Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ


30 ମେ, 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ମୈତ୍ରୀପାଲା ସିରିସେନା ଯୋଗ ଦେଇଥିଲେ ।

ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କ ଦଳର ବିପୁଳ ବିଜୟ ସହିତ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି ସିରିସେନା ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିସହିତ ଆମ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ପାଇଁ ଆଜିର ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଉଦାରତା ପୂର୍ବକ ରାଷ୍ଟ୍ରପତି ସିରିସେନାଙ୍କୁ ଶପଥ ଗ୍ରହଣ ସମାରୋହରେ ତାଙ୍କର ଉପସ୍ଥିତି ଏବଂ ଶୁଭକାମନା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀଲଙ୍କା ସହିତ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଲାଗି ସେ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଦୁଇ ନେତା ହୃଦବୋଧ କରିଥିଲେ ଯେ ଆତଙ୍କବାଦ ଏବଂ ଉଗ୍ରବାଦ ମାନବ ସମାଜ ପ୍ରତି ଲଗାତାର ବିପଦ ସୃଷ୍ଟି କରିଆସିଛି । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଏସିଆ ଏବଂ ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି ଏବଂ ନିରାପତ୍ତା ପାଇଁ ନିବିଡ଼ ଦ୍ୱିପାକ୍ଷିକ ସହଯୋଗ ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।