ଭାରତ ମାତା କି- ଜୟ, ଭାରତ ମାତା କି- ଜୟ
ଗୁଜରାଟର ଲୋକପ୍ରିୟ, କୋମଳ ଏବଂ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ସଂସଦରେ ମୋର ବରିଷ୍ଠ ସହକର୍ମୀ ଗୁଜରାଟ ଭାରତୀୟ ଜନତା ପାର୍ଟିର ସଭାପତି ସି. ଆର. ପାଟିଲ, ଗୁଜରାଟ ବିଧାନସଭାର ଡେପୁଟି ବାଚସ୍ପତି ଶ୍ରୀ ଜେଠାଭାଇ, ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ ଏବଂ ବିଧାୟକଗଣ, ସାବର ଡାଏରୀର ପଦାଧିକାରୀ ଏବଂ ଏହା ସହ ଜଡ଼ିତ ସମସ୍ତ କୃଷକ ଭାଇ-ଭଉଣୀ, ପଶୁପାଳକ ଭାଇ-ଭଉଣୀ!
ଆଜି ସାବର ଡାଏରୀ ସମ୍ପ୍ରସାରିତ ହୋଇଛି । ଶହ ଶହ କୋଟି ଟଙ୍କା ମୂଲ୍ୟର ନୂତନ ପ୍ରକଳ୍ପ ଏଠାରେ ସ୍ଥାପନ କରାଯାଇଛି । ଆଧୁନିକ ଟେକ୍ନୋଲୋଜୀ ସହିତ ଲେସ୍ କ୍ଷୀର ପାଉଡର ପ୍ଲାଣ୍ଟ, ଏ-ସେପ୍ଟିଂ ପ୍ୟାକିଂ ବିଭାଗରେ ଆଉ ଏକ ଲାଇନ ସଂଯୋଗ ହେବା ଦ୍ୱାରା ସାବର ଦୁଗ୍ଧର କ୍ଷମତା ଆହୁରି ବୃଦ୍ଧି ପାଇବ । ଆଜି ଯେଉଁ ନୂତନ କାରଖାନାର ଭୂମି ପୂଜନ ହୋଇଛି, ତାହା ମଧ୍ୟ ସାବର ଦୁଗ୍ଧର କ୍ଷମତା ବୃଦ୍ଧିରେ ମଧ୍ୟ ସହାୟକ ହେବ । ମୁଁ ସାବର ଡାଏରୀ ଏବଂ ଏହି ସହଯୋଗୀ ଆଂଦୋଳନ ସହିତ ଜଡ଼ିତ ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ, ଡାଏରୀର ଅଧ୍ୟକ୍ଷଙ୍କୁ, ଡାଏରୀର ସମସ୍ତ ନିର୍ଦେଶକଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି ।
ଏବଂ ଯେତେବେଳେ ସାବର ଡାଏରୀର କଥା ଆସେ, ଆଉ ଭୂରା ଭାଇଙ୍କ କଥା ମନକୁ ଆସିବ ନାହିଁ ତେବେ ଏହି କଥା ଅସମ୍ପୂର୍ଣ୍ଣ ରହି ଯାଇଥାଏ । ଦଶନ୍ଧି ପୂର୍ବରୁ ଭୂରା ଭାଇ ପଟେଲ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ତାହା ଆଜି ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରୁଛି । ସାବରକାଂଠା ଆସିଲେ କିଛି ନୂଆ ଲାଗେ ନାହିଁ, କିନ୍ତୁ ପ୍ରତିଦିନ ଏଠାରେ କିଛି ନୂଆ ନୂଆ ହେବାର ଦେଖା ଯାଇଥାଏ । ସାବରକାଂଠାର ଏପରି କିଛି ଭାଗ ନାହିଁ ଯେଉଁଠାକୁ ମୁଁ ଯାଇନାହିଁ ଏବଂ ଯେତେବେଳେ ମୁଁ ସାବରକାଂଠାକୁ ଆସିଛି ସେତେବେଳେ ସବୁକିଛି ମନେ ପଡ଼ିଯାଉଛି । କେବଳ ଷ୍ଟପରେ ଛିଡ଼ା ହେବା ଏବଂ ଛାଡ଼, ଛାଡ଼, ଛାଡ଼- ୱାଡଲୀ, ୱାଡଲୀ, ୱାଡଲୀ । ଛାଡ଼- ୱାଡ଼ଲୀ, ଛାଡ଼-ଭିଲୋଡା, ଚାଲ ଚାଲ । ଯେତେବେଳେ ବି ମୁଁ ସାବରକାଂଠାକୁ ଆସିଥାଏ ସେତେବେଳେ ସେହି ସ୍ୱର ମୋ କାନରେ ଗୁଞ୍ଜରିତ ହୋଇଥାଏ । ଏଠାରେ ମୋର ଅନେକ ବନ୍ଧୁ ଏବଂ ସହକର୍ମୀ ଅଛନ୍ତି, ଯେତେବେଳେ ମୁଁ ଏଠାକୁ ଆସେ ସେତେବେଳେ ସେ ସମସ୍ତଙ୍କର କଥା ମନେ ପଡ଼ିଥାଏ । ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ କିଛି ସାଥୀ ଆମକୁ ଛାଡ଼ି ଭଗବାନଙ୍କର ପ୍ରିୟ ହୋଇଯାଇଛନ୍ତି । ଆମର ଶ୍ରୀରାମ ସାଙ୍ଖଲାଙ୍କୁ ମନେପଡୁଛି, ଆମର ଜୟନ୍ଦ୍ରସିଂହ ଭାଇ ରାଠୋର, ଆମର ଏସ ଏମ ଖାଣ୍ଟ, ଆମର ଧିମନ୍ତ ପଟେଲ, ମୋର ଭାଇ ଗଜାନନ୍ଦ ପ୍ରଜାପତି, ଆଉ ମୋର ବିନୋଦ ଖିଲାଜୀଭାଈଙ୍କୁ ମନେ ପକାଉଛୁ । ଅନେକ ପୁରୁଣା ବନ୍ଧୁ ଏବଂ ଆଜି ବି କେତେ ଲୋକଙ୍କ ଚେହେରା ମୋ ସମ୍ମୁଖରେ ଘୂରିବୁଲୁଛି । ମୋର ବାଲାଜୀ ଭାଇ ହୁଅନ୍ତୁ, ମୋର ପ୍ରବୀଣ ସିଂହ ଦେୱଡ଼ା ହୁଅନ୍ତୁ, ମୋର ଅନେକ ସାଥୀ, ମୋର ମୋଡାସାର ରାଜବାଲୀ ମନେ ପଡୁଛି । ଅନେକ ଲୋକଙ୍କର ସ୍ମୃତି, ଅନେକ ସଦର ପରିବାରର ସଦସ୍ୟମାନଙ୍କ ସହିତ ମୋର ଗଭୀର ସମ୍ପର୍କ । ବହୁ ସମ୍ମାନଜନକ ନାମ ହେଉଛି ଆମର ଡାୟାଭାଈ ଭଟ୍ଟ, ମୋର ମୁଲଜୀଭାଈ ପରମାର, ଏହିପରି ଅନେକ ବୟୋଜ୍ୟେଷ୍ଠ ଏବଂ ବନ୍ଧୁମାନେ । ସେମାନଙ୍କ ମଧ୍ୟରେ କାମ କରିଛି । ଆମର ପ୍ରିୟ ରମଣିକା ଭାଇ ହୁଅନ୍ତୁ, ଯାହାଙ୍କ ନିକଟକୁ ଅନେକ ଥର ଏଠାକୁ ଆସିବାକୁ ଚାହିଁଛି, ତେବେ ଯିବି । ଏବଂ ଅନେକ ପରିବାରଙ୍କ ସହିତ ସାକ୍ଷାତ କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଆପଣ ସମସ୍ତେ ଏପରି ଦାୟିତ୍ୱ ଦେଇଛନ୍ତି, ଯାହା ଆପଣଙ୍କୁ କେବଳ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଆନନ୍ଦ ନେବାକୁ ପଡ଼ିଥାଏ ।
ସାଥୀମାନେ,
ଦୁଇ ଦଶନ୍ଧି ପୂର୍ବରୁ ଏଠାରେ ଅବସ୍ଥା କ’ଣ ଥିଲା, ଏହା ଆପଣମାନେ ଭଲ ଭାବରେ ଜାଣିଛନ୍ତି, ମୁଁ ମଧ୍ୟ ଭଲ ଭାବରେ ଦେଖିଛି । ଆଜିକାଲି ଗୁଜରାଟର ଅନେକ ସ୍ଥାନରେ ଅତ୍ୟଧିକ ବୃଷ୍ଟିପାତର ଆହ୍ୱାନ ଦ୍ୱାରା ସମ୍ମୁଖୀନ ହେଉଛୁ, କିନ୍ତୁ ଗୁଜରାଟକୁ ଆସୁଥିବା ବର୍ଷା ଏତେ ବଡ଼ ଆନନ୍ଦ ଏବଂ ସନ୍ତୁଷ୍ଟ ହୋଇଥାଏ ଯାହାର ଆନନ୍ଦ ନିଜେ ବାହାରେ ଥିବା ଲୋକମାନେ ଜାଣିପାରନ୍ତି ନାହିଁ । କାରଣ ଆମର ଏଠାରେ ଦଶ ବର୍ଷ, ପାଞ୍ଚ ବର୍ଷ ପାଇଁ ଦୁର୍ଭିକ୍ଷ ପଡ଼ିଥାଏ । ବର୍ଷା ପାଇଁ ବହୁତ ବ୍ୟତିବ୍ୟସ୍ତ ହୋଇପଡ଼ିଥାନ୍ତି ଏବଂ ଯେତେବେଳେ ପ୍ରବଳ ବର୍ଷା ହୋଇଥାଏ ସେତେବେଳେ ମନ ଭରିଯାଏ । ଏବଂ ଦୁର୍ଭିକ୍ଷର ସେହି ଅବସ୍ଥାର ଫଳାଫଳ କ’ଣ ଆସିଥାଏ, ଯଦି କୃଷିରେ ବର୍ଷା ହୁଏ, ତେବେ ପ୍ରାୟ କୌଣସି ଗୋଟିଏ ଫସଲ ହୋଇ ନ ଥାଏ । ପଶୁପାଳନ, ସେଥିରେ ମଧ୍ୟ ଖାସ ଚାରା ପାଇବାରେ ଏବଂ ପିଲାମାନଙ୍କୁ ଏଠାରେ ନ ରଖିବା, ପିଲାମାନଙ୍କୁ ସହରକୁ ପଠା ଯାଇଥାଏ । ଆମେ ଏଠାରେ ଗାଁରେ ଜୀବନ ବିତାଇନେବୁ, ଏହି ଦିନଗୁଡ଼ିକ ଆମେ ଦେଖିଛୁ ଏବଂ ସେହି ସମୟରେ ମୁଁ ସଂକଳ୍ପ ନେଇଥିଲି ଯେ ଆପଣଙ୍କ ଭରସାରେ ସଂକଳ୍ପ କରିଥିଲି, ଆପଣମାନଙ୍କ ସହ ସହଯୋଗରେ ଅତୁଟ ବିଶ୍ୱାସର ସହ ସଂକଳ୍ପ ନେଇଥିଲି ଯେ, ସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡ଼ିବ । ସେଥିପାଇଁ ଯେମିତି ଯେମିତି ସିଞ୍ଚନର ସୁବିଧା, ତାହାର ଗୁଜୁରାଟରେ ବିସ୍ତାର ହେଲା, ସେହିପରି କୃଷି କ୍ଷେତ୍ରରେ, ପଶୁପାଳନ କ୍ଷେତ୍ରରେ, ଆମେ ବହୁତ ଅଗ୍ରଗତି କରିଛୁ ଏବଂ ଅଭିବୃଦ୍ଧିରେ ଦୁଗ୍ଧ ତାଙ୍କୁ ବହୁତ ବଡ଼ ଶକ୍ତି ପ୍ରଦାନ କରିଥିଲା । ଅର୍ଥ ବ୍ୟବସ୍ଥାକୁ ଡାଏରୀ ସ୍ଥିରତା ମଧ୍ୟ ଦେଇଛି । ଅର୍ଥ ବ୍ୟବସ୍ଥାକୁ ଡାଏରୀ ସ୍ଥିରତା ମଧ୍ୟ ଦେଇଛି, ଏହି ଡାଏରୀ ସୁରକ୍ଷା ମଧ୍ୟ ଦେଇଛି ଏବଂ ଡାଏରୀ ପ୍ରତ୍ୟେକଙ୍କୁ ନୂତନ ସୁଯୋଗ ମଧ୍ୟ ଦେଇଛି । ବର୍ତ୍ତମାନ ମୁଁ ଭଉଣୀମାନଙ୍କ ସହିତ ବସିଥିଲି, କେବଳ ସେମାନଙ୍କ ଗତିବିଧି ବିଷୟରେ ପଚାରିଥିଲି । ମୁଁ କହିଲି କେମିତି ଚାଲିଛି? କେତେ ଲାଭ ମିଳୁଛି । ତା’ପରେ ମୁଁ ପଚାରିଲି ଲାଭକୁ କ’ଣ କରୁଛ? ସାର୍, ଯଦି ଆମେ ଲାଭ ପାଇଥାଉ, ତେବେ ଆମେ ସୁନା କିଣିଥାଉ । ପ୍ରଥମ କାମ ଆମେ ସୁନା କିଣିବାରେ ହିଁ କରିଥାଉ ।
ସାଥୀମାନେ,
ଗୁଜରାଟ ଦେଶର ସେହି ରାଜ୍ୟ ଯେଉଁଠାରେ ଆମେ ବହୁବର୍ଷ ପୂର୍ବେ ପଶୁମାନଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ଜାରି କରିଥିଲୁ, ପଶୁ ଆରୋଗ୍ୟ ମେଳାର ଶୁଭାରମ୍ଭ କରିଥିଲୁ । ଆମେ ପଶୁମାନଙ୍କର ମୋତିଆବିନ୍ଦୁ ଏବଂ ଦାନ୍ତର ଚିକିତ୍ସା ସମ୍ପର୍କରେ ମଧ୍ୟ ଚିନ୍ତା କରିଥିଲୁ ଏବଂ ଆପଣ ଜାଣନ୍ତି ଯେ ପଶୁ ସ୍ୱାସ୍ଥ୍ୟ ମେଳାରେ ଯେତେବେଳେ କିଛି ଗାଈଙ୍କର ପେଟ କାଟୁଥିଲୁ ସେତେବେଳେ ୧୫-୧୫, ୨ଠ-୨ଠ କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରୁଥିଲା ଏବଂ ଦେଖୁଥିବା ଲୋକଙ୍କ ଆଖିରେ ପାଣି ଆସି ଯାଉଥିଲା । ଏବଂ ସେଥିପାଇଁ ଆମେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ଏକ ଅଭିଯାନ ଆରମ୍ଭ କରିଛୁ ଭାଇ । ଏହି ପ୍ଲାଷ୍ଟିକ ଆମର ପଶୁମାନଙ୍କ ପାଇଁ ଶତ୍ରୁ ସମାନ । ଅନ୍ୟପକ୍ଷରେ ପଶୁମାନଙ୍କର ଚିନ୍ତା, ପଶୁମାନଙ୍କୁ ଭଲ ଖାଦ୍ୟ ମିଳୁ, ଏବଂ ଆଜି ମୋ ଭଉଣୀମାନେ ଏ ବିଷୟରେ ଖୁସିରେ କଥା ହୋଇଛନ୍ତି ।
ବୋଧହୁଏ ଏହାର ପ୍ରଚାର ବହୁତ କମ ହୋଇଛି । ସେ କହିଥିଲେ ଯେ ଆମ ପଶୁମାନେ ଯଦି ଅସୁସ୍ଥ ହୁଅନ୍ତି ତେବେ ଆଜିକାଲି ଆମେ ଆୟୁର୍ବେଦକ ଔଷଧରେ ପଶୁମାନଙ୍କୁ ମଧ୍ୟ ସୁସ୍ଥ କରୁଛୁ । ଅର୍ଥାତ୍ ପଶୁମାନଙ୍କ ପାଇଁ ଆମର ଯେଉଁ ପାରମ୍ପରିକ ଆଦିମ ପରମ୍ପରାଗତ, ଆଦିମ ଆଦି ପରାମ୍ପରା ଘରେ ରହୁଥିଲା, ତାହା ପୁନର୍ଜୀବିତ ହୋଇଛି । ଆୟୁର୍ବେଦିକ ଔଷଧରେ ପଶୁମାନଙ୍କର ଯତ୍ନ ନେବା ଓ ଗୁଜରାଟ ଡାଏରୀ କ୍ଷେତ୍ରର ଲୋକମାନଙ୍କର, ସାବର ଡାଏରୀକୁ ହୃଦୟକୁ ଅଭିନନ୍ଦନ ଜଣାଉଛି ଯେ ସେମାନେ ନିଜର ପଶୁପାଳକମାନଙ୍କୁ ଆୟୁର୍ବେଦ ଔଷଧ ଦ୍ୱାରା ପଶୁମାନଙ୍କର ଚିକିତ୍ସାର ରାସ୍ତା ଏବଂ ସେହି ମାଧ୍ୟମରେ ସାହାଯ୍ୟ କରିଥିଲେ । ଆମେ ଜାଣୁ ଯେ ଯେତେବେଳେ ମୁଁ ୨ଠଠ୧ରେ ଆସିଥିଲି ସେତେବେଳେ ଲୋକମାନେ କହୁଥିଲେ ଯେ ସାର୍, ସନ୍ଧ୍ୟାରେ ଖାଦ୍ୟ ଖାଇବା ସମୟରେ ବିଜୁଳି ଦିଅନ୍ତୁ । ସନ୍ଧ୍ୟାରେ ଗୁଜରାଟରେ ବିଦୁତ୍ ନ ଥିଲା । ଗୁଜରାଟରେ ଆମେ ଜ୍ୟୋତି ଗ୍ରାମ ଯୋଜନାର ଅଭିଯାନ ଆରମ୍ଭ କଲୁ । ଆଜି ୨ଠ-୨୨ ବର୍ଷର ବାଳକ ଏବଂ ବାଳିକାମାନେ ଜାଣିପାରି ନାହାନ୍ତି ଯେ ଅନ୍ଧକାର କାହାକୁ କୁହାଯାଏ । ଏବଂ ଗୁଜରାଟରେ ଜ୍ୟୋତି ଗ୍ରାମ ଯୋଜନା ଆଣିଥିଲୁ । ଏବଂ ଜ୍ୟୋତି ଗ୍ରାମ ଯୋଜନା କେବଳ ଗୁଜରାଟର ଘରକୁ ଆଲୋକ ଆଣିଥିଲା, କେବଳ ଟିଭି ଚାଲିଲା ସେତିକି ନୁହେଁ, ଆମ ଗାଁରେ ଡାଏରୀ ଦ୍ୱାରା ଏକ ଦୁଗ୍ଧ ଶିଶୁ ୟୁନିଟ ପ୍ରତିଷ୍ଠା କରିବାରେ ଏହି ବିଜୁଳି ବହୁତ ବଡ଼ ସାହାଯ୍ୟ କଲା । ଯେଉଁଥିପାଇଁ କ୍ଷୀର ସଂଗ୍ରହ ବୃଦ୍ଧି ପାଇଲା ଏବଂ କ୍ଷୀରର ଲୁଟ ବନ୍ଦ ହୋଇଗଲା । ଗାଡ଼ି ଆସିବା ପର୍ଯ୍ୟନ୍ତ, କ୍ଷୀର ଥଣ୍ଡା କେନ୍ଦ୍ରରେ ସୁରକ୍ଷିତ ରହୁଥିଲା ଏବଂ ସେହି କାରଣରୁ କ୍ଷତି ମଧ୍ୟ ହ୍ରାସ ପାଇବାରେ ଲାଗିଲା । ଏବଂ ଏହା ବିଜୁଳି ଯୋଗୁ ସମ୍ଭବ ହୋଇପାରିଲା । ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟରେ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥାଗୁଡ଼ିକ ତିଆରି ହେବାରେ ଲାଗିଛି । ଆଜି ତାହାର ଭଲ ଫଳାଫଳ ମଧ୍ୟ ମିଳୁଛି । ଆଜି ଗୁଜରାଟର ଦୁଗ୍ଧ ବଜାର ୧ ଲକ୍ଷ କୋଟିରେ ପହଂଚିଛି ।
ସାଥୀମାନେ,
ମୋର ମନେ ଅଛି ମୁଁ ୨ଠଠ୭ରେ ମଧ୍ୟ ଏଠାକୁ ଆସିଥିଲି, ୨ଠ୧୧ରେ ମଧ୍ୟ ଆସିଥିଲି । ସେହି ସମୟରେ ମୁଁ ଏକ ପ୍ରକ୍ରିୟାକରଣ କାରଖାନା ସ୍ଥାପନ ପାଇଁ ଏକ କାର୍ଯ୍ୟକ୍ରମ କରିଥିଲି । ଏବଂ ସେଦିନ ମୁଁ ଆମର ଦୁଗ୍ଧ ସହକର୍ମୀମାନଙ୍କ ସହିତ କଥା ହୋଇଥିଲି । ମୁଁ କହିଲି ଦେଖନ୍ତୁ ବର୍ତ୍ତମାନ ଆପଣମାନେ ମହିଳାମାନଙ୍କର ଅଂଶଗ୍ରହଣକୁ ବୃଦ୍ଧି କରନ୍ତୁ ଏବଂ ମୋତେ ଆଜି ଖୁସି ଲାଗୁଛି ଯେ ଦୁଗ୍ଧ ସମିତିର ମହିଳାମାନଙ୍କର ଅତୀତରେ ଅଳ୍ପ କାମ ଥିଲା । ଆଜି ଅତି କମରେ ତିନିଜଣ ମହିଳା ମଣ୍ଡଳୀ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରୁଛନ୍ତି । ସେମାନେ ସର୍କଲ ଚଳାନ୍ତି ଏବଂ କେତେକ ସ୍ଥାନରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା କାର୍ଯ୍ୟ ସମ୍ଭାଳୁଛନ୍ତି । ଗୁଜରାଟରେ ଆମେ ମଧ୍ୟ ଏହି ନିୟମ କରିଥିଲୁ ଏବଂ ମୁଁ ଆଜି ସମସ୍ତ ଭଉଣୀଙ୍କୁ ଭେଟି ପଚାରିଲି, ଏହି ସମୟରେ ମୁଁ ଏକ ନିୟମ କରିଥିଲି, ଯେ ଦୁଗ୍ଧ ଭରିବାକୁ କେହି ମଧ୍ୟ ଆସିଲେ କ୍ଷୀରରୁ କୌଣସି ପୁରୁଷଙ୍କୁ ଟଙ୍କା ଦିଅନ୍ତୁ ନାହିଁ । କେବଳ ମହିଳାମାନେ କ୍ଷୀର ପଇସା ପାଇବା ଉଚିତ । ଏହି ଯଦି ଟଙ୍କା ମହିଳାଙ୍କ ନିକଟକୁ ଏପରି ଯିବ, ଠିକ ଭାବରେ ତାହା ବ୍ୟବହୃତ ହେବ, ପରିବାରର ଉନ୍ନତି ପାଇଁ ହେବ, ପଶୁମାନଙ୍କ କଲ୍ୟାଣ ପାଇଁ ହେବ । ଏବଂ ଆଜି ଗୁଜରାଟରେ କ୍ଷୀରର ଦେୟ କେବଳ ଏବଂ କେବଳ ମହିଳାମାନଙ୍କୁ ମିଳୁଛି ଏବଂ ସେହି କାରଣରୁ ମୋର ମହିଳା, ଭଉଣୀ ଏବଂ ମାଆମାନଙ୍କର ଶକ୍ତି ମଧ୍ୟ ବହୁତ ବୃଦ୍ଧି ପାଇଛି । ଗୁଜରାଟରେ ଏକ ସମୃଦ୍ଧ ପରମ୍ପରା ଏବଂ ସହଯୋଗର ସଂସ୍କୃତି ମଧ୍ୟ ଅଛି । ତେବେ ଯାଇ ସେ ସହକାର ହେଉ ଏବଂ ସହକାର ଥିବା ଯୋଗୁ ସମୃଦ୍ଧି ହେଉଛି । କ୍ଷୀର ସହିତ ଜଡ଼ିତ ସହକାରୀ ଆଂଦୋଳନର ସଫଳତା ଅଟେ । ତାହାର ବିସ୍ତୃତତା ଆମେ ବର୍ତ୍ତମାନ ଏହାକୁ ଚାଷ ସମ୍ବନ୍ଧୀୟ ଅନ୍ୟାନ୍ୟ କ୍ଷେତ୍ରରେ ବିସ୍ତାର କରୁଛୁ । ଆଜି ଦେଶରେ ଦଶ ହଜାର କୃଷକ ଉତ୍ପାଦନ ସଂଘ- ଏଫପିଓଏସ, ଏହାର ଗଠନର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏହି ଏଫପିଓଏସ ମାଧ୍ୟମରେ କ୍ଷୁଦ୍ର କୃଷକମାନେ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟସଂଯୁକ୍ତ ରପ୍ତାନୀ ଏବଂ ଯୋଗାଣ ଶୃଙ୍ଖଳ ସହିତ ସିଧାସଳଖ ସଂଯୋଗ କରିବାକୁ ସମର୍ଥ ହେବେ । ଗୁଜରାଟର ମୋର କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହେବ ।
ଭାଇ ଓ ଭଉଣୀମାନେ,
ଗତ ଆଠ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇଁ କରାଯାଇଥିବା ଉଦ୍ୟମ ଯୋଗୁ ଗୁଜରାଟ ସମେତ ଦେଶର ବିଭିନ୍ନ ଭାଗରେ ଚାଷୀଙ୍କ ଆୟ ବୃଦ୍ଧି ଘଟିଛି । କୃଷକମାନଙ୍କ ଆୟରେ ଉଦ୍ୟାନ କୃଷି, ପଶୁପାଳନ, ମାଛ ଚାଷ ଯୋଗୁ ମଧ୍ୟ ଆୟ ବୃଦ୍ଧି ହୋଇଛି । ଏବଂ ସବୁଠୁ ବଡ଼ କଥା ହେଉଛି ଯେ, ଭୂମିହୀନ କୃଷକମାନେ ଗରିବ ଲୋକ, ସେମାନଙ୍କ ଆୟରେ ସର୍ବାଧିକ ବୃଦ୍ଧି କରି ରେକର୍ଡ କରିଛନ୍ତି । ସେହିଭଳି ବହୁତ ଛୋଟ ଜମି ଥିବା ଚାଷୀଙ୍କ ଆୟରେ ମଧ୍ୟ ବୃଦ୍ଧି ଘଟିଛି । ଅର୍ଥାତ ଫସଲ ବ୍ୟତୀତ ଅନ୍ୟ ଆୟର ବିକଳ୍ପ ଉତ୍ସ ମାଧ୍ୟମରେ କାର୍ଯ୍ୟ କରିବାର ରଣନୀତି ଆଜି କାର୍ଯ୍ୟ କରୁଛି ।
ଖଦୀ ଏବଂ ଗ୍ରାମଦ୍ୟୋଗ ମଧ୍ୟ ଏହାର ଏକ ଉତ୍ତମ ଉଦାହରଣ । ଖଦୀ ଏବଂ ଗ୍ରାମଦ୍ୟୋଗର କାରବାର ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି କାରଣ ହେଉଛି ଯେ, ଗତ ଆଠ ବର୍ଷ ମଧ୍ୟରେ ଏହି ଅଞ୍ଚଳରୁ ପ୍ରାୟ ଦେଢ଼ କୋଟିରୁ ଅଧିକ ନୂତନ ନିଯୁକ୍ତି ଗାଁରେ ସୃଷ୍ଟି ହୋଇଛି । ୨ଠ୧୪ ପୂର୍ବରୁ ଗତ ୭-୮ ବର୍ଷ ତୁଳନାରେ ଗତ ୮ ବର୍ଷରେ ମହୁମାଛିର ପାଳନ, ମହୁର ଉତ୍ପାଦନ ଏବଂ ମୋତେ ସାବର ଡାଏରୀ କହିଲା, ବର୍ତ୍ତମାନ ଆମେ ମଧ୍ୟ ପୁରା ସାବରକାଂଠାରେ ମହୁତ ଉତ୍ପାଦନ ପାଇଁ କୃଷକମାନଙ୍କୁ ପ୍ରସ୍ତୁତ କରୁଛୁ । ସେମାନଙ୍କୁ ବାକ୍ସ ଦେଉଛୁ । ଏବଂ ଏତେ କମ ସମୟ ମଧ୍ୟରେ ମହୁର ଉତ୍ପାଦନ ଦ୍ୱିଗୁଣିତ ହେବାକୁ ଯାଉଛି, ପ୍ରାୟ ଦୁଇଗୁଣ । ଏହା ଅନ୍ୟ ଏକ ଲାଭ ଏବଂ ଯଦି କ୍ଷେତରେ ମହୁମାଛି ଥାଏ ଏହା ମଧ୍ୟ ତୁମର ସାଥୀ ଭାବରେ କାର୍ଯ୍ୟ କରିଥାଏ । ଜଣେ ଶ୍ରମିକ ପରି ଆପଣଙ୍କୁ ସାହାଯ୍ୟ କରିବ । ମହୁମାଛି କୃଷି କ୍ଷେତ୍ରରେ ସହାୟକ ହୋଇଥାଏ । କେବଳ ଏତିକି ନୁହେଁ, ପେଟ୍ରୋଲରେ ଇଥାନଲ ମିଶ୍ରଣ କରୁଛୁ । ଏହି ଇଥାନଲ କିପରି ତିଆରି ହୋଇଥାଏ, ଆଖୁ କାଠରୁ, ଆଖୁରୁ, ମକା ଠାରୁ , ଅର୍ଥାତ ତେଲ ବର୍ତ୍ତମାନ ଖାଡ଼ିରୁ ତେଲ ଆସୁଥିଲା । ବର୍ତ୍ତମାନ ସ୍ଥିତିରେ ଝାଡ଼ିର ତେଲ ମଧ୍ୟ ମିଶା ଯାଉଛି ଏବଂ ଝାଡ଼ି ଏବଂ ଖାଡ଼ିର ତେଲ ମିଶାଇବା ଦ୍ୱାରା ଆଜି ଆମର ସମ୍ବଳ ଚାଲୁଛି । ଏବଂ ପରିବେଶ ମଧ୍ୟ ସୁରକ୍ଷିତ ଅଛି । ୨ଠ୧୪ ପର୍ଯ୍ୟନ୍ତ ଦେଶରେ ୪ଠ କୋଟି ଲିଟରରୁ ମଧ୍ୟ କମ ଇଥାନଲ ମିଶ୍ରିତ ହେଉଥିଲା । ଆଜି ଏହା ପ୍ରାୟ ୪ଠଠ କୋଟି ଲିଟରରେ ପହଂଚିଛି । ଆମ ସରକାର ଗତ ଦୁଇବର୍ଷ ମଧ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ୩ କୋଟିରୁ ଅଧିକ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ମଧ୍ୟ ଦେଇଛନ୍ତି । ପ୍ରଥମ ଥର ପାଇଁ ପଶୁପାଳକମାନଙ୍କୁ ଏବଂ ମତ୍ସ୍ୟଜୀବୀଙ୍କୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡର ସୁବିଧା ମଧ୍ୟ ଦିଆଯାଇଛି ।
ଭାଇ ଓ ଭଉଣୀମାନେ,
ଚାଷର ମୂଲ୍ୟ ହ୍ରାସ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ନିମ ଆଚ୍ଛାଦିତ ୟୁରିଆ, ଖାଦ ବନ୍ଦ ସାର କାରଖାନା, ସେଗୁଡ଼ିକୁ ପୁନଃ ଆରମ୍ଭ କରିବା, ନାନୋ ସାରରେ କାର୍ଯ୍ୟ କରିବା ଏବଂ ନାନୋ ଏପରି ଏକ ବ୍ୟାଗରେ ଭର୍ତ୍ତି କରି ସାର ଆଣି ଦିଅନ୍ତି, ବର୍ତ୍ତମାନ ଏହା ଏକ ବୋତଲରେ ଆସିଯାଉଛି ଏବଂ ସମାନ ଲାଭ ପ୍ରାପ୍ତ ହେଉଛି । ପରିଶ୍ରମ କମ, ଲାଭ ଅନେକ । ସେତିକି ହିଁ । ଆଜି ନାନୋ ଫର୍ଟିଲାଇଜର ଉପରେକାମ ଚାଲିଛି । ଗତ କିଛିମାସ ମଧ୍ୟରେ ସମଗ୍ର ବିଶ୍ୱରେ ୟୁରିଆର ମୂଲ୍ୟ ବହୁଗୁଣ ବୃଦ୍ଧି ପାଇଛି । କିନ୍ତୁ ଆମ ଦେଶର କୃଷକମାନଙ୍କୁ ଏହି ଭାର ନେବାକୁ ଦେଲୁନାହିଁ । ଦୁନିଆରୁ ସାରକୁ ବାହାର କରି ଆଣିବାକୁ ପଡ଼ିଥାଏ । ହଠାତ ମୂଲ୍ୟ ବହୁଗୁଣିତ ହେଲା କିନ୍ତୁ ଦିଲ୍ଲୀରେ ବସିଥିବା ତୁମର ଏହି ସରକାର ଏତେ ପରିମାଣର ୟୁରିଆର ମୂଲ୍ୟ ବଢ଼ାଇଲା କିନ୍ତୁ ଏହାର ଭାର ଆମ ଚାଷୀଙ୍କ ଉପରେ ପଡ଼ିବାକୁ ଦେଲାନାହିଁ । ଭାରତ ସରକାର ଆଜି ଏହାର ଭାର ବହନ କରୁଛନ୍ତି । ୫ଠ କିଲୋଗ୍ରାମ ବ୍ୟାଗ ୟୁରିଆର ମୂଲ୍ୟ ସାଢ଼େ ତିନି ହଜାର ଟଙ୍କା । ଆପଣ କେତେ କହିବେ? ସାଢ଼େ ତିନି ହଜାର ଟଙ୍କାର ଏକ ବସ୍ତା । ସାଢ଼େ ତିନି ହଜାର ଟଙ୍କା, କେତେ? ଏବଂ ସରକାର ଚାଷୀଙ୍କୁ କେତେ ଟଙ୍କାରେ ଦିଅନ୍ତି? ତିନିଶହ ଟଙ୍କାରେ, ତିନିଶହ ପଚାଶ ହଜାର ବସ୍ତା ମୋ କୃଷକ ଭାଇମାନଙ୍କୁ ବୋଝ ନ ଲାଗୁ ସେଥିପାଇଁ ସମଗ୍ର ଦେଶରେ ମାତ୍ର ତିନିଶହ ଟଙ୍କାରେ ଦିଆଯାଉଥିଲା । କୌଣସି ପ୍ରକାରରେ ଡିଏପିର ପଚାଶ କିଲୋଗ୍ରାମ ଉପରେ ପୂର୍ବ ସରକାର ପାଞ୍ଚ ଶହ ଟଙ୍କାର ଭାର ବହନ କରୁଥିଲେ, ସରକାରଙ୍କ ଉପରେ ପାଞ୍ଚ ଶହ ଟଙ୍କା ଭାର ପଡୁଥିଲା । ଆଜି ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଆଜି ସରକାରଙ୍କୁ ୨୫ ଶହ ଟଙ୍କାର ଭାର ବହନ କରିବାକୁ ପଡୁଛି । କିନ୍ତୁ ଚାଷୀଙ୍କ ମୁଣ୍ଡ ଉପରେ ଆମେ ବୋଝ କିଛି ଦେବୁନାହିଁ ।
ସାଥୀମାନେ,
ଏହି ସମସ୍ତ ଯୋଜନାର ଲାଭ ଗୁଜରାଟର ଚାଷୀମାନଙ୍କୁ ମଧ୍ୟ ମିଳୁଛି । ବିଗତ ବର୍ଷଧରି ଅରୱଲୀର ୫ଠ ହଜାରରୁ ଅଧିକ ଚାଷୀଙ୍କ କ୍ଷେତକୁ ମାଇକ୍ରୋ ଜଳସେଚନ ସହିତ ସୁବିଧା ମଧ୍ୟ ସଂଯୁକ୍ତ ହୋଇଛି ଏବଂ ମୁଁ ବିଶେଷ ଭାବରେ ଅରୱଲୀ ଜିଲ୍ଲାର କୃଷକ ଭାଇମାନଙ୍କୁ ଅଭିନନ୍ଦନ ଜଣାଉଛି । ଏହି କାମ ନେବା ପାଇଁ ଆଜି ଅରୱଲୀର ଅନେକ ଗ୍ରାମ ଏମିତି ଅଛି ଯେଉଁଠାରେ କୃଷକମାନେ ଶତ ପ୍ରତିଶତ ଗଭୀର ଜଳସେଚନ ଦ୍ୱାରା ସିଞ୍ଚନ କରୁଛନ୍ତି । ସୁଜଲାଂ ସୁଫଳାଂ ଯୋଜନା ଯୋଗୁ ସାବରକାଂଠାର ଅନେକ ଏଭଳି ତହସିଲରେ ପାଣି ପହଂଚିଛି । ଯେଉଁଠି ପୂର୍ବରୁ କଳ୍ପନା ମଧ୍ୟ କରାଯାଇ ନ ଥିଲା ସେଠାରେ ମଧ୍ୟ ପହଂଚିପାରିଛି । ହାଥମତି ନହର, ତାହାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସମାପ୍ତି ହେବା ଦ୍ୱାରା ସମଗ୍ର ଅଞ୍ଚଳର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଦେଇଛି । ସହରରେ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ‘ହର ଘର ଜଲ’ ଅଧିନରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି ।
ସାଥୀମାନେ,
ଆଜି ସାବରକାଂଠା ଏବଂ ଏହାର ଆଖାପାଖ ଅଞ୍ଚଳରେ ସଂଯୋଗୀକରଣର ଏକ ଅଭୂତପୂର୍ବ ଭିତ୍ତିଭୂମି ରହିଛି । ରେଳ ଲାଇନର ମୋଟେଇ, ରେଳ ସେତୁ ନିର୍ମାଣ, ରାଜପଥର ପ୍ରଶସ୍ତୀକରଣ, ରାଜପଥକୁ ଅଧିକ ଦୂରକୁ ନେଇଯିବା, ଆମର ଏହି ଶ୍ୟାମଲାଜୀ-ମୋଡାସା ୧୫ଠ କିଲୋମିଟର ଦୀର୍ଘ ୪ ଲେନ ବିଶିଷ୍ଟ ରାସ୍ତା ଆଗକୁ ଯାଇ ଦକ୍ଷିଣ ଗୁଜରାଟ ସହିତ ସିଧାସଳଖ ସଂଯୋଗ ହୋଇଛି । ଦକ୍ଷିଣ ଗୁଜରାଟ ମଧ୍ୟ ଗୁଜରାଟ ସହିତ ଏ ମୋର ସାବରକାଂଠା ସଂଯୋଗ ହୋଇଯିବ ଏବଂ ଏହି କାରଣରୁ ଖେଡ଼ବ୍ରହ୍ମା ହେଉ, ମେଘରାଜ ହେଉ, ମାଲପୁର ହେଉ, ଭିଲୋଡ଼ା ହେଉ, ମୋର ସମଗ୍ର ଆଦିବାସୀ ପଟା ବିକାଶ ମଧ୍ୟରେ ଶୀଘ୍ର ଜଡ଼ିତ ହେଉଛନ୍ତି । ହିମନ୍ତ ନଗରରୁ ଖେଡ଼ବ୍ରହ୍ମା ବ୍ରଡଗେଜ ଲାଇନ, ସେହି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି । ଭାଇ ଓ ଭଉଣମାନେ, ଆପଣମାନେ ମନେ ରଖିଥିବେ ଯେ ଆପଣ ଏଠାକୁ ହିମନ୍ତ ନଗରରୁ ମହେଶାନାକୁ ଯିବାକୁ ଚାହିଁବେ ତେବେ ଆପଣ ସାତ ଥର ଭାବିବେ ଯେ ଏହି ରାସ୍ତାରେ କିପରି ଯିବି, କେବେ ପହଂଚିବି । ଏହା ବହୁତ ଘଣ୍ଟା ଲାଗି ଯାଉଥିଲା । କିନ୍ତୁ ବର୍ତ୍ତମାନ ନୂତନ ରାସ୍ତା ନିର୍ମାଣ ହେତୁ ସାଢ଼େ ୩ ଘଣ୍ଟା ମଧ୍ୟରେ ଏହା ଶୀଘ୍ର ପହଂଚି ଯାଇପାରୁଛୁ । ହିମନ୍ତ ନଗର, ମହେଶାନା, ବିଜୟପୁର ଶୀଘ୍ର ପହଂଚି ଯାଇଥାନ୍ତି । ହିମନ୍ତ ନଗରରୁ ଅମ୍ବାଜୀ ଚାରି ଲେନ ରାସ୍ତା ନିର୍ମିତ ହୋଇଥିଲା ଏବଂ ଲୋକମାନେ ମାତା ଅମ୍ବାଙ୍କୁ ଦେଖିବାକୁ ଆସୁଥିଲେ । ବର୍ତ୍ତମାନ ସମସ୍ତଙ୍କୁ ଉତ୍ତର ଗୁଜରାଟରୁ ଯିବାକୁ ପଡ଼ିବ । ଦକ୍ଷିଣ ଗୁଜରାଟ – କେନ୍ଦ୍ରୀୟ ଗୁଜରାଟର ଲୋକମାନେ ଏଠାକୁ ଯିବେ । ଅର୍ଥାତ ଆଖପାଖର ଲୋକମାନେ ମଧ୍ୟ ପ୍ରତିଦିନ ଜୀବିକା ନିର୍ବାହ କରିପାରିବେ । ଏବଂ ବର୍ତ୍ତମାନ ଶ୍ୟାମଲାଜୀରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଏହି ୬ ଲାଇନର ରାଜପଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏଥିପାଇଁ ୧୩ଠଠ କୋଟି ଟଙ୍କା ଖର୍ଚ୍ଚ ହେଉଛି । ହିମନ୍ତ ନଗରରେ ମେଡିକାଲ କଲେଜ ଏବଂ ଆମକୁ କରୋନାର ଲଢ଼େଇରେ ଏହି ମେଡିକାଲ କଲେଜ କେତେ କାମରେ ଆସିଲା, ଆଶୀର୍ବାଦ ମିଳିଲା, ଆପଣମାନେ ଜାଣିଛନ୍ତି ମୁଁ ମଧ୍ୟ ଜାଣିଛି ।
ସାଥୀମାନେ,
ଯେତେବେଳେ ସଂଯୋଗ ଏବଂ ଭିତ୍ତିଭୂମିର ଉନ୍ନତ ହୋଇଥାଏ ସେତେବେଳେ ତାହାର ବହୁତ ବଡ଼ ଲାଭ ପର୍ଯ୍ୟଟନକୁ ହୋଇଥାଏ, ଆମର ଯୁବଗୋଷ୍ଠୀଙ୍କୁ ରୋଜଗାରରେ ହୋଇଥାଏ । ଏବଂ ଆମର ସାବରକାଂଠା ଏହି ଦୁଇଟି ଆସ୍ଥା, ଜନଜାତୀୟ ପରମ୍ପରା, ପ୍ରାକୃତିକ ବାତାବରଣରେ ପୂର୍ଣ୍ଣ ହୋଇଛି ଏବଂ ମୋର ସୌଭାଗ୍ୟ ଯେ ଶ୍ୟାମଲାଜୀ ମନ୍ଦିରର ନବୀକରଣ କରିବାର ଅବସର ମୋତେ ମିଳିଛି । ଆଜି କେହି ମଧ୍ୟ ଯାଇଥାନ୍ତି ତାଙ୍କୁ ଜଣା ନାହିଁ ଯେ ଶ୍ୟାମଲାଜୀଙ୍କର କ’ଣ ଅବସ୍ତା ହୋଇଥିଲା । ଏବଂ ଏହି କ୍ଷେତ୍ରରେ ଯେଉଁ ବିକାଶ ହେଉଛି ସେଇ କାରଣରୁ ଯାତ୍ରୀମାନଙ୍କର ସଂଖ୍ୟା ବୃଦ୍ଧି ଘଟୁଛି, ରୋଜଗାରର ସୁଯୋଗ ବୃଦ୍ଧି ଘଟୁଛି ।
ଭାଇ ଏବଂ ଭଉଣୀମାନେ,
ମୁଁ ସାବରକାଂଠାକୁ ଏମିତି ସମୟରେ ଆସିଛି, ଯେତେବେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଚଳିତ ବର୍ଷ ସ୍ୱାଧୀନତାର ଅମୃତ ବର୍ଷ ସମୟରେ ଆଦିବାସୀ ହତ୍ୟାକାଣ୍ଡ, ବାଲ ଚିତରିୟାର ଏହି ଘଟଣାକୁ ମଧ୍ୟ ୧ଠଠ ବର୍ଷ ପୂରଣ ହେଉଛି । ଆଦିବାସୀ ନାୟକ ମୋତିଲାଲ ତେଜାବତ ଜୀ ତାଙ୍କ ନେତୃତ୍ୱରେ ଆଦିବାସୀମାନେ ବ୍ରିଟିଶମାନଙ୍କ ସମ୍ମୁଖରେ ଯୁଦ୍ଧର ଆହ୍ୱାନ କରିଥିଲେ। ଏବଂ ସେ ଇଂରେଜମାନଙ୍କୁ ଦୋହଲାଇ ଦେଇଥିଲେ, ଏହା ମୋର ସାବରକାଂଠା ଏବଂ ବ୍ରିଟିଶମାନେ ଆଦିବାସୀମାନଙ୍କୁ ହତ୍ୟା କରିଥିଲେ, ମୃତୁ୍ୟମୁଖରେ ପକାଇଥିଲେ । ପରନ୍ତୁ ଦୁର୍ଭାଗ୍ୟ ସ୍ୱାଧୀନତା ପରେ ଏହି ଘଟଣା ଭୁଲାଇ ଦିଆଯାଇଛି । ଏହା ମୋର ସୌଭାଗ୍ୟ ଥିଲା ଯେ ଜନଜାତୀୟ ସମୁଦାୟଙ୍କ ତ୍ୟାଗ ଏବଂ ବଳିଦାନ ଆଗାମୀ ପିଢ଼ିକୁ ଜାଣିବା ଆବଶ୍ୟକ ଏବଂ ଏଥିପାଇଁ ଆମେ ବାଲ ଚିତରିୟା ମଧ୍ୟରେ ଶହୀଦମାନଙ୍କର ସ୍ମାରକୀକୁ ପୁଣିଥରେ ଦୁନିଆ ସମ୍ମୁଖକୁ ଆଣିବାରେ ଆମେ ସଫଳ ହୋଇଛୁ । ଆଜି ଶହୀଦ ସ୍ମୃତି ଦିନ, ସେହି ଅମର ବଳିଦାନଗୁଡ଼ିକର ପ୍ରେରଣାର ନୂତନ ପିଢ଼ିକୁ ରାଷ୍ଟ୍ରଭକ୍ତିର ପଥ ଦେଖାଉଛି । ମୋର ଏହା ମଧ୍ୟ ସୌଭାଗ୍ୟ ଯେ ମୋତେ ପ୍ରଧାନମନ୍ତ୍ରୀ ଭାବରେ, ସ୍ୱାଧୀନତା ପାଇଁ ଆଦିବାସୀ ସମାଜର ଯୋଗଦାନକୁ ରାଷ୍ଟ୍ରୀୟ ମାନ୍ୟତା ଦେବାରେ ଅବସର ମଧ୍ୟ ମିଳିଛି । ନଭେମ୍ବର ୧୫ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିନକୁ ଜନଜାତୀୟ ଗୌରବ ଦେବାରେ ପୂରା ଦେଶ ପାଳନ କରିବ । ଏହା ଆମେ ନିଷ୍ପତ୍ତି ନେଉଛୁ । ଆମର ସରକାର ସମଗ୍ର ଦେଶରେ ଆଦିବାସୀ ସ୍ୱତନ୍ତ୍ରତା ସଂଗ୍ରାମ ସେନାନୀମାନଙ୍କୁ ସ୍ମୃତିରେ ବିଶେଷ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଉଛି ।
ସାଥୀମାନେ,
ସ୍ୱାଧୀନତାର ଏହି ମହତ୍ୱପୂର୍ଣ୍ଣ ମାର୍ଗରେ ଆଉ ଏକ ବଡ଼ ସଂଯୋଗ ହୋଇଛି । ପ୍ରଥମ ଥର ଜନଜାତୀୟ ସମାଜରୁ ଆଗାମୀ ଦେଶର କନ୍ୟା ଭାରତର ସବୁଠାରୁ ବଡ଼ ସାମ୍ବିଧାନିକ ପଦରେ ପହଂଚିଛି । ଦେଶ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ରାଷ୍ଟ୍ରପତି କରାଗଲା । ଏହି ୧୩ଠ କୋଟିରୁ ଅଧିକ ଭାରତବାସୀଙ୍କ ପାଇଁ ବହୁତ ଗୌରବର କ୍ଷଣ ଅଟେ । ଯେଉଁ ସମାବେଶୀ ଲୋକତନ୍ତ୍ରର ସ୍ୱପ୍ନ ସ୍ୱାଧୀନତା ପାଇଁ ନିଜର ବଳିଦାନ ଦେଇଥିବା ଆମର ପୂର୍ବପୁରୁଷମାନେ ଦେଖିଥିଲେ, ତାହା ଆଜି ସାକାର ହେଉଛି ।
ସାଥୀମାନେ,
ଆଜି ମୁଁ ସାବରକାଂଠାର ଏହି ପବିତ୍ର ଭୂମିରୁ ଗୁଜରାଟର ସମସ୍ତ ଲୋକମାନଙ୍କୁ ଗୋଟିଏ ଅନୁରୋଧ କରୁଛି, ଦେଶବାସୀଙ୍କ ଠାରୁ ମଧ୍ୟ ଅନୁରୋଧ କରୁଛି ଏବଂ ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଜୀ ମଧ୍ୟ କହିଲେ, ସ୍ୱାଧୀନତାର ୭୫ ବର୍ଷ ପୁରଣ ହେବାରେ ‘ହର ଘର ତ୍ରିରଙ୍ଗା’ଅଭିଯାନ ଆରମ୍ଭ କରାଯାଉଛି । ଏହି ଅଭିଯାନରେ ୧୩ ଅଗଷ୍ଟରୁ ପ୍ରତ୍ୟେକଙ୍କ ଘରେ, ନିଜ ଜାଗାରେ ତ୍ରିରଙ୍ଗା ଲହରାଇବ, ତ୍ରିରଙ୍ଗା ଉଡ଼ିବ । ସାବରକାଂଠା ଅରୱଲୀ ସହିତ ସମଗ୍ର ଗୁଜରାଟ ଏବଂ ସମଗ୍ର ଦେଶରେ ଏହି ତ୍ରିରଙ୍ଗା ଉଡ଼ି ଏକ ଭାରତ, ଶ୍ରେଷ୍ଠ ଭାରତର ଅମୃତ ସଂକଳ୍ପ ନେବା । ଯେଉଁ ଲୋକମାନେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଛନ୍ତି, ତାଙ୍କର ଆତ୍ମା ଯେଉଁଠାରେ ମଧ୍ୟ ଥିବ ତାହା ଆପଣଙ୍କ ଘରେ ତ୍ରିରଙ୍ଗା ଉଡୁଥିବା ଦେଖି ତାଙ୍କର ଆତ୍ମା ଆପଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ ଦେବେ । ଆଜି ସାବରକାଂଠା ଯେଉଁ ମାନ-ସମ୍ମାନ, ଏବଂ ବିରାଟ ଜନସାଗର, ଏତେ ବଡ଼ ସଂଖ୍ୟାରେ ମୋର ମା-ଭଉଣୀମାନେ, ଆପଣଙ୍କ ଆଶୀର୍ବାଦ ହିଁ ମୋର ଶକ୍ତି ଅଟେ, ତାହା ହିଁ ମୋର ଶକ୍ତି ଅଟେ, ତାହା ହିଁ ମୋର ପ୍ରେରଣା । ଆପଣଙ୍କ ଆଶୀର୍ବାଦରୁ ପ୍ରମୁଖ ମାର୍ଗରେ ଆଗକୁ ବଢ଼ି ପ୍ରତ୍ୟେକ ଜନତାଙ୍କର କଲ୍ୟାଣ ହେଉ, ଯେଉଁ ସଂସ୍କାର ଗୁଜରାଟ ଦେଇଛି । ଯାହା ହିନ୍ଦୁସ୍ଥାନର ଗାଁ ଗାଁ ପର୍ଯ୍ୟନ୍ତ ପହଂଚାଇବାକୁ ଏହି ଆଶୀର୍ବାଦ ମୋର ବହୁତ ବଡ଼ ପୁଞ୍ଜି ଅଟେ । ମୁଁ ଆପଣଙ୍କର ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ସାବର ଡାଏରୀର ପୁରା ଟିମକୁ ଶତତ ବିସ୍ତାର ଏବଂ ବିକାଶର ଅଭିଯାନକୁ ବହୁତ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ । ଦୁଇ ହାତ ଉପରକୁ ଉଠାଇ ମୋ ସହିତ ଉଚ୍ଚ ସ୍ୱରରେ କୁହନ୍ତୁ, ଭାରତ ମାତା କି- ଜୟ, ଭାରତ ମାତା କି- ଜୟ, ଭାରତ ମାତା କି- ଜୟ ।
In Sabarkantha, inaugurating various initiatives which will boost rural economy, support local farmers and milk producers. https://t.co/HMVvXQ9eDD
— Narendra Modi (@narendramodi) July 28, 2022
आज साबर डेयरी का विस्तार हुआ है।
— PMO India (@PMOIndia) July 28, 2022
सैकड़ों करोड़ रुपए के नए प्रोजेक्ट यहां लग रहे हैं।
आधुनिक टेक्नॉलॉजी से लैस मिल्क पाउडर प्लांट और ए-सेप्टिक पैकिंग सेक्शन में एक और लाइन जुड़ने से साबर डेयरी की क्षमता और अधिक बढ़ जाएगी: PM @narendramodi
देश में आज 10 हज़ार किसान उत्पादक संघ - FPOs के निर्माण का काम तेज़ी से चल रहा है।
— PMO India (@PMOIndia) July 28, 2022
इन FPOs के माध्यम से छोटे किसान फूड प्रोसेसिंग से जुड़ी, एक्सपोर्ट से जुड़ी वैल्यू और सप्लाई चेन से सीधे जुड़ पाएंगे।
इसका बहुत अधिक लाभ गुजरात के किसानों को भी होने वाला है: PM @narendramodi
2014 तक देश में 40 करोड़ लीटर से भी कम इथेनॉल की ब्लेंडिंग होती थी।
— PMO India (@PMOIndia) July 28, 2022
आज ये करीब 400 करोड़ लीटर तक पहुंच रहा है।
हमारी सरकार ने बीते 2 वर्षों में विशेष अभियान चलाकर 3 करोड़ से अधिक किसानों को किसान क्रेडिट कार्ड भी दिए हैं: PM @narendramodi
हमारी सरकार ने 15 नवंबर को भगवान बिरसा मुंडा जी के जन्म दिवस को जनजातीय गौरव दिवस घोषित किया है।
— PMO India (@PMOIndia) July 28, 2022
हमारी सरकार देशभर में आदिवासी स्वतंत्रता संग्राम सेनानियों की याद में विशेष संग्रहालय भी बनवा रही है: PM @narendramodi
पहली बार जनजातीय समाज से आने वाली देश की बेटी भारत के सबसे बड़े संवैधानिक पद पर पहुंची हैं।
— PMO India (@PMOIndia) July 28, 2022
देश ने श्रीमती द्रौपदी मुर्मू जी को राष्ट्रपति बनाया है।
ये 130 करोड़ से अधिक भारतवासियों के लिए बहुत गौरव का क्षण है: PM @narendramodi
Delighted to have visited Sabar Dairy. A successful dairy sector augurs well for women empowerment and farmer welfare.
— Narendra Modi (@narendramodi) July 28, 2022
Here are some glimpses from the visit... pic.twitter.com/rtnINvTDsI
किसानों के लिए फसलों के अलावा आय के वैकल्पिक माध्यमों पर काम करने की सरकार की रणनीति आज बहुत काम आ रही है। किसानों की आय में पशुपालन के साथ-साथ बागवानी और मछलीपालन से भी काफी वृद्धि हुई है। pic.twitter.com/Oc0EDgSCju
— Narendra Modi (@narendramodi) July 28, 2022
यह मेरा सौभाग्य है कि प्रधानमंत्री के रूप में मुझे आजादी की लड़ाई में आदिवासी समाज के योगदान को राष्ट्रीय पहचान दिलाने का भी अवसर मिला है। pic.twitter.com/5dk5oZGrOG
— Narendra Modi (@narendramodi) July 28, 2022
સાબર ડેરીએ એક આધુનિક ડેરી તરીકે ઓળખ ઉભી કરી છે જે ખેડૂતોના કલ્યાણમાં યોગદાન આપી રહી છે. આજે ઉદ્ઘાટન કરાયેલા પ્રોજેક્ટ્સ કૃષિ અને સહકારી ક્ષેત્રને સશક્ત બનાવશે. pic.twitter.com/smeivO6vsN
— Narendra Modi (@narendramodi) July 28, 2022
સાબર ડેરીની વાત આવે તો ભુરાભાઈની યાદ આવે જ.
— Narendra Modi (@narendramodi) July 28, 2022
સાબરકાંઠામાં આવીએ ત્યારે અનેક જુની યાદો તાજી થઈ જાય. pic.twitter.com/oBiIxr4B10
બે દાયકા પહેલાની સાબરકાંઠાની સ્થિતિ વિષે આપણે સૌ જાણીએ છીએ.
— Narendra Modi (@narendramodi) July 28, 2022
આ જિલ્લામાં ખેતીથી લઈને સિંચાઈ સુધી ઘણું બધું બદલાઈ ગયું છે, સુધરી ગયું છે. pic.twitter.com/PeGD7IRU5K