Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜଙ୍କ 350ତମ ଜନ୍ମ ବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (05.01.2017) ପାଟନାଠାରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜଙ୍କ 350ତମ ଜନ୍ମ ବାର୍ଷିକୀ ସମାରୋହରେ ଯୋଗଦେଇଥିଲେ ।

ଏହି ସମାରୋହର ସ୍ମାରକୀ ସ୍ଵରୂପ ଏକ ଡାକ ଟିକଟ ଉନ୍ମୋଚନ କରାଯାଇଥିଲା ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ଵବାସୀ ଜାଣିବା ଉଚିତ ଯେ, ଗୁରୁ ଗୋବିନ୍ଦ ସିଂହ ଜୀ କିଭଳି ବିଶାଳ ସଂଖ୍ୟାରେ ଜନମାନସକୁ ପ୍ରେରଣା ଯୋଗାଇଥିଲେ ।

ଗୁରୁ ଗୋବିନ୍ଦ ସିଂହ ଜ୍ଞାନକୁ ତାଙ୍କ ବାଣୀର ପ୍ରମୁଖ ବିନ୍ଦୁ ଭାବେ ସ୍ଥାନ ଦେଇଥିଲେ ଏବଂ ଏହି ଆଦର୍ଶ ଓ ଚିନ୍ତନ ମାଧ୍ୟମରେ ଅନେକ ଲୋକଙ୍କୁ ଓ ଅନୁଗାମୀଙ୍କୁ ପ୍ରେରଣା ଦେଇଥିଲେ । ବୀରତ୍ଵ ବ୍ୟତୀତ ଗୁରୁ ଗୋବିନ୍ଦ ସିଂହଙ୍କ ବ୍ୟକ୍ତିତ୍ଵର ଅନେକ ମହତ୍ଵପୂର୍ଣ୍ଣ ଦିଗ ରହିଥିଲା ଯାହାକି ସମସ୍ତଙ୍କ ପାଇଁ ପ୍ରେରଣାଦାୟକ । ଗୁରୁ ଗୋବିନ୍ଦ ସିଂହ ସାମାଜିକ ବାଛ ବିଚାରରେ କେବେହେଲେ ବିଶ୍ଵାସ କରୁନଥିଲେ ଏବଂ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ ।

ବିହାରରେ ନିଶାମୁକ୍ତି ଅଭିଯାନ ପାଇଁ ସେଠାକାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ରାଜ୍ୟର ଭବିଷ୍ୟତ ପିଢୀକୁ ଧ୍ଵଂସ ମୁଖରୁ ରକ୍ଷା କରିବ । ରାଷ୍ଟ୍ରୀୟ ପ୍ରଗତିରେ ବିହାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।