ସାଉଦିଆରବର ହଜ୍ ଏବଂ ଉମରା ମନ୍ତ୍ରୀ ତୌଫିକ୍ ବିନ୍ ଫୱଜାନ୍ ଅଲ୍ ରବିୟାଙ୍କ ସହ ହୋଇଥିବା ହଜ୍ ଚୁକ୍ତିନାମା-୨୦୨୫କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଏହି ଚୁକ୍ତିନାମା ଭାରତର ହଜ୍ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଏକ ଚମତ୍କାର ଖବର । ‘ଆମ ସରକାର ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତମ ତୀର୍ଥଯାତ୍ରା ଅନୁଭବ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ।’
କେନ୍ଦ୍ରମନ୍ତ୍ରୀ କିରେନ ରିଜିଜିୁଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
“ଏହି ଚୁକ୍ତିକୁ ମୁଁ ସ୍ୱାଗତ କରୁଛି, ଯାହାକି ଭାରତର ହଜ୍ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ଖବର । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଉତ୍ତମ ତୀର୍ଥଯାତ୍ରା ଅନୁଭବ ଆଣିବାକୁ ଆମ ସରକାର ପ୍ରତିବଦ୍ଧ ।”
SR
I welcome this agreement, which is wonderful news for Hajj pilgrims from India. Our Government is committed to ensuring improved pilgrimage experiences for devotees. https://t.co/oybHXdyBpK
— Narendra Modi (@narendramodi) January 13, 2025