ଆପଣ ସମସ୍ତଙ୍କୁ ମୋର ଅନେକ ଶୁଭେଚ୍ଛା ।
କ୍ରୀଡା ସାଧାରଣ ମଣିଷର ଜୀବନର ଏକ ଅଂଶ ହେବା ଉଚିତ ଏବଂ ଯଦି କ୍ରୀଡାକୁ ଆମେ ଜୀବନର ଅଂଶ କରୁନାହୁଁ ତାହେଲେ ଜୀବନର ଏକ ପ୍ରକାର ବିକାଶ ହୋଇପାରେ ନାହିଁ । କିଛି ଲୋକଙ୍କ ଧାରଣା ଯେ, ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଖେଳ ଜରୁରୀ । ଏହା ଏକ ସଙ୍କୁଚିତ ଚିନ୍ତାଧାରା । ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ଜୀବନର ଅଂଶ ହେବା ନିତାନ୍ତ ଆବଶ୍ୟକ । କ୍ରୀଡା ଦ୍ୱାରା ସାମାଜିକ ଜୀବନର ବିକାଶ ହେବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ଜୀବନର ମଧ୍ୟ ବିକାଶ ଘଟେ ।
ଭାରତ ଭଳି ଦେଶ ଯେଉଁଠି ପ୍ରାୟ 100 ଟି ଭାଷା ରହିଛି, 1700 କଥିତ ଭାଷା ରହିଛି, ଭିନ୍ନ ଭିନ୍ନ ପ୍ରକାର ପରିଧାନ ରହିଛି, ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ରହିଛି । ଆମ ଦେଶର ଜିଲ୍ଲା ସ୍ତରୀୟ ଦଳମାନେ ଯଦି ଗୋଟିଏ ସୀମାନ୍ତରୁ ଅନ୍ୟ ସୀମାନ୍ତ ପର୍ଯ୍ୟନ୍ତ ଖେଳନ୍ତି, ଯଦି ଏମିତି ବର୍ଷଯାକ ଖେଳନ୍ତି ତାହେଲେ, ତାହା କେବଳ ଖେଳ ହିଁ ନୁହେଁ ବରଂ ଜାତୀୟ ଏକତାର ସବୁଠାରୁ ବଡ ଆଧାର ହୋଇପାରିବ । ତେଣୁ ଭାରତରେ ଖେଳ ବ୍ୟକ୍ତିତ୍ୱର ବିକାଶ ସହ ସମାଜରେ ଏକ ପ୍ରକାର କ୍ଷୟରୋଧୀ (Lubrication) ଭଳି କାମ କରେ । କାରଣ, ଖେଳ ରହିଲେ ଖେଳୁଆଡ ମନୋବୃତ୍ତି ଆସିବ ଏବଂ ଏହି ଖେଳୁଆଡ ମନୋବୃତ୍ତି ପାରିବାରିକ ଜୀବନରେ, ସାମାଜିକ ଜୀବନରେ, ଜାତୀୟ ଜୀବନରେ ଏକ ପ୍ରକାର କ୍ଷୟରୋଧୀର କାମ କରେ, ଖୋଲାପଣ ଆଣେ, ଅନ୍ୟମାନଙ୍କୁ ଗ୍ରହଣ କରିବାର ଶକ୍ତି ପ୍ରଦାନ କରେ ।
ଖେଳରେ ବିଜୟର ଯେତିକି ଆନନ୍ଦ ମିଳିଥାଏ, ତା ଅପେକ୍ଷା ପରାଜୟକୁ ସ୍ୱୀକାର କରିବାର ଗୋଟିଏ ବହୁତ ବଡ ଶକ୍ତି ଖେଳରୁ ମିଳିଥାଏ । ଯେଉଁ ଲୋକ ଜୀବନର ଖେଳର ମନୋବୃତ୍ତି ରଖେ, ସେ କେତେବେଳେ ପଡିଗଲେ ପୁଣି ଥରେ ଠିଆ ହୋଇଯାଏ । ସେହି ବ୍ୟକ୍ତି ଜୀବନରେ କେବେ ହେଲେ ହାର ମାନେ ନାହିଁ । ଖେଳ ଜୀବନରେ ଏଭଳି ଗୁଣର ବିକାଶ କରିଥାଏ ଯାହା ସାରା ଜୀବନ ସଂଗ୍ରାମ କରିବାର ଶକ୍ତି ଯୋଗାଏ । ଖେଳାଳୀ କେବେ ହେଲେ ହାର ମାନେ ନାହିଁ । ମୁଁ କେବଳ ତାଙ୍କ କଥା କହୁନାହିଁ ଯିଏ ଶାରୀରିକ ଖେଳ ଖେଳନ୍ତି । ଯେଉଁ ଶରୀର ଏବଂ ମନ ଖେଳ ସହିତ ଜଡିତ ଥାଏ, ସେ ଏହାକୁ ପାଇପାରେ । ତେଣୁ ଆମ ଜୀବନରେ, ଜାତୀୟ ଜୀବନରେ ଖେଳର ଗୁରୁତ୍ୱ ରହିବା ଦରକାର ।
ଆପଣମାନେ ଆଜି ଫୁଟବଲ ଖେଳିବା ଆରମ୍ଭ କରୁଛନ୍ତି, ମ୍ୟାଚ ଖେଳୁଛନ୍ତି ଏବଂ ମୁଁ ରିଲାଏନ୍ସ ସ୍ପୋର୍ଟ୍ସ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଉଛି ଯେ ଏହି ଫାଉଣ୍ଡେସନ ଯୁବ ପିଢି ସହିତ ମିଶି କ୍ରୀଡାକୁ ଗୁରୁତ୍ୱ ଦେବାର ପ୍ରଚେଷ୍ଟା କରିଛନ୍ତି । ପ୍ରତିଭା ଅନ୍ୱେଷଣ ସବୁଠାରୁ ବଡ କାର୍ଯ୍ୟ । ଯେଉଁ ପର୍ଯ୍ୟନ୍ତ ବ୍ୟାପକ ସ୍ତରରେ ଆମର କୁନି କୁନି ବନ୍ଧୁମାନଙ୍କୁ ଖେଳିବାର ସୁଯୋଗ ନ ଦିଆ ଯାଇଛି, ପ୍ରତିଭା ସମ୍ପର୍କରେ ଜଣାପଡିବ ନାହିଁ । ଆଜି ଖେଳ ସହିତ ସୌନ୍ଦର୍ଯ୍ୟ ମଧ୍ୟ ଯୋଡି ହୋଇ ଯାଇଛି । ସେଥିପାଇଁ ପରିବାର ଲୋକେ ପିଲାଙ୍କୁ କ୍ରୀଡାବିତ କରିବାକୁ ଚାହୁଁଛନ୍ତି କିନ୍ତୁ ପ୍ରାତଃ 4 ଟାରୁ ଉଠି ପରିଶ୍ରମ କରିବା କଥା ପଡିଲେ ସେମାନେ ଟିକିଏ ପଛେଇ ଯାଉଛନ୍ତି । ତେଣୁ ଏଥିରେ ସୌନ୍ଦର୍ଯ୍ୟ ଆସୁ କିମ୍ବା ସୁଖ୍ୟାତି ମିଳୁ କିନ୍ତୁ କଠୋର ପରିଶ୍ରମ ବିନା ଉନ୍ନତି ସମ୍ଭବ ନୁହେଁ ।
ମୋର ବିଶ୍ୱାସ ଯେ, ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ନିରନ୍ତର କ୍ରୀଡାକୁ ପ୍ରୋତ୍ସାହନ ଦେବା ପାଇଁ ନିମ୍ନତମ ସ୍ତରରେ ଅନେକ ପ୍ରତିଯୋଗୀତା ଚାଲୁ ରହିବ ଏବଂ ପ୍ରତିଯୋଗୀତାରୁ ପ୍ରତିଭା ବାହାରିବ ଏବଂ ପ୍ରତିଯୋଗୀତାରୁ ଯେତେ ପ୍ରତିଭା ସମ୍ମୁଖକୁ ଆସିବେ ସେତେ ଅଧିକ ଲାଭ ହେବ । ରିଲାଏନ୍ସ ଫାଉଣ୍ଡେସନକୁ, ନିତା ଭଉଣୀଙ୍କୁ ଏବଂ ଆପଣ ସମସ୍ତ ବିଦ୍ୟାର୍ଥିମାନଙ୍କୁ, ଆପଣ କୁନି କୁନି ବନ୍ଧୁମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ଖେଳାଳୀ ଜୀବନରେ ପରାଜୟକୁ ସବୁବେଳେ ସୁଯୋଗ ବୋଲି ମନେକରିବ, ପରାଜୟରେ କେବେହେଲେ ହତୋତ୍ସାହିତ ହେବ ନାହିଁ । ପରାଜୟ ଅନେକ କିଛି ଶିଖାଇ ଥାଏ । ଯିଏ ଖେଳେ ନାହିଁ ତାର ନା ବିଜୟ ଥାଏ ନା ପରାଜୟ । ଜିତେ ସେହି, ହାରେ ମଧ୍ୟ ସେହି ଯିଏ ଖେଳେ । ଯିଏ ଖେଳେ ସେ ହିଁ ପ୍ରସ୍ଫୁଟିତ ହୁଏ।
ଯିଏ ଖେଳେ ତାର ବିକାଶ ଘଟେ । ଆପଣ ଯଦି ଖେଳୁ ନାହାନ୍ତି ତାହେଲେ ଆପଣଙ୍କର ବିକାଶ ମଧ୍ୟ ହେବ ନାହିଁ । ବ୍ୟକ୍ତିତ୍ୱର ବିକାଶ କରିବାକୁ ଚାହୁଁଥିଲେ ନିଜକୁ ବିକଶିତ କରନ୍ତୁ । ଯେମିତି ପଦ୍ମ ଫୁଲଟିଏ ପ୍ରସ୍ଫୁଟିତ ହୁଏ, ଚାରା ଗଛଟିଏ ବୃଦ୍ଧି ପ୍ରାପ୍ତ ହୁଏ, ଠିକ ସେହିପରି ଜୀବନ ମଧ୍ୟ ପ୍ରସ୍ଫୁଟିତ ହୁଏ । ଏହି ଅଭିବୃଦ୍ଧି ପାଇଁ ଖେଳ ସବୁଠାରୁ ବଡ ଔଷଧ, ସବୁଠାରୁ ବଡ ସୁଯୋଗ ଏବଂ ସବୁଠାରୁ ବଡ ଆହ୍ୱାନ ମଧ୍ୟ । ତେଣୁ ଆଜି ମୁଁ ଆପଣ ସମସ୍ତ କୁନି ବନ୍ଧୁମାନଙ୍କ ମାଧ୍ୟମରେ କ୍ରୀଡା ଜଗତ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । Sports, ଏହି ଗୋଟିଏ ଶବ୍ଦ ଦ୍ୱାରା ଆମେ କ୍ରୀଡା ଜଗତର ଗତି କେଉଁଆଡେ ହେବା ଉଚିତ, କ୍ରୀଡା ଜଗତର ଦୃଷ୍ଟି କିଭଳି ହେବା ଉଚିତ ଏହାର ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରି ପାରିବା । ଯେତେବେଳେ ଆମେ Sports କହୁ – ‘S’ stands for Skill, ‘P’ stands for Perseverance, ‘O’ stands for Optimism, ‘R’ stands for Resilience, ‘T’ stands for Tenacity, ‘S’ stands for Stamina, ଏହି ସବୁ ଉପାଦାନଗୁଡିକୁ ନେଇ ଆମେ ଆମ ଯୋଜନା କଲେ ଆମକୁ ବହୁତ ସଫଳତା ମିଳିବ ଏବଂ ଆଜି ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
I wish you all the best ।
Sports must be a part of everyone's lives: PM @narendramodi speaks at the launch of RFYS
— PMO India (@PMOIndia) July 23, 2016
We are a large and diverse nation. Sports can be a great means of national integration: PM @narendramodi speaks at the launch of RFYS
— PMO India (@PMOIndia) July 23, 2016
In order to be a good sportsperson, it is essential to be hardworking: PM @narendramodi
— PMO India (@PMOIndia) July 23, 2016
If you don't play, you won't shine. And never let defeat affect you so much: PM @narendramodi to young sportspersons
— PMO India (@PMOIndia) July 23, 2016