Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ରାମ ବାହାଦୂର ରାୟଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ପିଏମ ମୋଦୀଙ୍କର ସମ୍ବୋଧନର ମୂଳ ବିଷୟ


ନମସ୍କାର!

ଆମର ଦେଶରେ ସାଧାଣ ଲୋକମାନଙ୍କୁ ପ୍ରେରଣା ଦେବା ପାଇଁ ଋଷିମାନେ ମନ୍ତ୍ର ଦେଇଥିଲେ – ‘ଚରୈବେତି- ଚରୈବେତି’।

ଜଣେ ସାମ୍ବାଦିକଙ୍କ ପାଇଁ ଏହି ମନ୍ତ୍ର, ନୂଆ ବିଚାରର ଅନୁସନ୍ଧାନ ଏବଂ ସମାଜ ନିକଟରେ କିଛି ନୂଆ ଆଣିବା ପାଇଁ ଆଗ୍ରହ, ଏହା ହିଁ ତାଙ୍କର ସହଜ ସାଧନା ଅଟେ। ଏହା ଆନନ୍ଦର ବିଷୟ ଯେ ରାମ ବାହାଦୂର ରାୟ ଯେଉଁ ଭଳି ନିଜର ଦୀର୍ଘ ଜୀବନ ଯାତ୍ରାରେ ଏହି ସାଧନାରେ ନିଜକୁ ସାମଲ୍ କରିଛନ୍ତି, ଆଜି ତାଙ୍କର ଆଉ ଏକ ସିଦ୍ଧି ଆମ ସଭିଙ୍କ ନିକଟରେ ରହିଛି। ମୁଁ ଆଶା କରୁଛି ଯେ ‘ଭାରତୀୟ ସମ୍ବିଧାନ : ଅନକହି କାହାଣୀ’ ଆପଣଙ୍କର ଏହି ପୁସ୍ତକ ନିଜର ଶୀର୍ଷକକୁ ଚରିତାର୍ଥ କରିବ ଏବଂ ଦେଶ ନିକଟରେ ସମ୍ବିଧାନକୁ ଆହୁରି ବ୍ୟାପକ ଭାବରେ ପ୍ରସ୍ତୁତ କରିବ। ମୁଁ ଏହି ଅଭିନବ ପ୍ରୟାସ ପାଇଁ ରାମ ବାହାଦୂର ରାୟ ମହାଶୟଙ୍କୁ ଏବଂ ତାଙ୍କର ପ୍ରକାଶନ ସହିତ ସାମିଲ୍ ହୋଇଥିବା ସମସ୍ତ ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଆପଣ ସମସ୍ତେ ଦେଶର ବୌଦ୍ଧିକ ବର୍ଗର ପ୍ରତିନିଧିତ୍ବ କରୁଥିବା ବ୍ୟକ୍ତି ଅଟନ୍ତି। ଏହା ସ୍ବାଭାବିକ ଯେ ଆପଣ ଏହି ପୁସ୍ତକର ଲୋକାର୍ପଣ ପାଇଁ ସ୍ବତନ୍ତ୍ର ସମୟ ଓ ଦିନକୁ ବାଛିଛନ୍ତି ! ଏହି ସମୟର ଦେଶର ସ୍ବାଧୀନତାର ଅମୃତ ମହୋତ୍ସବର ସମୟ ଅଟେ। ଆଜିର ଦିନରେ 18 ଜୁନରେ ମୂଳ ସମ୍ବିଧାନର ପ୍ରଥମ ସଂଶୋଧନରେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଜି ସ୍ବାକ୍ଷର କରିଥିଲେ। ଅର୍ଥାତ୍ ଆଜିର ଦିନ ଆମର ସମ୍ବିଧାନର ଲୋକତାନ୍ତ୍ରିକ ଗତିଶୀଳତାର ପ୍ରଥମ ଦିନ ଥିଲା। ଏବଂ ଏହି ଦିନ ଆଜି ଆମେ ସମ୍ବିଧାନକୁ ଏକ ବିଶିଷ୍ଟ ଦୃଷ୍ଟିରେ ଦେଖୁଥିବା ଏହି ପୁସ୍ତକର ଲୋକାର୍ପଣ କରୁଛୁ। ଏହା ଆମର ସମ୍ବିଧାନର ସବୁଠାରୁ ବଡ଼ ଶକ୍ତି ଅଟେ ଯାହା ଆମକୁ ବିଚାରର ବିବିଧତା ଏବଂ ତଥ୍ୟ-ସତ୍ୟର ଅନ୍ବେଷଣର ପ୍ରେଣା ଦେଇଥାଏ।

ବନ୍ଧୁଗଣ

ଆମର ସମ୍ବିଧାନ, ସ୍ବାଧୀନ ଭାରତର ଏପରି ପରିକଳ୍ପନା ଭାବରେ ଆମର ନିକଟରେ ଆସିଥିଲା ଯାହା ଦେଶର ଅନେକ ପୀଢ଼ିଙ୍କର ସ୍ବପ୍ନକୁ ସାକାର କରିପାରିବ। ସମ୍ବିଧାନ ନିର୍ମାଣ ପାଇଁ ସମ୍ବିଧାନ ସଭାର ପ୍ରଥମ ବୈଠ 9 ଡିସେମ୍ବର 1946 ରେ କରାଯାଇଥିଲା। ଅର୍ଥାତ୍ ସ୍ବାଧୀନତାର ଅନେକ ମାସ ପୂର୍ବରୁ! ଏହି ବୈଠକ ପଛରେ ଏବ ବଡ଼ ଐତିହାସିକ ସନ୍ଦର୍ଭ ରହିଥିଲା, ସମୟ ଓ ପରିସ୍ଥିତି ମଧ୍ୟ ଥିଲା! ଆପଣ ସଭିଏଁ ଇତିହାସ ଓ ସମ୍ବିଧାନ ଜାଣିଥିବା ବ୍ୟକ୍ତିମାନେ ଏହା ସହିତ ପରିଚିତ ଅଛନ୍ତି। କିନ୍ତୁ ମୁଁ ଏହା ପଛରେ ଏକ ଭାବନାତ୍ମକ ଦିଗକୁ ମଧ୍ୟ ଦେଖୁଛି। ଅନିଶ୍ଚିତତାରେ ଭରା ସେହି ଦେଶ, ଅନେକ ଆହ୍ବାନର ସମ୍ମୁଖୀନ ହୋଇଥିବା ଆମର ସ୍ବତନ୍ତ୍ରତା ଆନ୍ଦୋଳନ,  କିନ୍ତୁ ତଥାପି ଆମର ଦେଶର ଆତ୍ମବିଶ୍ବାସ କେତେ ଅଟଳ ରହିଥିଲା ଏବଂ ନିଜର ସ୍ବାଧୀନତା, ନିଜର ସ୍ବରାଜକୁ ନେଇ ସମ୍ପୂର୍ଣ୍ଣ ଭରସା ରହିଥିଲା। ସ୍ବାଧୀନତା ମିଳିବାର ଏତେ ପୂର୍ବରୁ ମଧ୍ୟ ଦେଶ ସ୍ବାଧୀନତାର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା, ନିଜର ସମ୍ବିଧାନର ରୂପରେଖକୁ ନେଇ ବିଚାର ବିମର୍ଶ ଆରମ୍ଭ କରି ଦେଇଥିଲେ। ଏହା ଦର୍ଶାଉଛି ଯେ ଭାରତର ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ଏହା ଏକ ବିଚାର, ଏକ ନିଷ୍ଠା ଅଟେ, ସ୍ବତନ୍ତ୍ରତାର ଏକ ବିଶ୍ବାସ ଅଟେ।

ବନ୍ଧୁଗଣ,

ଆଜାଦି କା ଅମୃତ ମହୋତ୍ସବରେ ଦେଶ ଆଜି ସ୍ବତନ୍ତ୍ରତା ଆନ୍ଦୋଳନର ଅଜଣା ଅଧ୍ୟାୟକୁ ସମ୍ମୁଖକୁ ଆଣିବା ପାଇଁ ସାମୂହିକ ଭାବରେ ପ୍ରୟାସ କରୁଛି। ଯେଉଁ ସେନାଗଣ ନିଜର ସର୍ବସ୍ବ ଅର୍ପଣ କରିବା ପରେ ମଧ୍ୟ ବିସ୍ମୃତ ହୋଇଗଲେ, ଯେଉଁ ଘଟଣା ସ୍ବାଧୀନତାର ସଂଗ୍ରାମକୁ ଏକ ନୂତନ ଦିଗ ଦେବା ପରେ ମଧ୍ୟ ଭୁଲାଇ ଦିଆଗଲା  ଏବଂ ଯେଉଁ ବିଚାର ସ୍ବାଧୀନତାର ସଂଗ୍ରାମକୁ ଶକ୍ତି ଦେଉଥିଲା, ତଥାପି ସ୍ବାଧୀନତା ପରେ ଆମର ସଙ୍କଳ୍ପ ଠାରୁ ଦୂରେଇ ଗଲେ , ଦେଶ ଆଜି ସେମାନଙ୍କୁ ପୁଣି ଥରେ ଏକ ସୂତ୍ରରେ ବାନ୍ଧି ରଖିବାକୁ ଚେଷ୍ଟା କରୁଛି ଯଦ୍ବାରା ଭବିଷ୍ୟତରେ ଭାରତରେ ଅତୀତର ଚେତନା ଆହୁରି ମଜବୁତ ହୋଇପାରିବ। ଏଥିପାଇଁ, ଆଜି ଦେଶର ଯୁବକ, ସେହିସବୁ ଇତିହାସ ଉପରେ ଗବେଷଣା କରୁଛନ୍ତି, ବହି ଲେଖୁଛନ୍ତି। ଅମୃତ ମହୋତ୍ସବ ଅନ୍ତର୍ଗତ ଅନେକ କାର୍ଯ୍ୟକ୍ରମ କରାଯାଉଛି। ‘‘ଭାରତୀୟ ସମ୍ବିଧାନ-ଅନକହି କାହାନୀ’ ଏହି ବହି ଦେଶର ଏହି ଅଭିଯାନକୁ ଏକ ନୂଆ ଶକ୍ତି ଦେବାର କାମ କରିବ। ସ୍ବାଧୀନତାର ଇତିହାସ ସହିତ ଆମର ସମ୍ବିଧାନର ଅଜଣା ଅଧ୍ୟାୟ ଦେଶର ଯୁବକମାନଙ୍କୁ ଏକ ନୂତନ ଚିନ୍ତାଧାରା ପ୍ରଦାନ କରିବ ଓ ଏହାକୁ ବ୍ୟାପକ କରିବ। ରାମ ବାହାଦୂର ମହାଶୟ ନିଜର ଏହି ବହିର ଏକ ନକଲ ବହୁ ପୂର୍ବରୁ ମୋତେ ପଠାଇଥିଲେ। ମୁଁ ତାର କିଛି ପୃଷ୍ଠା ପଢ଼ିଥିଲି ଓ ଏହା ବିଷୟରେ ଅନେକ ରୋଚକ ବିଷୟ ଓ ବିଚାର ଜାଣିବାକୁ ପାଇଲି। ଯେମିତି ଗୋଟିଏ ସ୍ଥାନରେ ଲେଖା ଯାଇଥିଲ ଯେ –

‘‘ଭାରତର ସମ୍ବିଧାନର ଇତିହାସକୁ ସ୍ବତନ୍ତ୍ରତା ସଂଗ୍ରାମର ଲୁପ୍ତଧାରା ଧରାଯାଇଥିଲା। କିନ୍ତୁ ଏପରି ନୁହେଁ।’’ ‘‘ସମ୍ବିଧାନ ସହିତ ପରିଚିତ ହେବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ଅଟେ।’’ ବହିର ପ୍ରାରମ୍ଭରେ ଆପଣ ଏହା ମଧ୍ୟ ଲେଖିଛନ୍ତି ଯେ ସମ୍ବିଧାନ କୁ ନେଇ ଆପଣଙ୍କର ବିଶେଷ ରୁଚି ଜରୁରୀକାଳୀନ ସମୟରେ ସୃଷ୍ଟି ହୋଇଥିବା, ଯେତେବେଳେ ସୀମା ନିକଟରେ ଆପଣଙ୍କୁ ଜେଲରେ ବନ୍ଦ କରି ଦିଆଯାଇଥିଲା। ଅର୍ଥାତ୍, ସମ୍ବିଧାନ ଆପଣଙ୍କୁ ଆପଣଙ୍କ ଅଧିକାର ସହିତ ପରିଚିତ କରାଇଲା ଏବଂ ଯେତେବେଳେ ଆପଣ ଏହାର ଗଭୀରତାରେ ପ୍ରବେଶ କଲେ ସେତେବେଳେ ଆପଣ ସମ୍ବିଧାନର ବୋଧକୁ ଚିହ୍ନି ନାଗରିକ କର୍ତ୍ତବ୍ୟ ଭାବରେ କଲେ। ଅଧିକାର ଓ କର୍ତ୍ତବ୍ୟର ଏହି ସମନ୍ବୟ ଆମର ସମ୍ବିଧାନକୁ ସ୍ବତନ୍ତ୍ର କରିଥାଏ। ଆମର ଅଧିକାର ଯଦି ଅଛି ତେବେ କର୍ତ୍ତବ୍ୟ ମଧ୍ୟ ରହିଛି।  ଏବଂ ଯଦି କର୍ତ୍ତବ୍ୟ ରହିଛି ତେବେ ଅଧିକାର ସେହିଭଳି ମଜବୁତ୍ ହେବ। ଏଥିପାଇଁ, ଆଜାଦିର ଅମୃତ କାଳରେ ଆଜି ଦେଶ କର୍ତ୍ତବ୍ୟବୋଧ ବିଷୟରେ ଆଲୋଚନା କରୁଛି, କର୍ତ୍ତବ୍ୟ ଉପରେ ଏତେ ଜୋର ଦିଆଯାଉଛି।

ବନ୍ଧୁଗଣ,

ଯେତେବେଳେ ଆମେ କିଛି ନୂଆ ସଙ୍କଳ୍ପ ନେଇ ବାହାରି ଥାଉ, ସେତେବେଳେ ଆମର ଜ୍ଞାନକୁ ଆମକୁ ମାର୍ଗ ଦେଖାଇଥାଏ। ବୋଧ ହିଁ ଆମକୁ ପ୍ରବୋଧ କରାଇଥାଏ। ଏଥିପାଇଁ ଗୋଟିଏ ଦେଶ ଭାବରେ ଆମେ ସମ୍ବିଧାନର ସାମର୍ଥ୍ୟକୁ ସେତିକି ଭାବରେ ବିସ୍ତୃତ ଉପଯୋଗ କରିପାରିବା ଯେତେବେଳେ ଆମେ ସମ୍ବିଧାନକୁ ଗଭୀରତାର ସହିତ ସେତେବେଳେ ଅନେକ ବିଷୟକୁ ବୁଝି ପାରିବା। ଗାନ୍ଧୀଜୀ କିପରି ଏକ ନେତୃତ୍ବ ପ୍ରଦାନ କରିଥିଲେ, ସରଦାର ପଟେଲ୍ ଧର୍ମର ଆଧାରରେ ପୃଥକ ନିର୍ବାଚନ ପ୍ରଣାଳୀକୁ ସମାପ୍ତ କରି ଭାରତୀୟ ସମ୍ବିଧାନକୁ ସାଂପ୍ରଦାୟିକତାରୁ ମୁକ୍ତ କରିଥିଲେ। ଡା. ଆମ୍ବେଦକର ସମ୍ବିଧାନର ପ୍ରସ୍ତାବନାରେ ବନ୍ଧୁତାର ସମାବେଶ କରି ‘ଏକ ଭାରତ ଶ୍ରେଷ୍ଠ ଭାରତ’ କୁ ଆକାର ଦେଲେ ଏବଂ କିପରି ଡା. ରାଜେନ୍ଦ୍ର ପ୍ରସାଦଙ୍କ ପରି ବିଦ୍ବାନ ସମ୍ବିଧାନକୁ ଭାରତର ଆତ୍ମା ସହିତ ଯୋଡ଼ିବାର ପ୍ରୟାସ କରିଛନ୍ତି, ଏହି ବହି ଏପରି ଅଜଣା ଦିଗ ବିଷୟରେ ଆମକୁ ପରିଚୟ କରାଇଥାଏ। ଏହି ସବୁ ବିଷୟ ଆମକୁ ଭବିଷ୍ୟତରେ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବାରେ ମଧ୍ୟ ସହାୟତା ପ୍ରଦାନ କରିବ।

ବନ୍ଧୁଗଣ, ଭାରତର ସ୍ବଭାବତଃ ଏକ ଉନ୍ମୁକ୍ତ ବିଚାର ରଖୁଥିବା ଦେଶ ଅଟେ। ଜଡ଼ତା ଆମର ମୂଳ ସ୍ବଭାବର ଅଂଶ ନୁହେଁ। ସମ୍ବିଧାନ ସଭାର ଗଠନ ଠାରୁ ନେଇ, ଆଲୋଚନା ପର୍ଯ୍ୟନ୍ତ, ସମ୍ବିଧାନକୁ ଗ୍ରହଣ କରିବା ଠାରୁ ନେଇ ଆଜିର ଏହି ସମୟ ପର୍ଯ୍ୟନ୍ତ, ଆମେ କ୍ରମାଗତ ଭାବରେ ଏକ ଗତିଶୀଳ ଏବଂ ପ୍ରଗତିଶୀଳ ସମ୍ବିଧାନକୁ ଦେଖିଛୁ। ଆମେ ତର୍କ କରିଛୁ, ପ୍ରଶ୍ନ ଉଠାଇଛୁ, ଆଲୋଚନା କରିଛୁ, ପରିବର୍ତ୍ତନ ମଧ୍ୟ କରିଛୁ। ମୋର ପୁରା ବିଶ୍ବାସ ରହିଛି ଯେ ଏହି ନିରନ୍ତରତା ଆମର ଜନଗଣ ମଧ୍ୟରେ ଏବଂ ଜନମନରେ ସର୍ବଦା ରହିବ। ଆମେ ସର୍ବଦା ଗବେଷଣା କରିବୁ ଓ ଅତୀତ ତୁଳନାରେ ଭବିଷ୍ୟତକୁ ଆହୁରି ଉନ୍ନତ କରିବୁ। ଆପଣମାନେ ଏହି ପରି ଦେଶର ଏହି ଗତିଶୀଳତାକୁ ନେତୃତ୍ବ ପ୍ରଦାନ କରିବେ। ଏହି ବିଶ୍ବାସ ସହିତ, ଆପଣ ସଭିଙ୍କୁ ବହୁତ ବହୁତ ଧନ୍ୟବାଦ।

BS