Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଶ୍ରୀ ହରିଚନ୍ଦ ଠାକୁରଙ୍କୁ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଶ୍ରୀ ହରିଚନ୍ଦ ଠାକୁରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବଂଚିତ ବର୍ଗର ଲୋକଙ୍କ ଉତ୍ଥାନ ଏବଂ ସମାନତା, କରୁଣା ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଠାକୁରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଶ୍ରୀ ମୋଦୀ ମତୁଆ ଧର୍ମ ମେଳା-୨୦୨୫ ପାଇଁ ଶୁଭକାମନା ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ଶ୍ରୀ ଶ୍ରୀ ହରିଚନ୍ଦ ଠାକୁରଙ୍କ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ସେବା ଓ ଆଧ୍ୟାତ୍ମିକତା ସହ ଜଡ଼ିତ ହୋଇ ରହିବା କାରଣରୁ ଅସଂଖ୍ୟ ଲୋକଙ୍କ ହୃଦୟରେ ସେ ଅଛନ୍ତି । ସେ ତାଙ୍କ ଜୀବନକୁ ବଂଚିତ ବର୍ଗର ଲୋକଙ୍କ ଉତ୍ଥାନ ଏବଂ ସମାନତା, କରୁଣା ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ କରିଥିଲେ । ମୁଁ ପଶ୍ଚିମବଙ୍ଗର ଠାକୁରନଗର ଏବଂ ବାଂଲାଦେଶର ଓରକାଣ୍ଡି ଗସ୍ତକୁ କେବେ ଭୁଲି ପାରିବି ନାହିଁ, ସେଉଁଠାରେ କି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲି ।

ମତୁଆ ଧର୍ମ ମେଳା ୨୦୨୫ ପାଇଁ ମୋର ଶୁଭକାମନା । ଏଥିରେ ମତୁଆ ଧର୍ମର ଉକ୍ରୃଷ୍ଟ ସଂସ୍କୃତିକୁ ପ୍ରଦର୍ଶିତ କରାଯିବ । ଆମ ସରକାର ମତୁଆ ସମୁଦାୟର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛି ଏବଂ ଆଗାମୀ ଦିନରେ ସେମାନଙ୍କ କଲ୍ୟାଣ ପାଇଁ ଅଧିକ ପ୍ରୟାସ ଜାରି ରହିବ । ଜୟ ହରିବୋଲ!

SR