ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମ୍ବିଧାନ (ଜାମ୍ମୁ କାଶ୍ମୀର ପାଇଁ ପ୍ରଯୁଜ୍ୟ) ଆଦେଶ 1954 ଯାହାକି ପରବର୍ତ୍ତୀ ସମୟରେ ସମ୍ବିଧାନ (ଜାମ୍ମୁ କାଶ୍ମୀର ପାଇଁ ପ୍ରଯୁଜ୍ୟ) ସଂଶୋଧନ ଆଦେଶ, 2019 ଭାବେ ସଂଶୋଧନ ହେବାକୁ ଅଛି ଓ ଜାମ୍ମୁ କାଶ୍ମୀର ସରକାରଙ୍କ ପ୍ରସ୍ତାବ ମୁତାବକ ଏଥିରେ ପ୍ରସ୍ତାବିତ ସଂଶୋଧନକୁ ମଞ୍ଜୁରି ମିଳିଛି । ଫଳରେ ରାଷ୍ଟ୍ରପତିଙ୍କ ଦ୍ଵାରା ଅନୁଛେଦ 370ର ଧାରା (1) ଅନ୍ତର୍ଗତ ଜାରି ସମ୍ବିଧାନ (ଜମ୍ମୁ ଓ କଶ୍ମୀରରେ ଲାଗୁ ହେବ ନିମନ୍ତେ) ସଂଶୋଧନ ଆଦେଶ, 2019 ବଳରେ ସମ୍ବିଧାନ (77ତମ ସଂଶୋଧନ) ଆଇନ, 1955 ଏବଂ ସମ୍ବିଧାନ (103ତମ ସଂଶୋଧନ) ଆଇନ, 2019 ଦ୍ଵାରା ସଂଶୋଧିତ ଭାରତୀୟ ସମ୍ବିଧାନର ପ୍ରାସଙ୍ଗିକ ବ୍ୟବସ୍ଥା ଲାଗୁ ହେବ ।
ପ୍ରଭାବ: ଏହା ବିଜ୍ଞପିତ ହେବାପରେ, ରାଜ୍ୟର ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିର କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପ୍ରାର୍ଥୀମାନଙ୍କୁ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବା ପାଇଁ ତଥା ଚାକିରି କ୍ଷେତ୍ରରେ 10% ସଂରକ୍ଷଣର ସୁବିଧା ପ୍ରଦାନ କରିବ । ବର୍ତ୍ତମାନ ବଳବତ୍ତର ରହିଥିବା ସଂରକ୍ଷଣ ସୁବିଧା ଅତିରିକ୍ତ ଏହି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
***