ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହିତ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ସମ୍ପ୍ରସାରଣ ଘୋଷଣା କରିଛନ୍ତି।
ଗରିବମାନଙ୍କୁ ସହାୟତାର ହାତ
ଲକଡାଉନ ସମୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ଥିଲା ଗରିବ ଲୋକମାନଙ୍କ ପାଇଁ ଖାଦ୍ୟସାମଗ୍ରୀର ବ୍ୟବସ୍ଥା କରିବା। ସେଥିପାଇଁ ଲକଡାଉନ ଜାରି ହେବା କ୍ଷଣି ସରକାର, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଣିଲେ । ଏହି ଯୋଜନା ଅନ୍ତର୍ଗତ ଗରିବଙ୍କ ପାଇଁ 1.75 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଯୋଗାଇ ଦିଆଗଲା ।
ସେ ଉଲ୍ଲେଖ କରିଥିଲେ ଯେ, ଗତ ତିନି ମାସ ମଧ୍ୟରେ 20 କୋଟି ଗରିବ ପରିବାରର ଜନଧନ ଖାତାରେ ସିଧାସଳଖ 31 ହଜାର କୋଟି ଟଙ୍କା ଜମା କରାଯାଇଛି । ଏଥିସହିତ, ଗାଁରେ ଶ୍ରମିକମାନଙ୍କୁ ରୋଜଗାର ଦେବା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଦ୍ରୁତ ଗତିରେ ଆରମ୍ଭ କରାଯାଇଛି । ଏହା ଉପରେ ସରକାର 50 ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । 9 କୋଟି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 18ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି।
ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ 80 କୋଟିରୁ ଅଧିକ ଲୋକମାନଙ୍କୁ 3 ମାସର ରାସନ, ଅର୍ଥାତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ 5 କିଗ୍ରା ଗହମ କିମ୍ବା ଚାଉଳ, ପ୍ରତି ପରିବାରକୁ ପ୍ରତ୍ୟେକ ମାସ ଏକ କିଗ୍ରା ଡାଲି ମଧ୍ୟ ମାଗଣାରେ ଯୋଗାଇ ଦେବା ସାରା ବିଶ୍ୱକୁ ଚକିତ କରି ଦେଇଛି। ଏହି ସମୟରେ ଯେତିକି ସଂଖ୍ୟକ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଇଛି ତାହା ବିଭିନ୍ନ ବୃହତ ରାଷ୍ଟ୍ରର ଜନସଂଖ୍ୟା ଠାରୁ ବହୁଗୁଣ ହେବ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶରେ ବର୍ଷା ଋତୁ ସମୟରେ ଏବଂ ଏହା ପରେ ମୁଖ୍ୟତଃ କୃଷି କ୍ଷେତ୍ରରେ ଅଧିକ କାମ ହୋଇଥାଏ । ଜୁଲାଇ ମାସ ପରଠାରୁ ଧୀରେ ଧୀରେ ପର୍ବପର୍ବାଣୀର ପରିବେଶ ଆସିଥାଏ । ଏବେ 5 ଜୁଲାଇରେ ଗୁରୁ ପୂର୍ଣ୍ଣିମା ପଡ଼ିବ, ଏହାପରେ ଶ୍ରାବଣ ମାସ ଆରମ୍ଭ ହେବ । ଏହାପରେ 15 ଅଗଷ୍ଟ ଆସିବ, ରାକ୍ଷୀ ପୂର୍ଣ୍ଣିମା ପଡ଼ିବ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆସିବ, ଗଣେଶ ଚତୁର୍ଥୀ ଆସିବ, ଓଣମ ପାଳିତ ହେବ । ଆହୁରି ଆଗକୁ କାଟୀ ବିହୁ ପଡ଼ିବ, ନବରାତ୍ରୀ, ଦୁର୍ଗାପୂଜା, ଦଶହରା, ଦୀପାବଳୀ, ଛଠୀ ମା’ଙ୍କ ପୂଜା ପଡ଼ିବ । ପର୍ବପର୍ବାଣୀର ଏହି ସମୟରେ ଆବଶ୍ୟକତା ମଧ୍ୟ ବଢ଼ାଇଥାଏ, ଖର୍ଚ୍ଚ ବି ବଢ଼ାଇଥାଏ । ଏ ସବୁ କଥାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ ଏବେ ଦୀପାବଳି ଓ ଛଟ ପୂଜା ପର୍ଯ୍ୟନ୍ତ, ଅର୍ଥାତ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ କରିଦିଆଯିବ । ଏହି ଯୋଜନା ଏବେ ଜୁଲାଇରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ମଧ୍ୟ ଲାଗୁ ହେବ । ଏହି 5 ମାସ ପାଇଁ, 80 କୋଟିରୁ ଅଧିକ ଗରିବ ଭାଇ–ଭଉଣୀଙ୍କୁ ପ୍ରତ୍ୟେକ ମାସ, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ, 80କୋଟିରୁ ଅଧିକ ଗରିବ ଭାଇ–ଭଉଣୀମାନଙ୍କୁ ପ୍ରତ୍ୟେକ ମାସରେ, ପରିବାର ପ୍ରତ୍ୟେକ ସଦସ୍ୟଙ୍କୁ 5 କିଗ୍ରା ଗହମ କିମ୍ବା ଚାଉଳ ମାଗଣାରେ ଯୋଗାଇ ଦିଆଯିବ । ଏଥିସହିତ ପ୍ରତ୍ୟେକ ପରିବାରକୁ ପ୍ରତ୍ୟେକ ମାସରେ ଏକ କିଗ୍ରା ଚଣା ଡାଲି ମଧ୍ୟ ମାଗଣାରେ ପ୍ରଦାନ କରାଯିବ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଏହି ସମ୍ପ୍ରସାରଣ ପାଇଁ ସରକାର 90 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ। ଏଥିରେ ଗତ ତିନିମାସର ଖର୍ଚ୍ଚ ମଧ୍ୟ ଯୋଡ଼ି ଦେଲେ ଏହା ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କା ହୋଇଯିବ । ଖାଦ୍ୟଶସ୍ୟ ସଂଗ୍ରହ ଏବଂ ଏହାର ମାଗଣା ବିତରଣର ଶ୍ରେୟ ସେ ପରିଶ୍ରମୀ କୃଷକ ଏବଂ ସଚ୍ଚୋଟ ଟିକସଦାତାମାନଙ୍କୁ ଦେବା ସହିତ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଦେଶ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’ ବ୍ୟବସ୍ଥା ଆଡ଼କୁ ଗତି କରୁଛି, ଯାହାଫଳରେ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ଗରିବ ଲୋକମାନେ ଲାଭ ପାଇପାରିବେ।
ଅନଲକ 2 ସମୟରେ ସୁରକ୍ଷିତ ରହିବା
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କରୋନା ବୈଶ୍ୱିକ ମହାମାରୀ ବିରୋଧୀ ଲଢ଼େଇରେ ଆମେ ଅନଲକ–2ରେ ପ୍ରବେଶ କରୁଛୁ । ଆମେ ସେ ଋତୁରେ ମଧ୍ୟ ପ୍ରବେଶ କରୁଛୁ ଯେତେବେଳେ ଥଣ୍ଡା–ସର୍ଦ୍ଦି, କାଶ–ଜ୍ୱର ଏ ସବୁ କେତେ କ’ଣ ହୋଇଥାଏ, ଏସବୁର ମାତ୍ରା ବଢ଼ିଯାଇଥାଏ । ଏପରି ସ୍ଥିତିରେ ସମସ୍ତ ଦେଶବାସୀ ନିଜର ଯତ୍ନ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ସେ କହିଥିଲେ ଯେ, ସଠିକ ସମୟରେ ଲକଡାଉନ ଏବଂ ଅନ୍ୟ ନିଷ୍ପତ୍ତି ଫଳରେ ଭାରତରେ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଛି । କରୋନାଜନିତ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି । କିନ୍ତୁ ଯେତେବେଳେ ଦେଶରେ ଅନଲକ–1 କାର୍ଯ୍ୟକାରୀ ହେଲା, ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଅବହେଳା ମଧ୍ୟ ବଢ଼ିଚାଲିଲା । ପୂର୍ବରୁ ଆମେ ମାସ୍କକୁ ନେଇ, ଦୁଇ ଗଜ ଦୂରତାକୁ ନେଇ, 20 ସେକେଣ୍ଡ ପର୍ଯ୍ୟନ୍ତ ଦିନରେ ଅନେକ ଥର ହାତ ଧୋଇବାକୁ ନେଇ ବହୁତ ସତର୍କ ଥିଲୁ । କିନ୍ତୁ ଆଜି, ଯେତେବେଳେ ଅଧିକ ସତର୍କତାର ଆବଶ୍ୟକତା ରହିଛି, ତ’ ଅବହେଳା କରିବା, ଚିନ୍ତାର କାରଣ ପାଲଟିଯାଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନଲକ-2 ସମୟରେ ଲକଡାଉନ ବେଳର ଗମ୍ଭୀରତା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ବିଶେଷ କରି କଣ୍ଟେନମେଣ୍ଟ ଜୋନଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ । ଯେଉଁ ଲୋକମାନେ ନିୟମ ପାଳନ କରୁନାହାନ୍ତି, ସେମାନଙ୍କୁ ଅଟକାଇବାକୁ ପଡ଼ିବ ଏବଂ ସଚେତନ କରିବାକୁ ପଡ଼ିବ । ଏକ ଘଟଣାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧି ବୁଲୁଥିବା କାରଣରୁ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ 13 ହଜାର ଟଙ୍କାର ଜୋରିମାନା ଲାଗୁ ହେଲା। ଭାରତରେ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଏହି ସ୍ଫୃର୍ତ୍ତିର ସହିତ କାମ କରିବାର ଆବଶ୍ୟକତା ରହିଛି । ଏହା 130 କୋଟି ଦେଶବାସୀଙ୍କ ଜୀବନ ରକ୍ଷା କରିବାର ଅଭିଯାନ । ଭାରତରେ ଗ୍ରାମ ପ୍ରଧାନ ହୁଅନ୍ତୁ ବା ଦେଶର ପ୍ରଧାନମନ୍ତ୍ରୀ, କେହି ବି ନିୟମ ଠାରୁ ଊର୍ଦ୍ଧ୍ବରେ ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଆଗକୁ ରାସ୍ତା
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ, ସରକାର ଗରିବ ଓ ବଞ୍ଚିତଙ୍କ ସଶକ୍ତିକରଣ ଲାଗି ଆହୁରି ଅନେକ ପଦକ୍ଷେପ ଗ୍ରହଣ କରିବେ। ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରାଯିବ, ତେବେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବ। ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ଲାଗି ସଙ୍କଳ୍ପ ନେବା ସହିତ ସ୍ଥାନୀୟ ଉତ୍ପାଦ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ଦେଶବାସୀଙ୍କୁ ନିବେଦନ କରିଥିଲେ। ସେହିପରି ମାସ୍କ, ଫେସକଭର ବ୍ୟବହାର କରିବା, ସତର୍କ ରହିବା ଓ ‘ଦୁଇ ଗଜ ଦୂରତା’ର ମନ୍ତ୍ର ପାଳନ କରିବା ନିମନ୍ତେ ମଧ୍ୟ ସେ ପରାମର୍ଶ ଦେଇଥିଲେ।
*************
Watch Live! https://t.co/y44gKCLjLJ
— PMO India (@PMOIndia) June 30, 2020
कोरोना वैश्विक महामारी के खिलाफ लड़ते हुए अब हम Unlock-Two में प्रवेश कर रहे हैं। और हम उस मौसम में भी प्रवेश कर रहे हैं जहां सर्दी-जुखाम, खांसी-बुखार ये सारे न जाने क्या क्या होता है , के मामले बढ़ जाते हैं: PM @narendramodi
— PMO India (@PMOIndia) June 30, 2020
साथियों, ये बात सही है कि अगर कोरोना से होने वाली मृत्यु दर को देखें तो दुनिया के अनेक देशों की तुलना में भारत संभली हुई स्थिति में है। समय पर किए गए लॉकडाउन और अन्य फैसलों ने भारत में लाखों लोगों का जीवन बचाया है: PM @narendramodi
— PMO India (@PMOIndia) June 30, 2020
जब से देश में Unlock-One हुआ है, व्यक्तिगत और सामाजिक व्यवहार में लापरवाही भी बढती ही चली जा रही है । पहले हम मास्क को लेकर, दो गज की दूरी को लेकर, 20 सेकेंड तक दिन में कई बार हाथ धोने को लेकर बहुत सतर्क थे: PM @narendramodi
— PMO India (@PMOIndia) June 30, 2020
लॉकडाउन के दौरान बहुत गंभीरता से नियमों का पालन किया गया था।अब सरकारों को, स्थानीय निकाय की संस्थाओं को, देश के नागरिकों को, फिर से उसी तरह की सतर्कता दिखाने की जरूरत है: PM @narendramodi
— PMO India (@PMOIndia) June 30, 2020
विशेषकर कन्टेनमेंट जोंस पर हमें बहुत ध्यान देना होगा।जो भी लोग नियमों का पालन नहीं कर रहे, हमें उन्हें टोकना होगा, रोकना होगा और समझाना भी होगा: PM @narendramodi
— PMO India (@PMOIndia) June 30, 2020
लॉकडाउन के दौरान देश की सर्वोच्च प्राथमिकता रही कि ऐसी स्थिति न आए कि किसी गरीब के घर में चूल्हा न जले। केंद्र सरकार हो, राज्य सरकारें हों, सिविल सोसायटी के लोग हों, सभी ने पूरा प्रयास किया कि इतने बड़े देश में हमारा कोई गरीब भाई-बहन भूखा न सोए: PM @narendramodi
— PMO India (@PMOIndia) June 30, 2020
देश हो या व्यक्ति, समय पर फैसले लेने से, संवेदनशीलता से फैसले लेने से, किसी भी संकट का मुकाबला करने की शक्ति बढ़ जाती है। इसलिए, लॉकडाउन होते ही सरकार, प्रधानमंत्री गरीब कल्याण योजना लेकर आई: PM @narendramodi
— PMO India (@PMOIndia) June 30, 2020
बीते तीन महीनों में 20 करोड़ गरीब परिवारों के जनधन खातों में सीधे 31 हजार करोड़ रुपए जमा करवाए गए हैं। इस दौरान 9 करोड़ से अधिक किसानों के बैंक खातों में 18 हजार करोड़ रुपए जमा हुए हैं: PM @narendramodi
— PMO India (@PMOIndia) June 30, 2020
एक और बड़ी बात है जिसने दुनिया को भी हैरान किया है, आश्चर्य में डुबो दिया है। वो ये कि कोरोना से लड़ते हुए भारत में, 80 करोड़ से ज्यादा लोगों को 3 महीने का राशन, यानि परिवार के हर सदस्य को 5 किलो गेहूं या चावल मुफ्त दिया गया: PM @narendramodi
— PMO India (@PMOIndia) June 30, 2020
एक तरह से देखें तो, अमेरिका की कुल जनसंख्या से ढाई गुना अधिक लोगों को, ब्रिटेन की जनसंख्या से 12 गुना अधिक लोगों को, और यूरोपियन यूनियन की आबादी से लगभग दोगुने से ज्यादा लोगों को हमारी सरकार ने मुफ्त अनाज दिया है: PM @narendramodi
— PMO India (@PMOIndia) June 30, 2020
साथियों, हमारे यहां वर्षा ऋतु के दौरान और उसके बाद मुख्य तौर पर एग्रीकल्चर सेक्टर में ही ज्यादा काम होता है। अन्य दूसरे सेक्टरों में थोड़ी सुस्ती रहती है। जुलाई से धीरे-धीरे त्योहारों का भी माहौल बनने लगता है: PM @narendramodi
— PMO India (@PMOIndia) June 30, 2020
त्योहारों का ये समय, जरूरतें भी बढ़ाता है, खर्चे भी बढ़ाता है। इन सभी बातों को ध्यान में रखते हुए ये फैसला लिया गया है कि प्रधानमंत्री गरीब कल्याण अन्न योजना का विस्तार अब दीवाली और छठ पूजा तक, यानि नवंबर महीने के आखिर तक कर दिया जाए: PM @narendramodi
— PMO India (@PMOIndia) June 30, 2020
प्रधानमंत्री गरीब कल्याण अन्न योजना के इस विस्तार में 90 हजार करोड़ रुपए से ज्यादा खर्च होंगे। अगर इसमें पिछले तीन महीने का खर्च भी जोड़ दें तो ये करीब-करीब डेढ़ लाख करोड़ रुपए हो जाता है: PM @narendramodi
— PMO India (@PMOIndia) June 30, 2020
अब पूरे भारत के लिए एक राशन-कार्ड की व्यवस्था भी हो रही है यानि एक राष्ट्र, एक राशन कार्ड ‘one nation one ration card’। इसका सबसे बड़ा लाभ उन गरीब साथियों को मिलेगा, जो रोज़गार या दूसरी आवश्यकताओं के लिए अपना गाँव छोड़कर के कहीं और जाते हैं: PM @narendramodi
— PMO India (@PMOIndia) June 30, 2020
आज गरीब को, ज़रूरतमंद को, सरकार अगर मुफ्त अनाज दे पा रही है तो इसका श्रेय दो वर्गों को जाता है। पहला- हमारे देश के मेहनती किसान, हमारे अन्नदाता। और दूसरा- हमारे देश के ईमानदार टैक्सपेयर: PM @narendramodi
— PMO India (@PMOIndia) June 30, 2020
आपने ईमानदारी से टैक्स भरा है, अपना दायित्व निभाया है, इसलिए आज देश का गरीब, इतने बड़े संकट से मुकाबला कर पा रहा है।मैं आज हर गरीब के साथ ही, देश के हर किसान, हर टैक्सपेयर का ह्रदय से बहुत बहुत अभिनंदन करता हूं, उन्हें नमन करता हूं: PM @narendramodi
— PMO India (@PMOIndia) June 30, 2020
हम सारी एहतियात बरतते हुए Economic Activities को और आगे बढ़ाएंगे। हम आत्मनिर्भर भारत के लिए दिन रात एक करेंगे। हम सब ‘लोकल के लिए वोकल’ होंगे। इसी संकल्प के साथ हम 130 करोड़ देशवासियों को मिलजुल कर के, संकल्प के साथ काम भी करना है, आगे भी बढ़ना है: PM @narendramodi
— PMO India (@PMOIndia) June 30, 2020
फिर से एक बार मैं आप सब से प्रार्थना करता हूँ, आपके लिए भी प्रार्थना करता हूँ, आपसे आग्रह भी करता हूँ , आप सभी स्वस्थ रहिए, दो गज की दूरी का पालन करते रहिए, गमछा , फेस कवर, मास्क ये हमेशा उपयोग कीजिये, कोई लापरवाही मत बरतिए: PM @narendramodi
— PMO India (@PMOIndia) June 30, 2020