Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶକ୍ତି ରୂପାନ୍ତରଣ କ୍ଷେତ୍ରରେ ଇଟାଲୀ-ଭାରତ ରଣନୀତିକ ଭାଗିଦାରୀ ଉପରେ ମିଳିତ ବିବୃତ୍ତି


ଇଟାଲୀ ଗଣତନ୍ତ୍ରର ମନ୍ତ୍ରୀ ପରିଷଦର ସଭାପତି ମହାମହିମ ଶ୍ରୀ ମାରିଓ ଦ୍ରାଘି ଏବଂ ଭାରତର ପ୍ରଧାନମନ୍ତ୍ରୀ ମହାମହିମ ଶ୍ର୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦୩୧, ୨୦୨୧ ରେ ରୋମଠାରେ ଇଟାଲୀ ଦ୍ୱାରା ଆୟୋଜିତ ଜି୨୦ ନେତାଙ୍କ ସମ୍ମିଳନୀରେ ଦ୍ୱିପାକ୍ଷିକ ବୈଠକ କରିଥିଲେ

ନଭେମ୍ବର , ୨୦୨୦ ରେ ଭାରତ ଏବଂ ଇଟାଲୀ ମଧ୍ୟରେ ଏକ ବର୍ଦ୍ଧିତ ସହଭାଗୀତା (୨୦୨୦୨୦୨୪) ପାଇଁ କାର୍ଯ୍ୟ ଯୋଜନା ଗ୍ରହଣ କରାଯିବା ପରଠାରୁ ଦୁଇ ନେତା ଦ୍ୱିପାକ୍ଷିକ ସଂପର୍କରେ ଉଲ୍ଲେଖନୀୟ ଅଗ୍ରଗତିକୁ ସ୍ୱୀକାର କରିଛନ୍ତି ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ତ୍ୱରାନ୍ୱିତ କରିବାର କ୍ରସକଟିଙ୍ଗ ପ୍ରସଙ୍ଗ, ରୋମରେ ଉଭୟ ଜି୨୦ ନେତାଙ୍କ ସମ୍ମିଳନୀ ଏବଂ ଗ୍ଲାସଗୋରେ ସିଓପି୨୬ ଅନ୍ତର୍ଭୁକ୍ତ

ସେମାନେ ମଧ୍ୟ ମେ , ୨୦୨୧ ରେ ପୋର୍ଟୋରେ ଆୟୋଜିତ ହୋଇଥିବା ଭାରତୟୁରୋପୀୟ ସଂଘ ନେତାଙ୍କ ବୈଠକକୁ ମନେ ପକାଇଥିଲେ ଯେଉଁଠାରେ ୟୁରୋପୀୟ ସଂଘ ଏବଂ ଭାରତ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ହ୍ରାସ ଏବଂ ପ୍ରଦୂଷଣ ଏବଂ ଅକ୍ଷୟଶକ୍ତି ନିୟୋଜନ ତ୍ୱରାନ୍ୱିତ କରିବା ସହିତ ନବୀକରଣ ଯୋଗ୍ୟ ଶକ୍ତି, ଅଭିନବ ନବୀକରଣ ଯୋଗ୍ୟ ଜ୍ଞାନକୌଶଳର ନିୟୋଜନ ଯେପରିକି ଉପକୂଳ ପବନ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନର ସମ୍ଭାବନାକୁ ବ୍ୟବହାର କରିବା, ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା, ସ୍ମାର୍ଟ ଗ୍ରୀଡ୍ ଏବଂ ମହଜୁଦ ଜ୍ଞାନକୌଶଳର ବିକାଶ, ବିଦ୍ୟୁତ ବଜାର ବ୍ୟବସ୍ଥାର ଆଧୁନିକୀକରଣ କରିବା ଆଦି କ୍ଷେତ୍ରରେ ପାରସ୍ପିକ ସହଯୋଗକୁ ଆହୁରି ଗଭୀର କରିବାକୁ ରାଜି ହୋଇଥିଲେ  

ଏଥିସହ, ଉଭୟ ପକ୍ଷ ନିଜ ନିଜ ଶକ୍ତି ପ୍ରଣାଳୀରେ ବୃଦ୍ଧି ପାଉଥିବା ଅକ୍ଷୟ ଶକ୍ତିର ବ୍ୟୟବହୁଳ ଏକୀକରଣର ସର୍ବାଧିକ ଗୁରୁତ୍ୱ ଉପରେ ସହମତ ହୋଇଥିଲେ, ଏକ ପ୍ରଭାବଶାଳୀ ସ୍ୱଚ୍ଛ ରୂପାନ୍ତରଣ ପାଇଁ ଏକ ପ୍ରମୁଖ ସମ୍ପତ୍ତି ଭାବରେ ଯାହା ନିଯୁକ୍ତି ସୃଷ୍ଟି, ଜିଡିପି ଅଭିବୃଦ୍ଧି ସୃଷ୍ଟି କରେ, ଶକ୍ତି ଅଭାବ ଦୂର କରିବା ସମୟରେ ସର୍ବଭାରତୀୟ ଶକ୍ତି ବ୍ୟବହାର କରେ

ଏହି ଦୃଷ୍ଟିକୋଣରୁ, ୨୦୩୦ ସୁଦ୍ଧା ୪୫୦ ଜିଡବ୍ଲ୍ୟୁ ଅକ୍ଷୟ ଶକ୍ତି ନିୟୋଜନ କରିବା ସହିତ ଇଟାଲୀର ତୁରନ୍ତ ଅନୁମୋଦନ ଏବଂ ଆନ୍ତର୍ଜାତୀୟ ସୌର ସଂଘ ସକ୍ରିୟ ସମର୍ଥନ କରିବାକୁ ଭାରତର ସଂକଳ୍ପକୁ ଦୁଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ଶକ୍ତି ରୂପାନ୍ତରଣ ପରିସରରେ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ ଆରମ୍ଭ କରିବାକୁ ସହମତି ପ୍ରକାଶ କରିଛନ୍ତି

ଏହିପରି ସହଭାଗିତା ଇଟାଲୀର ପରିବେଶ ରୂପାନ୍ତରଣ ମନ୍ତ୍ରଣାଳୟ ଏବଂ ଏହାର ଭାରତୀୟ ପ୍ରତିପକ୍ଷ ଯଥା ନୂତନ ତଥା ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରାଣାଳୟ ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ନିରନ୍ତର ବିକାଶ ଉପରେ ସହଯୋଗକୁ ନୂତନ ଉତ୍ସାହ ପ୍ରଦାନ କରି ବର୍ତ୍ତମାନର ଦ୍ୱିପାକ୍ଷିକ ବ୍ୟବସ୍ଥା ଉପରେ ଗଠନ ହୋଇପାରେ

ଶକ୍ତି ରୂପାନ୍ତରଣରେ ସେମାନଙ୍କର ସହଭାଗିତାକୁ ପ୍ରୋତ୍ସାହିତ କରିବାକୁ, ଇଟାଲୀ ଏବଂ ଭାରତ:

 

  • ଅକ୍ଟୋବର ୩୦, ୨୦୧୭ ରେ ଦିଲ୍ଲୀରେ ଶକ୍ତି କ୍ଷେତ୍ରରେ ବୁଝାମଣା ସମ୍ବନ୍ଧରେ ସ୍ୱାକ୍ଷରିତ ହୋଇଥିବା ରାଜିନାମାପତ୍ର ଦ୍ୱାରା ପ୍ରତିଷ୍ଠିତ ମିଳିତ କାର୍ଯ୍ୟ ଗୋଷ୍ଠି ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ କାର୍ଯ୍ୟ କରନ୍ତୁ ଯଥା : ସ୍ମାର୍ଟ ସିଟି; ଗତିଶୀଳତା; ସ୍ମାର୍ଟଗ୍ରୀଡ୍‌, ବିଦ୍ୟୁତ ବଣ୍ଟନ ଏବଂ ଗଚ୍ଛିତ ସମାଧାନ; ଗ୍ୟାସ ପରିବହନ ଏବଂ ପ୍ରାକୃତିକ ଗ୍ୟାସକୁ ମାଧ୍ୟମ ଇନ୍ଧନ ଭାବରେ ପ୍ରୋତ୍ସାହିତ କରିବା; ଏକୀକୃତ ବର୍ଜ୍ୟବସ୍ତୁ ପରିଚାଳନା (ବର୍ଜ୍ୟବସ୍ତୁରୁ ସମ୍ପଦ); ଏବଂ ସବୁଜ ଶକ୍ତି (ସବୁଜ ହାଇଡ୍ରୋଜେନ୍‌; ସିଏନଜି ଏବଂ ଏଲ୍ଏନ୍ଜି; ବାୟୋମିଥେନ; ବାୟୋରିଫାଇନାରୀ; ଦ୍ୱିତୀୟ ପୀଢିର ବାୟୋଇଥାନଲ୍‌; କାଷ୍ଟର ଅଏଲ; ବାୟୋଅଏଲବର୍ଜ୍ୟରୁ ଇନ୍ଧନ)
  • ଭାରତରେ ସବୁଜ ହାଇଡ୍ରୋଜେନ ଏବଂ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ ନିୟୋଜନକୁ ସମର୍ଥନ କରିବା ପାଇଁ ଏକ ଆଲୋଚନା ଆରମ୍ଭ କର
  • ୨୦୩୦ ସୁଦ୍ଧା ୪୫୦ ଜିଡବ୍ଲ୍ୟୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଭାରତର ଲକ୍ଷ୍ୟକୁ ପୁଞ୍ଜି ଯୋଗାଇଦେବା ପାଇଁ ଭାରତରେ ଏକ ବୃହତ ଆକାରର ସବୁଜ କରିଡର ପ୍ରକଳ୍ପକୁ ସମର୍ଥନ କରିବାକୁ ଏକତ୍ର କାର୍ଯ୍ୟ କରିବା ଲାଗି ଚିନ୍ତା କରନ୍ତୁ
  • ପ୍ରାକୃତିକ ଗ୍ୟାସ କ୍ଷେତ୍ର, ଡିକାର୍ବୋନାଇଜେସନ୍‌, ସ୍ମାର୍ଟ ସିଟି ଏବଂ ଅନ୍ୟାନ୍ୟ ର୍ନିଦ୍ଦିଷ୍ଟ ଡୋମେନ୍ (ଯଥା: ସହରୀ ସାଧାରଣ ପରିବହନ ବ୍ୟବସ୍ଥାର ବିଦ୍ୟୁତିକରଣ) ରେ ମିଳିତ ପ୍ରକଳ୍ପର ବିକାଶ ପାଇଁ ଇଟାଲୀ ଏବଂ ଭାରତୀୟ କମ୍ପାନୀଗୁଡିକୁ ଉତ୍ସାହିତ କରନ୍ତୁ
  • ଶକ୍ତି ରୂପାନ୍ତରଣ ସଂକ୍ରାନ୍ତୀୟ କ୍ଷେତ୍ରରେ ଭାରତୀୟ ଏବଂ ଇଟାଲୀ କମ୍ପାନୀଗୁଡିକର ମିଳିତ ନିବେଶକୁ ଉତ୍ସାହିତ କରନ୍ତୁ
  • ବିଶେଷ ଭାବରେ ନୀତି ଏବଂ ନିୟାମକ କ୍ଷେତ୍ରରେ ଉପଯୋଗୀ ସୂଚନା ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରନ୍ତୁ, ସ୍ୱଚ୍ଛ ଏବଂ ବ୍ୟବସାୟିକ ଭାବରେ ଉପଯୋଗୀ ଇନ୍ଧନ / ପ୍ରଯୁକ୍ତିବିଦ୍ୟା, ଦୀର୍ଘମିଆଦୀ ଗ୍ରୀଡ୍ ଯୋଜନା, ନବୀକରଣ ଯୋଗ୍ୟତା ଏବଂ ଦକ୍ଷତା ପଦକ୍ଷେପ ପାଇଁ ପ୍ରୋତ୍ସାହନମୂଳକ ଯୋଜନା ସହିତ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ଥିକ ଉପକରଣଗୁଡ଼ିକୁ ସମ୍ଭାବ୍ୟ ମାଧ୍ୟମ ଭାବେ ଅନ୍ତର୍ଭୂକ୍ତ କରନ୍ତୁ

HS