ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସରୋଗେସି (ବ୍ୟବସାୟୀକ ଉଦ୍ଧାର-ଗର୍ଭ) ବିଲ୍, 2016କୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ବିଲ୍ ଦେଶରେ ସରୋଗେସି ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବ । ଏହାଦ୍ୱାରା କେନ୍ଦ୍ରସ୍ତରରେ ଏକ ଜାତୀୟ ସରୋଗେସି ବୋର୍ଡ, ରାଜ୍ୟ/କେନ୍ଦ୍ର ଶାସିତ କ୍ଷେତ୍ର ସ୍ତରରେ ରାଜ୍ୟସ୍ତରୀୟ ସରୋଗେସି ବୋର୍ଡ ଏବଂ ଅନୁରୂପ ପ୍ରାଧିକରଣମାନ ପ୍ରତିଷ୍ଠା କରାଯିବ । ଏହି ବିଲ୍ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ କରାଗଲେ ସରୋଗେସି ଦଳିତ ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରାଯିବ, ବ୍ୟବସାୟିକ ଭାବେ ସରୋଗେସିକୁ ନିଷେଧ କରାଯିବ ତଥା ଆବଶ୍ୟକ କରୁଥିବା ବନ୍ଧ୍ୟା ଦମ୍ପତିକୁ ବୈଧାନିକ ସରୋଗେସି ପାଇଁ ଅନୁମତି ପ୍ରଦାନ କରିବ ।
ଯେଉଁ ଭାରତୀୟ ବନ୍ଧ୍ୟା ଦମ୍ପତି ବୈଧାନିକ ଦୃଷ୍ଟିରୁ ଉଦ୍ଧାର-ଗର୍ଭ ମାଧ୍ୟମରେ ସନ୍ତାନ ଜନ୍ମ ପାଇଁ ଚାହିଁବେ ସେମାନେ ଏହାଦ୍ୱାରା ଉପକୃତ ହେବେ । ପୁନଶ୍ଚ ଏଭଳି ପଦ୍ଧତିରେ ଜନ୍ମିତ ସନ୍ତାନ ଓ ଜନ୍ମଦାତ୍ରୀ ମାତାଙ୍କ ଅଧିକାରକୁ ସୁରକ୍ଷିତ କରାଯାଇପାରିବ । ଏହି ବିଲ୍ ଜାମ୍ମୁ-କାଶ୍ମୀରକୁ ଛାଡି ସାରା ଭାରତ ପାଇଁ ପ୍ରଯୁଜ୍ୟ ହେବ ।
ଏହାଦ୍ୱାରା ହେବାକୁ ଥିବା ସବୁଠାରୁ ବଡ ଉପକାରଟି ହେଲା ଯେ, ଏହା ଦେଶରେ ସରୋଗେସି ସେବାକୁ ନିୟନ୍ତ୍ରଣ କରିବ । ମାନବ ଭ୍ରୁଣ ଓ ପରିପକ୍ଵ ଜନନକୋଷ (Gamete)ର ବ୍ୟବସାୟିକ କ୍ରୟବିକ୍ରୟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି । ତେଣୁ ଏହାଦ୍ୱାରା ଅନୈତିକ ଭାବେ ସରୋଗେସିକୁ ଉପଯୋଗ କରାଯିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇପାରିବ । ତେବେ ପ୍ରସ୍ତାବିତ ଚିଠା ବିଲରେ ଏହାର ସ୍ଥାୟୀ ବ୍ୟବସ୍ଥା କରାଯାଇନାହିଁ ।