ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
“ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ଦେଶ ପାଇଁ ଉତ୍ସର୍ଗୀକୃତ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।
କାର୍ଯ୍ୟକାଳ ଆରମ୍ଭ ହେବା ପରଠାରୁ ରାଷ୍ଟ୍ରପତି ତାଙ୍କ ସରଳ ଓ ଅମାୟିକ ଗୁଣ ଯୋଗୁ ଦେଶବାସୀଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।
ମୁଁ ସବୁବେଳେ ରାଷ୍ଟ୍ରପତି ମହୋଦୟଙ୍କୁ 125 କୋଟି ଭାରତୀୟ ବିଶେଷ କରି ଗରିବ ଓ ଅବହେଳିତ ବର୍ଗଙ୍କ ଅଭିଳାଷା ପ୍ରତି ସମ୍ବେଦନଶୀଳ ଥିବାର ଅନୁଭବ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Birthday wishes to Rashtrapati ji. May Almighty bless him with a long and healthy life devoted to the service of our nation @rashtrapatibhvn
— Narendra Modi (@narendramodi) October 1, 2017
Since his tenure began Rashtrapati ji has endeared himself to the people of India through his simple & compassionate nature @rashtrapatibhvn
— Narendra Modi (@narendramodi) October 1, 2017
I have always found Rashtrapati ji to be sensitive towards the aspirations of 125 crore Indians, especially the poor and marginalised.
— Narendra Modi (@narendramodi) October 1, 2017