ପ୍ରିୟ ଯୁବ ସାଥୀଗଣ ଆପଣ ସମସ୍ତେ ହେଉଛନ୍ତି ଆଇଆଇଟି ବିଦ୍ୟାର୍ଥୀ । କିନ୍ତୁ ମୁଁ ହେଉଛି ଏପରି ଜଣେ ମଣିଷ ଯାହାକୁ ସେହି ଦୁଇଟି ଆଇ ଜୁଟି ନାହିଁ । ଆପଣ ସମସ୍ତେ ହେଉଛନ୍ତି ଆଇଆଇଟି ବିଦ୍ୟାର୍ଥୀ; ମୁଁ ପିଲାଦିନେ କେବଳ ଟିଏନ ଥିଲା । ଟି ଇ ଏ (T-E-A)ବାଲା ଟିଏନ – ମାନେ ଚା’ ବାଲା । ମୁଁ ଭାବୁଥିଲି କଲେଜରେ ଯୁବକମାନେ ବହୁତ ତୀକ୍ଷ୍ଣ ହୋଇଥାନ୍ତି ଏତେ ଡେରି କରନ୍ତି ନାହିଁ । ପୁଣି ତାହା ହେଲା । ଆଜି ହେଉଛି 7 ଅକ୍ଟୋବର । 26 ଜାନୁୟାରୀ 2001ର ଭୟଙ୍କର ଭୂକମ୍ପ ଆସିଥିଲା । ଆଉ ତାହା ପରେ ସ୍ଥିତି ଏପରି ହୋଇଥିଲା କି ଯାହା କେବେ ମୋ ଜୀବନର ଲକ୍ଷ୍ୟ ନ ଥିଲା । ମୁଁ ଅଚାନକ 7 ଅକ୍ଟୋବର 2001ରେ ଏହି ଗାନ୍ଧିନଗରରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇ ଦାୟିତ୍ୱ ନିର୍ବାହ କରିବା ଆରମ୍ଭ କରିଥିଲି । ନା’ ଶାସନ ବ୍ୟବସ୍ଥା ଜାଣିଥିଲି ନା’ କେବେ ବିଧାନସଭା ଦେଖିଥିଲି । କିନ୍ତୁ ଗୋଟିଏ ନୂତନ ଦାୟିତ୍ୱ ଆସି ଯାଇଥିଲା । କିନ୍ତୁ ମନରେ ସ୍ଥିର କରି ଥିଲି କି ପରିଶ୍ରମ କରିବାରେ କେବେ ଅଭାବ ରଖିବି ନାହିଁ ଆଉ ଆଜି ଦେଶ ମତେ ପ୍ରତ୍ୟେକ ଥର କିଛି ନା କିଛି ନୂତନ ଦାୟିତ୍ୱ ଦେଇଛି । ଆଉ ଏହି ନୂତନ ଦାୟିତ୍ୱ ଅନୁସାରେ ଆଜି ଆପଣମାନଙ୍କ ମଧ୍ୟରେ ଅଛି ।
ଆଜି ଏଠାରେ ହିନ୍ଦୁସ୍ଥାନର ଅଲଗା ଅଲଗା ଭୂଭାଗରୁ ଆସିଥିବା ଗ୍ରାମାଂଚଳର ଯୁବକ ଯୁବତୀମାନେ ଅଛନ୍ତି କିଛି ବୟସ୍କ ମଧ୍ୟ ଅଛନ୍ତି । ଯାହାଙ୍କୁ ମୁଁ ସବୁଠାରୁ ପ୍ରଥମେ ପ୍ରମାଣପତ୍ର ଦେଲି । ମୁଁ ସେମାନଙ୍କୁ ବହୁତ କଥା ପଚାରୁଥିଲି ଆଉ ମୁଁ ଆଶ୍ଚର୍ଯ୍ୟ ହେଲି । ସେମାନଙ୍କୁ ସବୁକିଛି ଜଣାଥିଲା ସେମାନେ ଗାଁରେ କ’ଣ କରୁଛନ୍ତି, ଲୋକଙ୍କୁ କିପରି ସାହାଯ୍ୟ କରୁଛନ୍ତି, ସେମାନେ କ’ଣ ତାଲିମ ନେଇଛନ୍ତି । ସେହି ତାଲିମକୁ କିପରି ଉପଯୋଗ କରିବେ । ସମସ୍ତ ପ୍ରଶ୍ନଗୁଡ଼ିକର ସେ ମୋତେ ଉତ୍ତର ଦେଉଥିଲେ । ମୁଁ ବୁଝିପାରୁଛି ଏହା ହେଉଛି ବିପ୍ଳବ । ଦେଶ ଆଉ ଦୁନିଆ ବୋଧହୁଏ ବିଗତ ତିନି ଶହ ବର୍ଷରେ ଟେକ୍ନୋଲଜିରେ ଯେତିକି ବିପ୍ଳବ ଦେଖି ନାହିଁ ଗତ 50 ବର୍ଷରେ ବୈଷୟିକ ବୁଦ୍ଧିମତାର ବିପ୍ଳବ ଆସିଛି । ଟେକ୍ନୋଲଜି ଆମ ଜୀବନର ଏକ ଅଂଶ ପାଲଟି ଯାଇଛି । ଟେକ୍ନୋଲଜି ନିଜକୁ ନିଜେ ଏକ ପରିଚାଳିତ ଶକ୍ତି ପାଲଟି ଯାଇଛି । ଆଉ ଏପରି ସମୟ କୌଣସି ମଧ୍ୟ ଦେଶକୁ ଯଦି ପ୍ରଗତି କରିବାର ଅଛି ତ ହିନ୍ଦୁସ୍ଥାନର ମଧ୍ୟ ସମସ୍ତ ସ୍ତରର ଲୋକଙ୍କୁ ସହର ହେଉ, ଗାଁ ହେଉ, ଶିକ୍ଷିତ ହୁଅନ୍ତୁ, ଅଶିକ୍ଷିତ ହୁଅନ୍ତୁ, ବୟସ୍କ ହୁଅନ୍ତୁ, ଯୁବକ ହୁଅନ୍ତୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ଟେକ୍ନୋଲଜି ସହିତ ଯୋଡ଼ିବା ଅନିବାର୍ଯ୍ୟ ।
ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମାଗାନ୍ଧି ଯେଉଁଭଳି ଭାବରେ ସାକ୍ଷରତା ଉପରେ ଗୁରୁତ୍ୱ ଦେଉଥିଲେ, ଯଦି ସ୍ୱରାଜ ଆନ୍ଦୋଳନରେ ସାକ୍ଷରତା ଏକ ଶକ୍ତି ଥିଲା ତ ସୁରାଜର ଆନ୍ଦୋଳନରେ ଡିଜିଟାଲ ସାକ୍ଷରତା ହେଉଛି ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଶକ୍ତି । ଆଉ ଏଥିପାଇଁ ଭାରତ ସରକାରଙ୍କର ପ୍ରୟାସ ହେଉଛି କି ହିନ୍ଦୁସ୍ଥାନର ପ୍ରତ୍ୟେକ ଗାଁ, ସେଠାକାର ପ୍ରତ୍ୟେକ ପିଢି ତାହାକୁ ଡିଜିଟାଲ ସାକ୍ଷରତା କରିବା ଦିଗରେ ପଦକ୍ଷେପ ଉଠାନ୍ତୁ । ଆଜି ଏ ଯେଉଁ କାର୍ଯ୍ୟକ୍ରମ ହେଉଛି ତାହା ଭାରତର । ଗ୍ରାମୀଣ ଭାରତରେ ଛଅ କୋଟି ପରିବାର ରହନ୍ତି, ସେହି ଛଅ କୋଟି ପରିବାରକୁ, ପରିବାରର ଅତି କମରେ ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ସାକ୍ଷର କରାଇବାର କଷ୍ଟ ଉଠାଇଛନ୍ତି । ହେଉଛି କୋଡ଼ିଏ ଘଣ୍ଟାର କ୍ୟାପସୁଲ୍ ତାହାକୁ ପଢ଼ା ଯାଉଛି । ଅନ୍-ଲାଇନରେ ପରୀକ୍ଷା ନିଆ ଯାଉଛି, ଭିଡିଓ କ୍ୟାମେରା ସମ୍ମୁଖରେ ବସି ସେମାନଙ୍କୁ ପରୀକ୍ଷା ଦେବାକୁ ପଡ଼ୁଛି । ଆଉ ସେଠାରୁ ସେମାନଙ୍କୁ ପ୍ରମାଣିତ କରା ଯାଉଛି । ଆଉ ଅନୁଭବ ଏହା ଆସିଛି କି ଡିଜିଟାଲ ସାକ୍ଷରତା ପାଇଁ ଆପଣ କେତେ ଶିକ୍ଷିତ, ଆପଣ ହେଉଛନ୍ତି କେଉଁ ବୟସର, ତାହା ଗୌଣ ହୋଇ ଯାଏ, ମାନ୍ୟତା ରଖେ ନାହିଁ ।
ଗୋଟିଏ ସମୟ ଥିଲା ଯେତେବେଳେ କାର୍ଲମାର୍କ୍ସଙ୍କ ଦର୍ଶନ ଚାଲୁଥିଲା, ଦୁନିଆରେ ଲୋକ ଉଦାହରଣ ଦେଉଥିଲେ, କାର୍ଲମାର୍କ୍ସଙ୍କ କଥାରେ ଅଛି କିମ୍ବା ନାହିଁ । ସେହି ଲୋକ ଯାହାଙ୍କ ପାଖରେ ଅଛି(Haves) ଆଉ ଲୋକ ଯେଉଁମାନଙ୍କ ପାଖରେ କିଛି ନାହିଁ(Have-nots) । ଏହି ବିଭାଜନ ଆଧାରରେ ସେ ନିଜ ରାଜନୈତିକ ବିଚାରଧାରାକୁ ବିକଶିତ କରିଥିଲେ । ତାହା ସଫଳ ହେଲା କି ହେଲା ନାହିଁ ତାହା ତ ବିଦ୍ୱାନ ଲୋକମାନେ ବିଚାର କରିବେ । ସଂକୁଚିତ ହୋଇ-ହୋଇ ସେହି ବିଚାରଧାରା ଏବେ କେଉଁଠି ଦେଖିବାକୁ ମିଳୁନାହିଁ । ନାମମାତ୍ରକୁ ବୋର୍ଡ ଲାଗିଛି । କିନ୍ତୁ ଟେକ୍ନୋଲଜି ସମ୍ବନ୍ଧରେ ଯଦି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମମାନଙ୍କୁ ସତର୍କ ରହି ପ୍ରୟାସ କରିବାକୁ ହେବ ତ ଦେଶରେ ଡିଜିଟାଲ ବିଭକ୍ତିକରଣ ସୃଷ୍ଟି ନ ହେଉ । କିଛି ଲୋକ ଡିଜିଟାଲ ଟେକ୍ନୋଲଜିରେ ଦକ୍ଷ ଥିବେ ଆଉ କିଛି ଲୋକ ସଂପୂର୍ଣ୍ଣ ଭାବେ ଅନଭିଜ୍ଞ ରହିଥିବେ ତ ଆଗାମୀ ଦିନମାନଙ୍କରେ ଯେଉଁଭଳି ଭାବେ ପରିବର୍ତ୍ତନ ଦୃଷ୍ଟିଗୋଚର ହେଉଛି ତାହା ଅର୍ଥାତ ଏହି ଡିଜିଟାଲ ବିଭକ୍ତିକରଣ ସାମାଜିକ ସଂରଚନା ପାଇଁ ବହୁତ ବଡ଼ ସଙ୍କଟ ସୃଷ୍ଟି କରିପାରେ । ଆଉ ଏଥିପାଇଁ ସାମାଜିକ ସମାନତା ପାଇଁ ବିକାଶର ମୌଳିକ ବିନ୍ଦୁଗୁଡ଼ିକୁ ସମାହିତ କରି ଏହି ଡିଜିଟାଲ ବିଭକ୍ତିକରଣରୁ ମୁକ୍ତି ପାଇବା ଦିଗରେ ଏହି ଗ୍ରାମୀଣ ଭାରତରେ ଡିଜିଟାଲ ସାକ୍ଷରତାର ଅଭିଯାନ ଚଳାଇଲୁ । ଆମେ ଜାଣିଛୁ ଘରେ କେତେ ହିଁ ବଢ଼ିଆ ଟିଭି ଆସି ଯାଉ, ରିମୋଟ ଦ୍ୱାରା ଚାଲୁଥାଉ, ଆରମ୍ଭରେ ସମସ୍ତଙ୍କୁ ଲାଗେ କ’ଣ ଅଛି । କିନ୍ତୁ ଘରେ ଯେତେବେଳେ ଦୁଇ-ତିନି ବର୍ଷର ପିଲା ନିଜକୁ ନିଜେ ଆବଶ୍ୟକ ଚ୍ୟାନେଲ ବଦଳାଇଦିଏ, ଭିସିଆର୍ ଚାଲୁ କରି ଦିଏ, କେତେବେଳେ ବନ୍ଦ କରିବାର ଅଛି ଚାଲୁ କରିବା ଶିଖିନିଏ ତ ଘରର ବୟସ୍କଙ୍କୁ ମଧ୍ୟ ଲାଗେ କି ଆମକୁ ମଧ୍ୟ ଶିଖିବାକୁ ପଡ଼ିବ । ଆଉ ସେ ମଧ୍ୟ ସୁଇଚ୍-ଅନ୍ ସୁଇଚ୍-ଅଫ୍ କରିବା ଶିଖିଯାଏ । କ’ଣ କିଏ ହ୍ୱାଟସ୍ଅପ୍ କିପରି ଫରୱାର୍ଡ ହୁଏ ତାହାର ଶ୍ରେଣୀ ଗୃହ ଦେଖିଛନ୍ତି କି? କ’ଣ ହ୍ୱାଟସ୍ଅପ୍ ଫରୱାର୍ଡ କରିବା ପାଇଁ ହିନ୍ଦୁସ୍ଥାନରେ କୌଣସି ଅନୁଷ୍ଠାନ ଅଛି କି? କିନ୍ତୁ ଆପଣ ଦେଖୁଛନ୍ତି ଲୋକଙ୍କୁ ହ୍ୱାଟସ୍ଅପ୍ ଫରୱାର୍ଡ କରିବା ଆସିଗଲା କି ଆସିଲା ନାହିଁ । କହିବାର ତାତ୍ପର୍ଯ୍ୟ ଏହି କି ଯଦି ବ୍ୟବହାର ଅନୁକୂଳ ଟେକ୍ନୋଲଜିର ରାସ୍ତାରେ ଆମେ ଯାଉଛୁ ତ ଆମେ ସହଜରେ ଡିଜିଟାଲ ସାକ୍ଷରତାର ଦିଗରେ ଦେଶକୁ ନେଇ ଯାଉଛୁ । ଡିଜିଟାଲ ସାକ୍ଷରତାର, ଡିଜିଟାଲ ଟେକ୍ନୋଲଜି, ଡିଜିଟାଲ ଇଣ୍ଡିଆ ଏକ ଉତ୍ତମ ଶାସନର ହେଉଛି ଗ୍ୟାରେଣ୍ଟି । ସ୍ୱଚ୍ଛତାର ହେଉଛି ଗ୍ୟାରେଣ୍ଟି ।
ଭାରତ ସରକାର ଏକ ଜାମ୍ ଟ୍ରିନିଟି(JAM – Jan Dhan, Aadhaar, Mobile Phone) ଦ୍ୱାରା ବିକାଶର ଏକ କଳ୍ପନା କରିଛନ୍ତି । ଜାମ ଜ-ଜନ ଧନ ଖାତା, ଅ-ଆଧାର, ମ-ମୋବାଇଲ ଫୋନ୍ ଏହି ତିନୋଟିକୁ ଯୋଡ଼ି ସାଧାରଣ ମନୁଷ୍ୟର ଆବଶ୍ୟକତା ଅନୁସାରେ ସରକାର ତାଙ୍କର ମୋବାଇଲ ଫୋନରେ ଉପଲବ୍ଧ ହେଉଥିବ ଏହି ପ୍ରକାରରେ ଆମର ବିକାଶ ଯାତ୍ରାର ପାଦ ଚାଲୁଛନ୍ତି । ଦେଶରେ ଏକ ବହୁତ ବଡ଼ ଅଭିଯାନ ଚାଲିଛି । ଅପ୍ଟିକାଲ୍ ଫାଇବର୍ ନେଟୱାର୍କର ବହୁତ ଦ୍ରୁତ ଗତିରେ, ଲକ୍ଷ-ଲକ୍ଷ ଗାଁରେ ଅପ୍ଟିକାଲ୍ ଫାଇବର୍ ନେଟୱାର୍କକୁ ପହଂଚାଇବା ଦିଗରେ ପ୍ରୟାସ ହୋଇଛି । ଆଉ ଆଜି ଦୂରରୁ ଦୂର ଅଂଚଳରେ ଆମର ଆଗାମୀ ପିଢିଙ୍କୁ ଆମର ଗରିବ ପିଲାମାନଙ୍କୁ ଭଲ ଶିକ୍ଷା ଦେବାରେ ଦୂରଗାମୀ ଶିକ୍ଷା ଡିଜିଟାଲ ମାଧ୍ୟମରେ ଦେବା ସମ୍ଭବ ହୋଇଛି । ଆଉ ଯେମିତି ଅପ୍ଟିକାଲ୍ ଫାଇବର୍ ନେଟୱାର୍କ ହିନ୍ଦୁସ୍ଥାନର ପ୍ରତ୍ୟେକ ଗାଁକୁ ପହଂଚି ଯିବ । ସେହି ଗାଁ ର ଶିକ୍ଷାରେ ସେହି ଗାଁ ର ଆରୋଗ୍ୟର ବ୍ୟବସ୍ଥାରେ, ସେହି ଗାଁର ସରକାରଙ୍କ ଜନ ସୁବିଧାର ସେବାରେ ଆମୂଳ-ଚୂଳ ପରିବର୍ତ୍ତନ ଆସିବାକୁ ଯାଉଛି । ଆଉ ସେହି ଡିଜାଇନ୍ କୁ ନେଇ ଆମେ ଚାଲୁଛୁ । ତାହାର ଅଂଶ ହେଉଛି କି ଆଜି ଦେଶର ଅଲଗା ଅଲଗା ଅଂଚଳରୁ ଆସିଥିବା ଗୋଷ୍ଠୀ ସେବା କେନ୍ଦ୍ରର ଲୋକ ଯେଉଁମାନେ ପାଠ୍ୟକ୍ରମ କରିଛନ୍ତି । ଆଉ କିଛି ଲୋକ କରିବାକୁ ଯାଉଛନ୍ତି ଆଉ ଆଗାମୀ ଦିନମାନଙ୍କରେ ଛଅ କୋଟି ପରିବାରରେ ଜଣେ-ଜଣେ ବ୍ୟକ୍ତିଙ୍କୁ ଏହି ଶିକ୍ଷା ଦିଆଯିବ ତାହା ସେମାନଙ୍କର ପେଟ-ପାଟଣାର ସାଧନ କରିବାକୁ ଯାଉଛି । କାରଣ ଏବେ ସେବାଗୁଡ଼ିକ ତାହା ଦ୍ୱାରା ହେଉଛି । ଆଉ ସେହି ଦିଗରେ ଆମକୁ ପ୍ରୟାସ କରିବା ଦରକାର । କେବେ-କେବେ ଏଭଳି ଅନୁଭବ ଆସେ । କି ବହୁତ ଲୋକ ଆପଣ ଦେଖିଥିବେ । କି ବଢ଼ିଆରୁ ଆହୁରି ବଢ଼ିଆ ମୋବାଇଲର ଯଦି ମଡେଲ ଆସିଗଲା, ଟିଭିରେ ବିଜ୍ଞାପନ ଦେଖିଲେ, ଖବରକାଗଜ କିମ୍ବା ପତ୍ରିକାରେ ପଢ଼ିନେଲେ କିମ୍ବା ଗୁଗଲ୍ ଗୁରୁ କହିଦେଲେ ତ ସବୁଠାରୁ ଆଗ ସେହି କାମ କରନ୍ତି ସେହି ମୋବାଇଲକୁ କିଣିବା । ଆପଣଙ୍କୁ 80 ପ୍ରତିଶତ ଏଭଳି ଲୋକ ମିଳିବେ ଯାହାଙ୍କୁ ମୋବାଇଲ ଭିତରେ ଏତେ ସବୁ ଜିନିଷ ଅଛି କିନ୍ତୁ ନା ତାହା ଜଣା ଅଛି ନା ତାହାକୁ ଉପଯୋଗ କରିବାର ଅଭ୍ୟାସ ଅଛି । ବୋଧହୁଏ ଏଠି ଆଇଆଇଟିରେ କିଛି ଲୋକ ମିଳିଯିବେ ଯାହାଙ୍କୁ ସଂପୂର୍ଣ୍ଣ ରୂପେ ମୋବାଇଲ ବ୍ୟବହାର କରିବାର ଅଭ୍ୟାସ ନ ଥିବ । ଭଲରୁ ଭଲ ମଡେଲର ମୋବାଇଲ ରଖୁଥିବେ ଆଉ ଏଥିପାଇଁ ଯଦି ଡିଜିଟାଲ ସାକ୍ଷରତା ଅଛି ତ ଯାହା ଆମେ ଖର୍ଚ୍ଚ କରିଛୁ ତାହାର ମଧ୍ୟ ଆମେ ସର୍ବାଧିକ ଉପଯୋଗ କରି ପାରିବା । ଆଉ ଆମେ ଗୋଟିଏ ପ୍ରକାରେ ମୂଲ୍ୟଯୁକ୍ତ କରି ପାରିବା । ଆଉ ଏଥିପାଇଁ ଏହି ଡିଜିଟାଲ ସାକ୍ଷରତାର ଡିଜିଟାଲ ଇଣ୍ଡିଆର ଅଭିଯାନ ଚଲାଇଛୁ । କମ୍ ନଗଦ ସମାଜ ଗଠନରେ ମଧ୍ୟ ଏହି ଡିଜିଟାଲ ସାକ୍ଷରତାର କାମ ହେଉଛି ବହୁତ ବଡ଼ ଭୂମିକା ତୁଲାଇ ପାରିବ ।
ଭାରତ ସରକାର ଯେଉଁ ଭୀମ୍ ଆପ୍ ପ୍ରସ୍ତୁତ କରିଛନ୍ତି । ଦୁନିଆର ଦେଶମାନଙ୍କୁ ବହୁତ ଆଶ୍ଚର୍ଯ୍ୟ ହେଉଛି । ଆମ ପାଖରେ ଯେଉଁ ଆଧାର ଡିଜିଟାଲି ବାୟୋମେଟ୍ରିକ୍ ସିଷ୍ଟମ୍ ଦ୍ୱାରା ଯେଉଁ ଡାଟା ବ୍ୟାଙ୍କ ଅଛି ହିନ୍ଦୁସ୍ଥାନ ପାଖରେ ତାହା ସମଗ୍ର ବିଶ୍ୱ ପାଇଁ ହେଉଛି ଆଶ୍ଚର୍ଯ୍ୟ । ଏହାକୁ ଯୋଡ଼ି ଆମେ ବିକାଶକୁ ସଶକ୍ତ କରି ଯୋଡ଼ିବା ଦିଗରେ ଆଗକୁ ବଢ଼ୁଛୁ । ଆଉ ମୁଁ ମାନୁଛି ତାହାର ବହୁତ ବଡ଼ ଉପଯୋଗ ହେବାକୁ ଯାଉଛି । ଆଜି ମୋ ପାଇଁ ହେଉଛି ଏକ ସୌଭାଗ୍ୟର ବିଷୟ ଯେ ଆଜି ଏଠାରେ ଆଇଆଇଟିର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବାର ସୁଯୋଗ ମିଳିଛି । ଯଦି ନିର୍ବାଚନର ସମୟ ହୋଇଥା’ନ୍ତା ଆଉ ମୁଁ ସେହି ସମୟରେ ଏହି ଜମି ଦେବାର ନିର୍ଣ୍ଣୟ କରିଥା’ନ୍ତି । ପାଖା-ପାଖି 400 ଏକର ଜମି ଆଉ ତାହା ମଧ୍ୟ ଗାନ୍ଧୀନଗରରେ ଆଉ ତାହା ମଧ୍ୟ ସାବରମତୀ ନଦୀ କୂଳରେ ଏହି ଜମି କେତେ ମହଙ୍ଗା ହେବ ତାହା ଆପଣ କଳ୍ପନା କରି ପାରୁଥିବେ । ଆଉ ଯେଉଁ ଦିନ ଏହି 400 ଏକର ଦେବାର ନିର୍ଣ୍ଣୟ କଲି ତ କିଛି ଲୋକ ଯଦି ନିର୍ବାଚନ ଥାଆନ୍ତା ତ ବାହାରି ପଡ଼ିଥା’ନ୍ତେ । ଯେମିତି ଏଇ ଦିନମାନଙ୍କରେ ବୁଲେଟ୍ ଟ୍ରେନ୍ ବିରୁଦ୍ଧରେ କହି ଚାଲିଛନ୍ତି । ସେହି ସମୟରେ ମଧ୍ୟ କହିଥାଆନ୍ତେ, ସେହି ସମୟରେ ମଧ୍ୟ କହିଥାଆନ୍ତେ କି ମୋଦୀଜୀ ଗୁଜରାଟର ଗାଁ ରେ ପ୍ରାଥମିକ ଶିକ୍ଷାର ଗୃହର ଅଭାବ ଅଛି । ଆଉ ତୁମେ ଆଇଆଇଟି ତିଆରି କରିବାରେ ପଇସା ଲଗାଉଛ । ନିଶ୍ଚିତ ସମାଲୋଚନା କରିଥା’ନ୍ତେ । କିନ୍ତୁ ଭଲ ଥିଲା ଯେଉଁ ସମୟରେ ମୁଁ ଜମି ବିଷୟରେ ନିଷ୍ପତ୍ତି କଲି ସେହି ସମୟ ନିର୍ବାଚନର ଋତୁ ନ ଥିଲା । କିନ୍ତୁ ଏବେ ଆପଣଙ୍କୁ ଜଣା ପଡ଼ିଯିବ ଏହା କିପରି ଏକ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ଥିଲା । ଆଉ ମୁଁ ସେହି ଦିନ କହିଥିଲି ଯେ ସୁଧୀର ଜୈନ୍ ମହାଶୟଙ୍କୁ ଆଉ ଆମ ବିଭାଗ ଲୋକଙ୍କର ମନେ ଥିବ ମୁଁ କହିଥିଲି ଆଇଆଇଟି ହେଉଛି ଏକ ବ୍ରାଣ୍ଡ । ହିନ୍ଦୁସ୍ଥାନରେ ଆଇଆଇଟି ଏକ ବ୍ରାଣ୍ଡ ହୋଇ ଯାଇଛି । କିନ୍ତୁ ଆଇଆଇଟି ମଧ୍ୟରେ ଭିତର କେମ୍ପସ ବ୍ରାଣ୍ଡ ଅଧିକ ଶକ୍ତିଶାଳୀ ସ୍ୱୟଂ ସମ୍ପୂର୍ଣ୍ଣ ହେବ । କେଉଁ ଆଇଆଇଟିର କେମ୍ପସ କି’ଭଳିଆ । ଏହା ଆଗାମୀ ଦିନ ମାନଙ୍କରେ ଚର୍ଚ୍ଚାର ବିଷୟ ହେବ । ଆଉ ମୁଁ ସେଥିପାଇଁ କହିଥିଲି ମୋତେ ଗୁଜରାଟରେ ଏକ ଏଭଳି କେମ୍ପସ ଦରକାର ଯାହା ହିନ୍ଦୁସ୍ଥାନରେ ଶ୍ରେଷ୍ଠ ଆଇଆଇଟି କେମ୍ପସମାନଙ୍କ ମଧ୍ୟରେ ମସ୍ତକର ମୁକୁଟ ହୋଇ ପାରିବ । ଆଉ ଆଜି ଦେଖିକି ମୋତେ ଖୁସି ଲାଗିଲା ଯେ କେମ୍ପସ ହିନ୍ଦୁସ୍ଥାନର ପ୍ରମୁଖ ଆଇଆଇଟିର ସମକକ୍ଷ ହୋଇ ଆଜି ଠିଆ ହୋଇ ଯାଇଛି । କେମ୍ପସର ନିଜର ଗୋଟିଏ ଶକ୍ତି ରହିଥାଏ । ଦ୍ୱିତୀୟ ଶକ୍ତି ହୋଇଥା’ନ୍ତି ଶିକ୍ଷକ । ମୋତେ ଖୁସି ଲାଗୁଛି ଯେ ମୋତେ ଅବଗତ କରାଯାଇଛି କି ଆଜି ଗାନ୍ଧିନଗର ଆଇଆଇଟିରେ 75ପ୍ରତିଶତ ଶିକ୍ଷକ ହେଉଛନ୍ତି ସେହିମାନେ ଯେଉଁମାନେ ବିଦେଶରେ ତାଲିମ ପାଇ ଆସିଛନ୍ତି । ଦକ୍ଷ ହୋଇ ଆସିଛନ୍ତି । ଆଉ ସେମାନେ ତାଙ୍କର ସମୟ, ଶକ୍ତି ଏହି ଆଇଆଇଟିର ଛାତ୍ରମାନଙ୍କୁ ସମର୍ପଣ କରିବାର ନିର୍ଣ୍ଣୟ କରିଛନ୍ତି । ମୁଁ ତାଙ୍କର ଏହି ନିର୍ଣ୍ଣୟକୁ ସ୍ୱାଗତ କରୁଛି । କିନ୍ତୁ ଭାରତ ସରକାର ଆହ୍ୱାନ ଦେଇଛନ୍ତି ଦେଶର ଶିକ୍ଷା ସଂସ୍ଥାଗୁଡ଼ିକୁ । ମୁଁ ଚାହୁଁଛି କି ଆଇଆଇଟି ଗାନ୍ଧିନଗର ଏହି ଆହ୍ୱାନ ପାଇଁ ମଇଦାନକୁ ଆସୁ । ଆସିବେ । କ’ଣ ହେଲା ସମସ୍ତ ଆଇଆଇଟି ବିଦ୍ୟାର୍ଥୀଙ୍କ ସ୍ୱର ତ ସେହି ଠାରୁ ଆସୁଛି । ପ୍ରଥମ ଥର ହିନ୍ଦୁସ୍ଥାନରେ ଶିକ୍ଷା ସଂସ୍ଥାନ କ୍ଷେତ୍ରରେ ଏଭଳି ସଂସ୍କାର ହୋଇଛି । ଯାହା ବର୍ଷ ବର୍ଷ ଧରି ଅପେକ୍ଷା ରହିଥିଲା କିନ୍ତୁ କେହି ସାହସ କରୁ ନ ଥିଲେ ।
ଆଜି ଦୁନିଆରେ 500 ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ଏହି 500 ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆମେ କେଉଁଠି ମଧ୍ୟ ଦୃଷ୍ଟିକୁ ଆସୁନାହେଁ । କ’ଣ ଏହି କଳଙ୍କ ଲିଭିବା ଦରକାର ନା ଲିଭିବା ଦରକାର ନୁହେଁ । କ’ଣ ଆଜି ଆପଣ 2022 ଭାରତର ସ୍ୱାଧୀନତାର 75 ବର୍ଷ ହେବ ସେ ପର୍ଯ୍ୟନ୍ତ ଆମେ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକୁ ସେହି ଶିଖରକୁ ନେଇ ଯାଇପାରିବା ଫଳରେ ଆମେ ମଧ୍ୟ ଦୁନିଆ ଭିତରେ ଏହା କହି ପାରିବା କି ଆମେ ମଧ୍ୟ କିଛି କମ୍ ନୁହେଁ । କରି ପାରିବା କି କରି ପାରିବା ନାହିଁ । ଭାରତ ସରକାର ପ୍ରଥମ ଥର ନିର୍ଣ୍ଣୟ କରିଛନ୍ତି କି ଦଶଟି ଘରୋଇ ବିଶ୍ୱବିଦ୍ୟାଳୟକୁ ଆଉ ଦଶଟି ସରକାରୀ ବିଶ୍ୱବିଦ୍ୟାଳୟକୁ, ଆହ୍ୱାନ ଭାବେ ସେମାନଙ୍କୁ ବଛାଯିବ । ପାଖାପାଖି ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆଉ ଏଭଳି ଯେଉଁ ଦଶଟି ବିଶ୍ୱବିଦ୍ୟାଳୟ ଅଛନ୍ତି ଦଶଟି ଘରୋଇ ଦଶଟି ସରକାରୀ ସେମାନେ ଯଦି ଆହ୍ଵାନର ପଥରୁ ଜିତି ଜିତି ଉପରକୁ ଆସନ୍ତି ଆଉ ବିଶ୍ୱସ୍ତରୀୟ ମାନକକୁ ସ୍ଥାପନ କରନ୍ତି ତ ଆଜି ଭାରତ ସରକାରଙ୍କର ଆଉ ରାଜ୍ୟ ସରକାରଙ୍କର ଯେତେ ସବୁ ନିୟମ ଅଛି ସେହି ନିୟମରୁ ସେମାନଙ୍କୁ ମୁକ୍ତ କରି ତାଙ୍କର ଦୁନିଆ ସେହି ତାଙ୍କର ଦେଶ ସେହି ଶକ୍ତି ଦେଖାନ୍ତୁ ଆଉ କିଛି କରି ଦେଖାନ୍ତୁ ଏତିକି ସ୍ୱତନ୍ତ୍ରତା ତାଙ୍କୁ ଦିଆଯାଉ । ପାଠ୍ୟକ୍ରମରେ, କେମ୍ପସରେ ଶିକ୍ଷକଙ୍କ ପାଇଁ ଖର୍ଚ୍ଚ କରିବାରେ ସେ ନିଜେ ତାଙ୍କର ନଷ୍ପତ୍ତି ନିଅନ୍ତୁ ସରକାର କେଉଁଠିକୁ ଆସିବେ ନାହିଁ । ଆଉ ଆପଣଙ୍କୁ ଫଳାଫଳ ଆଣି ଦେଖାଇବାକୁ ପଡ଼ିବ । ସରକାର ଏକ ହଜାର କୋଟି ଟଙ୍କା ଲଗାଇବା ପାଇଁ ଏହି 20ଟି ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଗାନ୍ଧିନଗର ଆଇଆଇଟି ପାଖରେ ଏତେ ବଡ଼ 400ଏକରର କେମ୍ପସ ହେବ 1700 କୋଟି ଟଙ୍କା ଖର୍ଚ୍ଚରେ ସମସ୍ତ ବ୍ୟବସ୍ଥା ଠିଆ ହୋଇଥିବ । ମୋର ବିଶ୍ୱାସ ଯେ ସୁଧୀର ଜୈନ ଆଉ ତାଙ୍କର ଟିମ୍ ଆଉ ଏ ସମସ୍ତ ଆମର ଯୁବକ ମିଶି ଏହି ଗୁରୁଦାୟିତ୍ୱ ବହନ କରନ୍ତୁ ଆଉ ଆଗକୁ ଆସନ୍ତୁ । କୌଣସି ଦେଶର ବିକାଶ କରିବା ପାଇଁ ହେଲେ ଆମେ ଅନୁଷ୍ଠାନଗୁଡିକୁ ଯେତେ ଶୀଘ୍ର ନିର୍ମାଣ କରିବା ଆବଶ୍ୟକ । ଗୁଜରାଟ ଏହି କଥା ପାଇଁ ଗର୍ବ କରିପାରେ କି ବିଗତ ଦଶ ବର୍ଷ ଭିତରେ-ଭିତରେ ଗୁଜରାଟ ବଶ୍ୱସ୍ତରୀୟ ଅନୁଷ୍ଠାନ ଦେଶକୁ ଦେଇଛି । ଆଜି ମଧ୍ୟ ଦୁନିଆରେ କେଉଁଠି ହେଲେ ମଧ୍ୟ ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ନାହିଁ । ଦୁନିଆରେ କେଉଁଠି ହେଲେ ନାହିଁ । ଗୁଜରାଟ ହେଉଛି ଏକୁଟିଆ । ଯାହା ପାଖରେ ନିଜର ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଅଛି । ଦୁନିଆର ଏହା ହେଉଛି ଏକ ମାତ୍ର ବିଶ୍ୱବିଦ୍ୟାଳୟ । ଆଜି ମଧ୍ୟ ହିନ୍ଦୁସ୍ଥାନରେ ଭାରତୀୟ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଆଇଆଇଟିଇ) ଏଭଳି କୌଣସି ବିଶ୍ୱବିଦ୍ୟାଳୟ ନାହିଁ ଯିଏକି ଉତ୍ତମ ଗୁଣାତ୍ମକ ଶିକ୍ଷକ ପ୍ରସ୍ତୁତ କରନ୍ତି । ଶିକ୍ଷାଦାନରେ ତାଙ୍କର ସ୍ନାତକ ହେଉ, ଶିକ୍ଷାଦାନରେ ତାଙ୍କର ସ୍ନାତକୋତ୍ତର । ଆଉ ଉତ୍ତମରୁ ଉତ୍ତମ ଶିକ୍ଷକ ସେଠାରୁ ବାହାରନ୍ତୁ । ଗୁଜରାଟ ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏ ଭାରତୀୟ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଆଇଆଇଟିଇ) ଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛି । ଗୁଜରାଟ ହେଉଛି ପ୍ରଥମ ରାଜ୍ୟ ଯିଏ ଶିଶୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛି । ଦୁନିଆରେ କେଉଁଠି ହେଲେ ମଧ୍ୟ ବାଳ ବିଶ୍ୱବିଦ୍ୟାଳୟ ନାହିଁ । ଆଜି କ୍ଷୁଦ୍ର ପରିବାର ଦିଗରେ ଦୁନିଆ ଆଗକୁ ବଢ଼ୁଛି । ମାଆ ମଧ୍ୟ ନିଜ ଭିତରେ ବ୍ୟସ୍ତ, ବାପା ମଧ୍ୟ ନିଜ କଥାରେ ବ୍ୟସ୍ତ । ପିଲାକୁ ପରିବାରରେ ଯେଉଁ କାମ କଲାବାଲା ଲୋକ ଅଛନ୍ତି ତାଙ୍କ ଭରସାରେ ଛାଡ଼ି ଦିଆଯାଏ । ସମୟର ଆବଶ୍ୟକତା ହେଉଛି ଆମକୁ ଏକ ଏଭଳି ଅନୁଷ୍ଠାନ ଯୋଗାଡ଼ କରିବାକୁ ପଡ଼ିବ କି ଆମର ଛୋଟ-ଛୋଟ ପିଲାମାନଙ୍କର ତାଙ୍କର ଠିକ୍ ଭାବେ ବିକାଶ ହେବ ତାଙ୍କର ସଠିକ୍ ଦେଖାଶୁଣା ହେବ । ତାଙ୍କର ବିକାଶ ଏକ ଉତ୍ତମ ନାଗରିକ ପାଇଁ ହେଉ ଯେଉଁ ମୂଳ ମଜବୁତ କରିବାର ଅଛି ତାହା ପିଲା ଦିନୁ ହେଉ । ଆଉ ସେଥିପାଇଁ ଗବେଷଣା କାମ ଏହି ବାଳ ବିଶ୍ୱବିଦ୍ୟାଳୟ କରିବ । ପିଲାମାନଙ୍କର ଖେଳଣା କିପରି ହେବ, ପିଲା ଯେଉଁ କୋଠରୀରେ ଥିବ ତାହାର କାନ୍ଥର ରଙ୍ଗ କିପରି ହୋଇଥିବ, ପିଲାମାନଙ୍କୁ କେଉଁ ପ୍ରକାରର ଗୀତ ଶୁଣାଯିବ, ପିଲାଙ୍କର ପୋଷଣ, ମୂଲ୍ୟଯୁକ୍ତ ଖାଦ୍ୟ କିପରି ହେବା ଦରକାର, ପିଲାମାନଙ୍କର ପଢ଼ିବାର ଆଧୁନିକ କୌଶଳ କ’ଣ ହେବ, ଫଳରେ ସହଜରେ ସେ ଧରି ପାରିବେ – ଏ ସମସ୍ତ ପାଇଁ ଗବେଷଣାର ଆବଶ୍ୟକତା ରହିଛି ।
ଆଗରୁ ତ ପରିବାର ଯୌଥ ହେଉଥିଲା । ଆଉ ପରିବାର ନିଜକୁ ନିଜ ମଧ୍ୟରେ ଗୋଟିଏ ବିଶ୍ୱବିଦ୍ୟାଳୟ ଭଳି ହେଉଥିଲା । ଆଉ ପିଲା ଜେଜେ ମାଆ ଠାରୁ କିଛି ଶିଖୁଥିଲା, ଜେଜେ ବାପାଙ୍କ ଠାରୁ ଅନ୍ୟ କିଛି ଶିଖୁଥିଲା, ଦାଦାଙ୍କ ଠାରୁ ଅଉ କିଛି ଶିଖୁଥିଲା । ମାଆ ଠାରୁ କିଛି ଶିଖୁଥିଲା, ପିଇସାଙ୍କ ଠାରୁ କିଛି ଶିଖୁଥିଲା । ଆଜି କ୍ଷୁଦ୍ର ପରିବାର ମାଧ୍ୟମରେ ତା’ ପାଇଁ ଏହି ଶିକ୍ଷାର ମୂଲ୍ୟ ବନ୍ଦ ହୋଇ ଯାଇଛି, ତେବେ ଯାଇ ଏହି ବିଚାର ଆସିଛି । କି ଦୁନିଆର ଆଗାମୀ ପିଢିର ପିଲାମାନଙ୍କର ଚିନ୍ତା କରିବା ପାଇଁ ଆଉ ତା’ମଧ୍ୟରୁ ବାଳ ବିଶ୍ୱବିଦ୍ୟାଳୟର ଜନ୍ମ ହୋଇଥିଲା । ଯାହା ଏଇ ଗୁଜରାଟର ମାଟିରେ ଜନ୍ମ ନେଇଥିଲା । ଅପରାଧ ଦୁନିଆର ତିନୋଟି ମହତ୍ୱପୁର୍ଣ୍ଣ କ୍ଷେତ୍ର ରହିଛି । ଗୋଟିଏ ହେଲା ଲିଗାଲ ଫେକଲ୍ଟି, ଦ୍ୱିତୀୟ ହେଲା ପୁଲିସ ଆଉ ତୃତୀୟଟି ହେଉଛି ଅପରାଧ ଅନୁସନ୍ଧାନ ପାଇଁ ଫରେନ୍ସିକ୍ – ଗୁଜରାଟ ଏହି ତିନୋଟି ଉପରେ କାମ କରିଛି । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ତିଆରି କଲେ । ଯାହା ଉତ୍ତମରୁ ଉତ୍ତମ ଆଇନଜୀବୀ ପ୍ରସ୍ତୁତ କରିବ । ଉତ୍ତମ ବିଚାରପତି ପ୍ରସ୍ତୁତ କରିବ । ଆଉ ନ୍ୟାୟପାଳିକାର ଅଂଶକୁ ସମ୍ଭାଳିବ । ପୋଲିସ ଏକାଡେମୀ ବିଶ୍ୱବିଦ୍ୟାଳୟ ତିଆରି କରିଛି । ହିନ୍ଦୁସ୍ଥାନରେ ଅଳ୍ପ କିଛି ବିଶ୍ୱବିଦ୍ୟାଳୟ ଅଛି ଯାହା ପୋଲିସିଂ ପାଇଁ ଅଛି । ଗୁଜରାଟ ହେଉଛି ସେଥି ମଧ୍ୟରୁ ଗୋଟିଏ ରାଜ୍ୟ । ଗୁଜରାଟ ଦେଶର ଦ୍ୱିତୀୟ ରାଜ୍ୟ ଥିଲା । ଯିଏ ଏହି ପୁଲିସ ବିଶ୍ୱବିଦ୍ୟାଳୟ ତିଆରି କଲା – ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟ – ଆଉ ଯେଉଁଠାରେ ଯେଉଁ uniform forces ରେ ଯିବାକୁ ଚାହୁଁଛନ୍ତି ସେହି uniform forces ରେ ଯିବାବାଲା ଦଶମ, ଦ୍ୱାଦଶ ଶ୍ରେଣୀ ପରେ ହିଁ ସେହି ଧାରାରେ ଆସିଯାଆନ୍ତୁ ସବୁ ପାଠ ସେହିଠାରେ ପଢ଼ା ହୋଇଯିବ । ଯୋଗାଯୋଗର ଦକ୍ଷତା ଆସିଯିବ, ଭିଡ଼ ନିୟନ୍ତ୍ରଣ କରିବା ଆସିଯିବ, ଭିଡ ଜମାଇଥିବା ଲୋକଙ୍କ ମନସ୍ତତ୍ୱ ନିୟନ୍ତ୍ରଣ କରିବାର ଦକ୍ଷତା ଆସିଯିବ । ହିନ୍ଦୁସ୍ଥାନର ଆଇପିସି ଧାରାଗୁଡ଼ିକର ଜ୍ଞାନ ତାଙ୍କୁ ହୋଇଯିବ । ଆଉ ପଢ଼ା ଲେଖା କରି କେଉଁଠି ମଧ୍ୟ ପୁଲିସ୍ ଚାକିରି କରିବାକୁ ଯାଆନ୍ତୁ । ତ ଏକ ଗୁଣାତ୍ମକ ପରିବର୍ତ୍ତନ ଭାରତର ସୁରକ୍ଷା କ୍ଷେତ୍ର ଆଣିବା ଦିଗରେ ଗୁଜରାଟ ଆରମ୍ଭ କରିଛି । ଆଉ ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ । ଆଜି ଆପଣ ସମସ୍ତ ଅପରାଧ ଘଟଣା ଦେଖୁଥିବେ । ଟେକ୍ନୋଲଜି ଦ୍ୱାରା ଅପରାଧୀ ଧରା ପଡ଼ୁଛନ୍ତି । ଯଦି ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ଶକ୍ତି ଭଳି ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରସ୍ତୁତ ହୋଇଯିବେ । ସାଇବର ଅପରାଧ ହେଉ କିମ୍ବା ଅନ୍ୟ ଅପରାଧ ହେଉ ତାକୁ ତା’ମଧ୍ୟରୁ ବଂଚିବା ପାଇଁ ତା’ମଧ୍ୟରୁ ନିର୍ଦ୍ଧାରଣ କରିବା ପାଇଁ, ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଫରେନ୍ସିକ୍ ୱାର୍ଲ୍ଡ ସବୁଠାରୁ ବଡ଼ ଭୂମିକା ସୃଷ୍ଟି କରିବାକୁ ଯାଉଛି । ଏଭଳି ତିନି ବିଧାନଗୁଡ଼ିକୁ ଗୁଜରାଟର ମାଟିରେ ଏକା ସହିତ ବିକଶିତ କରାଯାଇଛି । ଯାହା ଆଗାମୀ ଦିନମାନଙ୍କରେ ହିନ୍ଦୁସ୍ଥାନ ପାଇଁ ବହୁତ ବଡ଼ ଯୋଗଦାନ କରିବାକୁ ଯାଉଛି । ଆଉ ଆଜି ଦେଶ ଆଉ ଦୁନିଆର ଲୋକମାନେ ଯେଉଁ ନୂତନ ପ୍ରୟୋଗ କରୁଛନ୍ତି ବିଶ୍ୱବିଦ୍ୟାଳୟ ତାଙ୍କ ସହିତ ଯୋଡ଼ି ହେଉଛି । ଆଉ ଏଥିପାଇଁ ଆଜି ଯେବେ ମୁଁ ଆଇଆଇଟିଆ ବିଦ୍ୟାର୍ଥୀଙ୍କ ମଧ୍ୟରେ ବସିଛି ସେତେବେଳେ ମୁଁ ଜାଣୁଛି କି ଆପଣଙ୍କ ବହୁତ ସମୟ ପରୀକ୍ଷାଗାରରେ ବିତୁଛି । ଆପଣ କିଛି ନା କିଛି ନୂଆ କରିବା ଚାହିଁଥାଆନ୍ତି । କିନ୍ତୁ ଅଧିକାଂଶ ପରୀକ୍ଷା କୈନ୍ଦ୍ରିକ ଉଦ୍ଭାବନ, ପରୀକ୍ଷା କୈନ୍ଦ୍ରିକ ପ୍ରକଳ୍ପ, ମୁଁ ଚାହୁଁନାହିଁ କି ମୋ ଦେଶର ଯୁବକ ଏଭଳି ଏକ ସଂକୀର୍ଣ୍ଣତା ମଧ୍ୟରେ ବାନ୍ଧି ହୋଇ ରହି ଯାଆନ୍ତୁ । ସମୟର ଆବଶ୍ୟକତା ହେଉଛି ଆମେ ଉଦ୍ଭାବନକୁ ଗୁରୁତ୍ୱ ଦେବା ।
ଭାରତ ସରକାର ନୀତି ଆୟୋଗରେ ଏଆଇଏମ୍ ନାମରେ ଏକ ଅନୁଷ୍ଠାନ ବିକଶିତ କରିଛନ୍ତି । ଅଟଳ ଉଦ୍ଭାବନ ମିଶନ, ଏଆଇଏମ୍ ଆଉ ତାହା ଦ୍ୱାରା ଆମେ ଦେଶର ଯେଉଁ ଆହ୍ୱାନ ଦିଗରୁ ମନୋନୀତ ହେଉଛନ୍ତି । ଏଭଳି ବିଦ୍ୟାଳୟକୁ ଉନ୍ନତଧରଣର ଗବେଷଣାଗାର ପାଇଁ ଅର୍ଥ ଦେଉଛୁ । ଆଉ ପଞ୍ଚମ, ସପ୍ତମ, ଅଷ୍ଟମ, ଦଶମ, ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ଉଦ୍ଭାବନ ପାଇଁ ପ୍ରେରଣା ଦେଉଛୁ । ହିନ୍ଦୁସ୍ଥାନର ଭାଗ୍ୟ ବଦଳାଇବା ପାଇଁ ଆମ ପାଖରେ ଯେଉଁ ପ୍ରାକୃତିକ ଦକ୍ଷତା ରହିଛି ଆମକୁ ଉଦ୍ଭାବନ ପାଇଁ ଯିବାକୁ ପଡ଼ିବ । ଯେଉଁ ଦେଶ ଭିତରେ ଆଇଟିର ମହାରଥୀ ଥିବେ କିନ୍ତୁ ଗୁଗଲ ଅନ୍ୟ କୌଣସି ଦେଶରେ ସୃଷ୍ଟି ହେବ । ଯେଉଁ ଦେଶ ଭିତରେ ଆଇଟିର ମହାରଥୀ ବାଲା ଯୁବକ ଥିବେ କିନ୍ତୁ ଫେସବୁକ୍ ଅନ୍ୟ କେଉଁଠି ଥିବ । ଯେଉଁ ଦେଶ ଭିତରେ ଆଇଟିର ମହାରଥୀ ବାଲା ଯୁବକ ଥିବେ କିନ୍ତୁ ୟୁଟ୍ୟୁବ ଅନ୍ୟ କେଉଁଠି ଥିବ । ମୁଁ ଚାହୁଁଛି, ମୁଁ ଦେଶର ଯୁବକମାନଙ୍କୁ ଆହ୍ୱାନ ଦେଉଛି । ଆସନ୍ତୁ ଆମେ ଦୁନିଆର ଭାଗ୍ୟ ବଦଳାଇବା ପାଇଁ, ଭାରତର ଭାଗ୍ୟ ବଦଳାଇବା ପାଇଁ ଉଦ୍ଭାବନର ରାସ୍ତାକୁ ଧରିବା । ଆଉ ଏପରି ନୁହେଁ କି ବୁଦ୍ଧି କାହାର ପୈତୃକ ଧନ ହୋଇଥାଏ । ଆରେ ଥରେ ଆପଣ ଜଞ୍ଜାଳରେ ଫସି ଯିବେ ତ ଆପଣ ମଧ୍ୟ ନୂତନ ଜିନିଷ ଖୋଜି ପାରିବେ । ଆଉ ଦେଶ ଆଉ ଦୁନିଆକୁ ବହୁତ କିଛି ଦେଇ କରି ଯିବେ । କିନ୍ତୁ କେବେ କେବେ ଆମକୁ କିଛି ନୂଆ କରିବାର ଯେଉଁ ମନୋଭାବ ରହିଥାଏ । କିନ୍ତୁ ଭଲ ଉଦ୍ଭାବନର ଉପାୟ ଅନ୍ୟ କିଛି ହୋଇଥାଏ । ଆଉ ମୁଁ ଆପଣମାନଙ୍କୁ ମାର୍ଗ ଦର୍ଶନ କରାଇବାକୁ ଚାହୁଁଛି ଆଜି ମୁଁ ଆଶା କରୁଛି କି ମୋର ଏହି କଥାକୁ ଆପଣ ମନଦେଇ ଶୁଣିବେ । ଆପଣଙ୍କର ଯେଉଁ ଶୈକ୍ଷିକ ଜ୍ଞାନ ରହିଛି ଆପଣ ମଧ୍ୟ ସର୍କିଟ୍ କୁ ପଢ଼ିଥିବେ । ସାଧାରଣ ଇଂଜିନୟରିଂ ପଢ଼ିଥିବେ । ତାହା ଆଧାରରେ ଉଦ୍ଭାବନ କରିବା ହେଉଛି ଗୋଟିଏ ଉପାୟ । ଅନ୍ୟ ଉପାୟଟି ହେଉଛି ଆପଣ ଆପଣଙ୍କ ଆଖ ପାଖରେ ସମସ୍ୟାଗୁଡ଼ିକୁ ଦେଖନ୍ତୁ, କଷ୍ଟଗୁଡ଼ିକୁ ଦେଖନ୍ତୁ ଆଉ ପୁଣି ଚିନ୍ତା କରନ୍ତୁ । କି ମୁଁ ଏହାର ସମାଧାନ ଦେଇ ପାରିବି କି । ସେ ତ ବିଚରା ଗୋଟିଏ ଭଲ ବ୍ୟକ୍ତି ଅଛି ଯିଏ କଷ୍ଟରେ ବଂଚିଛି । ମୁଁ ହେଉଛି ଆଇଆଇଟି ବିଦ୍ୟାର୍ଥୀ ମୁଁ କିଛି କରିବି ଫଳରେ ତାହାର ଜୀବନରେ ଉନ୍ନତି ଆସି ପାରିବ ଆଉ ତାହା ଉଦ୍ଭାବନ ହୋଇଯିବ । ଆଉ ତାହା ମଧ୍ୟ କେବେ ଏତେ ବଡ଼ ମାନଦଣ୍ଡ ଉପରେ ହୋଇ ପାରିବ । କି ଏକ ବହୁତ ବଡ଼ ବ୍ୟବସାୟର ମଡେଲ ହୋଇ ପାରିବ । ଆମ ଦେଶରେ ଏଭଳି ଅନେକ ସମସ୍ୟା ରହିଛି । ଏବେ ଯେପରି ସ୍ୱଚ୍ଛତା ଅଭିଯାନ ଚଲାଉଅଛି । କାରଣ ନା ଉଦ୍ଭାବନ କରିବାବାଲା ମୋର ଯୁବକ ଆବର୍ଜନାରୁ ସମ୍ପଦ ସୃଷ୍ଟି କରି ପାରୁଥିବା ଉଦ୍ଭାବନର ନୂଆ-ନୂଆ ପ୍ରକଳ୍ପ କାହିଁକି କରିବା ନାହିଁ ।
ଆଜି ସୌର ଶକ୍ତି ଉପରେ କାମ ଚାଲୁ ରହିଛି । ଆଜି ସୌର ଶକ୍ତି, ପବନ ଶକ୍ତି, ନବୀକରଣ ଶକ୍ତି, ଜଳବାୟୁ ପରିବର୍ତ୍ତନ ଏ ସବୁ ତ ଆମ କାମରେ ଆସୁଛି । ଆମେ ଭାରତର ସ୍ୱଭାବ ଅନୁସାରେ ଆମେ କ’ଣ ଏପରି ଉଦ୍ଭାବନ କରିବା କି ପ୍ରତ୍ୟେକ ଘର ମଧ୍ୟକୁ ଆମେ ଏକ ଜିନିଷ ଆରାମରେ ପହଂଚାଇ ପାରିବା । ଯଦି ଭାରତ ଯେଉଁଠାରେ ଏତେ ବଡ଼ ସୌର ଶକ୍ତି ଉପଲବ୍ଧ ଅଛି । ଆମେ ରୋଷେଇ ପାଇଁ ପ୍ରତ୍ୟେକ ପରିବାରକୁ ଖର୍ଚ୍ଚରୁ ମୁକ୍ତ କରି ପାରିବା କି । ଆମେ ସୌର ଶକ୍ତିରେ ଚାଲୁଥିବା ଶକ୍ତି ଉତ୍ପାଦନ କରି ଶକ୍ତି ଦ୍ୱାରା ଚାଲୁଥିବା ରନ୍ଧନ ସାମଗ୍ରୀ କାହିଁକି ତିଆରି କରିବା ନାହିଁ, ଖାଦ୍ୟ ସେହିଥିରେ ରନ୍ଧା ଯିବ ନା ତାକୁ ଗ୍ୟାସ ଆଣିବାକୁ ଯିବାକୁ ପଡ଼ିବ, ନା ତାକୁ ଚୂଲି ଜଳାଇବାକୁ ପଡ଼ିବ । ନିଜର ହିଁ ସୌର ପ୍ଲାଂଟ ହେଉ ଛାତ ଉପରେ ଦୁଇଟି ସୋଲାର ପ୍ୟାନେଲ ଲାଗି ରହୁ । ଘରେ ଆବଶ୍ୟକ ଖାଦ୍ୟ ରନ୍ଧା ହୋଇ ଯାଉଥିବ । ଗରିବ ଘରେ, ମଧ୍ୟବିତ୍ତର ପରିବାରର, ରୋଷେଇଶାଳ ଭିତରେ ଇନ୍ଧନର ଯେଉଁ ଖର୍ଚ୍ଚ ହୋଇଥାଏ, ସଂଚୟ ହୋଇଯିବ କି ସଂଚୟ ହେବ ନାହିଁ । ଛୋଟ-ଛୋଟ ଜିନିଷ ଆମେ ଦେଖୁଛୁ । ତାହାକୁ ଉଦ୍ଭାବନ ଭାବେ କାହିଁକି ଧରିବା ନାହିଁ । ଆମେ ସମାଧାନ କାହିଁକି ଖୋଜିବା ନାହିଁ । ମୋର ବିଶ୍ୱାସ ଆଇଆଇଟି ଗାନ୍ଧିନଗର ଉଦ୍ଭାବନର ଏକ ସଂସ୍କୃତି ସୃଷ୍ଟି କରିବ । ଆଉ ସେହି ସଂସ୍କୃତି ଆବଶ୍ୟକ ଆଧାରରେ ହେବା ଦରକାର । ଜ୍ଞାନ ଆଧାରରେ ନୁହେଁ । ଆବଶ୍ୟକତା ଆଧାରରେ ହେବ ତ ସେହି ଉଦ୍ଭାବନ ଚିରସ୍ଥାୟୀ ହୋଇ ରହିଯାଏ । ତାହା ମାପଦଣ୍ଡ ଯୁକ୍ତ ହୋଇଯାଏ । ତାହାକୁ ବ୍ୟବସାୟିକ ସୁଯୋଗ ମଧ୍ୟ ମିଳି ଯାଇଥାଏ । ଆଉ ବହୁତ ବଡ଼ କମ୍ପାନୀଗୁଡ଼ିକ ତାହାକୁ କିଣିବା ପାଇଁ ମଧ୍ୟ ଆଗକୁ ଆସିଥା’ନ୍ତି । ଆଉ ଏଥିପାଇଁ ମୁଁ ଚାହୁଁଛି କି ଆଇଆଇଟି ଏହି ଦିଗରେ କାମ କରୁ ।
ମୁଁ ଆଇଆଇଟି ଯୁବକମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି । ବୋଧହୁଏ ହିନ୍ଦୁସ୍ଥାନରେ ଗୁଜରାଟ ହେଉଛି ପ୍ରଥମ ରାଜ୍ୟ । ଯିଏ ଆଇ-କ୍ରିଏଟ୍ ନାମରେ ଏକ ଅନୁଷ୍ଠାନକୁ ଜନ୍ମ ଦେଇଛି । ବହୁତ କମ୍ ଲୋକ ଏହି ନାମକୁ ଶୁଣିଥିବେ । ଏବେ ତାହାର ବୟସ ମଧ୍ୟ ପାଖାପାଖି ତିନି-ଚାରି ବର୍ଷ ହୋଇ ଯାଇଛି । ଏବେ ସେହି ଭବନର ଲୋକାର୍ପଣ ବାକି ଅଛି । ମୁଁ ସମୟ ଦେଇ ପାରୁ ନାହିଁ । ଆଇ-କ୍ରିଏଟ୍ ରାଜ୍ୟ ଆଉ ଦେଶରେ ଯେଉଁମାନେ ଉଦ୍ଭାବନରେ ଆଗ୍ରହ ରଖନ୍ତି । ସେମାନଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଣର କାମ କରୁଛି । ସେଠାରେ ରହିବାର ବ୍ୟବସ୍ଥା ଅଛି । ପରୀକ୍ଷାଗାର ଅଛି । ଆପଣଙ୍କ ଚିନ୍ତାଧାରା ସରକାର ସେଠି ସୁଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି । ଆପଣ ଏପରି ଉଦ୍ଭାବନ କରନ୍ତୁ ଯିଏ ଭାରତର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସରଳତାର ସହିତ ବ୍ୟବସ୍ଥାଗୁଡ଼ିକୁ ବିକଶିତ କରି ପାରିବେ । ଏହି ଆଇ-କ୍ରିଏଟ୍ ନିଜକୁ ନିଜେ ହିନ୍ଦୁସ୍ଥାନରେ ଗୋଟିଏ ଏଭଳି ରହିଥାଏ ଆଉ ଦୁନିଆର ଭଲରୁ ଅତିଭଲ ଉଦ୍ଭାବନ କରିବାବାଲା ଅନୁଷ୍ଠାନ ସହିତ ତାହାର ସହଯୋଗରେ କରା ଯାଇଛି । ଏହା ମୁଁ ଏଭଳି ତଥ୍ୟ ଆପଣଙ୍କୁ ଦେଉଛି । ଯାହା ସାଧାରଣ ଖବରକାଗଜର ମୁଖ୍ୟାଂଶରେ ରହିଲାବାଲା ନୁହେଁ । କିନ୍ତୁ ଦେଶର ଭବିଷ୍ୟତ ଯେଉଁ ଯୁବ ପିଢି ପ୍ରସ୍ତୁତ କରନ୍ତି ତାଙ୍କ ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ବନ୍ଧୁଗଣ, ଆଉ ଏଥିପାଇଁ ମୁଁ ଆପଣଙ୍କଠାରୁ ଆଶା ରଖୁଛି, ଏହି 2022 ଭାରତର ସ୍ୱାଧୀନତାର 75 ବର୍ଷ, ପାଂଚ ବର୍ଷ ଆମ ପାଖରେ ଅଛି ।
1942ରେ ମହାତ୍ମାଗାନ୍ଧୀ କହିଥିଲେ । ହିନ୍ଦ ଛାଡ୍-କ୍ୱିଟ୍ ଇଣ୍ଡିଆ(ଭାରତ ଛାଡ) ପାଞ୍ଚ ବର୍ଷ ଭିତରେ ଭିତରେ ଦେଶ ଏହିଭଳି ଠିଆ ହୋଇଗଲା । ଇଂରେଜମାନଙ୍କୁ ଶେଯ ତକିଆ ଉଠେଇ ଯିବାକୁ ପଡ଼ିଥିଲା । ମୋର ଦେଶବାସୀ, ଯଦି ଆମେ ପାଞ୍ଚ ବର୍ଷ ଏହିଭଳି ଠିଆ ହୋଇ ଯିବା କି ଦେଶରୁ ଗରିବୀ ଯିବା ଦରକାର, ଦେଶରୁ ଜାତିବାଦ ଯିବା ଦରକାର, ଦେଶରୁ ଭ୍ରଷ୍ଟାଚାର ଯିବା ଦରକାର, ଦେଶରୁ ଭାଇ-ପୁତୁରାବାଦ ଯିବା ଦରକାର । ଏହି ସବୁ ଦେଶରେ ହୋଇକି ରହିବ ବନ୍ଧୁଗଣ ଆସନ୍ତୁ ମୋ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲନ୍ତୁ । ଏହା ଆମେ କରି ରହିବୁ ର ସଂକଳ୍ପ ନେଇ ଆଗକୁ ଚାଲିବା ।
ମୁଁ ଆଇଆଇଟିର ଯୁବକମାନଙ୍କୁ ଆଉ ଗୋଟିଏ କଥା ମଧ୍ୟ ଜଣାଇବାକୁ ଚାହୁଁଛି । ଯେତେବେଳେ ସମାବର୍ତ୍ତନ ହେଉଥିବ ସେତେବେଳେ ଆପଣମାନଙ୍କୁ ବହୁତଗୁଡ଼ିଏ ପରାମର୍ଶ ଦିଆଯାଉଥିବ, ବହୁତ କିଛି ଜଣା ଯାଉଥିବ । ଏତେ ବଡ଼ ଭବ୍ୟ ଭବନରେ ଆପଣମାନେ ରହୁଛନ୍ତି । ଭବ୍ୟ ଭବନ ମଧ୍ୟରେ ଶିକ୍ଷା ପ୍ରାପ୍ତ କରୁଛନ୍ତି । କ’ଣ ଏଥିପାଇଁ ସମ୍ଭବ ହୋଇଛି । କି ଆଜି ଆପଣଙ୍କ ପାଖରେ ତୀକ୍ଷ୍ଣ ମସ୍ତିଷ୍କ ଅଛି । କ’ଣ ଏଥିପାଇଁ ସମ୍ଭବ ହୋଇଛି । କି ଆପଣଙ୍କ ମାତା-ପିତା ସ୍ୱଚ୍ଛଳ ଥିଲେ ଆଉ ତାଙ୍କର ସ୍ଥିତି ଭଲ ଥିଲା ସେଥିପାଇଁ ସେମାନେ ଆପଣଙ୍କୁ ଏ ପର୍ଯ୍ୟନ୍ତ ପହଂଚାଇଛନ୍ତି । ଏହା ସବୁ ସତ୍ୟ ହେବା ପରେ ମଧ୍ୟ ମୋର ଯୁବ ବନ୍ଧୁଗଣ ଆପଣ ଏହି ଭବ୍ୟ ପରିସରରେ ଏଥିପାଇଁ ଅଛନ୍ତି । ଆପଣ ଏତେ ବଢିଆରୁ ବଢିଆ ଶିକ୍ଷା ପ୍ରାପ୍ତ କରିବାରେ ଭାଗ୍ୟଶାଳୀ ଏଥିପାଇଁ ହୋଇଛନ୍ତି କୌଣସି ନା କୌଣସି ଗରିବ ଏଥିପାଇଁ ଦାନ କରିଛନ୍ତି । କୌଣସି ଗରିବର ଅଧିକାର ଆପଣଙ୍କୁ ମିଳିଛି । ଏହି ଚାରି ଶହ ଏକର ଜମି ଯଦି ସରକାର ତାହାକୁ ବିକ୍ରିକରି ଟଙ୍କା ଆଣି ଗାଁ ଭିତରେ ପ୍ରାଥମିକ ଶିକ୍ଷା ପାଇଁ ଘର ତିଆରି କରି ଥାଆନ୍ତେ ତ’ କେତେଗୁଡିଏ ଘର ତିଆରି ହୋଇଥାନ୍ତା । ପିଏସଇ କେନ୍ଦ୍ର ତିଆରି କରି ଥାଆନ୍ତେ ତ କେତେଗୁଡିଏ ତିଆରି ହୋଇଥାନ୍ତା । କିନ୍ତୁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ଚାରି ଶହ ଏକର ଜମି ମୋ ଦେଶର ଭବିଷ୍ୟତ ପାଇଁ ଏଠାରେ ନିୟୋଜିତ କରାଯାଇଛି । ସମାଜର କୌଣସି ଗରିବ ଅଂଚଳର ଲୋକ ନିଜର ମାଟି ଛାଡିଛନ୍ତି ତ ଆମେ ପାଇଛୁ । ଯଦି ଏହି ଭାବ ମନ ଭିତରେ ରହେ ତ ଆଇଆଇଟି ବିଦ୍ୟାର୍ଥୀ ହେବା ସତ୍ତ୍ୱେ ମଧ୍ୟ ସମାଜ ପ୍ରତି ମୋର ଯେଉଁ ସମ୍ବେଦନା ଅଛି ତାହା କେବେ କମ୍ ହେବ ନାହିଁ । ସମାଜପାଇଁ କିଛି କରିବାକୁ ମୋର ଲକ୍ଷ୍ୟ ଅଛି । ଏଥିରେ କେବେ ମଧ୍ୟ କୌଣସି ଅଭାବ ରହିବ ନାହିଁ । ଅଉ ବଞ୍ଚିବି ତ ମୋ ଦେଶର ସାଧାରଣ ମଣିଷ ପାଇଁ ବଞ୍ଚିବି, କିଛି କରି ପାରିବି, କରି କି ରହିବି ତେବେ ମଧ୍ୟ ମୋ ଦେଶର ସାଧାରଣ ମଣିଷ ପାଇଁ କିଛି କରି ରହିବି । ଏହି ଭାବକୁ ନେଇ କରି ଏହି ଭବନର ଲୋକାର୍ପଣ ସମୟରେ ଆପଣ ମଧ୍ୟ ହୃଦୟର ସହିତ ସଂକଳ୍ପ କରନ୍ତୁ । ଏହି କୋଟିଏ ଆଶା ସହ ଆପଣ ସମସ୍ତଙ୍କୁ ମୋର ବହୁତ ବହୁତ ଶୁଭକାମନା ।
ବହୁତ ବହୁତ ଧନ୍ୟବାଦ ।
**********
You are IIT-ians, I was a Tea-ian when I was young (I sold tea). On this day, a few years ago, I took oath as CM for the first time. Till then, I had never even been an MLA. I had decided that whatever I will do, I will do to the best of my abilities: PM @narendramodi
— PMO India (@PMOIndia) October 7, 2017
Work is underway to spread digital literacy to every part of India, among all age groups and sections of society: PM @narendramodi
— PMO India (@PMOIndia) October 7, 2017
In this day and age, we cannot afford to have a digital divide: PM @narendramodi
— PMO India (@PMOIndia) October 7, 2017
A Digital India guarantees transparency, effective service delivery and good governance: PM @narendramodi
— PMO India (@PMOIndia) October 7, 2017
Our academics should not be exam driven. The focus should be innovation: PM @narendramodi
— PMO India (@PMOIndia) October 7, 2017