ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଆଜି ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ସେହତ ଯୋଜନାର ସମ୍ପ୍ରସାରଣକୁ ଶୁଭାରମ୍ଭ କରିଛନ୍ତି । ଏହା ଅଧୀନରେ ସମସ୍ତ ଜମ୍ମୁ ଓ କଶ୍ମୀରବାସୀଙ୍କୁ ଅନ୍ତର୍ଭୂକ୍ତ କରାଯିବ । କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଡ. ହର୍ଷ ବର୍ଦ୍ଧନ, ଡ. ଜିତେନ୍ଦ୍ର ସିଂ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ଅଞ୍ଚଳର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ଅବସରରେ ଜମ୍ମୁ ଓ କଶ୍ମୀର ପ୍ରତି ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସ୍ୱତନ୍ତ୍ର ସମ୍ପର୍କକୁ ସେ ସ୍ମରଣ କରିଥିଲେ ଏବଂ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉକ୍ତି “ଇନସାନିୟତ, ଜମହୁରିୟତ ଏବଂ କଶ୍ମୀରିୟତ” (ମାନବତା, ଗଣତନ୍ତ୍ର ଏବଂ କଶ୍ମୀରି ଭାବନା) ସବୁବେଳେ ଆମର ମାର୍ଗଦର୍ଶନ କରିବ।
ଜମ୍ମୁ ଓ କଶ୍ମୀର ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ସେହତ ଯୋଜନା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଲୋକମାନଙ୍କ ଜୀବନ ଧାରଣରେ ସୁଧାର ଆଣିବ । ବର୍ତ୍ତମାନ ରାଜ୍ୟର ପାଖାପାଖି ଛଅ ଲକ୍ଷ ପରିବାର ଏହି ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଉଛନ୍ତି । ସେହତ ଯୋଜନାର ଆରମ୍ଭ ହେବା ପରେ ସମସ୍ତ 21 ଲକ୍ଷ ପରିବାର ଲାଭାନ୍ୱିତ ହୋଇପାରିବେ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ଯୋଜନାର ଆଉ ଏକ ଲାଭ ହେଉଛି କେବଳ ଜମ୍ମୁ ଓ କଶ୍ମୀରର ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ନୁହେଁ, ବରଂ ସାରା ଦେଶରେ ଏହି ଯୋଜନା ଅଧୀନରେ ସାମିଲ ହୋଇଥିବା ଡାକ୍ତରଖାନାରେ ମଧ୍ୟ ମାଗଣା ଚିକିତ୍ସା ସୁବିଧା ମିଳିପାରିବ ।
ସମସ୍ତ ବାସିନ୍ଦାଙ୍କ ପାଇଁ ଆୟୁଷ୍ମାନ ଯୋଜନାର ସମ୍ପ୍ରସାରଣକୁ ପ୍ରଧାନମନ୍ତ୍ରୀ ଐତିହାସିକ ବୋଲି ଅଭିହିତ କରିବା ସହିତ ଜମ୍ମୁ ଓ କଶ୍ମୀର ଲୋକମାନଙ୍କର ବିକାଶ ପାଇଁ ଗ୍ରହଣ କରାଯାଇଥିବା ଏସବୁ ପଦକ୍ଷେପକୁ ନେଇ ଆନନ୍ଦ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଜମ୍ମୁ ଓ କଶ୍ମୀର ଲୋକମାନଙ୍କର ବିକାଶ ତାଙ୍କ ସରକାରଙ୍କର ସବୁଠୁ ବଡ଼ ପ୍ରାଥମିକତା । “ମହିଳା ସଶକ୍ତିକରଣ, ଯୁବପିଢ଼ିଙ୍କ ପାଇଁ ସୁଯୋଗ, ଦଳିତ, ଶୋଷିତ ଓ ନିର୍ଯାତିତଙ୍କ କଲ୍ୟାଣ ହେଉ କିମ୍ବା ଲୋକମାନଙ୍କର ମୌଳିକ ଅଧିକାର ସୁରକ୍ଷା, ଆମ ସରକାର ଲୋକମାନଙ୍କର କଲ୍ୟାଣ ପାଇଁ ପଦକ୍ଷେପ ନେଉଛନ୍ତି”, ପ୍ରଧାନମନ୍ତ୍ରୀ କହିଥିଲେ ।
ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀର ଲୋକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ଏକ ନୂଆ ଅଧ୍ୟାୟ ରଚନା କରିଛି। ଥଣ୍ଡା ଓ କରୋନା ସତ୍ତ୍ୱେ ଭୋଟ ଦେବା ପାଇଁ ବୁଥ ନିକଟରେ ପହଞ୍ଚିବା ନିମନ୍ତେ ସେ ଲୋକମାନଙ୍କୁ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଜମ୍ମୁ ଓ କଶ୍ମୀରର ପ୍ରତ୍ୟେକ ଭୋଟରଙ୍କ ମୁହଁରେ ବିକାଶର ଆଶା ରହିଛି । ସେ କହିଥିଲେ ଯେ ଜମ୍ମୁ ଓ କଶ୍ମୀରର ପ୍ରତ୍ୟେକ ଭୋଟରଙ୍କ ଆଖିରେ ସେ ଉନ୍ନତ ଭବିଷ୍ୟତ ପାଇଁ ବିଶ୍ୱାସ ଦେଖିଥାନ୍ତି । ଜମ୍ମୁ ଓ କଶ୍ମୀରର ଏହି ନିର୍ବାଚନ ମଧ୍ୟ ଆମ ଦେଶର ଗଣତନ୍ତ୍ରର ସାମର୍ଥ୍ୟକୁ ପ୍ରଦର୍ଶିତ କରିଥାଏ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ୱେ ପୁଡୁଚେରୀରେ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନ ହେଉନାହିଁ । ଏମାନଙ୍କର କାର୍ଯ୍ୟକାଳ 2011ରୁ ଶେଷ ହୋଇଥିବା ସତ୍ତ୍ୱେ ନିର୍ବାଚନ କରାଯାଉନାହିଁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାମାରୀ ସମୟରେ ପାଖାପାଖି 18 ଲକ୍ଷ ସିଲିଣ୍ଡର ପୂରଣ କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରରେ 10 ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ଏହା ଉଦ୍ଦେଶ୍ୟ କେବଳ ଶୌଚାଳୟ ନିର୍ମାଣ କରିବା ନୁହେଁ, ବରଂ ଲୋକମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା । ଗ୍ରାମୀଣ ସଡ଼କ ସଂଯୋଗ ବ୍ୟତୀତ, ଜମ୍ମୁ ଓ କଶ୍ମୀର ପ୍ରତ୍ୟେକ ପରିବାରକୁ ଆସନ୍ତା 2-3 ବର୍ଷ ମଧ୍ୟରେ ପାଇପ ଜଳ ଯୋଗାଣ ନିମନ୍ତେ ପ୍ରୟାସ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଟି ଏବଂ ଆଇଆଇଏମ ପ୍ରତିଷ୍ଠା ହେବା ଦ୍ୱାରା ଏଠାକାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଉଚ୍ଚଶିକ୍ଷା ମିଳିପାରିବ । ସେ କହିଥିଲେ, ଜମ୍ମୁ ଓ କଶ୍ମୀରରେ ଦୁଇଟି ଏମ୍ସ ଓ ଦୁଇଟି କ୍ୟାନସର ଇନଷ୍ଟିଚ୍ୟୁଟ ନିର୍ମାଣ କରାଯାଉଛି। ଏହିସବୁ ସଂସ୍ଥାନରୁ ସ୍ୱାସ୍ଥ୍ୟସେବା ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଶିକ୍ଷଣ ଲାଭ କରିପାରିବେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଜମ୍ମୁ ଓ କଶ୍ମୀରର ଯୁବକମାନେ ସହଜରେ ଋଣ ପାଉଛନ୍ତି ଏବଂ ଶାନ୍ତିର ମାର୍ଗରେ ଅଗ୍ରସର ହେଉଛନ୍ତି । ବହୁବର୍ଷ ଧରି ଜମ୍ମୁ ଓ କଶ୍ମୀରରେ ରହୁଥିବା ଲୋକମାନେ ବର୍ତ୍ତମାନ ବାସିନ୍ଦା ପ୍ରମାଣପତ୍ର ପାଉଛନ୍ତି । ବର୍ତ୍ତମାନ ପାର୍ବତ୍ୟାଞ୍ଚଳ ଏବଂ ସୀମାବର୍ତ୍ତୀ କ୍ଷେତ୍ରରେ ରହୁଥିବା ଲୋକମାନଙ୍କ ସମେତ ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକମାନେ ସଂରକ୍ଷଣ ସୁବିଧା ପାଇପାରୁଛନ୍ତି ।
*********
आज का दिन जम्मू कश्मीर के लिए बहुत ऐतिहासिक है।
— PMO India (@PMOIndia) December 26, 2020
आज से जम्मू कश्मीर के सभी लोगों को आयुष्मान योजना का लाभ मिलने जा रहा है।
सेहत स्कीम- अपने आप में ये एक बहुत बड़ा कदम है।
और जम्मू-कश्मीर को अपने लोगों के विकास के लिए ये कदम उठाता देख, मुझे भी बहुत खुशी हो रही है: PM
मैं जम्मू-कश्मीर के लोगों को लोकतंत्र को मजबूत करने के लिए भी बधाई देता हूं,
— PMO India (@PMOIndia) December 26, 2020
District Development Council के चुनाव ने एक नया अध्याय लिखा है,
मैं चुनावों के हर Phase में देख रहा था कि कैसे इतनी सर्दी के बावजूद, कोरोना के बावजूद, नौजवान, बुजुर्ग, महिलाएं बूथ पर पहुंच रहे थे: PM
जम्मू कश्मीर के हर वोटर के चेहरे पर मुझे विकास के लिए, डेवलपमेंट के लिए एक उम्मीद नजर आई, उमंग नजर आई।
— PMO India (@PMOIndia) December 26, 2020
जम्मू कश्मीर के हर वोटर की आंखों में मैंने अतीत को पीछे छोड़ते हुए, बेहतर भविष्य का विश्वास देखा: PM
जम्मू-कश्मीर में इन चुनावों ने ये भी दिखाया कि हमारे देश में लोकतंत्र कितना मजबूत है।
— PMO India (@PMOIndia) December 26, 2020
लेकिन एक पक्ष और भी है, जिसकी तरफ मैं देश का ध्यान आकर्षित कराना चाहता हूं।
पुडुचेरी में सुप्रीम कोर्ट के आदेश के बावजूद पंचायत और म्यूनिसिपल इलेक्शन नहीं हो रहे: PM
आप हैरान होंगे, सुप्रीम कोर्ट ने 2018 में ये आदेश दिया था।
— PMO India (@PMOIndia) December 26, 2020
लेकिन वहां जो सरकार है, इस मामले को लगातार टाल रही है।
साथियों,
पुडुचेरी में दशकों के इंतजार के बाद साल 2006 में Local Body Polls हुए थे।
इन चुनावों में जो चुने गए उनका कार्यकाल साल 2011 में ही खत्म हो चुका है: PM
महामारी के दौरान भी यहां जम्मू-कश्मीर में करीब 18 लाख सिलेंडर रिफिल कराए गए।
— PMO India (@PMOIndia) December 26, 2020
स्वच्छ भारत अभियान के तहत जम्मू कश्मीर में 10 लाख से ज्यादा टॉयलेट बनाए गए।
लेकिन इसका मकसद सिर्फ शौचालय बनाने तक सीमित नहीं, ये लोगों के स्वास्थ्य को सुधारने की भी कोशिश है: PM
आज जम्मू कश्मीर आयुष्मान भारत- सेहत स्कीम शुरु की गई है।
— PMO India (@PMOIndia) December 26, 2020
इस स्कीम 5 लाख रुपए तक का मुफ्त इलाज मिलेगा तो जीवन में कितनी बड़ी सहूलियत आएगी।
अभी आयुष्मान भारत योजना का लाभ राज्य के करीब 6 लाख परिवारों को मिल रहा था।
सेहत योजना के बाद यही लाभ सभी 21 लाख परिवारों को मिलेगा: PM
इस स्कीम का एक और लाभ होगा जिसका जिक्र बार-बार किया जाना जरूरी है।
— PMO India (@PMOIndia) December 26, 2020
आपका इलाज सिर्फ जम्मू कश्मीर के सरकारी और प्राइवेट अस्पतालों तक सीमित नहीं रहेंगा।
बल्कि देश में इस योजना के तहत जो हज़ारों अस्पताल जुड़े हैं, वहां भी ये सुविधा आपको मिल पाएगी: PM
Ensuring top quality healthcare for the people of Jammu and Kashmir. https://t.co/RdKKRo33lh
— Narendra Modi (@narendramodi) December 26, 2020