ଇଞ୍ଜିନିୟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍ ଏମ୍ ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଏହ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ସାର୍ ଏମ୍. ବିଶ୍ୱେସରାୟ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ଦେଶ ସେବା ପାଇଁ ପ୍ରେରଣା ଯୋଗାଉଛନ୍ତି । ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ପ୍ରାରମ୍ଭରେ ଚିକ୍କାବଲ୍ଲାପୁରରେ ସାର୍ ଏମ୍. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବାର ଝଲକ ସେୟାର କରିଛନ୍ତି ।
ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଇଞ୍ଜିନିୟର୍ସ ଡେ’ରେ ଆମେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଇଞ୍ଜିନିୟର ତଥା ଦେଶପ୍ରେମୀ ସାର୍ ଏମ୍. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ରାଷ୍ଟ୍ର ସେବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି । ଚିକ୍କାବଲ୍ଲାପୁର ଗସ୍ତବେଳେ ମୁଁ ଚଳିତ ବର୍ଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ।’
‘ଇଞ୍ଜିନିୟର୍ସ ଡେ’ରେ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା । ସେମାନଙ୍କ ସୃଜନାତ୍ମକ ମସ୍ତିଷ୍କ ଏବଂ ଅକ୍ଳାନ୍ତ ଉଦ୍ୟମ ଆମ ଦେଶ ପ୍ରଗତିର ମେରୁଦଣ୍ଡ । ଭିତ୍ତିଭୂମିଠାରୁ ଆରମ୍ଭ କରି ବୈଷୟିକ ସଫଳତା ପର୍ଯ୍ୟନ୍ତ ସେମାନଙ୍କ ଅବଦାନ ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ ।’
ದೂರದೃಷ್ಟಿ ಹೊಂದಿದ್ದ ಎಂಜಿನಿಯರ್ ಮತ್ತು ಮುತ್ಸದ್ದಿ ಸರ್ ಎಂ ವಿಶ್ವೇಶ್ವರಯ್ಯ ಅವರಿಗೆ ನಾವು #EngineersDay ಯಂದು ಗೌರವ ನಮನ ಸಲ್ಲಿಸುತ್ತೇವೆ. ಆವಿಷ್ಕಾರ ಮತ್ತು ದೇಶ ಸೇವೆ ವಿಚಾರದಲ್ಲಿ ಅವರು ಎಲ್ಲಾ ತಲೆಮಾರುಗಳಿಗೂ ಸ್ಫೂರ್ತಿಯಾಗಿದ್ದಾರೆ. ಈ ವರ್ಷದ ಆರಂಭದಲ್ಲಿ ನಾನು ಚಿಕ್ಕಬಳ್ಳಾಪುರಕ್ಕೆ ಭೇಟಿ ನೀಡಿದ್ದ ಸಂದರ್ಭದಲ್ಲಿ ಅವರಿಗೆ ಗೌರವ… pic.twitter.com/LTITacK6gB
— Narendra Modi (@narendramodi) September 15, 2023
SR
Greetings to all hardworking engineers on #EngineersDay! Their innovative minds and tireless dedication have been the backbone of our nation's progress. From infrastructural marvels to tech breakthroughs, their contributions touch every aspect of our lives. pic.twitter.com/lcBeL1GmZQ
— Narendra Modi (@narendramodi) September 15, 2023
On #EngineersDay we pay homage to Sir M Visvesvaraya, a visionary engineer and statesman. He continues to inspire generations to innovate and serve the nation. Here are glimpses from Chikkaballapura, where I paid homage to him during my visit earlier this year. pic.twitter.com/LP4Kn51TQo
— Narendra Modi (@narendramodi) September 15, 2023