Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସହାୟକ ସଚିବଙ୍କ ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ସହାୟକ ସଚିବ (2017 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା)ଙ୍କ ଉଦଯାପନୀ ଅଧିବେଶନରେ ଯୋଗଦେଇଛନ୍ତି ।

ଅଧିକାରୀମାନେ ଆକାଂକ୍ଷୀ ଜିଲ୍ଲା ଗୁଡିକରେ ବିକାଶମୂଳକ ପରିବର୍ତ୍ତନ ଠାରୁ ଆରମ୍ଭ କରି ପାରଦର୍ଶିତା ଏବଂ ତ୍ଵରିତ ସେବା ପ୍ରଦାନ ବିଷୟବସ୍ତୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ ।

ପ୍ରଧାନମନ୍ତ୍ରୀ ନୂତନ ଉପାୟ, ଅବଧାରଣା ଓ ଦୃଷ୍ଟିକୋଣ ଦିଗରେ ଅଧିକ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ । ସେମାନେ ବିଭିନ୍ନ ଦିଗରୁ ମତାମତ ସଂଗ୍ରହ କରିବା ସହିତ ସେଗୁଡିକୁ ବିଶ୍ଳେଷଣ କରି କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ ।  ନିରନ୍ତର ଶିକ୍ଷା ଗ୍ରହଣ କରିବା ଏବଂ ଅନୁସନ୍ଧିତ୍ସୁ ହେବା ଲାଗି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାରୀ ଅଧିକାରୀଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ନିଷ୍ଠା ଗୁରୁତ୍ୱପୂର୍ଣ୍ଣ କାରଣ ନିଷ୍ଠା ନିରପେକ୍ଷ କରାଇଥାଏ ।

ସେ ଜନ-ଭାଗିଦାରୀ ଉପରେ ଗୁରୁତ୍ଵାରୋପ କରି ଯୁବ ଅଧିକାରୀମାନଙ୍କୁ ସରକାରୀ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ନିମନ୍ତେ ସାମୁହିକ ପ୍ରୟାସକୁ ପ୍ରୋତ୍ସାହିତ କରିବା ଲାଗି ଆହ୍ଵାନ କରିଥିଲେ । ସହାୟକ ସଚିବ ଭାବେ କାର୍ଯ୍ୟକାଳ ସମୟରେ ହାସଲ ଅଭିଜ୍ଞତାକୁ ଆପଣାଇବା ନିମନ୍ତେ ସେ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ।

ଉପସ୍ଥାପନା ପାଇଁ ଯୁବ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । “ଦେଶ ପାଇଁ ଆପଣମାନଙ୍କ ସଫଳତା ଗୁରୁତ୍ୱପୂର୍ଣ୍ଣ କାରଣ ଆପଣମାନଙ୍କ ସଫଳତା ଲୋକଙ୍କ ଜୀବନ ବଦଳାଇ ପାରିବ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

**********