Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସିଆରପିଏଫ୍ ଗ୍ରୁପ୍-ଏ କ୍ୟାଡ଼ର ପଦକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ(ସିଆରପିଏଫ୍)ର ଗ୍ରୁପ୍-ଏ ଅଫିସର ପଦବୀର କ୍ୟାଡ଼ର ସମୀକ୍ଷାକୁ ଅନୁମୋଦନ ମିଳିଛି । ଏହାଫଳରେ ଡେପୁଟି କମାଣ୍ଡାଂଟରୁ ସ୍ପେଶାଲ ଡିଜି ପର୍ଯ୍ୟନ୍ତ ପାହ୍ୟାରେ 90ଟି ଅଧିକ ପଦବୀ ସୃଷ୍ଟି ହେବ । ଏହି ପଦବୀ ସୃଷ୍ଟି ହେବା ପରେ ସିଆରପିଏଫ୍ ଅଧିକ ଦକ୍ଷ ହୋଇ କାର୍ଯ୍ୟ କରିବା ସହ ତା’ର ପ୍ରଶାସନିକ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ ।

ଏହି କ୍ୟାଡ଼ର ସମୀକ୍ଷା ପରେ ଗ୍ରୁପ୍-ଏ ପଦବୀ ସଂଖ୍ୟା 4210 ରୁ 4300 କୁ ବୃଦ୍ଧି ପାଇବ ।

ସ୍ପେଶାଲ ଡିଜି ପାହ୍ୟାରେ ଗୋଟିଏ ପଦ ବୃଦ୍ଧି, ଆଇଜି ପଦବୀରେ ମୋଟ 11ଟି ପଦବୀ (ବରିଷ୍ଠ ପ୍ରଶାସନିକ ଗ୍ରେଡ୍) ବୃଦ୍ଧି, ଡିଆଇଜି/କମାଣ୍ଡାଂଟ(ଜୁନିୟର ପ୍ରଶାସନିକ ଗ୍ରେଡ୍)ରେ ମୋଟ 277ଟି ପଦବୀ ବୃଦ୍ଧି, ଡେପୁଟି କମାଣ୍ଡାଂଟ୍(ଏସଟିଏସ୍)ରେ ମୋଟ୍ 199 ଟି ପଦବୀ ହ୍ରାସ କରାଯାଇଛି । ସୂଚନାଯୋଗ୍ୟ 1939 ମସିହାରେ ସିଆରପିଏଫ୍ ଗଠନ ହେବା ପରେ ପ୍ରଥମଥର ପାଇଁ 1983 ଏବଂ ଦ୍ଵିତୀୟ ଥର ଲାଗି 1991 ରେ ଏହାର କ୍ୟାଡ଼ର ସମୀକ୍ଷା ହୋଇଥିଲା । 1991 ମସିହା ପରଠାରୁ ସିଆରପିଏଫର ଆନୁଷ୍ଠାନିକ କ୍ୟାଡ଼ର ସମୀକ୍ଷା ହୋଇନାହିଁ ।