ବନ୍ଧୁଗଣ ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର ।
ଆଜି ସଂସଦର ଅଧିବେଶନ ଆରମ୍ଭ ହେଉଛି ।
ପୂର୍ବ ଅଧିବେଶନରେ ଜିଏସଟି ବିଲ ଗୃହିତ ହେବା ପରି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଥିବା କାରଣରୁ ଦେଶରେ ଏକକ ଟିକସ ବ୍ୟବସ୍ଥାର ଯେଉଁ ସ୍ୱପ୍ନ ରହିଛି, ସେହି ଦିଗରେ ବଡ ଗୁରୁତ୍ୱପୂର୍ଣ୍ଣ କାମ ଗୃହରେ ସମ୍ପାଦିତ ହୋଇଥିଲା । ମୁଁ ସେଦିନ ମଧ୍ୟ ସବୁ ଦଳକୁ ଧନ୍ୟବାଦ ଦେଇଥିଲି । ଦେଶ ହିତ ପାଇଁ ସବୁ ଦଳ ଯେତବେଳେ ମିଳିମିଶି କାମ କରନ୍ତି, ତେବେ ନିଷ୍ପତି ମଧ୍ୟ ଠିକହୁଏ, ଚଞ୍ଚଳ ହୁଏ ଓ ପରିଣାମ ମଧ୍ୟ ଭଲ ହୁଏ ।
ଏହି ଅଧିବେଶନରେ ମଧ୍ୟ ବହୁତ ଭଲ ଚର୍ଚ୍ଚା ହେବ । ସବୁ ବିଷୟରେ ଚର୍ଚ୍ଚା ହେବ । ଦଳମାନଙ୍କର ନିଜ ନିଜର ରାଜନୈତିକ ଚିନ୍ତାଧାରା ଆଧାରରେ ମଧ୍ୟ ଚର୍ଚ୍ଚା ହେବ । ସାଧାରଣ ନାଗରିକଙ୍କ ଆଶା, ଆକାଂକ୍ଷା ଓ ଆବଶ୍ୟକତା ସନ୍ଦର୍ଭରେ ମଧ୍ୟ ଚର୍ଚ୍ଚା ହେବ ଏବଂ ମତେ ଲାଗୁଛି କି ବହୁତ ଭଲ ତର୍କ ମଧ୍ୟ ଅଧିବେଶନରେ ହେବ । ସବୁ ଦଳର ବହୁତ ଭଲ ଯୋଗଦାନ ମଧ୍ୟ ରହିବ ।
ସରକାରଙ୍କ ତରଫରୁ ଯେଉଁ ପ୍ରସ୍ତାବିତ କାର୍ଯ୍ୟସୂଚୀର ବିଷୟ ରହିଛି, ଏହାକୁ ପୂର୍ଣ୍ଣ କରିବା ଲାଗି ସବୁ ଦଳମାନଙ୍କୁ ସାଥିରେ ନେଇ ଆଗକୁ ବଢ଼ିବା ଲାଗି ଭରପୁର ପ୍ରୟାସ କରାଯିବ । ଜିଏସଟି କାମକୁ ଆଗକୁ ବଢ଼ାଇବା ଲାଗି ସମସ୍ତ ରାଜ୍ୟ ସରକାର ଓ ସବୁ ଦଳମାନଙ୍କ ସହ ଲଗାତର ବୈଠକ ହେଇଆସୁଛି, ସଦନର ପୂର୍ବରୁ ମଧ୍ୟ ସବୁ ଦଳମାନଙ୍କ ସହ ଲଗାତର ବୈଠକ ହେଇ ଆସୁଥିଲା ।
ସରକାରଙ୍କ ମତ ହେଉଛି ପ୍ରତି ବିଷୟରେ ଚର୍ଚ୍ଚା ପାଇଁ ଆମେ ପ୍ରସ୍ତୁତ । ଖୋଲା ଚର୍ଚ୍ଚା ହେଉ ସେଥିପାଇଁ ଆମେ ପ୍ରସ୍ତୁତ । ଏବଂ ଏହି କାରଣରୁ ବହୁତ ଭଲ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ।
Today the session of the Parliament is commencing. The last session witnessed the historic GST passage: PM @narendramodi
— PMO India (@PMOIndia) November 16, 2016
Am sure we will have good debates on various issues, parties will present their views on issues. We will talk about people's aspirations: PM
— PMO India (@PMOIndia) November 16, 2016
The Government believes in debating every issue in an open manner, as this sets the stage for very good decisions: PM @narendramodi
— PMO India (@PMOIndia) November 16, 2016