ସରକାରୀ ଉଦ୍ୟୋଗ ରିଚାର୍ଡସନ ଏଣ୍ଡ କୃଡାସ (1972) ଲିମିଟେଡ (R&S)କୁ ବୋର୍ଡ ଅଫ ଇଣ୍ଡଷ୍ଟ୍ରିଆଲ ଏଣ୍ଡ ଫାଇନାନସିଆଲ ରିକନଷ୍ଟ୍ରାକସନ (BIFR)ର ପରିସରରୁ ବାହାରି ଆସିବାର ଭାରି ଉଦ୍ୟୋଗ ବିଭାଗର ପ୍ରସ୍ତାବ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ ଲାଭ କରିଛି । ଏଥିପାଇଁ କେବିନେଟ କମ୍ପାନୀର ଏବଂ ଏହା ଉପରେ ଥିବା 424.81 କୋଟି ଟଙ୍କାର ସୁଧକୁ ଅଂଶଧନରେ ପରିବର୍ତ୍ତନ କରିବା ପ୍ରସ୍ତାବକୁ କେବିନେଟର ମଞ୍ଜୁରି ମିଳିଛି ।
କେବିନେଟ ଆହୁରି ମଧ୍ୟ କମ୍ପାନୀର ନାଗପୁର ଏବଂ ଚେନ୍ନାଇ ୟୁନିଟର ପୁଞ୍ଜି ପ୍ରତ୍ୟାହାର ଏବଂ ଏହାର ସଞ୍ଚାଳନ କାର୍ଯ୍ୟ ମୁମ୍ବାଇରୁ ସ୍ଥାନାନ୍ତରିକ କରିବା ପାଇଁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି । କମ୍ପାନୀର ମୁମ୍ବାଇସ୍ଥିତ ଜମିକୁ ଲିଜ ବଦଳରେ “Occupation Class-II”କୁ ପରିବର୍ତ୍ତନ କରାଯିବ ଯାହାଫଳରେ କମ୍ପାନୀ ସରକାରୀ ନିୟମାବଳୀ ଅନ୍ତର୍ଗତ ଏହି ଜମିର ସର୍ବୋତ୍ତମ ଉପଯୋଗ କରିପାରିବ ।