ମୋର ପ୍ରିୟ ଦେଶବାସୀ,
ଆଜି 27 ମାର୍ଚ୍ଚ, କିଛି ସମୟ ପୂର୍ବରୁ ଭାରତ ଏକ ଅଭୂତପୂର୍ବ ସିଦ୍ଧି ହାସଲ କରିଛି । ଭାରତ ଆଜି ନିଜର ନାମ ମହାକାଶ ମହାଶକ୍ତି-ସ୍ପେସ୍ ପାୱାର- ଭାବେ ଲିପିବଦ୍ଧ କରିଛି ।
ଏବେ ସୁଦ୍ଧା ବିଶ୍ୱର ତିନୋଟି ଦେଶ – ଆମେରିକା, ରୁଷ ଏବଂ ଚୀନ ଏହି ଉପଲବ୍ଧି ହାସଲ କରିଥିଲେ । ଏବେ ଭାରତ ଚତୁର୍ଥ ଦେଶ ଭାବେ, ଆଜି ଏହି ସିଦ୍ଧି ପ୍ରାପ୍ତ କରିଛି । ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କ ପାଇଁ ଏହାଠାରୁ ବଡ଼ ଗର୍ବର ବିଷୟ ଆଉ କିଛି ହୋଇପାରିବ ନାହିଁ ।
କିଛି ସମୟ ପୂର୍ବରୁ ଆମର ବୈଜ୍ଞାନିକମାନେ ମହାକାଶରେ, ସ୍ପେସରେ, ତିନି ଶହ କିମି ଦୂର ଏଲଇଓ- ଲୋ ଆର୍ଥ ଅର୍ବିଟ-ରେ ଏକ ଲାଇଭ ସାଟେଲାଇଟକୁ ଧ୍ୱଂସ କରି ଦେଇଛନ୍ତି ।
ଏଲଇଓ- ଲୋ ଆର୍ଥ ଅର୍ବିଟରେ ଏହି ଲାଇଭ ସାଟେଲାଇଟ, ଯାହାକି ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଥିଲା, ଏହାକୁ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର (ଆଣ୍ଟି ସାଟେଲାଇଟ ମିସାଇଲ- ଏସ୍ୟାଟ) ଦ୍ୱାରା ଧ୍ୱଂସ କରି ଦିଆଯାଇଛି । ମାତ୍ର ତିନି ମିନିଟରେ, ସଫଳତା ପୂର୍ବକ ଏହି ଅପରେସନକୁ ସମ୍ପୂର୍ଣ୍ଣ କରାଯାଇଛି ।
ମିଶନ ଶକ୍ତି – ଏହା ଅତ୍ୟନ୍ତ କଠିନ ଅପରେସନ ଥିଲା, ଯେଉଁଥିରେ ଅତ୍ୟନ୍ତ ଉଚ୍ଚକୋଟ୍ଟୀର ବୈଷୟିକ କ୍ଷମତାର ଆବଶ୍ୟକତା ରହିଥିଲା । ବୈଜ୍ଞାନିକମାନଙ୍କ ଦ୍ୱାରା ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ କରାଯାଇସାରିଛି ।
ଆମ ସମସ୍ତ ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ ଯେ ଏହି ପରାକ୍ରମ ଭାରତରେ ହିଁ ବିକଶିତ ଆଣ୍ଟି ସାଟେଲାଇଟ (ଏ-ସ୍ୟାଟ) ମିସାଇଲ ଦ୍ୱାରା ହାସଲ କରାଯାଇଛି ।
ସର୍ବପ୍ରଥମେ ମିଶନ ଶକ୍ତି ସହ ଜଡ଼ିତ ସମସ୍ତ ଡିଆରଡିଓ ବୈଜ୍ଞାନିକ, ଗବେଷକ ଏବଂ ଅନ୍ୟ ସମ୍ପୃକ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏହି ଅସାଧାରଣ ସଫଳତାକୁ ହାସଲ କରିବାରେ ଯୋଗଦାନ ଦେଇଛନ୍ତି । ଆଜି ପୁଣି ଏମାନେ ଦେଶର ସମ୍ମାନ ବୃଦ୍ଧି କରିଛନ୍ତି, ଆମେ ଆମ ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ ।
ମହାକାଶ ଆଜି ଆମ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇପାରିଛି । ଆଜି ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାରେ ଉପଗ୍ରହ ଉପଲବ୍ଧ ଅଛି, ଯାହା ଭିନ୍ନ ଭିନ୍ନ କ୍ଷେତ୍ରରେ ବିକାଶରେ ବହୁମୂଲ୍ୟ ଯୋଗଦାନ ଦେଉଛନ୍ତି, ଯେପରିକି କୃଷି, ପ୍ରତିରକ୍ଷା, ସୁରକ୍ଷା, ବିପର୍ଯ୍ୟୟ ପ୍ରଶମନ, ସଞ୍ଚାର, ପାଣିପାଗ, ନାଭିଗେସନ, ଶିକ୍ଷା ଆଦି ।
ଆମର ଉପଗ୍ରହଗୁଡ଼ିକର ଲାଭ ସମସ୍ତଙ୍କୁ ମିଳୁଛି, ସେମାନେ କୃଷକ ହୁଅନ୍ତୁ, ମତ୍ସ୍ୟଜୀବୀ ହୁଅନ୍ତୁ, ଛାତ୍ରଛାତ୍ରୀ ହୁଅନ୍ତୁ, ସୁରକ୍ଷାବାହିନୀ ହୁଅନ୍ତୁ । ଅନ୍ୟପଟେ ତାହା ରେଳବାଇ ହେଉ, ବିମାନ, ଜଳଜାହାଜର ପରିଚାଳନା ହେଉ, ଏ ସବୁ ସ୍ଥାନରେ ଉପଗ୍ରହର ଉପଯୋଗ କରାଯାଉଛି ।
ବିଶ୍ୱରେ ସ୍ପେସ ଓ ସାଟେଲାଇଟର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ । ବୋଧହୁଏ ଜୀବନ ଏହା ବିନା ଅଧୁରା ହୋଇଯିବ । ଏପରି ସ୍ଥିତିରେ ଏ ସମସ୍ତ ଉପକରଣର ସୁରକ୍ଷା ସୁଦୃଢ଼ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ।
ଆଜିର ଆଣ୍ଟି ସାଟେଲାଇଟ (ଏ-ସ୍ୟାଟ) ମିସାଇଲ ଭାରତର ସୁରକ୍ଷା ଦୃଷ୍ଟିରୁ ଏବଂ ଭାରତର ବିକାଶ ଯାତ୍ରା ଦୃଷ୍ଟିରୁ ଦେଶକୁ ଏକ ନୂଆ ଦୃଢ଼ତା ପ୍ରଦାନ କରିବ । ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ ଏହି ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ ଆମେ ଯେଉଁ ନୂଆ କ୍ଷମତା ହାସଲ କରିଛୁ ତାହା କାହା ବିରୋଧରେ ନୁହେଁ । ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ହିନ୍ଦୁସ୍ତାନର ପ୍ରତିରକ୍ଷାତ୍ମକ ପଦକ୍ଷେପ ।
ଭାରତ ସବୁବେଳେ ମହାକାଶରେ ଅସ୍ତ୍ରଶସ୍ତ୍ରର ପ୍ରତିଦ୍ୱନ୍ଦ୍ୱିତା ବିରୋଧରେ ରହିଆସିଛି ଏବଂ ଏହାଦ୍ୱାରା ଏହି ନୀତିରେ କୌଣସି ପରିବର୍ତ୍ତନ ଆସିନାହିଁ । ଆଜିର ଏହି ପରୀକ୍ଷଣ କୌଣସି ପ୍ରକାରେ ଅନ୍ତର୍ଜାତୀୟ ଆଇନ ଅଥବା ସନ୍ଧି, ବୁଝାମଣାର ଉଲ୍ଲଙ୍ଘନ କରୁନାହିଁ । ଆମେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଦେଶର 130 କୋଟି ନାଗରିକଙ୍କ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ କରିବାକୁ ଚାହୁଁଛୁ ।
ଏହି କ୍ଷେତ୍ରରେ ଶାନ୍ତି ଏବଂ ସୁରକ୍ଷାର ପରିବେଶ ବଜାୟ ରଖିବା ଲାଗି ଏକ ଶକ୍ତିଶାଳୀ ଭାରତର ଉପସ୍ଥିତି ଆବଶ୍ୟକ । ଆମର ସାମରିକ ଉଦ୍ଦେଶ୍ୟ ଯୁଦ୍ଧର ସ୍ଥିତି ସୃଷ୍ଟି କରିବା ନୁହେଁ ବରଂ ଶାନ୍ତି ବଜାୟ ରଖିବା ।
ପ୍ରିୟ ଦେଶବାସୀ,
ଭାରତ ମହାକାଶ କ୍ଷେତ୍ରରେ ଯେଉଁ କାର୍ଯ୍ୟ କରିଛି, ତାହାର ମୂଳ ଉଦ୍ଦେଶ୍ୟ ଭାରତର ସୁରକ୍ଷା, ଭାରତର ଆର୍ଥିକ ବିକାଶ ଏବଂ ଭାରତର ବୈଷୟିକ ପ୍ରଗତି ଅଟେ ।
ଆଜିର ଏହି ମିଶନ ଏ ସ୍ୱପ୍ନକୁ ସୁରକ୍ଷିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଏହି ତିନୋଟି ସ୍ତମ୍ଭର ସୁରକ୍ଷା ପାଇଁ ଆବଶ୍ୟକ ଥିଲା ।
ଆଜିର ସଫଳତାକୁ ଆଗାମୀ ସମୟରେ ଏକ ସୁରକ୍ଷିତ ରାଷ୍ଟ୍ର, ସମୃଦ୍ଧ ରାଷ୍ଟ୍ର ଏବଂ ଶାନ୍ତିପ୍ରିୟ ରାଷ୍ଟ୍ର ଦିଗରେ ଆଗେଇ ଚାଲିଥିବା ପଦକ୍ଷେପ ଭାବେ ଦେଖିବା ଆବଶ୍ୟକ । ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଆଗକୁ ବଢ଼ିବା ଏବଂ ନିଜକୁ ଭବିଷ୍ୟତର ଆହ୍ୱାନ ଲାଗି ପ୍ରସ୍ତୁତ କରିବା ।
ଆମକୁ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଆମ ଲୋକମାନଙ୍କ ଜୀବନସ୍ତରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଆଧୁନିକ ଜ୍ଞାନକୌଶଳକୁ ଆପଣାଇବାକୁ ହେବ । ସମସ୍ତ ଭାରତବାସୀ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା ଆତ୍ମବିଶ୍ୱାସର ସହିତ କରନ୍ତୁ ଏବଂ ସୁରକ୍ଷିତ ଅନୁଭବ କରନ୍ତୁ, ଏହା ହିଁ ଆମର ଲକ୍ଷ୍ୟ ।
ମୋର ଆମ ଲୋକମାନଙ୍କ କର୍ମଠତା, ପ୍ରତିବଦ୍ଧତା, ସମର୍ପଣ ଏବଂ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଆମେ ନିସନ୍ଦେହରେ ଏକଜୁଟ ହୋଇ ଏକ ଶକ୍ତିଶାଳୀ, ସୁଖଦ ଏବଂ ସୁରକ୍ଷିତ ଭାରତର ନିର୍ମାଣ କରିବା ।
ମୁଁ ଏପରି ଭାରତର ପରିକଳ୍ପନା କରୁଛି ଯେଉଁଠାରେ ଦେଶବାସୀ ନିଜ ସମୟ ଠାରୁ ଦୁଇ ପାଦ ଆଗକୁ ଭାବିପାରୁଥିବେ ଏବଂ ଚାଲିବାର ସାହସ ଜୁଟାଇ ପାରୁଥିବେ ।
ସମସ୍ତ ଦେଶବାସୀଙ୍କୁ ଆଜିର ଏହି ମହାନ ଉପଲବ୍ଧି ପାଇଁ ଅନେକ ଅନେକ ଅଭିନନ୍ଦନ ।
********
In the journey of every nation there are moments that bring utmost pride and have a historic impact on generations to come.
— Chowkidar Narendra Modi (@narendramodi) March 27, 2019
One such moment is today.
India has successfully tested the Anti-Satellite (ASAT) Missile. Congratulations to everyone on the success of #MissionShakti.
#MissionShakti was a highly complex one, conducted at extremely high speed with remarkable precision. It shows the remarkable dexterity of India’s outstanding scientists and the success of our space programme.
— Chowkidar Narendra Modi (@narendramodi) March 27, 2019
#MissionShakti is special for 2 reasons:
— Chowkidar Narendra Modi (@narendramodi) March 27, 2019
(1) India is only the 4th country to acquire such a specialised & modern capability.
(2) Entire effort is indigenous.
India stands tall as a space power!
It will make India stronger, even more secure and will further peace and harmony.