Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରିଓ 2016 ପାରାଲିମ୍ପିକ୍ସ ପାଇଁ ଭାରତୀୟ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ


ଆଗାମୀ 7 ତାରିଖରେ ରିଓ ପାରାଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା କ୍ରୀଡାବୀତମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି ।

ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, “ସେପ୍ଟେମ୍ବରରୁ ଆରମ୍ଭ ହେଉଥିବା ରିଓ ପାରାଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡାବିତମାନଙ୍କ ପାଇଁ ଭାରତୀୟମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି ।

ରିଓ ପାରାଲିମ୍ପିକ୍ସ 2016ରେ ପ୍ରତିନିଧିତ୍ୱ କରିବାକୁ ଥିବା ସମ୍ଭାବିତ କ୍ରୀଡାବିତମାନଙ୍କୁ ଅନେକ ଶୁଭକାମନା । ମୋର ବିଶ୍ୱାସ ଯେ ଆମ କ୍ରୀଡାବିତମାନେ ନିଜ ପ୍ରତିଭାର ସର୍ବୋତ୍ତମ ପ୍ରଦର୍ଶନ କରି ଆମକୁ ଗର୍ବିତ କରାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।