Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଉଦୀ ଆରବର ମହାମହୀମ ଯୁବରାଜଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ ଭାରତ-ସାଉଦୀ ଆରବ ମିଳିତ ବିବୃତ୍ତି

ସାଉଦୀ ଆରବର ମହାମହୀମ ଯୁବରାଜଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ ଭାରତ-ସାଉଦୀ ଆରବ ମିଳିତ ବିବୃତ୍ତି

ସାଉଦୀ ଆରବର ମହାମହୀମ ଯୁବରାଜଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ ଭାରତ-ସାଉଦୀ ଆରବ ମିଳିତ ବିବୃତ୍ତି

ସାଉଦୀ ଆରବର ମହାମହୀମ ଯୁବରାଜଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ ଭାରତ-ସାଉଦୀ ଆରବ ମିଳିତ ବିବୃତ୍ତି


  1. ଭାରତୀୟ ସାଧାରଣତନ୍ତ୍ରର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଏବଂ ଦୁଇଟି ପବିତ୍ର ମସଜିଦର  ସଂରକ୍ଷକଙ୍କ ମାର୍ଗଦର୍ଶନରେ ମହାମହୀମ ଯୁବରାଜ ମହମ୍ମଦ ବିନ ସଲମାନ ବିନ ଅବଦୁଲ ଜିଜ ଅଲ ସୌଦ, ସାଉଦୀ ଆରବ ରାଜତନ୍ତ୍ରର ଉପ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ 19-20 ଫେବୃଆରୀ, 2019ରେ ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତରେ ଆସିଥିଲେ, ଏଠାରେ ତାଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀ ବିମାନବନ୍ଦରକୁ ଯାଇ ସ୍ୱାଗତ କରିଥିଲେ । ଦୁଇଟି ପବିତ୍ର ମସଜିଦର  ସଂରକ୍ଷକ ତଥା ମହାମହୀମ ସାଉଦୀ ରାଜତନ୍ତ୍ରର ରାଜା ଅବଦୁଲ ଅଜିଜ ଅଲ ସୌଦଙ୍କ ନିମନ୍ତ୍ରଣ କ୍ରମେ ଏପ୍ରିଲ, 2016ରେ ପ୍ରଧାନମନ୍ତ୍ରୀ ମୋଦୀ ସାଉଦୀ ରାଜତନ୍ତ୍ରକୁ ସରକାରୀ ଗସ୍ତ କରିଥିଲେ, ଏହା ପରେ ସାଉଦୀ ଯୁବରାଜଙ୍କ ଏହି ଗସ୍ତ ହୋଇଛି ।
  2. ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀର ପ୍ରାଙ୍ଗଣରେ ମହାମହୀମ ଯୁରାଜଙ୍କୁ ଫେବୃଆରୀ 20, 2019ରେ ରାଜକୀୟ ସ୍ୱାଗତ ପ୍ରଦାନ କରାଯାଇଥିଲା । ମହାମହୀମ ଯୁବରାଜଙ୍କ ସମ୍ମାନରେ ରାଷ୍ଟ୍ରପତି କୋବିନ୍ଦ ରାଜକୀୟ ନୈଶ୍ୟଭୋଜିର ଆୟୋଜନ କରିଥିଲେ ।
  3. ଫେବୃଆରୀ 20,2019ରେ ହାଇଦ୍ରାବାଦ ହାଉସ୍ ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମହାମହୀମ ଯୁବରାଜ ମହମ୍ମଦ ବିନ ସଲମାନ ବିନ ଅବଦୁଲାଜିଜ ପ୍ରତିନିଧିମଣ୍ଡଳୀସ୍ତରୀୟ ଆଲୋଚନା କରିଥିଲେ । ବର୍ହିବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁମା ସ୍ୱରାଜ ମହାମହୀମ ଯୁବରାଜଙ୍କୁ ସାକ୍ଷାତ କରିଥିଲେ
  4. ଭାରତ ଏବଂ ସାଉଦୀ ଆରବ ମଧ୍ୟରେ ଶତାଧିକ ବର୍ଷ ପୁରୁଣା ଅର୍ଥନୈତିକ ଏବଂ ସାମାଜିକ-ସାଂସ୍କୃତିକ ସମ୍ପର୍କକୁ ପ୍ରତିଫଳିତ କରୁଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ଭୌଗଳିକ ନିବିଡ଼ତା, ସଭ୍ୟତା ଭିତ୍ତିକ ସମ୍ପର୍କ, ସାଂସ୍କୃତିକ ଆତ୍ମୀୟତା, ପ୍ରାକୃତିକ ସମନ୍ୱୟ, ଉଜ୍ଜଳ ଜନ-ଜନ ସମ୍ପର୍କ ବ୍ୟତୀତ ଆପୋସ ଆହ୍ୱାନ ଏବଂ ସୁଯୋଗ ଏହି  ଦୃଢ଼ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି ।
  5. ଦୁଇ ଦେଶ ଏବଂ ସେମାନଙ୍କ ନେତାମାନଙ୍କୁ ବାନ୍ଧି ରଖିଥିବା ଦୃଢ଼ ବନ୍ଧୁତାର ଭାବନା ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ବିଶ୍ୱାସ, ଆପୋସ ବୁଝାମଣା, ସଦଭାବନା ଏବଂ ପାରସ୍ପରିକ ସ୍ୱାର୍ଥ ପ୍ରତି ସମ୍ମାନ ଆଧାରରେ ଦ୍ୱିପାକ୍ଷିକ ବନ୍ଧୁତା ଏବଂ ସହଯୋଗର ସ୍ଥିତିକୁ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏପ୍ରିଲ 2016ରେ ପ୍ରଧାନମନ୍ତ୍ରୀ ରିୟାଦକୁ ଐତିହାସିକ ଗସ୍ତ କରିଥିଲେ – ଏହା ଆମ ସମ୍ପର୍କକୁ ଆହୁରି ସମ୍ପ୍ରସାରିତ କରିବା ଏବଂ ଆମର ସମ୍ପର୍କକୁ ପରବର୍ତ୍ତୀ ସୋପାନକୁ ନେଇଯିବା ଲାଗି ଉଦ୍ଦିଷ୍ଟ ଥିଲା । ସେବେଠାରୁ ବାଣିଜ୍ୟ, ଶକ୍ତି, ନିରାପତ୍ତା ଏବଂ ସାଂସ୍କୃତିକ ପରିଦୃଶ୍ୟ ଆଦି ବିବିଧ କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ନେଇ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ ।
  6. ସାଉଦୀ ଆରବରେ ସନ୍ତୁଳନ ଏବଂ ଖୋଲାପଣ ଆଣିବା ଲାଗି ମହାମହୀମ ଯୁବରାଜ ନିକଟରେ କରିଥିବା କେତେକ ପରିବର୍ତ୍ତନକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ । ସେହିପରି ଲୋକାଚାରର ଭାରତୀୟ ମଡେଲ ସମାବେଶୀତା, ବହୁଳତାବାଦ ଏବଂ ସହନଶୀଳତାକୁ ମହାମହୀମ ଯୁବରାଜ ପ୍ରଶଂସା କରିଥିଲେ ।
  7. ଫେବୃଆରୀ 2010ର ରିୟାଦ ଘୋଷଣାନାମାରେ ପରିକଳ୍ପିତ ଏବଂ ଦୁଇଟି ପବିତ୍ର ମସଜିଦର ସଂରକ୍ଷକ ମହାମହୀମ ରାଜା ସଲମାନ ବିନ ଅବଦୁଲାଜିଜ ଅଲସୌଦଙ୍କର ଫେବୃଆରୀ 2014 ଗସ୍ତ ଏବଂ ଏପ୍ରିଲ 2016ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ କାଳରେ ଦୋହରା ଯାଇଥିବା ରଣନୈତିକ ଭାଗୀଦାରିକୁ ସୁଦୃଢ଼ କରିବା ପ୍ରତି ଉଭୟ ପକ୍ଷ ସେମାନଙ୍କ ଗଭୀର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ ।
  8. ମାନନୀୟ ପ୍ରଧାନମନ୍ତ୍ରୀ ଏବଂ ମହାମହୀମ ଯୁବରାଜଙ୍କ ନେତୃତ୍ୱରେ, ମନ୍ତ୍ରୀସ୍ତରୀୟ ପ୍ରତିନିଧିମାନଙ୍କ ସହାୟତାରେ ରଣନୈତିକ ସମ୍ପର୍କର ସମ୍ପୂର୍ଣ୍ଣ ବିସ୍ତାରକୁ ଆଚ୍ଛାଦିତ କରୁଥିବା ରଣନୈତିକ ସହଭାଗୀତା ପରିଷଦଗଠନ ଜରିଆରେ ଉଚ୍ଚସ୍ତରୀୟ ଅନୁଧ୍ୟାନ ବ୍ୟବସ୍ଥାସହ ବର୍ତ୍ତମାନର ରଣନୈତିକ ଭାଗୀଦାରିକୁ ଆହୁରି ସୁଦୃଢ଼ କରିବା କରି ଲାଗି ଦୁଇ ପକ୍ଷ ସହମତ ହୋଇଥିଲେ ।
  9. ନୀତି ଆୟୋଗ ଏବଂ ସାଉଦୀ ସେଣ୍ଟଟର ଫର ଇଣ୍ଟରନ୍ୟାସନାଲ ଷ୍ଟାଟେର୍ଜିକ ପାର୍ଟନରସିପ ମଧ୍ୟରେ ନିକଟରେ ରିୟାଦରେ ଆୟୋଜିତ କର୍ମଶାଳାର ଫଳାଫଳକୁ ସ୍ୱାଗତ କରିଥିଲେ । ବିଭିନ୍ନ କ୍ଷେତ୍ରରେ ମିଳିତ ସହଭାଗୀତା ଏବଂ ନିବେଶ ଲାଗି 40ଟି ସମ୍ଭାବନାକୁ ଏହି କର୍ମଶାଳାରେ ଚିହ୍ନଟ କରାଯାଇଥିଲ ।
  10. ଗସ୍ତ କାଳରେ ନିମ୍ନୋକ୍ତ ଏମଓୟୁ (ବୁଝାମଣାପତ୍ର) ସ୍ୱାକ୍ଷରିତ ହୋଇଥିଲା :

(i). ଭାରତୀୟ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠିରେ ନିବେଶ ଲାଗି ଏମଓୟୁ ।

(ii). ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଲାଗି ଏମଓୟୁ ।

(iii). ଆବାସ କ୍ଷେତ୍ରରେ ସହଯୋଗ ଲାଗି ଏମଓୟୁ ।

(iv). ଇନଭେଷ୍ଟ ଇଣ୍ଡିଆ ଏବଂ ସାଉଦୀ ଆରବୀୟା ଜେନେରାଲ ଇନଭେଷ୍ଟମେଣ୍ଟ ଅଥରିଟି (ଏସଏଜିଆଇଏ) ମଧ୍ୟରେ ସହଯୋଗ କାର୍ଯ୍ୟକ୍ରମ ବ୍ୟବସ୍ଥା ।

(v).ଶ୍ରାବ୍ୟ-ଦୃଶ୍ୟ କାର୍ଯ୍ୟକ୍ରମ ବିନିମୟ ଲାଗି ପ୍ରସାରଣ କ୍ଷେତ୍ରରେ ସହଯୋଗ ଲାଗି ଏମଓୟୁ ।

(vi). ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ)ରେ ସାଉଦୀ ଆରବ  ରାଜତନ୍ତ୍ର ସାମିଲ ହେବା ପାଇଁ ରାଜିନାମା ।

  1. ଗତ କିଛି ବର୍ଷ ଧରି ଦ୍ୱିପାକ୍ଷିକ ବାଣିଜ୍ୟରେ ସକାରାତ୍ମକ ସ୍ଥିତିକୁ ଦୃଷ୍ଟିରେ ରଖି, ଉଭୟ ପକ୍ଷ ଉତ୍ପାଦ ବାଣିଜ୍ୟ ବିଶେଷ କରି ଅଣତୈଳ ବାଣିଜ୍ୟ କ୍ଷେତ୍ରରେ ଉପଲବ୍ଧ ଅନାବିଷ୍କୃତ ସମ୍ଭାବନାକୁ ଉପଲବ୍ଧୀ କରିଥିଲେ । ଅର୍ଥନୈତିକ, ବାଣିଜ୍ୟି, ନିବେଶ, ସାଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି 2018 ଫେବୃଆରୀରେ ରିୟାଦରେ ଅନୁଷ୍ଠିତ ଭାରତ-ସାଉଦୀ ଯୁଗ୍ମ କମିଶନ ମିଟିଂର ଦ୍ୱାଦଶ ଅଧିବେଶନ କାଳରେ ହୋଇଥିବା ସକାରାତ୍ମକ ପ୍ରୟାସକୁ ଦୁଇ ପକ୍ଷ ପ୍ରଶଂସା କରିଥିଲେ ।
  2. ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆକାର ବଢ଼ାଇବା ଏବଂ ବାଣିଜ୍ୟ ବାଧାଗୁଡ଼ିକ ଦୂର କରିବା ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ ।
  3. ରାଜତନ୍ତ୍ରର ଲକ୍ଷ୍ୟ 2030 ଏବଂ ଭାରତର ପ୍ରମୁଖ କାର୍ଯ୍ୟକ୍ରମ ମେକ୍ ଇନ୍ ଇଣ୍ଡିଆ’, ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’, ‘ସ୍ମାର୍ଟ ସିଟିଜ’, ‘କ୍ଲିନ ଇଣ୍ଡିଆଏବଂ ଡିଜିଟାଲ ଇଣ୍ଡିଆସହିତ ଏହାର 13ଟି ବାସ୍ତବ ଲକ୍ଷ୍ୟ କାର୍ଯ୍ୟକ୍ରମକୁ ଯୋଡ଼ି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ସହଯୋଗକୁ ଆହୁରି ନିବିଡ଼ କରିବା ଉପରେ ଦୁଇ ପକ୍ଷ ସହମତ ହୋଇଥିଲେ ସାଉଦୀ ଆରବରେ ପରବର୍ତ୍ତୀ ବୃହତ ପ୍ରକଳ୍ପରେ ଭାରତୀୟ ଘରୋଇ/ରାଷ୍ଟ୍ରାୟତ ନିବେଶ ଏବଂ ବିଶେଷଜ୍ଞତାକୁ ଆକୃଷ୍ଟ କରିବା ଦିଗରେ ସାଉଦୀ ପକ୍ଷ ନିଜର ପ୍ରସ୍ତୁତିକୁ ବ୍ୟାପକ କରିଥିଲେ । ଭାରତ ଏବଂ ସାଉଦୀ ଆରବ ଅର୍ଥବ୍ୟବସ୍ଥାର ସକାରାତ୍ମକ ରୂପାନ୍ତରଣକୁ ଦୁଇ ପକ୍ଷ ସ୍ୱୀକାର କରିଥିଲେ ।
  4. ବ୍ୟବସାୟିକ ସୁଗମତାରେ ଉନ୍ନତି, ପ୍ରଚଳିତ ନିୟମକୁ ସରଳ ତଥା ଯୁକ୍ତିଯୁକ୍ତ କରିବା ଏବଂ ପ୍ରମୁଖ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସର୍ତ୍ତାବଳୀକୁ କୋହଳ କରିବା ଲାଗି ଉଭୟ ସରକାର ନେଇଥିବା ପଦକ୍ଷେପକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ ।
  5. 2016ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରିୟାଦ ଗସ୍ତ ଅବସରରେ ଇନଭେଷ୍ଟ ଇଣ୍ଡିଆ ଏବଂ ସାଉଦୀ ଆରବିୟାନ ଜେନେରାଲ ଇନଭେଷ୍ଟମେଣ୍ଟ ଅଥରିଟି (ସାଗିଆ) ମଧ୍ୟରେ ସହଯୋଗ ବୁଝାମଣା ସ୍ୱାକ୍ଷରିତ ହେବା ପରେ ନିବେଶ ପରିବେଶରେ ଆସିଥିବା ସକାରାତ୍ମକ ପରିବର୍ତ୍ତନକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ରହିଥିବା ନିବେଶ ସୁଯୋଗ, ବିଶେଷ କରି ଭିତ୍ତିଭୂମି, ଖଣି, ଅକ୍ଷୟ ଶକ୍ତି ସମେତ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ପ୍ରଯୁକ୍ତି ରୂପାନ୍ତରଣ ଆଦି କ୍ଷେତ୍ରରେ  ନିବେଶ ଲାଗି ବ୍ୟବସାୟୀ ସମୁଦାୟକୁ ଦୁଇ ପକ୍ଷ ଆହ୍ୱାନ କରିଥିଲେ । ଏଥିସହିତ ସୂଚନା ପ୍ରଯୁକ୍ତି, ଇଲେକଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନରେ ଦକ୍ଷ ମାନବ ସମ୍ବଳ କ୍ଷେତ୍ରରେ ସହଯୋଗକୁ ଆହୁରି ମଜଭୁତ କରିବା ଲାଗି ଆହ୍ୱାନ କରିଥିଲେ ।
  6. ରାଜତନ୍ତ୍ରର ଶିଳ୍ପ ସହର ଏବଂ ବନ୍ଦରରେ ସୁଦୃଢ଼ ଭିତ୍ତିଭୂମି ଓ ଯୋଗାଣ ସେବାର ଉପଲବ୍ଧତାକୁ ଦୃଷ୍ଟିରେ ରଖି ମହାମହୀମ ଯୁବରାଜ ସାଉଦୀରେ ଭାରତୀୟ କମ୍ପାନୀମାନଙ୍କ ଦ୍ୱାରା ବିନିଯୋଗକୁ ସ୍ୱାଗତ କରିଛନ୍ତି ।
  7. ଶକ୍ତି, ତ୍ତୋଳନ, ପେଟ୍ରୋକେମିକାଲ, ଭିତ୍ତିଭୂମି, କୃଷି, ଖଣିଜ, ବିନିର୍ମାଣ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ 100 ବିଲିୟନ ଡଲାରରୁ ଉର୍ଦ୍ଧ୍ଵ ବିନିଯୋଗ ନେଇ ମହାମହୀମ ଯୁବରାଜଙ୍କ ଘୋଷଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ।
  8. ପଶ୍ଚିମତଟ ରିଫାଇନାରୀ ଏବଂ ପେଟ୍ରୋକେମିକାଲ ପ୍ରକଳ୍ପରେ 44 ବିଲିୟନ ଡଲାରର ଯୁଗ୍ମ ସହଭାଗୀତା ନେଇ ଉଭୟ ପକ୍ଷ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ଏବଂ ପ୍ରକଳ୍ପ କାର୍ଯ୍ୟକାରୀତାକୁ ତ୍ୱରିତ କରିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି । ଏହି ପ୍ରକଳ୍ପ ବିଶ୍ୱର ସର୍ବବୃହତ ଗ୍ରୀନ ଫିଲ୍ଡ ରିଫାଇନାରୀ ହେବ ।
  9. ଭାରତରେ ଜାତୀୟ ପୁଞ୍ଜି ଲଗାଣ ଏବଂ ଭିତ୍ତିଭୂମି ପାଣ୍ଠି (NIIF) ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ସାଉଦୀ ଆରବର ବିନିଯୋଗ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ଏନଆଇଆଇଏଫରେ ପୁଞ୍ଜି ଲଗାଣ ପାଇଁ ବୁଝାମଣା ପତ୍ର ହସ୍ତାକ୍ଷରକୁ ପ୍ରଶଂସା କରିଛନ୍ତି । ଏହା ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଭାଗୀତାକୁ ବୃଦ୍ଧି କରିବ ।
  10. ଭାରତରେ ଶକ୍ତି, ରିଫାଇନାରୀ, ପେଟ୍ରୋକେମିକାଲ, ବିନିର୍ମାଣ, କୃଷି, ଖଣି ଏବଂ ଖଣିଜ କ୍ଷେତ୍ର, ଭିତ୍ତିଭୂମି, ଶିକ୍ଷା ଏବଂ କ୍ଷେତ୍ରରେ ସାଉଦୀର ପୁଞ୍ଜି ଲଗାଣ ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି ।
  11. ଗୃହ ନିର୍ମାଣ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ଏବଂ ଭାରତୀୟ କମ୍ପାନୀମାନଙ୍କୁ ସାଉଦୀର ଗୃହ ନିର୍ମାଣ ପ୍ରକଳ୍ପରେ ଅଂଶ ଗ୍ରହଣ କରିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି ।
  12. ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ ନିମିତ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ମହାମହୀମ ଯୁବରାଜ ସ୍ୱାଗତ କରିଛନ୍ତି ଏବଂ ବିପର୍ଯ୍ୟୟ ପ୍ରଶମନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ।
  13. ରଣନୈତିକ ଭାଗୀଦାରୀର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ଶକ୍ତି ନିରାପତା ଏହାକୁ ଉଭୟ ପକ୍ଷ ବିବେଚନା କରିଥିଲେ । ସାଉଦୀ ଆରବକୁ ବିଶ୍ୱର ସର୍ବାଧିକ ବିଶ୍ୱସ୍ତ ତୈଳ ଏବଂ ଗ୍ୟାସ ଯୋଗାଣକାରୀ ଏବଂ ଭାରତର ପ୍ରମୁଖ ଯୋଗାଣକାରୀ ଭାବେ ସ୍ୱୀକାର କରି, ଇନ୍ଧନ କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ବୃଦ୍ଧି କରିବା ଲାଗି ଉଭୟ ପକ୍ଷ ସେମାନଙ୍କ ଆଗ୍ରହ ବ୍ୟକ୍ତ କରିଥିଲେ । ଭାରତ-ସାଉଦୀ ଆରବ ଶକ୍ତି ବିଚାରବିମର୍ଶ ଜାରି ରଖିବା ନିମନ୍ତେ ଦୁଇ ପକ୍ଷ ଗୁରୁତ୍ୱାରୋପ କରିଥିଲେ । ଶକ୍ତି କ୍ଷେତ୍ରରେ କ୍ରେତା-ବିକ୍ରେତା ସମ୍ପର୍କକୁ ପରିବର୍ତ୍ତନ କରି ନିବେଶ ଏବଂ ଯୌଥ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଉପରେ ଗୁରୁତ୍ୱାରୋପ କରିବା ଲାଗି ଦୁଇ ପକ୍ଷ ସହମତ ହୋଇଥିଲେ ।
  14. ଭାରତର ବର୍ଦ୍ଧିତ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦର ବର୍ଦ୍ଧିତ ଆବଶ୍ୟକତା ପୂରଣ ଲାଗି ମହାମହୀମ ଯୁବରାଜ ରାଜତନ୍ତ୍ରର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ଅନ୍ୟ ଉତ୍ସରୁ ଅଭାବୀ ଯୋଗାଣ କ୍ଷେତ୍ରରେ ବିକଳ୍ପ ବ୍ୟବସ୍ଥା ଲାଗି ପ୍ରତିଶ୍ରୁତି ଦେଇଥିଲେ ।
  15. ଭାରତର ରଣନୈତିକ ପେଟ୍ରୋଲିୟମ ରିଜର୍ଭ (spr)ଗୁଡ଼ିକରେ ରାଜତନ୍ତ୍ରର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱାଗତ କରିଥିଲେ ।
  16. ଅନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ ହେବା ଲାଗି ସାଉଦୀ ପକ୍ଷର ନିଷ୍ପତିକୁ ଭାରତର ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଅକ୍ଷୟ ଶକ୍ତି କ୍ଷେତ୍ରରେ ରହିଥିବା ସହଯୋଗ ସମ୍ଭାବନା କ୍ଷେତ୍ର, କେବଳ ନିବେଶରେ ନୁହେଁ ବରଂ ଗବେଷଣା ଓ ବିକାଶରେ, ବିଷୟରେ ଉଭୟ ପକ୍ଷ ଉଲ୍ଲେଖ କରିଥିଲେ ।
  17. ରିମୋଟ ସେନସିଂ, ଉପଗ୍ରହ ଯୋଗାଯୋଗ ଏବଂ ଉପଗ୍ରହ ଆଧାରିତ ନୌବହନ ସମେତ ମହାକାଶ, ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ଲାଗି ଦୁଇ ପକ୍ଷ ସହମତ ହୋଇଥିଲେ ।
  18. ଦକ୍ଷତା ବିକାଶ ଉପରେ ଏକ ଯୁଗ୍ମ କାର୍ଯ୍ୟ ଗୋଷ୍ଠୀ ଗଠନ କରିବା ଲାଗି ଉଭୟ ପକ୍ଷ ସହମତ ହୋଇଥିଲେ । ଏହା ମାଧ୍ୟମରେ ସହଯୋଗର କ୍ଷେତ୍ର ଚିହ୍ନଟ କରିବା, ଯେଉଁଠି ଉଭୟ ପକ୍ଷ ଉତ୍ପାଦନ, ସୂଚନା ପ୍ରଯୁକ୍ତି, ସଞ୍ଚାର ଏବଂ ପ୍ରୋଗ୍ରାମିଂ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରସ୍ପରର ମୂଳ ଦକ୍ଷତାକୁ ଚିହ୍ନଟ କରିବା ଲାଗି ସକ୍ଷମ ହୋଇପାରିବେ ।
  19. ଫେବୃଆରୀ 2014ରେ ମହାମହୀମ ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସୌଦ ଭାରତ ଗସ୍ତରେ ଆସିବା ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହାପରେ ବିଶେଷ କରି ବିଶେଷଜ୍ଞତା ଏବଂ ତାଲିମ କ୍ଷେତ୍ରରେ, ଭାରତ-ସାଉଦୀ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ, ନିକଟରେ ଜାନୁଆରୀ 2-3, 2019ରେ ରିୟାଦରେ ଅନୁଷ୍ଠିତ ପ୍ରତିରକ୍ଷା ସହଯୋଗ ଉପରେ ଚତୁର୍ଥ ଯୁଗ୍ମ କମିଟି ବୈଠକର ଫଳାଫଳକୁ ସେମାନେ ସ୍ୱାଗତ କରିଥିଲେ ।
  20. ଯଥାଶୀଘ୍ର ମିଳିତ ନୌ ସମରାଭ୍ୟାସ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ ଏବଂ ଅନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମରାଭ୍ୟାସକୁ ଆହୁରି ସମ୍ପ୍ରସାରିତ କରିବା ନିମନ୍ତେ ସହମତ ହୋଇଥିଲେ ।
  21. ସମ୍ଭାବନା ଏବଂ ଆପୋସ ଲାଭକୁ ଦୃଷ୍ଟିରେ ରଖି ମେକ ଇନ ଇଣ୍ଡିଆଏବଂ ଭିଜନ 2030ଆଧାରରେ, ନୌସେନା ଏବଂ ସ୍ଥଳ ବ୍ୟବସ୍ଥା ପାଇଁ ମିଳିତ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସହିତ ଯୋଗାଣ ଶୃଙ୍ଖଳା ବିକାଶ କ୍ଷେତ୍ରରେ ସହଯୋଗ ଏବଂ ସହଭାଗୀତା ନିମନ୍ତେ ଉଭୟ ପକ୍ଷ ରାଜି ହୋଇଥିଲେ ।
  22. ଉଭୟ ରାଷ୍ଟ୍ରର ନିରାପତା ଓ ସମୃଦ୍ଧି ଏବଂ ଅନ୍ତର୍ଜାତୀୟ ବାଣିଜ୍ୟର ସୁଗମ ପ୍ରବାହ ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସାମୁଦ୍ରିକ ସୁରକ୍ଷା ବୃଦ୍ଧି ନିମନ୍ତେ ଅନ୍ୟ ଭାରତ ମହାସାଗର ରିମ ରାଷ୍ଟ୍ର ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଦୁଇ ପକ୍ଷ ରାଜି ହୋଇଥିଲେ ।
  23. କ୍ଷେତ୍ରୀୟ ଯୋଗାଯୋଗ ପ୍ରକଳ୍ପକୁ ବିବେଚନା କରି, ଉଭୟ ପକ୍ଷ ରାଜି ହୋଇଥିଲେ ଯେ ଏହା ଅନ୍ତର୍ଜାତୀୟ ଆଇନ ସମେତ ରାଷ୍ଟ୍ରର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ଆଧାରିତ ହେବା ଆବଶ୍ୟକ ।
  24. ଦୁଇ ପକ୍ଷ ଆଞ୍ଚଳିକ ସ୍ଥିରତା ଏବଂ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କର ଗୁରୁତ୍ୱ ଉପରେ ଦୁଇ ପକ୍ଷ ଗୁରୁତ୍ୱାରୋପ କରିଥିଲେ । ମେ 2014 ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ କରିଥିବା ନିରନ୍ତର ପ୍ରୟାସ, ବିଶେଷ କରି ପାକିସ୍ତାନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା ଲାଗି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଉଦ୍ୟମକୁ ମହାମହୀମ ଯୁବରାଜ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିସ୍ତୃତ ଆଲୋଚନା ପୁନଃ ଆରମ୍ଭ କରିବା ଲାଗି ଆବଶ୍ୟକ ସ୍ଥିତି ସୃଷ୍ଟିର ଆବଶ୍ୟକତା ନେଇ ଉଭୟ ପକ୍ଷ ରାଜି ହୋଇଥିଲେ ।
  25. ଉଗ୍ରବାଦ ଏବଂ ଆତଙ୍କବାଦର ବିପଦ ସମସ୍ତ ରାଷ୍ଟ୍ର ଏବଂ ସମାଜକୁ ଭୟଭୀତ କରୁଥିବା ଦୋହରାଇ ଉଭୟ ପକ୍ଷ ଏହି ସାମଗ୍ରୀକ ଘଟଣାକୁ କୌଣସି ନିର୍ଦ୍ଦିଷ୍ଟ ସମୁଦାୟ, ଧର୍ମ କିମ୍ବା ସଂସ୍କୃତି ସହ ଯୋଡ଼ିବାର କୌଣସି ପ୍ରୟାସକୁ ଖଣ୍ଡନ କରିଥିଲେ । ଅନ୍ୟ ରାଷ୍ଟ୍ର ବିରୋଧରେ ଆତଙ୍କବାଦର ଉପଯୋଗକୁ ଖଣ୍ଡନ କରିବା ଲାଗି ଦୁଇ ପକ୍ଷ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରିଥିଲେ । ଏଥିସହିତ ଆତଙ୍କବାଦର ଭିତ୍ତିଭୂମିକୁ ନିଷ୍କ୍ରିୟ କରିବା, ଆତଙ୍କବାଦକୁ ସହାୟତା ଏବଂ ଅର୍ଥଯୋଗାଣ ବନ୍ଦ କରିବା, ଅନ୍ୟ ରାଷ୍ଟ୍ର ବିରୋଧରେ ଆତଙ୍କବାଦର ଉପଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ଘଟାଉଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡବିଧାନ କରିବା ଲାଗି ଉଭୟ ପକ୍ଷ ଆହ୍ୱାନ କରିଥିଲେ । ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ମିଳିତ ଜାତିସଂଘର ବିସ୍ତୃତ ସମ୍ମେଳନର ଆଗୁ କାର୍ଯ୍ୟନ୍ୱୟନ ମାଧ୍ୟମରେ ତଥା ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟର ଦୃଢ଼ ପଦକ୍ଷେପର ଆବଶ୍ୟକତା ସମ୍ପର୍କରେ ଦୁଇ ପକ୍ଷ ଆଲୋକପାତ କରିଥିଲେ ଏବଂ  ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଓ ସେମାନଙ୍କ ସଂଗଠନକୁ ବିସ୍ତୃତ ଘୋଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
  26. ଆତଙ୍କବାଦକୁ ରାଷ୍ଟ୍ରନୀତିର ଏକ ଅଂଶବିଶେଷ ଭାବେ ଉପଯୋଗ କରିବା କାର୍ଯ୍ୟକୁ ପରିତ୍ୟାଗ କରିବା ନିମନ୍ତେ ଉଭୟ ପକ୍ଷ ସମସ୍ତ ରାଷ୍ଟ୍ରକୁ ଆହ୍ୱାନ କରିଥିଲେ । ଅନ୍ୟ ରାଷ୍ଟ୍ର ବିରୋଧରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସମେତ ଅନ୍ୟାନ୍ୟ ଅସ୍ତ୍ରର ଉପଯୋଗ କରି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାକୁ ନିଷିଦ୍ଧ କରିବା ନିମନ୍ତେ ସେମାନେ ସବୁ ରାଷ୍ଟ୍ରକୁ ଆହ୍ୱାନ କରିଥିଲେ ।
  27. 15 ଫେବୃଆରୀ, 2019ରେ ଜମ୍ମୁ ଓ କଶ୍ମୀରର ପୁଲୱାମାଠାରେ ସଂଘଟିତ ଭାରତୀୟ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଏବଂ ମହାମହୀମ ରାଜକୁମାର ଦୃଢ଼ ଭାଷାରେ ନିନ୍ଦା କରିଥିଲେ ।
  28. କ୍ଷେତ୍ରୀୟ ଏବଂ ବିଶ୍ୱ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତାରେ ସେମାନଙ୍କ ଆପୋସ ସ୍ୱାର୍ଥ ଉପରେ ଦୃଷ୍ଟିପାତ କରି, ମଧ୍ୟପ୍ରାଚ୍ୟ ଓ ପଶ୍ଚିମ ଏସିଆରେ ସୁରକ୍ଷା ପରିସ୍ଥିତି ସମେତ, ଆପୋସ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଦୁଇ ପକ୍ଷ ଆଲୋଚନା କରିଥିଲେ । ସିରିୟାରେ ସମାଧାନ ସମ୍ବନ୍ଧରେ ସୁରକ୍ଷା ପରିଷଦ ସଂକଳ୍ପ (2254), ଏବଂ ସୁରକ୍ଷା ପରିଷଦ ସଂକଳ୍ପ (2216), ଜିସିସି ପ୍ରୟାସ, ଏବଂ ୟେମେନରେ ସମାଧାନ ସମ୍ବନ୍ଧରେ ୟେମେନୀ ଜାତୀୟ ଆଲୋଚନାର ଫଳାଫଳ ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ ।
  29. ପାଲେଷ୍ଟାଇନ ଲୋକମାନଙ୍କୁ ସେମାନଙ୍କ ନ୍ୟାୟୋଚିତ ଅଧିକାରର ଗ୍ୟାରେଣ୍ଟି ପ୍ରଦାନ କରିବା ଲାଗି ଆରବ ଶାନ୍ତି ପ୍ରୟାସ, ଏବଂ ଅନ୍ୟ ପ୍ରାସଙ୍ଗିକ ମିଳିତ ଜାତିସଂଘ ସଂକଳ୍ପ ଆଧାରରେ ମଧ୍ୟପ୍ରାଚ୍ୟରେ ଉପଯୁକ୍ତ, ବିସ୍ତୃତ ଏବଂ ଦୀର୍ଘସ୍ଥାୟୀ ଶାନ୍ତି ହାସଲ ଲାଗି ଦୁଇ ପକ୍ଷ ସେମାନଙ୍କର ଆଶାବ୍ୟକ୍ତ କରିଥିଲେ ।
  30. ଆତଙ୍କବାଦ ମୁକାବିଲା ପ୍ରୟାସରେ ସହଯୋଗକୁ ଆହୁରି ବୃଦ୍ଧି କରିବା ଏବଂ ବାସ୍ତବ ସମୟ ଗୁଇନ୍ଦା ତଥ୍ୟ ବିନିମୟରୁ ଆପୋସ ଲାଭ ହାସଲ ଲାଗି ଉଭୟ ପକ୍ଷ ଦୁଇ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରରେ ଏକ ବିସ୍ତୃତ ସୁରକ୍ଷା ଆଲୋଚନାଆୟୋଜନ କରିବା ଏବଂ ଆତଙ୍କବାଦ ମୁକାବିଲା ଉପରେ ଏକ ଯୁଗ୍ମ କାର୍ଯ୍ୟ ଗୋଷ୍ଠୀ ଗଠନ ନିମନ୍ତେ ଦୁଇ ପକ୍ଷ ସହମତ ହୋଇଥିଲେ ।
  31. ବ୍ୟାପକ ସୁରକ୍ଷା ପ୍ରସଙ୍ଗ, ବିଶେଷ କରି ସାମୁଦ୍ରିକ ସୁରକ୍ଷା, ଆଇନ ପ୍ରବର୍ତ୍ତ, ବେଆଇନ ଅର୍ଥକାରବାର ନିରାକରଣ, ନିଶା ଦ୍ରବ୍ୟ କାରବାର, ମାନବ ଚାଲାଣ, ବେଆଇନ ପ୍ରବାସ ଏବଂ ଅନ୍ୟ ଅର୍ନ୍ତଦେଶୀୟ ସଂଗଠିତ ଅପରାଧ ଭଳି ବ୍ୟାପକ ନିରାପତ୍ତା ପ୍ରସଙ୍ଗରେ ଜାରି ରହିଥିବା ନିବିଡ଼ି ସହଯୋଗ ଜାରି ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ ମହାମହୀମ ଯୁବରାଜ ପୁନଃଦୋହରାଇଥିଲେ ।
  32. ବିନାଶକାରୀ ଏବଂ ଉଗ୍ରବାଦୀ ଆଦର୍ଶକୁ ପ୍ରୋତ୍ସାହିତ କରିବାରେ ସାଇବର ସ୍ପେଶର ଉପଯୋଗ ନେଇ ଚିନ୍ତାବ୍ୟକ୍ତ କରିବା ସହିତ ଦୁଇ ପକ୍ଷ ସାଇବର ସ୍ପେସ କ୍ଷେତ୍ରରେ ବୈଷୟିକ ସହଯୋଗ ଏବଂ ସାଇବର ଅପରାଧ ନିରାକରଣ ନେଇ ସ୍ୱାକ୍ଷରିତ ଏମଓୟୁକୁ ସ୍ୱାଗତ କରିଥିଲେ । ଆତଙ୍କବାଦ, ଉଗ୍ରବାଦ ଏବଂ ସାମାଜିକ ସୌହାର୍ଦ୍ଦ୍ୟ ବିଗାଡ଼ିବା ପାଇଁ ସାଇବର ସ୍ପେର ଉପଯୋଗ ରୋକିବା ନିମନ୍ତେ ସହଯୋଗକୁ ପ୍ରୋତ୍ସାହିତ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ
  33. ବୃହତ ଭାରତୀୟ ସମୁଦାୟକୁ ନିଜ ଦେଶରେ ସ୍ଥାନ ଦେଇଥିବାରୁ ଏବଂ ସେମାନଙ୍କ ନିରନ୍ତର ମଙ୍ଗଳ ଏବଂ କଲ୍ୟାଣ ସୁନିଶ୍ଚିତ କରିବା କାରଣରୁ ଭାରତ ପକ୍ଷ ସାଉଦୀ ନେତୃତ୍ୱକୁ ଧନ୍ୟବାଦ ଜଣାଇଥିଲେ ।
  34. 32ତମ ସାଉଦୀ ଜାତୀୟ ଐତିହ୍ୟ ଏବଂ ସଂସ୍କୃତି ମେଳା- ଜନଦ୍ରିୟା 2018ରେ ଭାରତକୁ ସମ୍ମାନିତ ଅତିଥିମାନ୍ୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ସାଉଦୀ ନେତୃତ୍ୱକୁ ଧନ୍ୟବାଦ ଅର୍ପଣ କରିଥିଲେ । ନିୟମିତ ବ୍ୟବଧାନରେ ଭାରତରେ ସାଉଦୀ ଆରବ ସପ୍ତାହ ଏବଂ ସାଉଦୀ ଆରବରେ ଭାରତୀୟ ସପ୍ତାହପାଳନ ଭଳି ସାଂସ୍କୃତିକ ସପ୍ତାହ ଆୟୋଜନ ମାଧ୍ୟମରେ ସାଂସ୍କୃତିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଜନ-ଜନ ଯୋଗାଯୋଗକୁ ଆହୁରି ବୃଦ୍ଧି କରିବା ଉପରେ ଦୁଇ ପକ୍ଷ ଗୁରୁତ୍ୱାରୋପ କରିଥିଲେ ।
  35. ସଦ୍ୟ ଜନଗଣନା ଆଧାରରେ ଭାରତରୁ ହଜ ଯାତ୍ରୀ କୋଟା ପରିମାଣକୁ 2 ଲକ୍ଷକୁ ବୃଦ୍ଧି କରିବା ନିମନ୍ତେ ଦୁଇଟି ପବିତ୍ର ମସଜିଦର ସଂରକ୍ଷକ ମହାମହୀମ ରାଜାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
  36. ସାଉଦୀ ଜେଲରୁ 850 ଜଣ ଭାରତୀୟ ବନ୍ଦୀଙ୍କ ମୁକ୍ତି ପାଇଁ ଦୁଇଟି ପବିତ୍ର ମସଜିଦର ସଂରକ୍ଷକ ମହାମହୀମ ମହାରାଜଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।
  37. ଦୂତାବାସ ଏବଂ ପ୍ରବାସ ସଂକ୍ରାନ୍ତ ପ୍ରସଙ୍ଗରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ସହିତ ଦ୍ୱିପାକ୍ଷିକ ପର୍ଯ୍ୟଟନକୁ ବୃଦ୍ଧି କରିବା ଏବଂ ଜନ-ଜନ ସମ୍ପର୍କକୁ ବିସ୍ତୃତ କରିବା ନିମନ୍ତେ ଉଭୟ ପକ୍ଷ ଆଗ୍ରହ ବ୍ୟକ୍ତ କରିଥିଲେ ।
  38. ସାଉଦୀ ଆରବୀୟାନ ଏଆରଲାଇନ୍ସର ସିଟ ସଂଖ୍ୟା ବର୍ତ୍ତମାନର ମାସିକ 80 ହଜାର ସିଟରୁ ବୃଦ୍ଧି କରି ମାସିକ 112000 ସିଟ କରିବା ଏବଂ ଏହି ସଂଖ୍ୟାକୁ ସମୟକ୍ରମେ ଆହୁରି ବଢ଼ାଇବା ଲାଗି ଅଧ୍ୟୟନ ଜାରି ରଖିବା ଲାଗି ଭାରତ ସରକାର ରାଜି ହୋଇଥିଲେ ।
  39. ଏକ ଦୃଢ଼ ପ୍ରବାସ ବାତାବରଣ ସୃଷ୍ଟି କରିବା ନିମନ୍ତେ ଉଭୟ ରାଷ୍ଟ୍ରର ପ୍ରବାସ ମଞ୍ଚ ଯଥା, ଇ-ମାଇଗ୍ରେଟ ଏବଂ ଇ-ତୱଥିକ ସମ୍ମିଶ୍ରଣ ଲାଗି ଉଭୟ ପକ୍ଷ ଆଗ୍ରହ ବ୍ୟକ୍ତ କରିଛନ୍ତି ।
  40. ସାଧାରଣ ଭାବେ ଭାରତୀୟ ସମୁଦାୟ, ବିଶେଷ କରି ହଜ/ଉମ୍ରା ତୀର୍ଥଯାତ୍ରୀଙ୍କ ପାଇଁ ରୂପେ ସମେତ ପେମେଣ୍ଟ ବ୍ୟବସ୍ଥା କ୍ଷେତ୍ରରେ ରହିଥିବା ସହଯୋଗ ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ଉଭୟ ପକ୍ଷ ରାଜି ହୋଇଥିଲେ । ବିନା ଦୋଷରେ ସାଉଦୀ ଆରବରେ ଅଟକି ରହିଥିବା ଭାରତୀୟ ଶ୍ରମିକମାନଙ୍କ ପାଇଁ ଇକମାହପ୍ରସଙ୍ଗର ସମାଧାନ ଏବଂ ଏହି ମାନବୀୟ ପ୍ରସଙ୍ଗର ସମାଧାନ ନିମନ୍ତେ ମହାମହୀମ ଯୁବରାଜଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ।
  41. ମିଳିତ ଜାତିସଂଘ, G-20, ଡବ୍ଲୁଟିଓ ଆଦି ବହୁପକ୍ଷୀୟ ମଞ୍ଚରେ ପରିବର୍ଦ୍ଧିତ ସହଯୋଗ ଜରିଆରେ ସଂସ୍କାରିତ ବହୁପକ୍ଷବାଦକୁ ପ୍ରୋତ୍ସାହନ ଦେବା ନିମନ୍ତେ ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଏହି ପରୀପ୍ରେକ୍ଷୀରେ, ମିଳିତ ଜାତିସଂଘ ନିରାପତ୍ତା ପରିଷଦ, ବିଶ୍ୱ ବାଣିଜ୍ୟ ସଂଗଠନ, ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥା ଆଦି ବିଶ୍ୱ ପ୍ରଶାସନିକ ଢାଞ୍ଚାରେ ସଂସ୍କାରର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।
  42. ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ, ବହୁପକ୍ଷୀୟ ବ୍ୟବସ୍ଥାରେ ଏକ ପ୍ରଭାବୀ ସଂସ୍କାର, ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ, ଯାହା ସମକାଳୀନ ବାସ୍ତବତାକୁ ପ୍ରତିଫଳନ କରିବା ପ୍ରତି ମିଳିତ ଜାତିସଂଘର ଚିନ୍ତାଶୀଳତାକୁ କେନ୍ଦ୍ରିତ କରୁଥିବ । ସୁରକ୍ଷା ପରିଷଦ ସମେତ ମିଳିତ ଜାତିସଂଘ, ମିଳିତ ଜାତିସଂଘରେ ଜରୁରୀ ସଂସ୍କାରର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।
  43. ଅନ୍ତର୍ଜାତୀୟ ସଂଗଠନ ଏବଂ ସଂସ୍ଥାନ ଜରିଆରେ ସମେତ ପଳାତକ ଅର୍ଥନୈତିକ ଅପରାଧୀମାନଙ୍କୁ ଧରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଦୁଇ ପକ୍ଷ ସେମାନଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ ।
  44. ତାଙ୍କୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ଦଳକୁ ଉଦାର ଆତିଥେୟ ପ୍ରଦାନ କରିଥିବାରୁ ଭାରତ ସରକାର ଏବଂ ଭାରତର ଜନସାଧାରଣଙ୍କ ପ୍ରତି ସାଉଦୀ ଆରବର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମହାମହୀମ ଯୁବରାଜ ମହମ୍ମଦ ବିନ ସଲମାନ ବିନ ଅବଦୁଲାଜିଜ କୃତଜ୍ଞତା ବ୍ୟକ୍ତ କରିଥିଲେ ।

 

****************