Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରୀ ବାସଭବନ (ଅନଧିକୃତ ନିବାସୀଙ୍କୁ ଉଚ୍ଛେଦ) ଆଇନ, 1971ରେ ସଂଶୋଧନକୁ କ୍ୟାବିଟେନର ଅନୁମୋଦନ ଅନଧିକୃତ ଭାବେ ସରକାରୀ ଆବାସ ଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଉଚ୍ଛେଦ କରାଯାଇପାରିବ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାରୀ ବାସଭବନ ଆଇନ (ଅନଧିକୃତ ନିବାସୀଙ୍କୁ ଉଚ୍ଛେଦ), 1971(ପିପିଇ ଆଇନ,1971)ର ଧାରା 2 ଏବଂ ଧାରା 3ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଆଇନର ଧାରା 2ରେ ‘ଆବାସିକ ସୁବିଧା ଦଖଲ’ ନାମରେ ଏକ ସଂଜ୍ଞା ଯୋଗ କରାଯାଇଛି । ଧାରା 3ର ଉପଧାରା 3ଏ ନିମ୍ନରେ 3ବି ନାମକ ଏକ ଉପଧାରା ସଂଯୋଗ କରାଯାଇଛି ଯେଉଁଥିରେ ଆବାସିକ ସୁବିଧା ଜବରଦଖଲ ଉଚ୍ଛେଦ ବ୍ୟବସ୍ଥା ରଖାଯାଇଛି ।

ଏହି ବ୍ୟବସ୍ଥା ଫଳରେ ନୂଆ ନିବାସୀଙ୍କ ପାଇଁ ସରକାରୀ ବାସଭବନ ନମିଳିବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟ ସୀମା ପାଇଁ କିମ୍ବା ଲାଇସେନ୍ସ ଆଧାରରେ ପଦବୀରେ ଥିବା ପର୍ଯ୍ୟନ୍ତ ବାସଭବନ ପାଇଥିବା ଲୋକ ଯଦି ସରକାରୀ ବାସଭବନ ଖାଲି ନକରନ୍ତି, ତେବେ ଇଷ୍ଟେଟ୍ ଅଫିସର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିପାରିବେ ।

ତେଣୁ ଇଷ୍ଟେଟ୍ ଅଫିସର ପୂର୍ବଭଳି ଆଇନର ଧାରା 4, 5, ଓ 7ରେ ଥିବା ବ୍ୟବସ୍ଥା ଅନୁଯାୟୀ ଲମ୍ବା ନୀତି ନିୟମ ପାଳନ ନକରି ଏଭଳି କ୍ଷେତ୍ରରେ ତଦନ୍ତ କରିପାରିବେ । ନୂଆ ଧାରା ଅନୁଯାୟୀ ସରକାରୀ ବାସଭବନ ଦଖଲ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଇଷ୍ଟେଟ୍ ଅଫିସର ଉଚ୍ଛେଦ ନିର୍ଦ୍ଦେଶ ଦେଇପାରିବେ । ଯଦି ସମ୍ପୃକ୍ତ ବ୍ୟକ୍ତିବିଶେଷ ନିର୍ଦ୍ଦେଶ ପାଳନ ନକରନ୍ତି ତେବେ ଇଷ୍ଟେଟ୍ ଅଫିସର ଫୋର୍ସ ଉପଯୋଗ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉକ୍ତ ସ୍ଥାନରୁ ଉଚ୍ଛେଦ କରିପାରିବେ ।

ଏହି ସଂଶୋଧନ ଫଳରେ ଅନଧିକୃତ ଭାବେ ସରକାରୀ ଆବାସ ଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଉଚ୍ଛେଦ କରାଯାଇପାରିବ ।

ଏହାଫଳରେ ସରକାରୀ ବାସଭବନକୁ ଅନଧିକୃତ ଭାବେ ଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସହଜ ପ୍ରକ୍ରିୟାରୁ ବାହାର କରିବା ସମ୍ଭବ ହୋଇପାରିବ ଏବଂ ବାସଭବନକୁ ଆବଶ୍ୟକତା ଅନୁସାରେ ଖାଲି କରାଯାଇପାରିବ ।

ଏହାଦ୍ୱାରା ମଧ୍ୟ ସରକାରୀ ବାସଭବନ ପାଇଁ ଅପେକ୍ଷାରତ ସରକାରୀ କର୍ମଚାରୀ ଶୀଘ୍ର ଏବଂ ସହଜରେ ବାସଭବନ ପାଇପାରିବେ ।

ଜିପିଆରଏ ଅନୁଯାୟୀ ଯୋଗ୍ୟ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଏହାର ଲାଭ ପାଇପାରିବେ ।

**********