Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟର ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟର ନେତାମାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ  ସମ୍ମାନାଷ୍ପଦ ତାମିଲ ନେତା ଥିରୁ ଆର.ସମ୍ପନ୍ଥନ ଏବଂ ଥିରୁ ମାଭାଇ ସେନାଥିରାଜଙ୍କ ପରଲୋକରେ ଶୋକ ପ୍ରକଟ କରିଥିଲେ ।

ଏକ୍ସ ର ଏକ ସ୍ୱତନ୍ତ୍ର ପୋଷ୍ଟରେ ସେ ଲେଖିଛନ୍ତି:

“ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟର ନେତାମାନଙ୍କୁ ଭେଟିବା ସର୍ବଦା ଖୁସି ଦେଇଥାଏ । ସମ୍ମାନାଷ୍ପଦ ତାମିଲ ନେତା ଥିରୁ ଆର.ସମ୍ପନ୍ଥନ ଏବଂ ଥିରୁ ମାଭାଇ ସେନାଥିରାଜଙ୍କ ପରଲୋକ ପାଇଁ ସମବେଦନା ଜଣାଇଲି । ଉଭୟଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା । ଅଖଣ୍ଡ ଶ୍ରୀଲଙ୍କା ମଧ୍ୟରେ ତାମିଲ ସମ୍ପ୍ରଦାୟ ଲୋକଙ୍କ ସମାନତାର ଜୀବନ, ଗାରିମା ଓ ନ୍ୟାୟ ସକାଶେ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଲି । ମୋ ଗସ୍ତ ସମୟରେ ଶୁଭାରମ୍ଭ ହୋଇଥିବା ଅନେକ ପ୍ରକଳ୍ପ ଓ ପଦକ୍ଷେପ ସେମାନଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶରେ ଅବଦାନ ରଖିବ ।”

SR