ମହାମହିମ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ,
ଭାରତ ଏବଂ ରୁଷିଆର ବିଶିଷ୍ଟ ପ୍ରତିନିଧି ସଦସ୍ୟ ବୃନ୍ଦ,
ଗଣମାଧ୍ୟମର ପ୍ରତିନିଧି ବୃନ୍ଦ,
ଭାରତର ପୁରୁଣା ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଆଜି ଏଠାରେ ଗୋଆକୁ ସ୍ଵାଗତ କରି ମୁଁ ନିଜକୁ ଗୌରାବାନ୍ଵିତ ମନେ କରୁଛି। ରୁଷିଆରେ ଆପ୍ତବାକ୍ୟଟିଏ ଅଛି
“ସ୍ତାରୀୟ ଦ୍ରୁଗ୍ ଲୁଛେ ନୋବିଖ ଦବୁଖ”
(ଅର୍ଥାତ ଦୁଇଟି ନୂଆ ବନ୍ଧୁଠାରୁ ଜଣେ ପୁରୁଣା ବନ୍ଧୁ ଶ୍ରେୟସ୍କର)
ମହାନୁଭବ ପୁଟିନ, ଭାରତ ପ୍ରତି ଆପଣଙ୍କ ମନରେ ଥିବା ଗଭୀର ଶ୍ରଦ୍ଧା ସµର୍କରେ ମୁଁ ଅବଗତ। ଏ ଦିଗରେ ଆପଣଙ୍କ ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ଆମ ସµର୍କର ନିବିଡତାର ଏକ ଉତ୍ସ । ଏବଂ ଆଜିର ଜଟିଳ ଓ ପରିବର୍ତ୍ତିତ ସହଭାଗୀତାକୁ ସ୍ଥିରତା ଏବଂ ସାମର୍ଥ୍ୟ ଯୋଗାଇଛି । ଆମ ସµର୍କ ବାସ୍ତବିକ ସୌଭାଗ୍ୟବନ୍ତ ଏବଂ ସ୍ୱତନ୍ତ୍ର।
ଗତ ଦୁଇଟି ଶିଖର ସମ୍ମିଳନୀ ଠାରୁ ଆମ ସହଭାଗିତାର ପ୍ରଗତି ଯାତ୍ରା ବିଶେଷ ଗୁରୁତ୍ଵ ଏବଂ ପ୍ରାଧାନ୍ୟ ଲାଭ କରିଛି। ଆମ ସହଯୋଗ ଘେନି ରାଷ୍ଟ୍ରପତି ପୁଟିନ ଏବଂ ମୁଁ ଏଇ କିଛି ସମୟ ପୂର୍ବରୁ ବିସ୍ତୃତ ଭାବେ ବେଶ ସଫଳ ଆଲୋଚନା କରିଛୁ। ଏହି ସାକ୍ଷାତ ଆଲୋଚନାର ଅତି ଉପାଦେୟ ସଫଳତା ଆମ ଗୁରୁତ୍ଵପୂର୍ଣ୍ଣ ସାମୟିକ ସହଭାଗିତାର ବିଶେଷତ୍ଵ ଏବଂ ଗୁରୁତ୍ଵକୁ ପ୍ରତିପାଦିତ କରେ। ପୁନଶ୍ଚ ଆଗାମୀ ବର୍ଷମାନଙ୍କରେ ପ୍ରତିରକ୍ଷା ଓ ଆର୍ଥିକ ସµର୍କ ବୃଦ୍ଧି ସକାଶେ ଏହା ଭିତ୍ତି ସ୍ଥାପନ କରେ। ଭାରତର ପ୍ରଯୁକ୍ତି ଓ ନିରାପତ୍ତା ଆବଶ୍ୟକତାର ଗୁରୁତ୍ଵ ସହ ତାଳ ଦେଇ ଉଭୟ ପକ୍ଷ ଭାରତରେ କାମୋଭ-226ଟି ହେଲିକପ୍ଟର ଓ ରଣତରୀ (ଫ୍ରିଗେଟ) ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ପ୍ଲାଟଫର୍ମ ଆହରଣ ଓ ନିର୍ମାଣ ସକାଶେ ସହମତ ହୋଇଛନ୍ତି। ଏହା ମଧ୍ୟ ଆମକୁ “ମେକ ଇନ ଇଣ୍ଡିଆ” ଉଦ୍ଦେଶ୍ୟକୁ ସଫଳ କରିବା ଦିଗରେ ସହାୟକ ହୋଇପାରିବ। ଆମେ ମଧ୍ୟ ଏକ ବାର୍ଷିକ ସାମରିକ ଶିଳ୍ପ ସମ୍ମିଳନୀ ଅନୁଷ୍ଠିତ କରାଇବା ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛୁ। ଏହାଦ୍ଵାରା ଉଭୟ ପକ୍ଷର ଅଂଶୀଦାରମାନେ ସµର୍କ ସ୍ଥାପନ ସହ ଏହାକୁ ଆଗକୁ ବଢ଼ାଇ ପାରିବେ। ଏହି ସବୁ ପ୍ରକଳ୍ପ ଆମ ଦୁଇ ଦେଶ ମଧ୍ୟରେ ଥିବା ସୁଦୀର୍ଘ ପ୍ରତିରକ୍ଷା ସହଭାଗିତା ଇତିହାସର ନୂତନ ଅଧ୍ୟାୟ ଯାହାକି ଉଭୟ ପକ୍ଷଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ମାତ୍ର କିଛି ମିନିଟ ପୂର୍ବରୁ, କୁଡାନକୁଲମ-2ର ଲୋକାର୍ପଣ ଏବଂ କୁଡାନକୁଲମ-3 ଓ ଚତୁର୍ଥ ୟୁନିଟର ଭିତିପ୍ରସ୍ତର ସ୍ଥାପନ ସହ ଆମେ ଭାରତ-ରୁଷିଆ ବେସାମରିକ ଆଣବିକ ସହଯୋଗ କ୍ଷେତ୍ରରେ ଘଟିଥିବା ଘନିଷ୍ଠତାର ପ୍ରମାଣ ପାଇଛୁ । ଏବଂ ଏବେ ଆଉ 8ଟି ନୂତନ ରିଆକ୍ଟର ନିର୍ମାଣ ପ୍ରସ୍ତାବ, ଆବଣିକ ଶକ୍ତି କ୍ଷେତ୍ରରେ ଆମ ଉଭୟ ରାଷ୍ଟ୍ରଙ୍କ ସକାଶେ ବ୍ୟାପକ ସହଭାଗିତାର କ୍ଷେତ୍ର ଉନ୍ମୁକ୍ତ କରିବ ଏବଂ ଆମକୁ ଏହାର ଯଥେଷ୍ଟ ସଫଳ ପ୍ରଦାନ କରିବ। ଏହା ଆମର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣକୁ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଏବଂ ଭାରତର ଅଧିକ ସ୍ଥାନୀୟକରଣ ଓ ଉତ୍ପାଦନ ସହ ବେଶ ଖାପଖାଉଛି । ଗତ ବର୍ଷ ମସ୍କୋଠାରେ ମୁଁ କହିଥିଲି ଯେ ରୁଷିଆର ହାଇଡ୍ରୋକାର୍ବନ କ୍ଷେତ୍ରରେ ଆମେ ଆମର ଉପସ୍ଥିତିକୁ ବ୍ୟାପକ କରିବୁ । କେବଳ ଗତ ଚାରିମାସ ମଧ୍ୟରେ, ହାଇଡ୍ରୋକାର୍ବନ ସେକ୍ଟରରେ ଆମ ସୁଦୃଢ଼ ଓ ବ୍ୟାପକ ସହଭାଗିତା ଓ ଉପସ୍ଥିତିର ସୁସ୍ପଷ୍ଟ ପ୍ରମାଣ ସ୍ଵରୂପ ରୁଷିଆର ତୈଳ ଏବଂ ଗ୍ୟାସ ସେକ୍ଟରରେ ଭାରତୀୟ କମ୍ପାନୀମାନେ ଅନ୍ୟୁନ 5 ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ପୁଞ୍ଜି ଖଟାଇଛନ୍ତି। ଏବଂ ରାଷ୍ଟ୍ରପତି ପୁଟିନଙ୍କ ସହାୟତାରେ ଆମର ସହଭାଗିତା ଏବଂ କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରିବା ନିମନ୍ତେ ଇଚ୍ଛୁକ ଏବଂ ପ୍ରସ୍ତୁତ ଅଛୁ। ଆମ ଦୁଇ ଦେଶ ମଧ୍ୟରେ ଏକ ଗ୍ୟାସ ପାଇପଲାଇନ ପଥ ନିର୍ମାଣ ନିମନ୍ତେ ଏକ ମିଳିତ ଅଧ୍ୟୟନ ମଧ୍ୟ ଆରମ୍ଭ କରିଛୁ। ଏକ ବିଶାଳ ବେସାମରିକ ଆଣବିକ ସହଯୋଗ, ଏଲଏନଜି ଉତ୍ସ, ତୈଳ ଓ ଗ୍ୟାସ ସେକ୍ଟରରେ ସହଭାଗିତା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଘନିଷ୍ଠତା ବୃଦ୍ଧି ସହ କାର୍ଯ୍ୟକ୍ରମ ଗ୍ରହଣ ଆମ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଏକ “ଶକ୍ତିର ସେତୁ” ପ୍ରତିଷ୍ଠା କରିପାରିବ।
ବନ୍ଧୁଗଣ,
ଭବିଷ୍ୟକୁ ଦୃଷ୍ଟିରେ ରଖି ଆମେ ଏକ ବିଜ୍ଞାନ ଓ ପ୍ରଯୁକ୍ତି କମିଶନ ଗଠନ ସକାଶେ ରାଜି ହୋଇଛୁ। ଏହାରି ମାଧ୍ୟମରେ ଆମେ ଉଭୟ ରାଷ୍ଟ୍ର ଏଭଳି ମିଳିତ ବିକାଶର ସୁଫଳ ହାସଲ କରିପାରିବା । ବିଭିନ୍ନ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ପରସ୍ପର ମଧ୍ୟରେ ଆଦାନପ୍ରଦାନ ହୋଇପାରିବ । ଗତ ଶିଖର ବୈଠକ ଭଳି, ଆମେ ମଧ୍ୟ ଆମର ଆର୍ଥିକ ସହଯୋଗ କାର୍ଯ୍ୟକ୍ରମକୁ ସଂପ୍ରସାରଣ, ବିବିଧ କ୍ଷେତ୍ରରେ ବ୍ୟାପକ କରିବା ଏବଂ ନିବିଡ କରିବାକୁ ଆଗ୍ରହୀ । ଆଜି ଆମ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଏବଂ ଶିଳ୍ପ ସµର୍କ ଖୁବ ନିବିଡ ହୋଇପାରିଛି। ବାଣିଜ୍ୟ ଓ ନିବେଶ ସµର୍କ ମଧ୍ୟ ବୃଦ୍ଧି ପାଇଚାଲିଛି। ଏବଂ ରାଷ୍ଟ୍ରପତି ପୁଟିନଙ୍କ ସହଯୋଗ କ୍ରମେ ଆମେ ଯଥାଶୀଘ୍ର ୟୁରେସୀୟ ଆର୍ଥିକ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ବ୍ୟବସ୍ଥାରେ ସାମିଲ ହେବା ଆଶାକୁ ସାକାର କରିପାରିବୁ। “ଗ୍ରୀନ କରିଡର” ଏବଂ “ଅନ୍ତରାଷ୍ଟ୍ରୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର” ବାଣିଜ୍ୟ କାରବାର ସହଯୋଗର ଲଜିଷ୍ଟିକାଲ ସଂଯୋଗକୁ ସୁଦୃଢ଼ କରିବା ସହ, ଆମ ରାଷ୍ଟ୍ରମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିପାରିବ। 100 କୋଟି ଆମେରିକୀୟ ଡଲାରର ଏକ ନିବେଶ ପାଣ୍ଠି ଯଥାଶୀଘ୍ର ଗଠନ କରିବା ଯାହାକି ଜାତୀୟ ନିବେଶ ଏବଂ ସଂସାଧନ ପାଣ୍ଠି (ଏନଆଇଆଇଏଫ) ଏବଂ ରୁଷିଆ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) ମଧ୍ୟରେ କରାଯିବ, ତାହା ଆମ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗୀତାକୁ ଆଗେଇ ନେବାରେ ସହାୟକ ହେବ। ଆମେ ମଧ୍ୟ ଚାହୁଁ ଯେ ଆମର ଆର୍ଥିକ ସµର୍କ ଉଭୟ ରାଷ୍ଟ୍ରର ରାଜ୍ୟ ଏବଂ କ୍ଷେତ୍ରକୁ ସଂଯୋଗ କରୁ।
ବନ୍ଧୁଗଣ,
ଭାରତ-ରୁଷିଆ ଗୁରୁତ୍ଵପୂର୍ଣ୍ଣ ସହଭାଗୀତାର ସାମର୍ଥ୍ୟ ଏହି ଶିଖର ସମ୍ମିଳନୀର ସଫଳତାର ଏକ ଉଜ୍ଜଳ ବିନ୍ଦୁ । ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଏବଂ କ୍ଷେତ୍ରୀୟ ପ୍ରସଙ୍ଗ ଘେନି ଆମର ଆଭିମୁଖ୍ୟ ଓ ମତର ଐକ୍ୟକୁ ମଧ୍ୟ ଏହା ପ୍ରତିପାଦିତ କରେ। ଆତଙ୍କବାଦ ନିରୋଧୀ ଅଭିଯାନ ଘେନି ରୁଷିଆର ସ୍ପଷ୍ଟ ଆଭିମୁଖ୍ୟ ଆମ ନିଜ ଚିନ୍ତାଧାରାକୁ ପ୍ରତିଫଳିତ କରେ। ସୀମାପାର ଆତଙ୍କବାଦ ନିରୋଧୀ ଆମର କାର୍ଯ୍ୟକ୍ରମ ପ୍ରତି ରୁଷିଆର ଚିନ୍ତାଧାରା ଓ ସହଯୋଗକୁ ଆମେ ଭୂୟସୀ ପ୍ରଶଂସା କରୁଛୁ। କାରଣ ସୀମାପାର ଆତଙ୍କବାଦ ଆମ ସମଗ୍ର କ୍ଷେତ୍ର ପ୍ରତି ବିପଦ ସୃଷ୍ଟି କରେ। ସେହିଭଳି ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ମୁକାବିଲା କରିବାରେ କୌଣସି ପ୍ରକାର ସହନଶୀଳ ଆଚରଣ ପ୍ରଦର୍ଶନ ନକରିବାକୁ ଆମେ ଉଭୟ ରାଷ୍ଟ୍ର ପ୍ରତିବଦ୍ଧତା ପ୍ରକଟ କରିଛୁ। ଆଫଗାନିସ୍ତାନ ଏବଂ ପଶ୍ଚିମ ଏସିଆ ପରିସ୍ଥିତି ନେଇ ରାଷ୍ଟ୍ରପତି ପୁଟିନ ଏବଂ ମୁଁ ସମାନ ମତ ପୋଷଣ କରିଛୁ। ବିଶ୍ଵ ଆର୍ଥିକ ଏବଂ ମୌଦ୍ରିକ ବଜାରରେ ଅସମାହିତ ରହିଥିବା ପ୍ରସଙ୍ଗ ଘେନି ଥିବା ଚାଲେଞ୍ଜର ମୁକାବିଲା ସକାଶେ ଆମେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ସହମତ ହୋଇଛୁ। ମିଳିତ ଜାତିସଂଘ ଠାରୁ ଆରମ୍ଭ କରି ବ୍ରିକ୍ସ, ପୂର୍ବ ଏସିଆ ସମ୍ମିଳନୀ, ଜି-20 ଏବଂ ସାଂଘାଇ ସହଯୋଗ ସଂଗଠନରେ ଆମର ଘନିଷ୍ଠ ସହଭାଗିତା ବାସ୍ତବ କ୍ଷେତ୍ରରେ ଆମ ଭାଗୀଦାରିତାକୁ ଏହାର କାର୍ଯ୍ୟକ୍ଷେତ୍ର ଏବଂ ବ୍ୟାପ୍ତିରେ ବୈଶ୍ଵିକ କରିପାରିଛୁ।
ମହାମହିମ ପୁଟିନ,
ଆସନ୍ତା ବର୍ଷ ଯେତେବେଳେ ଆମେ ଆମର କୂଟନୈତିକ ସµର୍କ ସ୍ଥାପନର 70ତମ ବାର୍ଷିକୀ ପାଳିବା ସେତେବେଳେ ଉଭୟ ଭାରତ ଏବଂ ରୁଷିଆ ସେମାନଙ୍କର ଅତୀତର ସହଭାଗିତାର ସୁଫଳ ଆଧାରରେ ତାହା ପାଳନ କରିବେ। ଆମେ ଏକ ଆଦର୍ଶ ସହଭାଗିତାର ମଡେଲ ପ୍ରସ୍ତୁତ କରୁଛୁ ଯାହା ଆମ ଉଭୟଙ୍କ ଆକାଂକ୍ଷାକୁ ସହାୟକ ହେବା ସହ ଏକବିଂଶ ଶତାବ୍ଦୀରେ ଆମ ମିଳିତ ଲକ୍ଷ୍ୟ ହାସଲ ଦିଗରେ ପଥପ୍ରଦର୍ଶକର ଭୂମିକା ଗ୍ରହଣ କରିବ। ଆମର ଘନିଷ୍ଠ ବନ୍ଧୁତା ଆମ ସµର୍କକୁ ନିର୍ଦ୍ଦିଷ୍ଟ ଦିଗଦର୍ଶନ, ନୂତନ ପ୍ରେରଣା, ଦୃତ ବେଗ ଏବଂ ଯଥେଷ୍ଟ ସୁଯୋଗ ପ୍ରଦାନ କରିଛି। ଉପôନ୍ନ କ୍ଷେତ୍ରୀୟ ଏବଂ ବିଶ୍ଵିକ ପୃଷ୍ଠଭୂମିରେ ଏହା ଉଭୟ ସାମର୍ଥ୍ୟ ଓ ପ୍ରୋତ୍ସାହନ ଯୋଗାଇଛି ତଥା ଶାନ୍ତି ଓ ସ୍ଥିରତାର ବାର୍ତ୍ତାବହ ପାଲଟିଛି।
ରୁଷୀୟ ଭାଷାରେ କହିଲେ –
“ଇଣ୍ଡିୟାଇ ରସ୍ସିୟା ରୁକା ଅବରୁକୁ ବ ସ୍ବେତଲୋୟ ବଦୁଶୀୟ”
(ଭାରତ-ରୁଷିଆ ମିଶି ଏକ ଉଜ୍ଜ୍ବଳ ଭବିଷ୍ୟତ ଅଭିମୁଖେ ଯାତ୍ରା କରୁଛନ୍ତି)
ଧନ୍ୟବାଦ। ଆପଣମାନଙ୍କୁ ଅଶେଷ ଧନ୍ୟବାଦ।
It gives me great pleasure to welcome President Putin, an old friend of India, here in Goa today: PM @narendramodi pic.twitter.com/ORuFLfTHll
— PMO India (@PMOIndia) October 15, 2016
Since the last two Annual Summits, the journey of our partnership has seen renewed focus and drive: PM @narendramodi
— PMO India (@PMOIndia) October 15, 2016
President Putin and I have just concluded an extensive and useful conversation on the entire spectrum of our engagement: PM
— PMO India (@PMOIndia) October 15, 2016
We agreed to work on an annual military industrial conf that will allow stakeholders on both sides to institute & push collaboration: PM
— PMO India (@PMOIndia) October 15, 2016
With an eye on the future, we also agreed to set up a Science and Technology Commission: PM @narendramodi
— PMO India (@PMOIndia) October 15, 2016
We continue to expand, diversify & deepen economic engagement. Businesses, Industry between our countries is connected more deeply today: PM
— PMO India (@PMOIndia) October 15, 2016
Russia’s clear stand on the need to combat terrorism mirrors our own: PM @narendramodi
— PMO India (@PMOIndia) October 15, 2016
India-Russia ties has given clear direction, fresh impulse, stronger momentum and rich content to our ties: PM @narendramodi
— PMO India (@PMOIndia) October 15, 2016
Held extensive talks with President Putin. His affection for India & role in enhancing India-Russia ties is a major source of strength. pic.twitter.com/8lTUXHPtfE
— Narendra Modi (@narendramodi) October 15, 2016
Dedication of Kudankulam 2 & laying of foundation of Kudankulam 3 & 4 show results of India-Russia cooperation in civil nuclear energy. pic.twitter.com/f689HXKn8G
— Narendra Modi (@narendramodi) October 15, 2016
My talks with President Putin lay the foundations for deeper defence & economic ties between India & Russia. https://t.co/XsoBnAP6X1
— Narendra Modi (@narendramodi) October 15, 2016