ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦ୍ୱୀପସ୍ଥିତ ‘ନ୍ୟୁଟ୍ରି ଗାର୍ଡେନ୍ ପ୍ରୋଜେକ୍ଟ’ କୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ପଦକ୍ଷେପ ଦର୍ଶାଇଛି ଯେ ଲକ୍ଷାଦ୍ୱୀପର ଲୋକମାନେ ନୂତନ ଜିନିଷ ଶିଖିବା ଏବଂ ଗ୍ରହଣ କରିବା ପାଇଁ କେତେ ଉତ୍ସାହିତ ଅଛନ୍ତି ।
ଆତ୍ମର୍ନିଭରଶୀଳ ଭାରତର ବିକାଶ ଲକ୍ଷ୍ୟର ପରିଣାମ ସ୍ୱରୂପ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା ଯେଉଁଥିରେ ୧୦୦୦ ଚାଷୀଙ୍କୁ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି ।
ଏଥି ସହିତ ୬୦୦ ଟଙ୍କାରୁ କମ୍ ଆୟ କରୁଥିବା ଲକ୍ଷାଦ୍ୱୀପ ପରିବାରର ମହିଳାମାନଙ୍କୁ ପଛୁଆଞ୍ଚଳ କୁକୁଡା ଚାଷ ଯୋଜନାରେ ଦେଶୀ ପ୍ରଜାତିର ୭୦୦୦ କୁକୁଡ଼ା ଆବଣ୍ଟନ କରାଯାଇଥିଲା ।
ଲକ୍ଷାଦ୍ୱୀପ ରାଜ୍ୟପାଳଙ୍କ ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ପ୍ରଶଂସନୀୟ ଉଦ୍ୟମ, ଉତ୍ତମ ଫଳାଫଳ! ଏହି ପଦକ୍ଷେପ ଦର୍ଶାଉଛି ଯେ ଲକ୍ଷାଦ୍ୱୀପର ଲୋକମାନେ ନୂତନ ଜିନିଷ ଶିଖିବା ଏବଂ ଗ୍ରହଣ କରିବା ପାଇଁ କେତେ ଉତ୍ସାହିତ ଅଛନ୍ତି ।”
HS
सराहनीय प्रयास, बेहतरीन परिणाम! इस पहल ने दिखाया है कि लक्षद्वीप के लोग नई चीजें सीखने और अपनाने को लेकर कितने उत्साहित रहते हैं। https://t.co/5UFl57RtjK
— Narendra Modi (@narendramodi) June 10, 2023