Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ଝୋଟ ବିନିର୍ମାଣ ନିଗମ ଓ ଏହାର ସହାୟକ କମ୍ପାନୀ ବାର୍ଡସ ଝୋଟ ଏବଂ ରପ୍ତାନୀ ଲିମିଟେଡ ବନ୍ଦ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ରାଷ୍ଟ୍ରୀୟ ଝୋଟ ବିନିର୍ମାଣ ନିଗମ ଲିମିଟେଡ (ଏନଜେଏମସି) ଏବଂ ଏହାର ସହାୟକ କମ୍ପାନୀ ବାର୍ଡସ ଝୋଟ ଏବଂ ରପ୍ତାନୀ ଲିମିଟେଡ(ବିଜେଇଏଲ)କୁ ବନ୍ଦ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ବନ୍ଦ ପାଇଁ ପ୍ରକ୍ରିୟା

1. ସ୍ଥାୟୀ ସମ୍ପତ୍ତି ଏବଂ ଚାଲୁ ସମ୍ପତ୍ତିର ନିଷ୍ପାଦନ 14/06/2018ର ଡିପିଇର ନିର୍ଦ୍ଦେଶାବଳୀ ଅନୁସାରେ କରାଯିବ ଏବଂ ଦେୟତା ସମ୍ପୂର୍ଣ୍ଣ କରାଯିବା ପରେ ସମ୍ପତ୍ତିର ବିକ୍ରିରୁ ହୋଇଥିବା ଆୟ ଭାରତର ସଂଚିତ ପାଣ୍ଠିରେ ଜମା କରାଯିବ ।

2. 14/06/2018ର ଡିପିଇ ନିର୍ଦ୍ଦେଶାବଳୀ ଅନୁଯାୟୀ ସମ୍ପତ୍ତିର ନିଷ୍ପାଦନ ଲାଗି ଭୂମି ପରିଚାଳନା ଏଜେନ୍ସି (ଏଲଏମଏ)ର ସେବା ନିଆଯିବ । ଏଲଏମଏକୁ ନିର୍ଦ୍ଦେଶ ଦିଆଯିବ ଯେ ସେ ଡିପିଇଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନିଷ୍ପାଦନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମ୍ପତ୍ତିର ସମ୍ପୂର୍ଣ୍ଣ ଭାବେ ସତ୍ୟତା ପରିପାଦନ କରିବେ ।

3. ବୟନଶିଳ୍ପ ମନ୍ତ୍ରଣାଳୟ ବିଜେଇଏଲର କୌଣସି ଜମି କିମ୍ବା ଭବନର ଉପଯୋଗ ନିଜ ପାଇଁ କିମ୍ବା ନିଜର କୌଣସି ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନ ପାଇଁ କରିବାର ପ୍ରସ୍ତାବ ନାହିଁ ଏବଂ ଏହାର ସୂଚନା ଭୂମି ପରିଚାଳନା ଏଜେନ୍ସିକୁ ସିଧାସଳଖ ଦିଆଯିବ ।

ଲାଭ :

ଏହି ନିଷ୍ପତ୍ତି ଦ୍ୱାରା କ୍ଷତିରେ ଚାଲୁଥିବା ଉପରୋକ୍ତ ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚଳାଇବା ଲାଗି ହେଉଥିବା ବାରମ୍ବାର ଖର୍ଚ୍ଚ କମ ହେବାରୁ ରାଜକୋଷକୁ ଆଶ୍ୱସ୍ତି ମିଳିପାରିବ । ଏହି ପ୍ରସ୍ତାବ ଦ୍ୱାରା କ୍ଷତିରେ ଚାଲୁଥିବା କମ୍ପାନୀଗୁଡ଼ିକୁ ବନ୍ଦ କରିବାରେ ସହାୟତା ମିଳିବ ଏବଂ ଉପଯୋଗୀ କାର୍ଯ୍ୟ ଲାଗି କିମ୍ବା ବିକାଶ ଲାଗି ଆର୍ଥିକ ସମ୍ବଳ ସଂଗ୍ରହ କରିବା ପାଇଁ ମୂଲ୍ୟବାନ ସମ୍ପତ୍ତିକୁ ଜାରି କରିବା ସୁନିଶ୍ଚିତ ହେବ ।

ଉଭୟ ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନର ଜମି ଉପଯୋଗ ସର୍ବସାଧାରଣ/ସମାଜର ସାମଗ୍ରୀକ ବିକାଶ ଲାଗି ସରକାରୀ କାର୍ଯ୍ୟ ପାଇଁ କରାଯିବ ।

 

**********