Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରକୁ ସମର୍ପିଲେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ

ଶ୍ରୀନଗରରେ ପ୍ରଧାନମନ୍ତ୍ରୀ:
ରାଷ୍ଟ୍ରକୁ ସମର୍ପିଲେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗରଠାରେ ଏକ ସମାରୋହରେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।
ସେହିଭଳି ପ୍ରଧାନମନ୍ତ୍ରୀ ଶ୍ରୀନଗର ରିଙ୍ଗ ରୋଡ ନିର୍ମାଣର ଆଧାରଶିଳା ରଖିଛନ୍ତି ।

ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ, ବିଗତ ଚାରି ବର୍ଷରେ ବିଭିନ୍ନ ସମୟରେ ସେ ଜାମ୍ମୁ-କାଶ୍ମୀର ରାଜ୍ୟ ଗସ୍ତ କରିଛନ୍ତି ।

ସେ କହିଥିଲେ ଯେ, ପବିତ୍ର ରମଜାନ ମାସରେ ମହାପୁରୁଷ ମହମ୍ମଦଙ୍କ ଶିକ୍ଷା ଏବଂ ବାର୍ତ୍ତାକୁ ସ୍ମରଣ କରିବାର ସମୟ ଆସିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, 330 ମେଗାୱାଟ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ରାଜ୍ୟର ବିଦ୍ୟୁତ ଚାହିଦାକୁ ଅଧିକାଂଶରେ ମେଣ୍ଟାଇପାରିବ ।
ଏହି ଅବସରରେ ରାଜ୍ୟର କାଶ୍ମୀର, ଜାମ୍ମୁ ଏବଂ ଲଦାଖ କ୍ଷେତ୍ରର ସମତୁଲ ବିକାଶକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ ।

**********