Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତି ଭାବେ ପ୍ରଥମ ବର୍ଷ ପୂରଣ କରିବା ଅବସରରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଭାରତର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ପ୍ରଥମ ବର୍ଷ ପୂରଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତର ରାଷ୍ଟ୍ରପତି ଟୁଇଟର୍ ହ୍ୟାଣ୍ଡେଲରୁ ହୋଇଥିବା ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂରଣ କରିଥିବାରୁ ତାଙ୍କୁ ଅଭିନନ୍ଦନ । ଜନସେବା ପ୍ରତି ତାଙ୍କର ନିରନ୍ତର ନିଷ୍ଠା ଏବଂ ପ୍ରଗତି ପାଇଁ ତାଙ୍କ ନିରନ୍ତର ପ୍ରୟାସ ଅତ୍ୟନ୍ତ ପ୍ରେରଣାଦାୟକ । ତାଙ୍କ ବିଭିନ୍ନ ଉପଲବ୍ଧି ତାଙ୍କ ନେତୃତ୍ୱର ପ୍ରଭାବକୁ ପ୍ରତିଫଳିତ କରିଥାଏ ।’

SR