ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁଲତାନ ହାଜି ହସନାଲ ବୋଲକିଆଙ୍କ ନିମନ୍ତ୍ରଣକ୍ରମେ ଆଜି ଏକ ସରକାରୀ ଗସ୍ତରେ ବନ୍ଦର ସେରି ବେଗୱାନରେ ପହଞ୍ଚିଛନ୍ତି ।
ବ୍ରୁନେଇକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ଭାରତ ଓ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୪୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ଐତିହାସିକ ଗସ୍ତ ।
ବନ୍ଦର ସେରି ବେଗୱାନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ବ୍ରୁନେଇସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ରାଉନ ପ୍ରିନ୍ସ ତଥା ବରିଷ୍ଠ ମନ୍ତ୍ରୀ ହାଜି ଅଲ–ମୁହତାଦି ବିଲ୍ଲାହ ତାଙ୍କୁ ସ୍ୱାଗତ କରିଥିଲେ ।
ବ୍ରୁନେଇ ଭାରତର ‘ଆକ୍ଟ ଇଷ୍ଟ‘ ନୀତି ଏବଂ ଇଣ୍ଡୋ–ପ୍ୟାସିଫିକ୍ ଭିଜନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଭାରତ ଏବଂ ବ୍ରୁନେଇ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଯାହା ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ପ୍ରସଙ୍ଗରେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ଉପରେ ପର୍ଯ୍ୟବେଶିତ । ଦୁଇ ଦେଶ ଇତିହାସ, ସଂସ୍କୃତି ଓ ପରମ୍ପରା ସହ ସହସ୍ରାବ୍ଦୀ ଧରି ଜଡ଼ିତ।
BS
PM @narendramodi arrived in Brunei Darussalam a short while ago.
— PMO India (@PMOIndia) September 3, 2024
In a special gesture, the Prime Minister was warmly received by Crown Prince His Royal Highness Prince Haji Al-Muhtadee Billah at the airport. pic.twitter.com/N4O1B4jNFw
Landed in Brunei Darussalam. Looking forward to strong ties between our nations, especially in boosting commercial and cultural linkages. I thank Crown Prince His Royal Highness Prince Haji Al-Muhtadee Billah for welcoming me at the airport. pic.twitter.com/azcZywzjCh
— Narendra Modi (@narendramodi) September 3, 2024