Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦରେ ନୂଆ ମର୍ଚ୍ଚାଣ୍ଟ ସିପିଂଙ୍ଗ୍ ବିଲ୍-୨୦୧୬କୁ ଉପସ୍ଥାପନ ଓ ମର୍ଚ୍ଚାଣ୍ଟ ସିପିଙ୍ଗ୍ ଏକ୍ଟ-୧୯୫୮ ଓ କଷ୍ଟିଂ ଭେସେଲ୍ସ ଏକ୍ଟ-୧୮୩୮ର ଉଚ୍ଛେଦକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନୂଆ ମର୍ଚ୍ଚାଣ୍ଟ ସିପିଙ୍ଗ୍ ବିଲ୍-୨୦୧୬କୁ ସଂସଦରେ ଉପସ୍ଥାପନ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ମର୍ଚ୍ଚାଣ୍ଟ ସିପିଂ ବିଲ୍-୨୦୧୬ ହେଉଛି ମର୍ଚ୍ଚାଣ୍ଟ ସିପିଂ ଏକ୍ଟ-୧୯୫୮ର ନୂଆ ସଂସ୍କରଣ । ଏହି ବିଲରେ ମର୍ଚ୍ଚାଣ୍ଟ ସିପିଙ୍ଗ୍ ଏକ୍ଟ-୧୯୫୮ ଓ କଷ୍ଟିଂ ଭେସେଲସ୍ ଏକ୍ଟ-୧୮୩୮କୁ ଉଚ୍ଛେଦ କରିବାର ପ୍ରାବଧାନ ରହିଛି । ବ୍ୟବସାୟୀ ନୌପରିବହନ ଆଇନ-୧୯୫୮ ଦୀର୍ଘ ବର୍ଷ ଧରି ବିଭିନ୍ନ ସମୟରେ ସଂଶୋଧନ କାରଣରୁ ବହୁତ ବଡ଼ ହୋଇଯାଇଥିଲା । ୧୯୬୬ରୁ ୨୦୧୪ ମସିହା ମଧ୍ୟରେ ଏହା ୧୭ଥର ସଂଶୋଧନ ହୋଇଛି । ଯେଉଁଥିପାଇଁ ଏହାର ଧାରା ସଂଖ୍ୟା ୫୬୦ରୁ ଅଧିକ ହୋଇଛି । ଏସବୁ ଧାରାକୁ ନୂଆ ବିଲରେ ୨୮୦ଟି ଧାରା ମଧ୍ୟରେ ସୀମିତ କରାଯାଇଛି । ଏହି ବିଲରେ ଦେଶରେ ବ୍ୟବସାୟିକ ନୌପରିବହନ ପାଇଁ ପ୍ରଚଳିତ ନିୟମକୁ ସରଳ କରାଯାଇଛି । ଏହା ସହିତ କେତେକ ଅନାବଶ୍ୟକ ପ୍ରାବଧାନକୁ ରଦ୍ଦ କରାଯାଇ ପୂର୍ବର ପ୍ରାବଧାନକୁ ବଳବତ୍ତର ରଖାଯାଇଛି । ସରଲ ଓ ସହଜ ବ୍ୟବସାୟ ପଦ୍ଧତି ନିମନ୍ତେ ସେବାକୁ ପାରଦର୍ଶୀ ଓ ପ୍ରଭାବଶାଳୀ କରିବା ପାଇଁ କେତେକ ବ୍ୟବସ୍ଥାକୁ ସରଳ କରାଯାଇଛି ।