍ରକଳ୍ପଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯ୍ୟାନ୍ୱୟନର ଅନୁଧ୍ୟାନ କରିବା ଲାଗି ଏକ ବିଶେଷଜ୍ଞ ପ୍ରକଳ୍ପ ସମୀକ୍ଷା ସମିତିର ଗଠନ କରାଯାଇପାରିବ ।

3. 2015 ପିଏଲ ଆଧାରରେ ସିରହିନ୍ଦ ଫିଡର କେନାଲକୁ ପୁନଃଖନନ କରିବା ଲାଗି ମଞ୍ଜୁରି ପ୍ରାପ୍ତ ବ୍ୟୟ 671.478 କୋଟି ଟଙ୍କା ଏବଂ ରାଜସ୍ଥାନ ଫିଡର କେନାଲର ମଞ୍ଜୁରି ପ୍ରାପ୍ତ ବ୍ୟୟ 1305.267 କୋଟି ଟଙ୍କା ଅଟେ । ମୋଟ ଆନୁମାନିକ ବ୍ୟୟରେ 826.168 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଭାବେ ଦିଆଯିବ, ଏଥିମଧ୍ୟରୁ 205.758 କୋଟି ଟଙ୍କା ସିରହିନ୍ଦ ଫିଡରକୁ ଏବଂ 620.41 କୋଟି ଟଙ୍କା ରାଜସ୍ଥାନ ଫିଡରକୁ ମିଳିବ

4. ସିରହିନ୍ଦ ଫିଡର ଏବଂ ରାଜସ୍ଥାନ ଫିଡରକୁ ପୁନଃଖନନ କରିବା ଲାଗି ଯଥାକ୍ରମେ 671.478 କୋଟି ଏବଂ 1305.26 କୋଟି ଟଙ୍କାର ସଂଶୋଧିତ ବ୍ୟୟ ଅନୁମାନ ସମ୍ବନ୍ଧୀୟ ନିବେଶ ଅନୁମତି 6 ଏପ୍ରିଲ 2016ରେ ମଞ୍ଜୁର କରାଯାଇଥିଲା

5. 2016ରେ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ଟିମ ପ୍ରକଳ୍ପର ଅନୁଧ୍ୟାନ କରିଥିଲା । ଏହାପରେ 2017ରେ କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଏବି ପାଣ୍ଡ୍ୟାଙ୍କ ନେତୃତ୍ୱରେ ଆଉ ଏକ ଟିମ ପ୍ରକଳ୍ପର ଅନୁଧ୍ୟାନ କରିଥିଲା । ଏହି ଦୁଇଟି ଟିମ ସୁଧାର କାର୍ଯ୍ୟ ଆରମ୍ଭ କରିବା ଲାଗି ପରାମର୍ଶ ଦେଇଥିଲେ । ପଞ୍ଜାବ ସରକାର ମଧ୍ୟ 26 ଏପ୍ରିଲ, 2018ରେ ନିଜର ଆର୍ଥିକ ସହମତି ପ୍ରଦାନ କରିଥିଲେ ।

 

**********