ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷର ବିଭିନ୍ନ ପ୍ରଦେଶର 16 ଜଣ ଗଭର୍ଣ୍ଣରଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା ତଥା ମତ ବିନିମୟ କରିଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଦୁଇ ଦେଶର ଆଞ୍ଚଳିକ ପ୍ରଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଆଲୋଚନା ବେଳେ ଦୋହରାଇଥିଲେ । 2001ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ କିପରି ଆସ୍ତ୍ରାଖାନ୍ ପ୍ରଦେଶକୁ ସାଦରପୂର୍ଣ୍ଣ ଗସ୍ତ କରିଥିଲେ ତାହା ଏହି ଅବସରରେ ମନେ ପକାଇଥିଲେ ।
ଗଭର୍ଣ୍ଣରମାନେ ସେମାନଙ୍କ ପ୍ରଦେଶର ଲୋକଙ୍କ ସହ ଭାରତୀୟଙ୍କର ଏବଂ ଭାରତ ସହ ସେମାନଙ୍କ ପ୍ରଦେଶର ବ୍ୟବସାୟିକ ସମ୍ପର୍କ ବୃଦ୍ଧିକୁ ଆଲୋଚନା କାଳରେ ଗୁରୁତ୍ୱ ଦେଇଥିଲେ ।
ଆଲୋଚନାରେ ଯୋଗ ଦେଇଥିବା ଗଭର୍ଣ୍ଣରମାନଙ୍କ ମଧ୍ୟରେ ଥିଲେ ଆର୍ଖାଞ୍ଜେଲସ୍କ ଓବ୍ଲାଷ୍ଟ, ଆସ୍ତ୍ରାଖାନ ଓବ୍ଲାଷ୍ଟ, ଇର୍କୁତସ୍କ, ମସ୍କୋ, ପ୍ରାଇମୋରେ ପ୍ରଦେଶ, କାଲାମକିଆ ସାଧାରଣତନ୍ତ୍ର, ତାତାରସ୍ତାନ୍, ସେଣ୍ଟ ପିଟର୍ସବର୍ଗ, ସାଖାଲିନ୍ ଓବ୍ଲାଷ୍ଟ, ସେରଦୋଭଲସ୍କ ଓବ୍ଲାଷ୍ଟ,ତୋମସ୍କ ଓବ୍ଲାଷ୍ଟ, ତୁଲା ଓବ୍ଲାଷ୍ଟ, ଉଲ୍ୟାନଭସ୍କ ଓବ୍ଲାଷ୍ଟ, ଖାବାରୋଭସ୍କି କ୍ରାଇ, ଚେଲ୍ୟାବନିସ୍କ ଓବ୍ଲାଷ୍ଟ ଏବଂ ୟାରୋସ୍ଲାଭ ଓବ୍ଲାଷ୍ଟର ଗଭର୍ଣ୍ଣର ।
Governors of various Russian regions interacted with PM @narendramodi. They held talks on boosting economic & people-to-people ties. pic.twitter.com/VCZfvd5Yhn
— PMO India (@PMOIndia) June 2, 2017