Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲାଲକିଲ୍ଲାଠାରେ ‘ଆଜାଦ ହିନ୍ଦ୍ ଫୌଜ’ ସରକାର ଗଠନର 75ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲାଲକିଲ୍ଲାଠାରେ ‘ଆଜାଦ ହିନ୍ଦ୍ ଫୌଜ’ ସରକାର ଗଠନର 75ତମ  ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲାଲକିଲ୍ଲାଠାରେ ‘ଆଜାଦ ହିନ୍ଦ୍ ଫୌଜ’ ସରକାର ଗଠନର 75ତମ  ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲାଲକିଲ୍ଲାଠାରେ ‘ଆଜାଦ ହିନ୍ଦ୍ ଫୌଜ’ ସରକାର ଗଠନର 75ତମ  ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀମାନ ମହେଶ ଶର୍ମା ମହାଶୟ, ଆଜାଦ୍ ହିନ୍ଦ୍ ଫୌଜର ସଦସ୍ୟ ଆଉ ଦେଶର ବୀର ସନ୍ତାନ ଏବଂ ଆମ ସମସ୍ତଙ୍କ ମଧ୍ୟରେ ଶ୍ରୀମାନ ଲାଲଟୀ ରାମ ମହାଶୟ, ସୁଭାଷ ବାବୁଙ୍କ ପୁତୁରା, ଭାଇ ଚନ୍ଦ୍ରକୁମାର ବୋଷ ମହାଶୟ, ବ୍ରିଗେଡିୟର ଆର. ଏସ୍. ଚିକାରା ମହାଶୟ, ଆଉ ଏଠାରେ ଉପସ୍ଥିତ ସୁରକ୍ଷା ବାହିନୀର, ସେନା ବାହିନୀର ପୂର୍ବତନ ଅଫିସର, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ ।

ଆଜି 21 ଅକ୍ଟୋବରର ଐତିହାସିକ ଦିନ, ଲାଲକିଲ୍ଲାରେ ଧ୍ୱଜାରୋହଣର ଏହି ଅବସର, ଆପଣ କଳ୍ପନା କରି ପାରୁଥିବେ କି ମୁଁ ନିଜକୁ ନିଜେ କେତେ ସୌଭାଗ୍ୟବାନ ଭାବୁଛି? ଏହା ହେଉଛି ସେହି ଲାଲକିଲ୍ଲା, ଯେଉଁଠାରେ ବିଜୟ ପ୍ୟାରେଡ ସ୍ୱପ୍ନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ 75 ବର୍ଷ ପୂର୍ବରୁ ଦେଖିଥିଲେ । ଆଜାଦ ହିନ୍ଦ୍ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନେତାଜୀ ଘୋଷଣା କରି ଦେଇଥିଲେ କି ଏହି ଲାଲକିଲ୍ଲାରେ ଉପରେ ହିଁ ଦିନେ ସଂପୂର୍ଣ୍ଣ ଗର୍ବର ସହିତ ତ୍ରିରଙ୍ଗା ଉଡ଼ାଯିବ । ଆଜାଦ ହିନ୍ଦ୍ ସରକାର ଅଖଣ୍ଡ ଭାରତର ସରକାର ଥିଲା, ଅବିଭାଜିତ ଭାରତର ସରକାର ଥିଲା । ମୁଁ ଦେଶବାସୀଙ୍କୁ ଆଜାଦ ହିନ୍ଦ୍ ସରକାରର 75 ବର୍ଷ ପୂରଣ ହେବା ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ନିଜ ଲକ୍ଷ୍ୟ ପ୍ରତି ଯେଉଁ ବ୍ୟକ୍ତିଙ୍କର ଏତେ ବଡ଼ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଥିଲା । ଲକ୍ଷ୍ୟକୁ ହାସଲ କରିବା ପାଇଁ ଯିଏ ନିଜର ସବୁକିଛି ବାଜି ଲଗାଇବା ପାଇଁ ବାହାରି ଯାଇଥିଲେ, ଯିଏ କେବଳ ଏବଂ କେବଳ ଦେଶ ପାଇଁ ସମର୍ପିତ ଥିଲେ; ଏହି ଭଳି ବ୍ୟକ୍ତିଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ଦେଶର ପିଢି ପରେ ପିଢି ପ୍ରେରଣା ପାଇ ଥାଆନ୍ତି । ଆଜି ମୁଁ ପ୍ରଣାମ କରୁଛି ସେହି ମାତା ପିତାଙ୍କୁ ଯେଉଁମାନେ ନେତାଜୀଙ୍କ ଭଳି ସନ୍ତାନଙ୍କୁ ଏହି ଦେଶକୁ ସମର୍ପଣ କରିଛନ୍ତି । ଯେଉଁମାନେ ରାଷ୍ଟ୍ର ପାଇଁ ବଳିଦାନ ଦେବାଭଳି ବୀର, ବୀରାଙ୍ଗନାମାନଙ୍କୁ ଜନ୍ମ ଦେଇଛନ୍ତି । ମୁଁ ମୁଣ୍ଡ ନୁଆଁଉଛି ସେହି ସୈନିକ ଏବଂ ସେମାନଙ୍କର ପରିବାର ବର୍ଗଙ୍କ ଆଗରେ ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନ ପାଇଁ ନିଜର ସର୍ବସ୍ୱ ଅର୍ପଣ କରି ଦେଇଥିଲେ । ମୁଁ ସମ୍ପୂର୍ଣ୍ଣ ବିଶ୍ୱରେ ଖେଳାଇ ହୋଇ ରହିଥିବା ସେହି ଭାରତବାସୀଙ୍କୁ ମଧ୍ୟ ସ୍ମରଣ କରୁଛି, ଯେଉଁମାନେ ନେତାଜୀଙ୍କର ଏହି ମିଶନକୁ ମନ ପ୍ରାଣ ଏବଂ ଧନ ଦେଇ ସହଯୋଗ କରିଥିଲେ । ଆଉ ସ୍ୱତନ୍ତ୍ର ସମୃଦ୍ଧ ଆଉ ସଶକ୍ତ ଭାରତ ନିର୍ମାଣ କରିବାରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥିଲେ ।

ସାଥୀଗଣ, ଏହି ଆଜାଦ ହିନ୍ଦ୍ ସରକାରର, ଏହା କେବଳ ନାମରେ ହିଁ ନ ଥିଲା ବରଂ ନେତାଜୀଙ୍କ ନେତୃତ୍ୱରେ ଏହି ସରକାରଙ୍କ ଦ୍ୱାରା ପ୍ରତ୍ୟେକ କ୍ଷେତ୍ର ସହିତ ଜଡ଼ିତ ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଇଥିଲା । ଏହି ସରକାରଙ୍କର ନିଜସ୍ୱ ବ୍ୟାଙ୍କ ଥିଲା । ନିଜସ୍ୱ ମୁଦ୍ରା ଥିଲା । ନିଜସ୍ୱ ଡାକଟିକଟ ଥିଲା । ନିଜସ୍ୱ ଗୁପ୍ତଚର ନେଟୱାର୍କ ଥିଲା । ଦେଶ ବାହାରେ ରହି ସୀମିତ ସଂସାଧନ ସହିତ ଶକ୍ତିଶାଳୀ ସାମ୍ରାଜ୍ୟ ବିରୁଦ୍ଧରେ ଏତେ ବ୍ୟାପକ ନେଟୱାର୍କ ବିକଶିତ କରିବା, ସଶକ୍ତ ବିପ୍ଳବ, ଅଦ୍ଭୁତପୂର୍ବ ମୁଁ ବୁଝି ପାରୁଛି କି ଏହା ଏକ ଅସାଧାରଣ କାର୍ଯ୍ୟ ଥିଲା ।

ନେତାଜୀ ଏଭଳି ଏକ ସରକାରଙ୍କ ବିରୁଦ୍ଧରେ ଲୋକଙ୍କୁ ଏକଜୁଟ କରିଥିଲେ, ଯାହାର ସୂର୍ଯ୍ୟ କେବେ ଅସ୍ତ ହେଉ ନ ଥିଲା, ଦୁନିଆର ଏକ ବଡ଼ ଅଂଶରେ ଯାହାର ଶାସନ ଥିଲା, ଯଦି ନେତାଜୀଙ୍କ ନିଜସ୍ୱ ଲେଖା ପଢ଼ିବା ତ ଆମେ ଜାଣି ପାରିବା କି ବୀରତ୍ୱର ଶୀର୍ଷରେ ପହଂଚିବାର ମୂଳଦୁଆ କିଭଳି ତାଙ୍କ ବାଲ୍ୟକାଳରୁ ହିଁ ପଡ଼ି ଯାଇଥିଲା ।

ବର୍ଷ 1912ର ଆଖପାଖରେ, ଆଜିଠାରୁ 106 ବର୍ଷ ପୂର୍ବେ ସେ ନିଜର ମାଆଙ୍କୁ ଯେଉଁ ଚିଠି ଲେଖିଥିଲେ, ସେହି ଚିଠି ଏହି କଥାର ହେଉଛି ସାକ୍ଷୀ କି ସୁଭାଷ ବାବୁଙ୍କ ମନରେ ପରାଧୀନ ଭାରତର ସ୍ଥିତିକୁ ନେଇ କେତେ କଷ୍ଟ ଥିଲା, କେତେ ଉଦବେଳନ ଥିଲା, କେତେ ଦୁଃଖ ଥିଲା । ଧ୍ୟାନରେ ରଖନ୍ତୁ, ସେ ସେହି ସମୟରେ କେବଳ 15-16 ବର୍ଷ ବୟସର ଥିଲେ ।

ଶହ ଶହ ବର୍ଷର ପରାଧୀନତା ଏହି ଦେଶର ଯେଉଁ ଅବସ୍ଥା କରି ଦେଇଥିଲା, ସେହି କଷ୍ଟକୁ ସେ ନିଜ ମାଆଙ୍କୁ ପତ୍ର ଦ୍ୱାରା ଅବଗତ କରାଉଥିଲେ । ସେ ନିଜ ମାଆଙ୍କୁ ପତ୍ରରେ ପ୍ରଶ୍ନ ପଚାରିଥିଲେ କି ମାଆ କଣ ଆମ ଦେଶ ଦିନକୁ ଦିନ ଆହୁରି ଅଧିକ ରସାତଳଗାମୀ ହୋଇ ଯିବ? ଣ ଏହି ଦୁଃଖିନୀ ଭାରତ ମାତାର କୌଣସି ଗୋଟିଏ ହେଲେ ମଧ୍ୟ ଏପରି ପୁତ୍ର ନାହିଁ ଯିଏ କି ସଂପୂର୍ଣ୍ଣ ଭାବେ ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ, ନିଜର ସଂପୂର୍ଣ୍ଣ ଜୀବନ ଭାରତ ମାତାର ସେବାରେ ସମର୍ପିତ କରି ଦେବ? କୁହ ମାଆ, ଆମେ କେତେବେଳ ପର୍ଯ୍ୟନ୍ତ ଶୋଇ ରହିବା? 15-16 ବର୍ଷ ବୟସର ସୁଭାଷ ବାବୁ ତାଙ୍କ ମାଆଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ।

ଭାଇ ଓ ଭଉଣୀ ମାନେ, ଏହି ପତ୍ରରେ ସେ ମାଆଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ଦେଇଥିଲେ । ସେ ନିଜର ମାଆଙ୍କୁ ଏହା ମଧ୍ୟ ସ୍ପଷ୍ଟ କରି ଦେଇଥିଲେ କି ଏବେ, ଏବେ ଆଉ ଅଧିକ ପ୍ରତୀକ୍ଷା କରାଯାଇ ପାରିବ ନାହିଁ, ଏବେ ଆଉ ଶୋଇବାର ସମୟ ନାହିଁ, ଆମକୁ ଆମର ଜଡ଼ତା ସ୍ଥିତିରୁ ଜାଗ୍ରତ ହେବାକୁ ହିଁ ହେବ, ଆଳସ୍ୟ ତ୍ୟାଗ କରିବାକୁ ହିଁ ହେବ ଏବଂ କର୍ମରେ ଲାଗି ପଡ଼ିବାକୁ ହେବ । ଏ ହେଉଛନ୍ତି ସୁଭାଷ ବାବୁ, 15-16 ବର୍ଷ ବୟସର! ନିଜ ଭିତରର ଏହି ତୀବ୍ର ଉତ୍କଣ୍ଠା କିଶୋର ସୁଭାଷ ବାବୁଙ୍କୁ ନେତାଜୀ ସୁଭାଷ କରିଦେଲା ।

ନେତାଜୀଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା, ଗୋଟିଏ ହିଁ ମିଶନ ଥିଲା- ଭାରତମାତାର ସ୍ୱାଧୀନତା । ମାଆ ଭାରତୀକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରାଇବା । ଏହା ତାଙ୍କର ବିଚାରଧାରା ଥିଲା ଏବଂ ଏହା ତାଙ୍କର କର୍ମକ୍ଷେତ୍ର ଥିଲା ।

ସାଥୀଗଣ, ସୁଭାଷ ବାବୁଙ୍କୁ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରିବା, ନିଜ ଅସ୍ତିତ୍ୱକୁ ସମର୍ପିତ କରିବାର ମନ୍ତ୍ର ସ୍ୱାମୀ ବିବେକାନନ୍ଦ ଏବଂ ତାଙ୍କର ଶିକ୍ଷାଗୁଡ଼ିକରୁ ମିଳିଥିଲା-

ଆତ୍ମନୋମୋକ୍ଷାର୍ଦ୍ଦମ ଜଗତ ହିତାୟ ଚ – ଅର୍ଥାତ ଜଗତର ସେବା ଦ୍ୱାରା ହିଁ ମୁକ୍ତିର ମାର୍ଗ ଖୋଲିଥାଏ । ତାଙ୍କ ଚିନ୍ତନର ମୁଖ୍ୟ ଆଧାର ଥିଲା – ଜଗତର ସେବା । ନିଜର ଭାରତର ସେବା କରିବାର ଏହି ଭାବନା କାରଣରୁ ସେ ସମସ୍ତ କଷ୍ଟ ସହି ଚାଲିଲେ, ପ୍ରତ୍ୟେକ ଆହ୍ୱାନର ମୁକାବିଲା କରି ଚାଲିଲେ, ପ୍ରତ୍ୟେକ ଷଡଯନ୍ତ୍ରକୁ ହରାଇ ଚାଲିଲେ ।

ଭାଇ ଓ ଭଉଣୀମାନେ, ସୁଭାଷ ବାବୁ ସେହି ସଂଗ୍ରାମୀ ମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ସମୟ ସହିତ ନିଜକୁ ବଦଳାଇଥିଲେ ଏବଂ ନିଜର ଲକ୍ଷ୍ୟକୁ ଧ୍ୟାନରେ ରଖି ନିଜର ପଦକ୍ଷେପ ସବୁ ଉଠାଇଥିଲେ । ଏହା ହେଉଛି କାରଣ ଯେଉଁଥିପାଇଁ କି ପ୍ରଥମେ ସେ ମହାତ୍ମା ଗାନ୍ଧିଙ୍କ ସହିତ କଂଗ୍ରେସରେ ରହି ଦେଶରେ ହିଁ ପ୍ରୟାସ କଲେ ଆଉ ପୁଣି ପରିସ୍ଥିତି ଅନୁଯାୟୀ ସେ ସଶସ୍ତ୍ର ବିପ୍ଳବର ରାସ୍ତାକୁ ବାଛିଲେ । ଏହି ମାର୍ଗ ସ୍ୱାଧୀନତା ଆନ୍ଦୋଳନକୁ ଆହୁରି ଦ୍ରୁତ କରିବାରେ ବଡ଼ ଭୂମିକା ତୁଲାଇ ଥିଲା ।

ସାଥୀଗଣ, ସୁଭାଷ ବାବୁ ଯେଉଁ ବିଶ୍ୱ ମନ୍ଥନ କରିଥିଲେ, ତାହାର ଅମୃତ କେବଳ ଭାରତ ହିଁ ଚାଖିଲା ନାହିଁ ବରଂ ତାହାର ଲାଭ ଆହୁରି ମଧ୍ୟ ଅନ୍ୟାନ୍ୟ ଦେଶଙ୍କୁ ହେଲା । ଯେଉଁ ଦେଶଗୁଡ଼ିକ ସେତେବେଳେ ନିଜର ସ୍ୱାଧୀନତା ପାଇଁ ଳଢ଼େଇ କରୁଥିଲେ, ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଖି ସେମାନଙ୍କୁ ପ୍ରେରଣା ମିଳୁଥିଲା ।  ସେମାନଙ୍କୁ ଲାଗୁଥିଲା କି କିଛି ମଧ୍ୟ ଅସମ୍ଭବ ନୁହେଁ । ଆମେ ମଧ୍ୟ ସଂଗଠିତ ହୋଇ ପାରିବା, ଇଂରେଜମାନଙ୍କୁ ଆହ୍ୱାନ ଦେଇ ପାରିବା, ସ୍ୱାଧୀନ ହୋଇ ପାରିବା । ମହାନ ସ୍ୱତନ୍ତ୍ରତା ସେନାନୀ ନେଲସନ ମଣ୍ଡେଲା, ଭାରତରତ୍ନ ନେଲସନ ମଣ୍ଡେଲା ମହାଶୟ କହିଥିଲେ କି ଦକ୍ଷିଣ ଆଫ୍ରିକାର ଛାତ୍ର ଆନ୍ଦୋଳନ ବେଳେ ସେ ମଧ୍ୟ ସୁଭାଷ ବାବୁଙ୍କୁ ନିଜର ନେତା ମାନୁଥିଲେ, ନିଜର ହିରୋ ମାନୁଥିଲେ ।

ଭାଇ ଓ ଭଉଣୀମାନେ, ଆଜି ଆମେ ଆଜାଦ ହିନ୍ଦ୍ ସରକାରଙ୍କର 75 ତମ ବାର୍ଷିକୀ ସମାରୋହ ପାଳନ କରୁଛେ ତ ଚାରି ବର୍ଷ ପରେ 2022ରେ ଆମ ସ୍ୱାଧୀନ ଭାରତର 75 ବର୍ଷ ପୂରଣ ହେବାକୁ ଯାଉଛି । ଆଜିଠାରୁ 75 ବର୍ଷ ପୂର୍ବେ ନେତାଜୀ ଶପଥ ନେଇ ପ୍ରତିଜ୍ଞା କରିଥିଲେ କି ଏଭଳି ଏକ ଭାରତ ନିର୍ମାଣ କରିବେ ଯେଉଁଠି ସମସ୍ତଙ୍କ ପାଖରେ ସମାନ ଅଧିକାର ରହିବ, ସମସ୍ତଙ୍କ ପାଖରେ ସମାନ ସୁଯୋଗ ରହିଥିବ । ସେ କଥା ଦେଇଥିଲେ କି ନିଜର ପ୍ରାଚୀନ ପରମ୍ପରାଗୁଡ଼ିକରୁ ପ୍ରେରଣା ନେଇ ତାଙ୍କୁ ଆହୁରି ଅଧିକ ଗୌରବମୟ ସୁଖୀ ଏବଂ ସମୃଦ୍ଧ ଭାରତ ନିର୍ମାଣ କରିବା ପାଇଁ । ସେ ମଧ୍ୟ କଥା ଦେଇଥିଲେ କି ଦେଶର ସନ୍ତୁଳିତ ବିକାଶ ପାଇଁ, ପ୍ରତ୍ୟେକ କ୍ଷେତ୍ରରେ ବିକାଶ ପାଇଁ । ସେ କଥା ଦେଇଥିଲେ ବାଣ୍ଟ ଏବଂ ରାଜତ୍ୱ କରର ସେହି ନୀତିକୁ, ତାହାକୁ ମୂଳରୁ ଉପାଡ଼ି ଫୋପାଡ଼ିବା ପାଇଁ, ଯେଉଁ କାରଣରୁ ଭାରତକୁ ଏହି ବାଣ୍ଟ ଏବଂ ରାଜତ୍ୱ କରର ରାଜନୀତି ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଦାସ କରି ରଖିଥିଲା ।

ଆଜି ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ନେତାଜୀଙ୍କ ସ୍ୱପ୍ନ ପୂରଣ ହୋଇ ନାହିଁ । ଭାରତ ଅନେକ ପାଦ ଆଗକୁ ବଢ଼ିଛି, କିନ୍ତୁ ଏବେ ନୂତନ ଶିଖରରେ ପହଂଚିବା ବାକି ଅଛି । ଏହି ଲକ୍ଷ୍ୟକୁ ପାଇବା ପାଇଁ ଆଜି ଭାରତର ଶହେ ପଚିଶ କୋଟି ଲୋକ ନୂତନ ଭାରତର ସଂକଳ୍ପର ସହିତ ଆଗକୁ ବଢ଼ୁଛନ୍ତି । ଏକ ଏଭଳି ନୂତନ ଭାରତ ଯାହାର କଳ୍ପନା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ କରିଥିଲେ ।

ଆଜି ଏଭଳି ଏକ ସମୟରେ ଯେତେବେଳେ କି ବିଧ୍ୱଂସକାରୀ ଶକ୍ତିମାନେ ଦେଶ ବାହାରୁ ଏବଂ ଭିତରୁ ଆମର ସ୍ୱତନ୍ତ୍ରତା, ଏକତା ଏବଂ ସମ୍ବିଧାନ ଉପରେ ପ୍ରହାର କରୁଛନ୍ତି, ଭାରତର ପ୍ରତ୍ୟେକ ନିବାସୀଙ୍କର ଏହା ହେଉଛି କର୍ତ୍ତବ୍ୟ କି ସେ ନେତାଜୀଙ୍କ ଦ୍ୱାରା ପ୍ରେରଣା ପାଇ ସେହି ଶକ୍ତିମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ, ସେଗୁଡ଼ିକୁ ପରାସ୍ତ କରିବା ପାଇଁ ଏବଂ ଦେଶର ବିକାଶରେ ନିଜର ପୂର୍ଣ୍ଣ ଯୋଗଦାନ କରିବା ପାଇଁ ମଧ୍ୟ ସଂକଳ୍ପ ନିଅନ୍ତୁ ।

କିନ୍ତୁ ସାଥୀଗଣ, ଏହି ସଂକଳ୍ପ ଗୁଡ଼ିକ ସହିତ ଆହୁରି ଗୋଟିଏ କଥା ହେଉଛି ଗୁରୁତ୍ୱପୂର୍ଣ୍ଣ – ଏହି କଥାଟି ହେଉଛି ରାଷ୍ଟ୍ରୀୟତ୍ତାର ଭାବନା, ଭାରତୀୟତାର ଭାବନା । ଏଠି ଲାଲକିଲ୍ଲା ଉପରେ ଅଦାଲତ ଶୁଣାଣୀ ସମୟରେ, ଆଜାଦ ହିନ୍ଦ ଫୌଜର ସଂଗ୍ରାମୀ ଶାହନବାଜ୍ ଖାନ୍ କହିଥିଲେ ଯେ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ସେହି ପ୍ରଥମ ବ୍ୟକ୍ତି ଯିଏ କି ଭାରତୀୟ ହେବାର ଅନୁଭବ ତାଙ୍କ ମନରେ ଜାଗ୍ରତ କରାଇଥିଲେ ।

ସେ ଥିଲେ ପ୍ରଥମ ବ୍ୟକ୍ତି  ଯିଏ ଭାରତକୁ ଭାରତୀୟଙ୍କ ଦୃଷ୍ଟିରେ ଦେଖିବା ଶିଖାଇଥିଲେ । ହୁଏତ ଏଭଳି ସେ କେଉଁ ପରିସ୍ଥିତି ଗୁଡ଼ିକ ଥିଲା, ଯେଉଁଥି ପାଇଁ ଶାହନବାଜ ଖାନ ମହାଶୟ ଏଭଳି କଥା କହିଥିଲେ? ଭାରତକୁ ଭାରତୀୟଙ୍କ ଦୃଷ୍ଟିରେ ଦେଖିବା ଏବଂ ବୁଝିବା କାହିଁକି ଆବଶ୍ୟକ ଥିଲା – ଏହା ଆଜି ଆମେ ଯେତେବେଳେ ଦେଶର ସ୍ଥିତିକୁ ଦେଖୁଛେ ତ ଆହୁରି ଅଧିକ ସ୍ପଷ୍ଟ ଭାବେ ବୁଝି ପାରୁଛେ ।

ଭାଇ ଓ ଭଉଣୀମାନେ, କେମ୍ବ୍ରିଜରେ ନିଜର ଦିନଗୁଡ଼ିକୁ ମନେ ପକାଇ ସୁଭାଷ ବାବୁ ଲେଖିଥିଲେ କି ଆମ ଭାରତୀୟ ମାନଙ୍କୁ ଏହା ଶିକ୍ଷା ଦିଆଯାଏ କି ୟୁରୋପ, ଗ୍ରେଟ ବ୍ରିଟେନର ହିଁ ବଡ଼ ସ୍ୱରୂପ ରହିଛି, ତେଣୁ ଆମର ଅଭ୍ୟାସ ୟୁରୋପକୁ ଇଂଲଣ୍ଡର ଚଷମାରେ ଦେଖିବାର ହୋଇ ଯାଇଛି । ଏହା ଆମର ଦୁର୍ଭାଗ୍ୟ ହୋଇ ରହିଛି କି ସ୍ୱାଧୀନତା ପରେ ଭାରତ ଏବଂ ଏଠାକାର ନିର୍ମାଣ କରିବା ବାଲା ଲୋକମାନେ ଭାରତକୁ ମଧ୍ୟ ଇଂଲଣ୍ଡର ଚଷମାରେ ହିଁ ଦେଖିଲେ ।

ଆମର ସଂସ୍କୃତି, ଆମର ମହାନ ଭାଷା ଗୁଡ଼ିକ, ଆମର ଶିକ୍ଷା ବ୍ୟବସ୍ଥା, ଆମର ପାଠ୍ୟକ୍ରମ, ଆମର ବ୍ୟବସ୍ଥାକୁ ଏହି ସଂକ୍ରମଣର ଏକ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିଛି । ଆଜି ମୁଁ ନିଶ୍ଚିତ ଭାବେ କହି ପାରିବି କି ସ୍ୱାଧୀନ ଭାରତ ପରର ଦଶକ ଗୁଡ଼ିକରେ ଯଦି ଦେଶକୁ ସୁଭାଷ ବାବୁ, ସର୍ଦ୍ଦାର ପଟେଲଙ୍କ ଭଳି ବ୍ୟକ୍ତିତ୍ୱଙ୍କ ମାର୍ଗ ଦର୍ଶନ ମିଳିଥାଆନ୍ତା, ଭାରତକୁ ଦେଖିବା ପାଇଁ ସେହି ବିଦେଶୀ ଚଷମା ହୋଇ ନ ଥାଆନ୍ତା ତ ପରିସ୍ଥିତି କିଛି ଭିନ୍ନ ହୋଇ ଥାଆନ୍ତା ।

ସାଥୀଗଣ, ଏହା ମଧ୍ୟ ହେଉଛି ଦୁଃଖଦ କି ଗୋଟିଏ ପରିବାର ବଡ଼ କରାଇବା ପାଇଁ ଦେଶର ଅନେକ ସନ୍ତାନ – ସେ ହୁଏତ ସର୍ଦ୍ଦାର ପଟେଲ ହୁଅନ୍ତୁ, ବାବା ସାହେବ ଆମ୍ବେଦକର ହୁଅନ୍ତୁ, ସେମାନଙ୍କ ଭଳି ହିଁ ନେତାଜୀଙ୍କର ଯୋଗଦାନକୁ ମଧ୍ୟ ଭୁଲାଇ ଦେବା ପାଇଁ ଭରପୂର ପ୍ରୟାସ କରାଗଲା । ଏବେ ଆମ ସରକାର ସ୍ଥିତିକୁ ପରିବର୍ତ୍ତନ କରୁଛନ୍ତି । ଆପଣ ମାନଙ୍କୁ ସମସ୍ତଙ୍କୁ ଏ ପର୍ଯ୍ୟନ୍ତ ଜଣା ପଡ଼ିଥିବ, ଏଠାକୁ ଆସିବା ପୂର୍ବରୁ ମୁଁ ରାଷ୍ଟ୍ରୀୟ ପୁଲିସ ସ୍ମାରକକୁ ସମର୍ପଣ କରିବା କାର୍ଯ୍ୟକ୍ରମରେ ଥିଲି । ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏକ ରାଷ୍ଟ୍ରୀୟ ସମ୍ମାନ ଆରମ୍ଭ କରିବା ପାଇଁ ସେଠାରେ ଘୋଷଣା କରିଛି ।

ଆମ ଦେଶରେ ଯେତେବେଳେ ଜାତୀୟ ବିପର୍ଯ୍ୟୟ ହୋଇଥାଏ, ବିପଦ ପରିଚାଳନା ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଯେଉଁମାନେ ଲାଗି ପଡ଼ନ୍ତି, ଅନ୍ୟମାନଙ୍କ ଜୀବନ ବଂଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇ ପାରୁଥିବା ଏଭଳି ଶୁରବୀରମାନଙ୍କୁ, ପୁଲିସର ଯବାନମାନଙ୍କୁ ଏବେ ପ୍ରତିବର୍ଷ ନେତାଜୀଙ୍କ ନାମରେ ଏକ ସମ୍ମାନ ଦିଆଯିବ । ଦେଶର ସମ୍ମାନକୁ ବୃଦ୍ଧି କରୁଥିବା ଆମର ପୁଲିସର ଯବାନ, ଅର୍ଦ୍ଧସାମରିକ ବଳର ଯବାନ ଏହାର ଦାବିଦାର ହେବେ ।

ସାଥୀଗଣ, ଦେଶର ସନ୍ତୁଳିତ ବିକାଶ ସମାଜର ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାଷ୍ଟ୍ର ନିର୍ମାଣର ସୁଯୋଗ, ରାଷ୍ଟ୍ରର ପ୍ରଗତିରେ ତାଙ୍କର ଭୂମିକା ନେତାଜୀଙ୍କର ବୃହତ ଦୃଷ୍ଟିଭଙ୍ଗୀର ଏକ ପ୍ରମୁଖ ଅଂଶ ଥିଲା । ନେତାଜୀଙ୍କ ନେତୃତ୍ୱରେ ଗଠନ ହୋଇଥିବା ଆଜାଦ ହିନ୍ଦ୍ ସରକାର ମଧ୍ୟ ପୂର୍ବ ଭାରତକୁ ଭାରତର ସ୍ୱାଧୀନତାର ପ୍ରବେଶ ପଥ କରି ଦେଇଥିଲେ । ଅପ୍ରେଲ 1944ରେ କର୍ଣ୍ଣେଲ ଶୌକମ ମଲିକଙ୍କ ନେତୃତ୍ୱରେ ମଣିପୁରର ମୋୟରାଙ୍ଗରେ ଆଜାଦ ହିନ୍ଦ୍ ଫୌଜ ତ୍ରିରଙ୍ଗା ଉଡାଇଥିଲେ ।

ଏହା ମଧ୍ୟ ଆମର ଦୁର୍ଭାଗ୍ୟ କି ଏଭଳି ଶୌର୍ଯ୍ୟକୁ ସ୍ୱାଧୀନତାର ଆନ୍ଦୋଳନରେ ଉତ୍ତର-ପୂର୍ବାଂଚଳ ଏବଂ ପୂର୍ବ ଭାରତର ଯୋଗଦାନକୁ ସେତିକି ସ୍ଥାନ ମିଳି ପାରିଲା ନାହିଁ । ବିକାଶର ଦୌଡ଼ରେ ମଧ୍ୟ ଦେଶର ଏହି ପ୍ରମୁଖ ଅଂଶ ପଛରେ ରହିଗଲା । ଆଜି ମୋତେ ସନ୍ତୋଷ ଅନୁଭବ ହୋଇଥାଏ କି ଯେଉଁ ପୂର୍ବ ଭାରତର ମହତ୍ୱ ସୁଭାଷ ବାବୁ ବୁଝିଥିଲେ, ତାକୁ ବର୍ତ୍ତମାନର ସରକାର ମଧ୍ୟ ସେତିକି ମହତ୍ୱ ଦେଉଛନ୍ତି, ସେହି ଦିଗରେ ନେଇ ଚାଲିଛନ୍ତି, ଏହି କ୍ଷେତ୍ରକୁ ଦେଶର ବିକାଶର ଅଭିବୃଦ୍ଧିର ଇଞ୍ଜିନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।

ଭାଇ ଓ ଭଉଣୀମାନେ, ମୁଁ ନିଜକୁ ସୌଭାଗ୍ୟଶାଳୀ ବୋଲି ମାନୁଛି କି ଦେଶ ପାଇଁ ନେତାଜୀ ଯାହା କିଛି ମଧ୍ୟ ଦେଇ ଯାଇଛନ୍ତି; ତାକୁ ଦେଶ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ, ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା ପାଇଁ ମୋତେ ବାରମ୍ବାର ସୁଯୋଗ ମିଳିଛି । ଆଉ ଏଥିପାଇଁ ଯେତେବେଳେ ମୋତେ ଆଜି ଏହି ଆୟୋଜନକୁ ଆସିବାର ନିମନ୍ତ୍ରଣ ମିଳିଲା ତ ମୋତେ ଗୁଜରାଟରେ ବିତାଇଥିବା ଦିନ ମାନଙ୍କରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର କାର୍ଯ୍ୟଗୁଡ଼ିକର ସ୍ମୃତି ମଧ୍ୟ ତାଜା ହୋଇଗଲା ।

ସାଥୀଗଣ, ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ 2009ରେ ଐତିହାସିକ ହରିପୁରା କଂଗ୍ରେସ, କଂଗ୍ରେସର ଅଧିବେଶନ ଥିଲା । ହରିପୁରା କଂଗ୍ରେସର ଅଧିବେଶନର ସ୍ମୃତିକୁ ଆମେ ଗୋଟିଏ ପ୍ରକାରରେ ପୁଣି ଥରେ ଜାଗ୍ରତ କରିଥିଲୁ । ସେହି ଅଧିବେଶନରେ ଯେଉଁ ଭଳି ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଗୁଜରାଟର ଲୋକମାନେ ନେତାଜୀଙ୍କୁ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ବଳଦ ଗାଡ଼ିରେ ବସାଇ ବହୁତ ବଡ଼ ଶୋଭାଯାତ୍ରା ବାହାର କରିଥିଲେ, ସେମିତି ହିଁ, ଅର୍ଥାତ ଯେଉଁ ଏକ ଭବ୍ୟ ଆୟୋଜନ କରାଯାଇଥିଲା, ଠିକ୍ ସେହିଭଳି ଦୃଶ୍ୟ ଆମେ ଦ୍ୱିତୀୟ ଥର ପାଇଁ 2009ରେ, ସେହିଠାରେ ଠିଆ କରି କରି ଇତିହାସକୁ ପୁନର୍ଜିବିତ କରିଥିଲୁ । ତା ହୁଏତ କଂଗ୍ରେସର ଅଧିବେଶନ ଥିଲା, କିନ୍ତୁ ତାହା ଇତିହାସର ପୃଷ୍ଠା ଥିଲା, ଆମେ ତାକୁ ଜୀବନ୍ତ କରି ଦେଖାଇଥିଲୁ ।

ସାଥୀଗଣ, ସ୍ୱାଧୀନତା ପାଇଁ ଯେଉଁମାନେ ସମର୍ପିତ ହେଲେ, ତାହା ସେମାନଙ୍କର ସୌଭାଗ୍ୟ ଥିଲା । ଆମ ମାନଙ୍କ ଭଳି ଲୋକ ଯେଉଁ ମାନଙ୍କୁ ଏହି ସୁଯୋଗ ମିଳି ନାହିଁ, ଆମମାନଙ୍କ ପାଖରେ ଦେଶ ପାଇଁ ଜୀଇଁବାର, ବିକାଶ ପାଇଁ ସମର୍ପିତ ହେବାର, ଆମ ସମସ୍ତଙ୍କ ପାଇଁ ରାସ୍ତା ଖୋଲା ହୋଇ ପଡ଼ିଛି । ଲକ୍ଷ ଲକ୍ଷ ବଳିଦାନ ଦେଇ ଆମେ ସ୍ୱରାଜ ପର୍ଯ୍ୟନ୍ତ ପହଂଚିଛୁ । ଏବେ ଆମ ସମସ୍ତଙ୍କ ଉପରେ, ଶହେ ପଚିଶ କୋଟି ଭାରତୀୟଙ୍କ ଉପରେ ଏହି ସ୍ୱରାଜକୁ ସୁରାଜ ସହିତ ସ୍ଥାୟୀ କରି ରଖିବାର ଆହ୍ୱାନ ରହିଛି । ନେତାଜୀ କହିଥିଲେ-ଅସ୍ତ୍ରର ଶକ୍ତି ଏବଂ ରକ୍ତର ମୂଲ୍ୟରେ ତୁମକୁ ସ୍ୱାଧୀନତା ପ୍ରାପ୍ତ କରିବାକୁ ଅଛି । ପୁଣି ଯେତେବେଳେ ଭାରତ ସ୍ୱାଧୀନ ହେବ ତ ଦେଶ ପାଇଁ ତୁମକୁ ସ୍ଥାୟୀ ସେନା ପ୍ରସ୍ତୁତ କରିବାକୁ ହେବ, ଯାହାର କାମ ହେବ ଆମର ସ୍ୱାଧୀନତାକୁ ସଦା ସର୍ବଦା ବଜାୟ ରଖିବା

ଆଜି ମୁଁ କହି ପାରିବି କି ଭାରତ ଏକ ଏଭଳି ସେନା ପ୍ରସ୍ତୁତି ଆଡ଼କୁ ଅଗ୍ରସର ହେଉଛି ଯାହାର ସ୍ୱପ୍ନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଖିଥିଲେ । ଉତ୍ସାହ,ସାହସ,ବୀରତ୍ୱ ଏହା ତ ଆମର ସୈନ୍ୟ ପରମ୍ପରାର ଅଂଶ ହୋଇ ରହି ଆସିଛି, ଏବେ ପଦ୍ଧତି ଏବଂ ଆଧୁନିକ ଅସ୍ତ୍ର ଶକ୍ତି ମଧ୍ୟ ସେମାନଙ୍କ ସହିତ ଯୋଡ଼ା ଯାଉଛି । ଆମର ସୈନ୍ୟ ଶକ୍ତି ସଦା ସର୍ବଦା ଆତ୍ମରକ୍ଷା ପାଇଁ ହିଁ ରହି ଆସିଛି ଏବଂ ଆଗକୁ ମଧ୍ୟ ରହିବ । ଆମକୁ କେବେ ହେଲେ ମଧ୍ୟ ଅନ୍ୟ କାହାର ଭୂମି ପ୍ରତି ଲୋଭ ରହି ନାହିଁ । ଆମର ଶତାବ୍ଦୀ ଶତାବ୍ଦୀ ଧରି ଇତିହାସ ରହିଛି, କିନ୍ତୁ ଭାରତର ସାର୍ବଭୌମତ୍ୱ ପାଇଁ ଯିଏ କେହି ହେଲେ ମଧ୍ୟ ଯଦି ଆହ୍ୱାନ ହେବାକୁ ଚେଷ୍ଟା କରିବ ତାକୁ ଦୁଇ ଗୁଣ ଶକ୍ତି ଦ୍ୱାରା ଉତ୍ତର ମିଳିବ ।

ସାଥୀଗଣ, ସେନାକୁ ସଶକ୍ତ କରିବା ପାଇଁ ବିଗତ ଚାରି ବର୍ଷରେ ଅନେକ ପଦକ୍ଷେପ ଉଠାଯାଇଛିଦୁନିଆର ସର୍ବୋତ୍କୃଷ୍ଟ ଟେକ୍ନୋଲଜିକୁ ଭାରତୀୟ ସେନାର ଅଂଶ କରାଯାଉଛି । ସେନାର କ୍ଷମତା ହେଉ ଅବା ସାହସୀ ଯବାନଙ୍କର ଜୀବନକୁ ସୁଗମ ଏବଂ ସରଳ କରିବାର କାମ ହେଉ – ବଡ଼ ଏବଂ କଠୋର ନିଷ୍ପତ୍ତି ନେବାର ସାହସ ଏହି ସରକାରଙ୍କ ପାଖରେ ରହିଛି ଆଉ ଏହା ଆଗକୁ ମଧ୍ୟ ବଜାୟ ରହିବ । ସର୍ଜିକାଲ ଷ୍ଟ୍ରାଇକକୁ ନେଇ, ନେତାଜୀଙ୍କ ସହିତ ଜଡ଼ିତ ଫାଇଲକୁ ସାର୍ବଜନୀନ କରିବାର ଏ ନିଷ୍ପତ୍ତି ଆମର ସରକାର ନେଇଛନ୍ତି । ଏଠାରେ ଉପସ୍ଥିତ ଅନେକ ପୂର୍ବ ସୈନିକ ଏହି କଥାର ମଧ୍ୟ ସାକ୍ଷୀ ରହିଛନ୍ତି କି ଦଶକ ଦଶକ ଧରି ଚାଲି ଆସୁଥିବା “ୱାନ ରେଙ୍କ ୱାନ ପେନସନ”ର ଦାବିକୁ ସରକାର ନିଜର ଦେଇଥିବା କଥା ଅନୁସାରେ ପୂରଣ କରିଛନ୍ତି ।

ଏତିକି ହିଁ ନୁହେଁ, ପ୍ରାୟ 11,000 କୋଟି ଟଙ୍କାର ବକେୟା ମଧ୍ୟ ପୂର୍ବତନ ସୈନିକମାନଙ୍କ ପାଖରେ ପହଂଚା ସରିଛି, ଯାହାଦ୍ୱାରା ଲକ୍ଷ ଲକ୍ଷ ପୂର୍ବତନ ସୈନିକ ମାନଙ୍କୁ ଲାଭ ମିଳିଛି । ଏହା ସହିତ ସପ୍ତମ ବେତନ କମିଶନଙ୍କ ସୁପାରିଶ ଉପରେ ଯେଉଁ ପେନସନ ସ୍ଥିର କରା ଯାଇଛି, ତାହା ମଧ୍ୟ ଓଆରଓପି (ୱାନ ରେଙ୍କ ୱାନ ପେନସନ) ଲାଗୁ ହେବା ପରେ ସ୍ଥିର କରାଯାଇଥିବା ପେନସନ ଆଧାରରେ ବଢ଼ିଛି । ଅର୍ଥାତ ମୋର ଫୌଜି ଭାଇମାନଙ୍କୁ ପେନସନ ଉପରେ ଦୁଇଗୁଣା ଲାଭ ମିଳିଛି ।

ଏଭଳି ଅନେକ ପ୍ରୟାସ ପୂର୍ବତନ ସୈନିକଙ୍କ ଜୀବନକୁ ସରଳ ଏବଂ ସୁଗମ କରିବା ପାଇଁ କରାଯାଇଛି । ଏହା ବ୍ୟତୀତ ସୈନ୍ୟ ମାନଙ୍କର ଶୌର୍ଯ୍ୟକୁ ଭବିଷ୍ୟତ ପିଢି ଜାଣି ପାରିବେ, ସେଥିପାଇଁ ରାଷ୍ଟ୍ରୀୟ ଯୁଦ୍ଧ ସଂଗ୍ରହାଳୟର କାର୍ଯ୍ୟ ମଧ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି ।

ସାଥୀଗଣ, କାଲି, ଅର୍ଥାତ 22 ଅକ୍ଟୋବରକୁ ରାଣୀ ଝାନସୀ ରେଜିମେଂଟର ମଧ୍ୟ 75 ବର୍ଷ ପୂରଣ ହେଉଛି । ସଶସ୍ତ୍ର ସେନାରେ ମହିଳାମାନଙ୍କର ମଧ୍ୟ ସମାନ ଭାବେ ଭାଗୀଦାରୀ ହେଉ, ଏହାର ମୂଳଦୁଆ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରଖିଥିଲେ । ଦେଶର ପ୍ରଥମ ସଶସ୍ତ୍ର ମହିଳା ରେଜିମେଂଟ ଭାରତର ସମୃଦ୍ଧ ପରମ୍ପରାଗୁଡ଼ିକ ପ୍ରତି ସୁଭାଷ ବାବୁଙ୍କର ଅଗାଧ ବିଶ୍ୱାସର ହିଁ ପରିଣାମ ଥିଲା । ସମସ୍ତ ବିରୋଧ ଗୁଡ଼ିକୁ ଆଡ଼େଇ ଦେଇ ସେ ମହିଳା ସୈନିକମାନଙ୍କର ସଲାମୀ ନେଇଥିଲେ ।

ମୁଁ ଗର୍ବର ସହିତ କହି ପାରେ କି ନେତାଜୀ ଯେଉଁ କାମ 75 ବର୍ଷ ପୂର୍ବେ ଆରମ୍ଭ କରିଥିଲେ, ତାକୁ ପ୍ରକୃତ ଅର୍ଥରେ ଆଗକୁ ବଢ଼ାଇବାର କାମ ଏହି ସରକାର କରିଛନ୍ତି । ଏଇ 15 ଅଗଷ୍ଟରେ ମୁଁ ଏହି ଲାଲକିଲ୍ଲାରୁ ହିଁ ଏକ ବଡ଼ ଘୋଷଣା କରିଥିଲି – ମୁଁ କହିଥିଲି କି ସଶସ୍ତ୍ର ସେନାରେ ସର୍ଟ ସର୍ଭିସ କମିଶନ ମାଧ୍ୟମରେ ନିଯୁକ୍ତ ମହିଳା ଅଧିକାରୀମାନଙ୍କୁ ପୁରୁଷଙ୍କ ସମକକ୍ଷ ଅଧିକାରୀମାନଙ୍କ ଭଳି ହିଁ ପାରଦର୍ଶି ପ୍ରକ୍ରିୟା ଦ୍ୱାରା ସ୍ଥାୟୀ କମିଶନ ଦିଆଯିବ ।

ସାଥୀଗଣ, ଏହା ହେଉଛି ସରକାରଙ୍କର ସେହି ପ୍ରୟାସର ବିସ୍ତାର ଯାହା ବିଗତ ଚାରି ବର୍ଷରେ କରାଯାଇଛି । ମାର୍ଚ୍ଚ, 2016ରେ ନୌବାହିନୀରେ ମହିଳାମାନଙ୍କୁ ପାଇଲଟ କରିବାର ନିଷ୍ପତ୍ତି ନିଆ ଯାଇଥିଲା । କିଛି ଦିନ ପୂର୍ବେ ହିଁ ନୌସେନାର 6 ଜଣ ସାହସୀ ମହିଳା ଅଧିକାରୀ ସମୁଦ୍ରରେ ବିଜୟ ଲାଭ କରି ବିଶ୍ୱକୁ ଭାରତୀୟ ନାରୀ – ଶକ୍ତିର ପରିଚୟ କରାଇଛନ୍ତି । ଏହା ବ୍ୟତୀତ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ଦେବାର କାମ ମଧ୍ୟ ଏହି ସରକାରଙ୍କ ଅମଳରେ ହୋଇଛି ।

ମୋତେ ଏହି କଥାର ମଧ୍ୟ ସନ୍ତୋଷ ଭାବ ରହିଛି କି ସ୍ୱାଧୀନ ଭାରତରେ ପ୍ରଥମ ଥର ଭାରତର ସଶସ୍ତ୍ର ସେନାର ସଶକ୍ତ କରିବା, ତ୍ତ୍ଵାବଧାନ କରିବାର ଦାୟିତ୍ୱ ମଧ୍ୟ ଦେଶର ପ୍ରଥମ ଦେଶର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣଙ୍କ ହାତରେ ରହିଛି ।

ସାଥୀଗଣ, ଆଜି ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ, ସଶସ୍ତ୍ର ବଳର କୌଶଳ ଏବଂ ସମର୍ପଣ ଦ୍ୱାରା ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି, ସମର୍ଥ ଅଛନ୍ତି ଏବଂ ବିକାଶର ପଥରେ ସଠିକ ଦିଗରେ ଦ୍ରୁତ ଗତିରେ ଲକ୍ଷ୍ୟକୁ ପାଇବା ପାଇଁ ଦୌଡ଼ୁଛନ୍ତି ।

ପୁଣି ଥରେ, ଆପଣମାନଙ୍କୁ ସମସ୍ତଙ୍କୁ, ଦେଶବାସୀଙ୍କୁ, ଏହି ମହତ୍ୱପୂର୍ଣ୍ଣ ଅବସରରେ ହୃଦୟର ସହିତ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏକତା, ଅଖଣ୍ଡତା ଏବଂ ଆତ୍ମବିଶ୍ୱାସର ଆମର ଏହି ଯାତ୍ରା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାଶୟଙ୍କ ଆଶୀର୍ବାଦ ଦ୍ୱାରା ନିରନ୍ତର ଆଗକୁ ବଢ଼ୁ ।

ଏହା ସହିତ ମୋ ସହିତ ସମସ୍ତେ କହିବେ-

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ବନ୍ଦେ – ମାତରମ୍

ବନ୍ଦେ – ମାତରମ୍    

ବନ୍ଦେ – ମାତରମ୍

ବହୁତ ବହୁତ ଧନ୍ୟବାଦ

 

**********