Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦରେ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସଂସଦରେ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସଂସଦରେ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ମହାମହିମ ରାଷ୍ଟ୍ରପତି ଜୀ, ଉପରାଷ୍ଟ୍ରପତି ଜୀ, ବାଚସ୍ପତି ମହୋଦୟ, ଗୁଲାମ ନବୀ ଜୀ, ନରେନ୍ଦ୍ର ସିଂହ ଜୀ, ଅଟଳ ଜୀଙ୍କ ପରିବାର ବର୍ଗ ଏବଂ ସମସ୍ତ ଅଟଳ ପ୍ରେମୀ ସଜ୍ଜନ ।

ସଂସଦର କେନ୍ଦ୍ରୀୟ ହଲରେ ଅଟଳ ଜୀ ଏବେ ଏହି ନୂଆ ରୂପରେ ଆମକୁ ଆଶୀର୍ବାଦ ବି ଦେବେ ଏବଂ ପ୍ରେରଣା ମଧ୍ୟ ଦେବେ । ଅଟଳ ଜୀଙ୍କ ଜୀବନ ବାବଦରେ ବ୍ୟାପକ ରୂପରେ ଅନେକ କଥା କୁହାଯାଇ ପାରେ ଏବଂ ଗୋଟିଏ କଥା ଅନ୍ୟଠାରୁ କମ ହେବ ନାହିଁ । ଘଂଟା ଘଂଟା ଧରି କୁହାଯାଇ ପାରେ ମାତ୍ର ତଥାପି ଏହା ପୁରା ହେବ ନାହିଁ ଏବଂ କମ ଶବ୍ଦରେ କହିବା ପରେ ମଧ୍ୟ ହୁଏତ ଏହି ବିଶାଳ ବ୍ୟକ୍ତିତ୍ୱର ପରିଚୟ କରାଯାଇ ପାରିବ । ଏପରି ବ୍ୟକ୍ତିତ୍ୱ ବହୁତ କମ ହୋଇଥା’ନ୍ତି । ଏତେ ବର୍ଷ ସଂସଦର ଗଳିରେ ଜୀବନ ବିତେଇବା ପରେ ଦଶକ ଦଶକ ଧରି କ୍ଷମତାରୁ ଦୂରରେ ରହି ଜନମାନସର ପବିତ୍ରତା ଦ୍ୱାରା, ନିଷ୍ଠାରେ ସେବା କରିବା, ସାଧାରଣ ଜନତାଙ୍କ ସ୍ୱରକୁ ଦୃଢ଼ କରିବା ଏବଂ ବ୍ୟକ୍ତିଗତ ଜୀବନର ହିତ ପାଇଁ କେବେ ବି ରାସ୍ତା ନବଦଳାଇବା, ଏହା ନିଜ ମଧ୍ୟରେ, ସାର୍ବଜନୀନ ଜୀବନରେ ଆମ ପରି ଅନେକ କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ଅନେକ କିଛି ଶିଖିବା ପରି ହୋଇଥାଏ ।

ରାଜନୀତିରେ ଉତ୍ଥାନ ଓ ପତନ ହୋଇଥାଏ, ଜୟ-ପରାଜୟ ଆସିଥାଏ, ମାତ୍ର ଆଦର୍ଶ ଏବଂ ବିଚାରରେ କେବେ ବି ବୁଝାମଣା ନକରି ଲକ୍ଷ୍ୟ ଆଡକୁ ଚାଲିବା ଏବଂ କେବେ ନା କେବେ ଏହାର ସଠିକ ପରିମାଣ ମିଳିଥାଏ, ଏହାକୁ ଆମେ ଅଟଳ ଜୀଙ୍କ ଜୀବନରେ ଦେଖିଛୁ । ତାଙ୍କ ଭାଷଣର ଅନେକ ଚର୍ଚ୍ଚା ହୋଇଥାଏ, ମାତ୍ର ହୁଏତ ଭବିଷ୍ୟତରେ କୌଣସି ମନୋବୈଜ୍ଞାନିକ ଦୃଷ୍ଟିରେ ଗବେଷଣା କରୁଥିବା ବ୍ୟକ୍ତି ଯଦି ଅନେକ ଗଭୀରତାର ସହିତ ବିଶ୍ଲେଷଣ କରିବେ ତେବେ ଜଣାପଡିବ ଯେ ଯେତେ ଶକ୍ତି ତାଙ୍କ ଭାଷଣରେ ଥିଲା ତାହାଠାରୁ ଅନେକ ଗୁଣ ଶକ୍ତି ତାଙ୍କ ମୌନରେ ଥିଲା । ସେ ଜନସଭାରେ ମଧ୍ୟ ଦୁଇ ଚାରି କଥା କହିବା ପରେ ଯେତବେଳେ ମୌନ ରହି ଯାଉଥିଲେ, ତାହା ବଡ ଆଶ୍ଚର୍ଯ୍ୟଜନକ ଥିଲା ଯେ ଲକ୍ଷ ଲକ୍ଷ ଜନତାଙ୍କ ମଧ୍ୟରେ ସବୁଠାରୁ ଶେଷ ବ୍ୟକ୍ତିକୁ ମଧ୍ୟ ଏହି ମୌନତାରୁ ବାର୍ତ୍ତା ମିଳିଯାଇଥାଏ । ଏହା କ’ଣ ଥିଲା, ତାଙ୍କ ଯୋଗାଯୋଗ ଦକ୍ଷତା ମଧ୍ୟ ହୁଏତ ଏହି ଯୁଗରେ ମୌନର ଯୋଗାଯୋଗ ଦକ୍ଷତା, କେବେ କହିବା ଏବଂ କେବେ ମୌନ ରହିବାକୁ ହେବ ତାହା ତାଙ୍କ ଶକ୍ତି ଥିଲା, ଏହା ଅଦ୍ଭୁତ ଥିଲା । ଏହିପରି ସେ ନିଜ ମସ୍ତିରେ ରହୁଥିଲେ । କେତେବେଳେ କେମିତି ସାଥିରେ ଯାତ୍ରା କରିବାର ସୁଯୋଗ ମିଳୁଥିଲା, ସେତବେଳେ ଦେଖୁଥିଲି କି ସେ ଆଖି ବନ୍ଦ କରି ରହୁଥିଲେ । ଅଧିକ କଥାବାର୍ତ୍ତା କରୁନଥିଲେ, ତାଙ୍କ ସ୍ୱଭାବରେ ଥିଲା । ମାତ୍ର ଛୋଟିଆ କଥା ବି ଥିଲା, ଯୁଦ୍ଧ କରିବା, ଯାହାକି ତାଙ୍କ ବିଶେଷତା ଥିଲା । ଆମ ଦଳୀୟ ସଭାରେ ପରିବେଶ ଯେତେ ଗରମ ଥିଲେ ମଧ୍ୟ, ସେ ଏମିତି ଛୋଟ କଥାଟିଏ ରଖିଦେଉଥିଲେ, ଏକଦମ ହାଲକା-ଫୁଲକା ବାତାବରଣ କରିଦେଉଥିଲେ । ଅର୍ଥାତ୍ ଏକପ୍ରକାରର ପରିସ୍ଥିତିକୁ ମାପି ନେଇଥିଲେ ସେ, ନିଜ ଭିତରେ ସମାହିତ କରିନେଇଥିଲେ । ଏପରି ବ୍ୟକ୍ତିତ୍ୱ ଲୋକତନ୍ତ୍ରର ସବୁଠାରୁ ବଡ ଶକ୍ତି ହୋଇଥା’ନ୍ତି, ସେହି ଶକ୍ତିକୁ ସମର୍ପିତ ଥିଲେ ଏବଂ ଲୋକତନ୍ତ୍ରରେ କେହି ଶତୃ ହୋଇନଥାନ୍ତି । ଲୋକତନ୍ତ୍ରରେ ସ୍ପର୍ଦ୍ଧା ଥାଏ, ପ୍ରତିପକ୍ଷ ଥାଏ । ଆଦର ଏବଂ ସମ୍ମାନ ଏହି ଭାବ ସହିତ ବଜାୟ ରଖିବା ଏହା ଆମ ନୂତନ ପିଢ଼ି ପାଇଁ ସବୁକିଛି ଶିଖିବା ପରି । ଆମ ସମସ୍ତଙ୍କୁ ଶିଖିବା ପରି ହେଉଛି କି ଆମେ କେଉଁପରି ପ୍ରତିସ୍ପର୍ଦ୍ଧା ଓ କଠୋରତମ ଆଲୋଚନାକୁ ମଧ୍ୟ ଆଦରତାର ସହ, ସମ୍ମାନର ସହ ଏହି ବ୍ୟକ୍ତିତ୍ୱଙ୍କ ଆଡକୁ ଦେଖିବା, ଏହା ଅଟଳଜୀଙ୍କ ଠାରୁ ଶିଖିବାର ବିଷୟ ।

ଆଜି ଅଟଳ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏହା ହେଉଛି ଅବସର । ମୁଁ ମୋ ତରଫରୁ ସଦନରେ ମୋର ସମସ୍ତ ସାଥିଙ୍କ ତରଫରୁ ଆଦରଣୀୟ ଅଟଳ ଜୀଙ୍କୁ ଆଦରର ସ୍ନେହାଞ୍ଜଳି ଅର୍ପଣ କରୁଛି ।