ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର(ଏମ୍ଓୟୁ)କୁ ମଞ୍ଜୁରି ମିଳିଛି । ଏହି ବୁଝାମଣାପତ୍ର ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ କମ୍ପ୍ୟୁଟର ଏମର୍ଜେନ୍ସୀ ରେସପନ୍ସ ଟିମ୍ (ସିଇଆରଟି-ଇନ୍) ଏବଂ ବାଂଲାଦେଶ ସରକାରଙ୍କ ଡାକ, ଟେଲିଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ କମ୍ପ୍ୟୁଟର ରେସପନ୍ସ ଟିମ୍(ବିଜିଡି ଇ-ଗଭ ସିଆଇଆରଟି) ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା 8 ଏପ୍ରିଲ୍ 2017ରେ ସ୍ୱାକ୍ଷର କରାଯାଇଥିଲା ।
ସିଇଆରଟି-ଇନ୍ ଏବଂ ବିଜିଡି ଇ-ଗଭ୍ ସିଆଇଆରଟି ମଧ୍ୟ ହୋଇଥିବା ଏହି ବୁଝାମଣା ରେ ଥିବା ବ୍ୟବସ୍ଥା ଅନୁଯାୟୀ, ସାଇବର ଆକ୍ରମଣ ଏବଂ ସାଇବର ସୁରକ୍ଷା ଘଟଣାରେ ସୂଚନା ଆଦାନପ୍ରଦାନ; ସାଇବର ସୁରକ୍ଷା ପ୍ରଯୁକ୍ତି ସହଯୋଗ; ସାଇବର ସୁରକ୍ଷା ନୀତିର ବିନିମୟ ଏବଂ ଉଭୟ ଦେଶରେ ପ୍ରଚଳିତ ଆଇନ ଏବଂ ନିୟମ ମୁତାବକ ଆପୋଷ ଲାଭ, ପାଇଁ ଏହି କ୍ଷେତ୍ରରେ ମାନବ ସମ୍ବଳ ବିକାଶ ପାଇଁ ସହଯୋଗ ପାଇଁ ଉଭୟ ପକ୍ଷ ମିଳିତ ଭାବେ କାର୍ଯ୍ୟ କରିବେ ।
ସାଇବର ସୁରକ୍ଷା ପାଇଁ ଗଠିତ ଯୁଗ୍ମ କମିଟି ଗଠନ କରାଯିବା ମାଧ୍ୟମରେ ସିଇଆରଟି-ଇନ୍ ଏବଂ ବିଜିଡି ଇ-ଗଭ୍ ସିଆଇଆରଟି ମଧ୍ୟରେ ହୋଇଥିବା ଏହି ବୁଝାମଣାକୁ କାର୍ଯ୍ୟକାରୀ କରାଯିବ ।
**********