ମାନନୀୟ ଅଧ୍ୟକ୍ଷ ମହୋଦୟ, ମୁଁ ରାଷ୍ଟ୍ରପତି ଜୀଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ରାଷ୍ଟ୍ରପତି ଜୀଙ୍କୁ କୃତଜ୍ଞତା ବ୍ୟକ୍ତ କରିବା ସକାଶେ ଏଠାରେ ଉପସ୍ଥିତ ହୋଇଛି । ମାନନୀୟ ରାଷ୍ଟ୍ରପତି ଜୀ ନୂତନ ଭାରତର ପରିକଳ୍ପନା କଥା ନିଜର ଅଭିଭାଷଣରେ ଉପସ୍ଥାପନ କରିଛନ୍ତି । ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ମାନନୀୟ ରାଷ୍ଟ୍ରପତି ଜୀଙ୍କ ଏହି ବକ୍ତବ୍ୟ ଏହି ଦଶକ ପାଇଁ ଆମ ସମସ୍ତଙ୍କୁ ମାର୍ଗ ପ୍ରଦର୍ଶନ କରିବା ସଦୃଶ, ପ୍ରେରଣା ଦେବାଭଳି ଏବଂ ଦେଶର କୋଟି କୋଟି ଜନତାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ଭଳି ଅଭିଭାଷଣ ଅଟେ ।
ଏହି ଆଲୋଚନାରେ ଏହି ଗୃହର ସମସ୍ତ ଅନୁଭବୀ ମାନନୀୟ ସଦସ୍ୟଗଣ ବହୁତ ଭଲ ଭଲ ଢ଼ଙ୍ଗରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଛନ୍ତି, ନିଜ ନିଜର ବିଚାର ଗୃହ ଆଗରେ ରଖିଛନ୍ତି । ଶିକ୍ଷାକୁ ସମୃଦ୍ଧ କରିବା ସକାଶେ ପ୍ରତ୍ୟେକ ସଦସ୍ୟ ନିଜ ନିଜ ଶୈଳୀରେ ପ୍ରୟାସ କରିଛନ୍ତି । ଶ୍ରୀମାନ ଅଭିନନ୍ଦନ ଚୌଧୁରୀ ଜୀ, ଡକ୍ଟର ଶଶି ଥରୁର ଜୀ, ଶ୍ରୀମାନ ଓୱେସୀ ଜୀ, ରାମପ୍ରତାପ ଯାଦବ ଜୀ, ପ୍ରୀତି ଚୌଧୁରୀ ଜୀ, ମିଶ୍ରା ଜୀ, ଅଖିଳେଶ ଯାଦବ ଜୀ, ଏଭଳି ଅନେକ ନାମ ରହିଛି ଏବଂ ଯଦି ମୁଁ ସମସ୍ତଙ୍କ ନାମ ଏଠାରେ ବଖାଣି ବସିବି ସେଥିରେ ଢ଼େର ସମୟ ବିତିବ । କିନ୍ତୁ ମୁଁ କହିବାକୁ ଚାହେଁ ଯେ ପ୍ରତ୍ୟେକ ମାନ୍ୟବର ସଦସ୍ୟ ନିଜ ନିଜ ଢ଼ଙ୍ଗରେ ନିଜର ବିଚାର ପ୍ରସ୍ତୁତ ଏବଂ ଉପସ୍ଥାପନ କରିଛନ୍ତି । ତେବେ ଗୋଟିଏ ପ୍ରଶ୍ନ ଉଠିଛି ଯେ ସରକାରଙ୍କୁ ଏହିସବୁ କାମ କରିବାର ଏତେ ବ୍ୟଗ୍ରତା କାହିଁକି ପଡ଼ିଛି ? ସବୁ କଥା ଏକା ସାଙ୍ଗରେ କାହିଁକି କରୁଛନ୍ତି ?
ମୁଁ ପ୍ରାରମ୍ଭରେ ଶ୍ରୀମାନ ସର୍ବେଶ୍ୱର ଦୟାଲ ଜୀଙ୍କ ଗୋଟିଏ କବିତା ସଂପର୍କରେ ଏଠାରେ ଉଲ୍ଲେଖ କରିବାକୁ ଚାହିଁବି ଏବଂ ସମ୍ଭବତଃ ଏହା ହିଁ ଆମମାନଙ୍କର ସଂସ୍କାର ମଧ୍ୟ । ଆମ ସରକାରଙ୍କର ସ୍ୱଭାବ ମଧ୍ୟ ଏହା । ଏବଂ ସେହି ପ୍ରେରଣା କାରଣରୁ ଆମେ ମନ୍ଥରତାରୁ ଦୂରେଇଯାଇ କ୍ଷୀପ୍ର ବେଗରେ ଆଗକୁ ଅଗ୍ରସର ହେବା ପାଇଁ ପ୍ରୟାସ କରୁଛୁ । ସେ ଯାହା ହେଉ, ସର୍ବେଶ୍ୱର ଦୟାଲ ଜୀ ତାଙ୍କ କବିତାରେ ଲେଖିଥିଲେ:
ମନ୍ଥର ଗତିରେ ସେମାନେ ଚାଲନ୍ତି ଯାହାଙ୍କ
ପାଦ ଦୁର୍ବଳ ଏବଂ ହାରି ଯାଇଥିବା ବ୍ୟକ୍ତି,
ଆମେ ତ ଆମର ଯାତ୍ରା ପଥରେ କୃତ ସଂକଳ୍ପ
ସେମିତି ହୋଇଥାନ୍ତି ଅନିର୍ମିତ ପ୍ରିୟ ପନ୍ଥ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଏବେ କେବଳ ସେଇ କାରଣରୁ ଦେଶର ଜନସାଧାରଣ ଦେଶରେ ଏକ ସରକାରର ପରିବର୍ତ୍ତନ ଘଟାଇଛନ୍ତି । ଏମିତି ନୁହେଁ ଯେ ବ୍ୟବସ୍ଥା ବଦଳିବାକୁ କେବେ ଅପେକ୍ଷା ରଖିଥାଏ । ଏକ ନୂତନ ଚିନ୍ତାଧାରାର ଏହି ଇଚ୍ଛା କାରଣରୁ ଆମେ ଏଠାରେ ଆସି ଦେଶବାସୀଙ୍କ ସେବା କରିବାର ସୁଯୋଗ ହାସଲ କରିଛୁ । କିନ୍ତୁ ଆମେ ଯଦି ସେହିଭଳି ପୂର୍ବ ଢ଼ଙ୍ଗରେ ଚାଲିବୁ ତ ଯେମିତି ଭାବେ ଆପଣମାନେ ଚାଲିଥିଲେ, ସେହି ରାସ୍ତାରେ ଚାଲିବୁ ଯେଉଁ ରାସ୍ତାରେ ଆପଣମାନେ ଚାଲିବାର ଅଭ୍ୟାସରେ ପଡ଼ିଯାଇଥିଲା, ତା’ହେଲେ ସମ୍ଭବତଃ 70 ବର୍ଷ ପରେ ସୁଦ୍ଧା ଏହି ଦେଶରୁ ଧାରା 370 ହଟିପାରିନଥାନ୍ତା । ଆପଣମାନଙ୍କ ରଙ୍ଗ ଢ଼ଙ୍ଗ ଭଳି ଯଦି ଚାଲିଥାନ୍ତୁ ତେବେ ମୁସଲମାନ ଭଉଣୀମାନଙ୍କ ମୁଣ୍ଡ ଉପରେ ତିନି ତଲାକର ତରବାରୀ ଆଜି ସୁଦ୍ଧା ଲଟକି ରହିଥାନ୍ତା । ଯଦି ଆପଣମାନଙ୍କ ମାର୍ଗରେ ଆମେ ଚାଲିଥାନ୍ତୁ, ତେବେ ନାବାଳିକାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ମାମଲାରେ ଫାଶୀ ପ୍ରଦାନର ଆଇନଗତ ପ୍ରାବଧାନ ହୋଇ ପାରିନଥାନ୍ତା । ଯଦି ଆପଣମାନଙ୍କ ଚିନ୍ତାଧାରାରେ ଆମେ ଚାଲିଥାନ୍ତୁ ତ ରାମ ଜନ୍ମଭୂମି ଆଜି ସୁଦ୍ଧା ବିବାଦ ଘେରରେ ରହିଥାନ୍ତା। ଯଦି ଆପଣମାନଙ୍କ ଚିନ୍ତାଧାରାରେ ଆମେ ଚାଲିଥାନ୍ତୁ, ତେବେ କରତାରପୁର କରିଡ଼ର କଦାପି ନିର୍ମାଣ ହୋଇ ପାରିନଥାନ୍ତା ।
ଯଦି ଆପଣମାନଙ୍କ ଢ଼ଙ୍ଗରେ କାର୍ଯ୍ୟ କରିଥାନ୍ତୁ, ଆପଣଙ୍କ ମାର୍ଗରେ ଚାଲିଥାନ୍ତୁ ତ ଭାରତ ବାଂଲାଦେଶ ସୀମା ବିବାଦ କଦାପି ସମାଧାନ ହୋଇପାରି ନଥାନ୍ତା ।
ମାନନୀୟ ଅଧ୍ୟକ୍ଷ ମହୋଦୟ,
ମୁଁ ଯେତେବେଳେ ମାନନୀୟ ଅଧ୍ୟକ୍ଷ ଜୀଙ୍କୁ ଦେଖୁଛି, ଶୁଣୁଛି ସେତେବେଳେ ସର୍ବ ପ୍ରଥମେ କିରଣ ରିଜିଜୁ ଜୀଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । କାରଣ, ସେ ଯେଉଁ ଥିଙ୍କ୍ ଇଣ୍ଡିଆ ଆନ୍ଦୋଳନ ଚଳାଇଛନ୍ତି, ସେହି ଥିଙ୍କ୍ ଇଣ୍ଡିଆ ଆନ୍ଦୋଳନର ପ୍ରଚାର ପ୍ରସାର ବେଶ୍ ଉତ୍ତର ଢ଼ଙ୍ଗରେ କରୁଛନ୍ତି । ସେ ଭାଷଣ ବି ଦିଅନ୍ତି ଏବଂ ଭାଷଣ ସହିତ ଜିମ ବି କରନ୍ତି । କାରଣ ତାହା ଥିଙ୍କ୍ ଇଣ୍ଡିଆକୁ ଶକ୍ତି ପ୍ରଦାନ କରିଥାଏ । ଏହାର ପ୍ରଚାର ପ୍ରସାର କରିବା ସକାଶେ ମୁଁ ମାନ୍ୟବର ସଦସ୍ୟଙ୍କ ଧନ୍ୟବାଦ ଅର୍ପଣ କରୁଛି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, କେହି ତ କେବେ ଏକଥାକୁ କଦାପି ଅସ୍ୱୀକାର କରିପାରିବେ ନାହିଁ ଯେ ଦେଶ ଏବେ ପ୍ରତ୍ୟେକ ଚାଲେଞ୍ଜର ସାମ୍ନା କରିବା ସକାଶେ ପ୍ରତି ମୁହୂର୍ତ୍ତରେ ପ୍ରୟାସ ଜାରି ରଖିଛି । କେବେ କେବେ ଚାଲେଞ୍ଜଗୁଡ଼ିକ ଆଡ଼େ ଦୃଷ୍ଟି ନିକ୍ଷେପ କରାନଯିବାର ସମୟ ବି ଏ ଦେଶ ଦେଖିଛି । ଚାଲେଞ୍ଜଗୁଡ଼ିକୁ ଚୟନ କରିବାର ସାମର୍ଥ୍ୟ ନାହିଁ ଏଭଳି ଲୋକମାନଙ୍କୁ ବି ଏ ଦେଶ ଦେଖିଛି । କିନ୍ତୁ ଆଜି ସମଗ୍ର ବିଶ୍ୱର ଭାରତ ନିକଟରୁ ଯେଉଁ ପ୍ରତ୍ୟାଶା ରହିଛି । ଆମେ ଯଦି ଏଭଳି ଚାଲେଞ୍ଜଗୁଡ଼ିକର ମୁକାବିଲା ନକରିବା, ଯଦି ଆମେ ସାହସ ପ୍ରଦର୍ଶନ ନକରିବା, ଏବଂ ଯଦି ଆମେ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ଅଗ୍ରସର ନହେବା ଓ ଆମର ଗତି ନବଢ଼ାଇବା ତେବେ ସମ୍ଭବତଃ ଦେଶକୁ ଅନେକ ସମସ୍ୟାର ଦୀର୍ଘ ପଥ ସହ ଜୁଝିବାକୁ ପଡ଼ିଥାନ୍ତା ।
ଏବଂ ଏହା ପରେ ମାନନୀୟ ଅଧ୍ୟକ୍ଷ ମହୋଦୟ, ଯଦି କଂଗ୍ରେସର ରାସ୍ତାରେ ଆମେ ଚାଲିଥାନ୍ତୁ ତା’ହେଲେ ପଚାଶ ବର୍ଷ ପରେ ବି ଶତ୍ରୁ ସମ୍ପତ୍ତି ଆଇନର ଅପେକ୍ଷାରେ ଦେଶକୁ ରହିବାକୁ ପଡ଼ିଥାନ୍ତା । 35 ବର୍ଷ ପରେ ସୁଦ୍ଧା ପରବର୍ତ୍ତୀ ପିଢ଼ିର ଲଢ଼ୁଆ ବିମାନ ପାଇଁ ଦେଶକୁ ଢ଼େର୍ ସମୟ ଅପେକ୍ଷା କରିବାକୁ ପଡ଼ିଥାନ୍ତା । 28 ବର୍ଷ ପରେ ସୁଦ୍ଧା ବେନାମୀ ସମ୍ପତ୍ତି ଆଇନ କଦାପି ଲାଗୁ ହୋଇପାରି ନଥାନ୍ତା । 20 ବର୍ଷ ପରେ ସୁଦ୍ଧା ଚିଫ୍ ଅଫ୍ ଡିଫେନ୍ସଙ୍କ ନିଯୁକ୍ତି କଦାପି ହୋଇପାରି ନଥାନ୍ତା ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଆମ ସରକାର ଦ୍ରୁତ ବେଗରେ କାର୍ଯ୍ୟ କରୁଥିବା କାରଣରୁ ହିଁ ଏବଂ ଆମର ଉଦ୍ଦେଶ୍ୟ ହେଉଛି ଯେ ଆମେ ଏକ ନୂତନ ଉଦାହରଣ ସୃଷ୍ଟି କରି ସ୍ୱାର୍ଥ ଠାରୁ ହଟି ଆଗକୁ ଅଗ୍ରସର ହେବାକୁ ଚାହୁଁଛୁ । ଏବଂ ସେଥିପାଇଁ ଆମେମାନେ ଏ କଥାକୁ ଉତ୍ତମ ରୂପେ ବୁଝିଛୁ ଯେ ଦେଶ ସ୍ୱାଧୀନ ହେବାର 70 ବର୍ଷ ପରେ ସୁଦ୍ଧା ଦେଶକୁ ଆଉ ବେଶ୍ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଏବଂ ଅପେକ୍ଷା କରିବା ମଧ୍ୟ ଅନୁଚିତ । ଏବଂ ସେଇଥିପାଇଁ ଆମର ପ୍ରୟାସ ଏଇଆ ଯେ ବେଗ ବି ବଢ଼ିବ, ସ୍କେଲ୍ ବି ବଢ଼ିବ । ପ୍ରତିବଦ୍ଧତା ବି ଥିବ ଏବଂ ନିଷ୍ପତ୍ତି ବି ଥିବ । ଆବେଗ ଥିବ ଏବଂ ସମାଧାନ ସୂତ୍ର ବି ମିଳିପାରୁଥିବ । ଆମେ ଯେଉଁଭଳି ଦ୍ରୁତ ଗତିରେ କାମ କରୁଛୁ ତାହା ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ଏବଂ ସେଇ କ୍ଷିପ୍ର ଗତିରେ କାର୍ଯ୍ୟ କରିବାର ପରିଣାମ ସ୍ୱରୂପ ହିଁ ଦେଶର ଜନସାଧାରଣ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆମକୁ ଦେଖିଲେ ଏବଂ ଦେଖିବା ପରେ ସେହି କ୍ଷିପ୍ର ଗତିରେ ଆଗକୁ ବଢ଼ିବା ସକାଶେ ଅଧିକ ଶକ୍ତିର ସହ ଆମକୁ ପୁଣି ଥରେ ଠିଆ ହେବାର ସୁଯୋଗ ପ୍ରଦାନ କରିଛନ୍ତି ।
ଯଦି ଏଭଳି ଦ୍ରୁତ ଗତି ହୋଇନଥାନ୍ତା, ତା’ହେଲେ 37 କୋଟି ଲୋକଙ୍କ ବ୍ୟାଙ୍କ ଜମାଖାତା ଏତେ କମ୍ ସମୟ ଭିତରେ କଦାପି ଖୋଲାଯାଇ ପାରିନଥାନ୍ତା । ଗତି ଯଦି କ୍ଷିପ୍ର ହୋଇନଥାନ୍ତା, ତେବେ 11 କୋଟି ଲୋକଙ୍କ ଘରେ ଶୌଚାଳୟ ନିର୍ମାଣ କରିବାର କାର୍ଯ୍ୟ କଦାପି ସଂପୂର୍ଣ୍ଣ ହୋଇପାରିନଥାନ୍ତା । ଯଦି ଗତି ଦ୍ରୁତ ହୋଇନଥାନ୍ତା, ତେବେ 13 କୋଟି ପରିବାରଙ୍କ ଘରେ ଆଜି ଗ୍ୟାସ ଚୁଲ ଜଳୁନଥାନ୍ତା । ଯଦି ଗତି ଦ୍ରୁତ ହୋଇନଥାନ୍ତା, ଗରିବଙ୍କ ପାଇଁ 2 କୋଟି ନୂତନ ବାସଗୃହ ହୋଇପାରିନଥାନ୍ତ । ତା’ହେଲେ ଦୀର୍ଘ ସମୟ ଧରି ଅଟକି ରହିଥିବା ଦିଲ୍ଲୀର 1700ରୁ ଅଧିକ ଅବୈଧ କଲୋନୀ, 40 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଅନ୍ଧକାର ଭିତରେ ଲଟକି ରହିଥାନ୍ତା । ସେ କାର୍ଯ୍ୟ କଦାପି ପୂରଣ ହୋଇପାରିନଥାନ୍ତା । ଆଜି ଆମକୁ ନିଜ ଘରର ହକ୍ ମିଳିପାରିଛି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଏଠାରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପ୍ରସଙ୍ଗରେ ବି ଆଲୋଚନା ହୋଇଛି । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ କେତେ ଦଶନ୍ଧି ଧରି ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ସେଠାରେ ରାଜନୀତିକ ସମୀକରଣ ବଦଳିବାର ସାମର୍ଥ୍ୟ ହେଉ ସେଭଳି ସ୍ଥିତି ମଧ୍ୟ ନଥିଲା । ଏବଂ ସେଇଥିପାଇଁ ରାଜନୀତିକ ନିକିତିରେ ଯେତେବେଳେ ସିଦ୍ଧାନ୍ତମାନ ନିଆଯାଉଥିଲା ସେତେବେଳେ ସେହିସବୁ କ୍ଷେତ୍ର ଅବହେଳିତ ଅବସ୍ଥାରେ ରହି ଆସିଥିଲା । ଆମ ପାଇଁ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ରାଜନୀତିକ ତରାଜୁରେ ମପାଯିବାର ଏକ କ୍ଷେତ୍ର ନୁହେଁ । ଭାରତର ଏକତା ଓ ଅଖଣ୍ଡତା ସହିତ ଦୂର ଦୂରାନ୍ତ କ୍ଷେତ୍ରରେ ବସବାସ କରୁଥିବା ଭାରତର ସମସ୍ତ ନାଗରିକମାନଙ୍କ ସକାଶେ ଏବଂ ସେମାନଙ୍କର ସାମର୍ଥ୍ୟକୁ ଭାରତର ବିକାଶ ସକାଶେ ଉପଯୁକ୍ତ ଭାବେ କିପରି ଭାବେ ଉପଯୋଗ କରାଯାଇପାରିବ, ସେମାନଙ୍କ ଶକ୍ତିକୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ, ଦେଶକୁ କିଭଳି ଆଗକୁ ବଢ଼ାଯାଇ ପାରିବା ଦିଗରେ କାର୍ଯ୍ୟ କରିହେବ, ସେହି ଶ୍ରଦ୍ଧାର ସହିତ ସେଠାକାର ପ୍ରତି ଜଣ ନାଗରିକଙ୍କ ପ୍ରତି ଅପାର ବିଶ୍ୱାସର ସହ ଆଗକୁ ବଢ଼ିବା ସକାଶେ ଆମେ ପ୍ରୟାସ ଜାରି ରଖିଛୁ ।
ଏବଂ ସେହି କାରଣରୁ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ବିଗତ ପାଞ୍ଚ ବର୍ଷ ଭିତରେ କେତେବେଳେ ସୁଦ୍ଧା ସେମାନଙ୍କ ଦିଲ୍ଲୀ ସେମାନଙ୍କୁ କଦାପି ଦୂର ଲାଗୁଥିଲା, ଏବେ ସେହି ଦିଲ୍ଲୀ ସେମାନଙ୍କ ଦ୍ୱାର ଦେଶରେ ଯାଇ ଉଭା ହୋଇଛି । ନିରବଚ୍ଛିନ୍ନ ଭାବେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ଅଧିକାରୀମାନେ ସେ କ୍ଷେତ୍ର ଗସ୍ତ କରି ଚାଲିଛନ୍ତି । ରାତି ରାତି ଧରି ସେଠାରେ ଅବସ୍ଥାନ କରିଛନ୍ତି । ଛୋଟ ଛୋଟ କ୍ଷେତ୍ରକୁ ଯାଇ ସେଠାରେ ଟାୟାର 2, ଟାୟାର 3 ଛୋଟ ଇଲାକା ପରିଦର୍ଶନ କରିଛନ୍ତି । ସେଠାକାର ଲୋକମାନଙ୍କ ସହ ଭାବ ବିନିମୟ କରିଛନ୍ତି ଓ ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଛନ୍ତି । ଏବଂ ବିକାଶର ଯେଉଁ ଆବଶ୍ୟକତାମାନ ରହିଥିଲା ଏକବିଂଶ ଶତାବ୍ଦୀର ଆବଶ୍ୟକତା ସହିତ ଯାହା ଜଡ଼ିତ, ତାହା ବିଜୁଳି ହୋଇଥାଉ କିମ୍ବା ରେଳ ସଂଯୋଗ, ଉଡ଼ାଜାହାଜ ହୋଇଥାଉ କିମ୍ବା ମୋବାଇଲ୍ କନେକ୍ଟିଭିଟି, ସେସବୁ କାର୍ଯ୍ୟ କରିବା ଲାଗି ଆମେ ପ୍ରୟାସ କରିଆସିଛୁ ।
ଆହୁରି ସେ ବିଶ୍ୱାସ କେତେ ବଡ଼ ପରିଣାମ ଦେଉଛି ଯାହା ଏହି ସରକାରଙ୍କ ଅମଳରେ ସଭିଏଁ ଦେଖି ପାରୁଛନ୍ତି । ଏଠାରେ ବୋଡୋ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହେଉଥିଲା । ଏବଂ ଏକଥା କୁହାଗଲା ଯେ ଏହା ପ୍ରଥମ ଥର ପାଇଁ କରାଗଲା । ଆମେ ବି କେବେ ଏକଥା କରିନଥିଲୁ, ଏହା ପ୍ରଥମ ଥର ପାଇଁ ହୋଇଛି । ଆମେ ବି ତ ସେଇ କଥା କହୁଛୁ ଯେ ପ୍ରୟୋଗ ତ ବହୁତ କରାଯାଇଥିଲା ଏବଂ ଏବେ ବି ପ୍ରୟୋଗ କରାଯାଉଛି । କିନ୍ତୁ . . . କିନ୍ତୁ. . . ଯାହା କିଛି କରାଯାଉଥିଲା ତାହା ରାଜନୀତିକ ନିକିତିରେ ତଉଲି କରାଯାଉଥିଲା । ଯାହା କିଛି କରାଯାଉଥିଲା ଅଧା ଅଧୁରା କରାଯାଉଥିଲା । ଏବେ ଯାହା କିଛି କରାଗଲା, ଏକ ପ୍ରକାର ସଂପୂର୍ଣ୍ଣ ବିଶ୍ୱାସ ଭିତ୍ତିରେ ହିଁ କରାଗଲା । ଏବଂ ସେହି କାରଣରୁ ରାଜିନାମା କେବଳ କାଗଜ କଲମରେ କରାଯାଇନାହିଁ, ବାସ୍ତବରେ ତାହା ପ୍ରତିଫଳିତ ହୋଇଛି । ଏହାର ଫଟୋ ବି ଗଣମାଧ୍ୟମରେ ପ୍ରକାଶ ପାଇଛି । ସମସ୍ତେ ଏହାକୁ ଭୂୟସୀ ପ୍ରଶଂସା କରିଛନ୍ତି । ବେଶ୍ ଗୌରବର ସହ ଆଜି ଏହାର ଚର୍ଚ୍ଚା ଚାରିଆଡ଼େ କରାଯାଉଛି ।
କିନ୍ତୁ କାଗଜକଲମରେ ପୂର୍ବରୁ କରାଯାଇଥିବା ରାଜିନାମାର ଏତେ ବର୍ଷ ପରେ ସୁଦ୍ଧା ବୋଡ଼ୋ ରାଜିନାମା ସମସ୍ୟାର ସମାଧାନ ସୂତ୍ର ବାହାର କରିପାରିନଥିଲା । 4 ହଜାରରୁ ଅଧିକ ନିର୍ଦ୍ଦୋଷ ଲୋକ ଏଇଥିପାଇଁ ମୃତ୍ୟୁବରଣ କରିଛନ୍ତି । ଅନେକ ପ୍ରକାର ରୋଗ ସାମାଜିକ ଜୀବନକୁ ଯେଉଁ ସଂକଟ ଭିତରେ ପକାଇଥିଲା ତାହା ସେହିଭଳି ଭାବେ ଜାରି ରହିଥିଲା । କିନ୍ତୁ ଏଥର ଯେଉଁ ରାଜିନାମା ସ୍ୱାକ୍ଷରିତ ହୋଇଛି ତାହା ଏକ ପ୍ରକାର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ସକାଶେ ଏବଂ ସମଗ୍ର ଦେଶର ସାଧାରଣ ନାଗରିକଙ୍କ ପାଇଁ ଏକ ସନ୍ଦେଶ ଦେବା ଭଳି ଘଟଣା । ଏକଥା ଠିକ୍ ଯେ ଆମର ଉଦ୍ଦେଶ୍ୟ କଦାପି ରାଜନୈତିକ ଫାଇଦା ଉଠାଇବା ନୁହେଁ କିମ୍ବା କଥା କଥାକେ ଏହାର ଉଦାହରଣ ଦେଇ ବାହାଦୂରୀ ନେବା । ଏହାକୁ ପ୍ରଚାର ପ୍ରଚାର କରାଇବା । କିନ୍ତୁ ଆମେ ଏଭଳି ଶାନ୍ତି ପ୍ରୟାସ କରିଚାଲିବୁ ଏବଂ ଆମର ଏଭଳି ଉଦ୍ୟମ ଆଗକୁ ଜାରି ରହିବ ।
ଏଥର ବୋଡ଼ୋ ରାଜିନାମାର ଏକ ବିଶେଷତା ରହିଛି । ସମସ୍ତ ଅସ୍ତ୍ରଶସ୍ତ୍ରଧାରୀ ଗୋଷ୍ଠୀ ଏକ ସଙ୍ଗେ ଆସିଲେ, ସମସ୍ତ ଅସ୍ତ୍ରଶସ୍ତ୍ର ଏବଂ ସବୁ ପ୍ରକାର ଅଣ୍ଡରଗ୍ରାଉଣ୍ଡ୍ ଲୋକ ଆତ୍ମସମର୍ପଣ କଲେ । ଏବଂ ଦ୍ୱିତୀୟ କଥା ହେଲା, ସେହି ରାଜିନାମାର ନଥିରେ ଏକଥା ଉଲ୍ଲେଖ ରହିଛି ଯେ ଏହା ପରେ ବୋଡ଼ୋ ସମସ୍ୟା ସହିତ ଜଡ଼ିତ କୌଣସି ଦାବି ବାକି ରହିଯାଇନାହିଁ । ଆମର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ତ ପ୍ରଥମେ ଦୃଶ୍ୟ ହୁଏ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସକାଳ ଆସିନଥିଲା । ସୂର୍ଯ୍ୟ ତ ଉଦୟ ହୋଇ ଯାଉଥିଲେ । କିନ୍ତୁ ଅନ୍ଧକାର ଦୂର ହେଉନଥିଲା । ଆଜି ମୁଁ ଏକଥା ଦୃଢ଼ତାର ସହ କହିପାରିବି ଯେ ଆଜି ନୂତନ ସକାଳ ବି ଆସିଛି, ନୂତନ ସୂର୍ଜ୍ୟୋଦୟ ବି ହୋଇଛି, ନୂତନ କିରଣ ବି ଚାରିଆଡ଼େ ବିଚ୍ଛୁରିତ ହୋଇଛି । ଏବଂ ସେହି ପ୍ରକାଶ, ଯେତେବେଳେ ଆପଣମାନେ ନିଜର ଚଷମା ବଦଳାଇବେ ସେତେବେଳେ ଆପଣମାନଙ୍କୁ ତାହା ଦୃଶ୍ୟ ହେବ ।
ମୁଁ ଆପଣମାନଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ଯେ ଆପଣମାନେ ମୋ ବକ୍ତବ୍ୟ ପ୍ରଦାନ ବେଳେ ମଝିରେ ମଝିରେ ମୋତେ ବିରାମ ଦେବାର ଅବସର ପ୍ରଦାନ କରୁଛନ୍ତି ।
ଗତକାଲି ଏଠାରେ ସ୍ୱାମୀ ବିବେକାନନ୍ଦ ଜୀଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟା ଯାଇଥିଲା । ଆପଣମାନେ ତ ତାହାକୁ ରିପୋର୍ଟରୁ ହଟାଇ ଦେଇଛନ୍ତି, ମୁଁ ବି ତାହାର ଉଲ୍ଲେଖ କରିବିନାହିଁ । କିନ୍ତୁ ମୋର ଗୋଟିଏ ଛୋଟ ପୁରୁଣା କଥା ମନେ ପଡ଼ିଯାଉଛି । ଥରେ କିଛି ଲୋକ ରେଳଗାଡ଼ିରେ ବସି ଯାତ୍ରା କରୁଥିଲେ । ଏବଂ ଯେତେବେଳେ ସେମାନେ ଏହି ରେଳଯାତ୍ରା କରୁଥିଲେ ଏବଂ ଯେତେବେଳେ ରେଳଗାଡ଼ିର ବେଗ ବଢ଼ି ଯାଉଥିଲା, ଯେତେବେଳେ ରେଳ ଧାରଣାରୁ ଜୋର୍ ଶବ୍ଦ ବାହାରୁଥିଲା . . . ତାହା ସମସ୍ତେ ଅନୁଭବ କରିପାରୁଥିଲେ । ସେ ରେଳ ବଗିରେ ଜଣେ ସନ୍ଥ ମହାତ୍ମା ବି ବସିଥିଲେ । ସେ କହିଲେ ଯେ ଦେଖ, ରେଳ ଧାରଣା କେମିତି ଶବ୍ଦ କରୁଛି । ଏ ନିର୍ଜୀବ ରେଳ ଧାରଣା ବି ଆମମାନଙ୍କୁ କହୁଛି ଯେ ପ୍ରଭୁ ଆମକୁ ଏ ସଂସାର ସାଗରରୁ ପାର କରିଦିଅ. . . ଦ୍ୱିତୀୟ ସନ୍ଥ ଏକଥା ଶୁଣି କହିଉଠିଲେ, ନାଇଁ, ମୁଁ ସେ ଶବ୍ଦ ଶୁଣୁଛି । ମୋତେ ଶୁଣାଯାଉଛି ଯେ ଯେମିତି ସେ ରେଳ ଧାରଣା କହୁଛି – ପ୍ରଭୁ, ତୁମର ଅପାର ଲୀଳା . . . ପ୍ରଭୁ, ତୁମର ଲୀଳା ଅପାରରୁ ବି ଅପାର,. . । ସେଠାରେ ଜଣେ ମୌଲବୀ ସା’ବ୍ ବି ବସିଥିଲେ । ସେ କହିଲେ ମୋତେ ତ ଅଲଗା କିଛି ଶୁଣାଯାଉଛି . . . ସନ୍ଥମାନେ ପଚାରିଲେ, ଆପଣଙ୍କୁ କ’ଣ ଶୁଣା ଯାଉଛି ? ସେ କହିଲେ, ମୋତେ ଶୁଭୁଛି- ହେ ଆଲ୍ଲା, ତୁମର ଅପାର କରୁଣା . . . ହେ ଆଲ୍ଲା ତୁମର କରୁଣା ଅପାର । ପାଖରେ ଜଣେ ପହିଲମାନ ବି ବସିଥିଲେ । ସେ ଚଟାପଟ୍ କହିଉଠିଲେ, ମୋତେ ତ ଶୁଣାଯାଉଛି ଯେ ଏ ରେଳ ଧାରଣା କହିଚାଲିଛି- ଖା’ ରାବିଡ଼ି, କର୍ କସରତ୍… ଖା’ ରାବିଡ଼ି, କର୍ କସରତ୍ ।
ଗଲାକାଲି ବିବେକାନନ୍ଦ ଜୀଙ୍କ ବିଷୟରେ ଯାହାକିଛି କୁହାଗଲା ଯେମିତି ତାହା ମନଗଢ଼ା କଥା, ସେମିତି ଶୁଭୁଥିଲା . . . ଆପଣମାନଙ୍କୁ ସେକଥା ଦେଖିବା ସକାଶେ ଏତେ ଦୂର ଯିବାର କୌଣସି ଆବଶ୍ୟକତା ହିଁ ନଥିଲା, ଢ଼େର କିଛି ବେଶ୍ ପାଖରେ ରହିଛି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ମୋର କୃଷକ ଭାଇମାନଙ୍କ ପ୍ରସଙ୍ଗରେ ବି ଏଠାରେ ଆଲୋଚନା ହୋଇଛି । ବହୁତ କାର୍ଯ୍ୟ, ଏବଂ ଅନେକ ନୂତନ ଢ଼ଙ୍ଗରେ, ନୂତନ ଚିନ୍ତାଧାରାର ସହ ଗତ ଦିନରେ କରାଯାଇଛି ଏବଂ ଆଦରଣୀୟ ରାଷ୍ଟ୍ରପତି ଜୀ ନିଜର ଅଭିଭାଷଣରେ ତାହାର ଉଲ୍ଲେଖ କରିଛନ୍ତି । କିନ୍ତୁ ଯେଉଁ ଭଳି ଭାବେ ଏଠାରେ ତାହା ଉପରେ ଚର୍ଚ୍ଚା କରାଗଲା, ମୁଁ ଜାଣେନା ତାହା ଅଜ୍ଞାନତା ପୂର୍ବକ ଅଥବା ଜାଣିଶୁଣି ସେଭଳି କରାଯାଇଛି! କାରଣ କିଛି କଥା ଏଭଳି ରହିଛି ଯାହା ଉପରେ ଆମକୁ ଯଦି ତାହା ଜଣାଥାଏ ତେବେ କ୍ୱଚିତ ଆମେ ଏଭଳି କରିବସିବା ।
ଆମେ ସଭିଏଁ ଜାଣୁ ଯେ ଦେଢ଼ ଗୁଣ ପୃଥକ୍ ଭାବେ କରିବା ବିଷୟ । କେତେ ଦୀର୍ଘ ସମୟ ଧରି ତାହା ଅଟକି ରହିଥିଲା । ଆମର ସମୟର ତାହା ନଥିଲା, ପୂର୍ବ ସରକାରଙ୍କ ଅମଳର ତାହା ଥିଲା । କିନ୍ତୁ ଏହା ଆମମାନଙ୍କର ଦେଶର କୃଷକମାନଙ୍କ ପ୍ରତି ଦାୟିତ୍ୱ ଥିଲା । ତେଣୁ ଆମେ ସେ କାମକୁ ସଂପୂର୍ଣ୍ଣ କରିଦେଲୁ । ମୁଁ ତ ଆଶ୍ଚର୍ଯ୍ୟ ହେଉଛି । ଜଳସେଚନ ଯୋଜନାଗୁଡ଼ିକରୁ 80-90 ପ୍ରତିଶତ ଗତ 20-20 ବର୍ଷ ଧରି ସେମିତି ଅସଂପୂର୍ଣ୍ଣ ଭାବେ ପଡ଼ି ରହିଥିଲା । କେହି ସେ କଥା ପଚାରୁ ବି ନଥିଲେ । ହୋଟେଲ ଆରମ୍ଭ କରିଦେଲେ, ବାସ୍, କଥା ସରିଲା । ଆମକୁ ପ୍ରାୟ 99ଟି ଯୋଜନାର ସାକ୍ଷୀ ହେବାକୁ ପଡ଼ିଲା । 1 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ସେସବୁକୁ ସେଗୁଡ଼ିକର ଲଜିକାଲ୍ ହ୍ୟାଣ୍ଡ୍ ପର୍ଯ୍ୟନ୍ତ ଅଣାଗଲା ଏବଂ ଏବେ କୃଷକମାନେ ସେଥିରୁ ଫାଇଦା ପାଇବା ଆରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ଏହି ବ୍ୟବସ୍ଥା ଦ୍ୱାରା କୃଷକମାନଙ୍କ ମନରେ ଲଗାତାର ବିଶ୍ୱାସ ସୃଷ୍ଟି କରାଯାଇଛି । କୃଷକମାନଙ୍କ ତରଫରୁ ପାଖାପାଖି 13 ହଜାର କୋଟି ଟଙ୍କା ପ୍ରିମିୟମ୍ ପୈଠ କରାଯାଇଛି । କିନ୍ତୁ ପ୍ରାକୃତିକ ଆପଦା କାରଣରୁ ସେମାନଙ୍କର ଯେଉଁ କ୍ଷୟକ୍ଷତି ହୋଇଛି ସେଥିପାଇଁ ପ୍ରାୟ 56 ହଜାର କୋଟି ଟଙ୍କା କୃଷକମାନଙ୍କୁ ବୀମା ଯୋଜନା ମାଧ୍ୟମରେ ପ୍ରଦାନ କରାଯାଇଛି । କୃଷକମାନଙ୍କ ଆୟ ବୃଦ୍ଧି ପାଉ ସେଥିପ୍ରତି ଆମେ ସଦାସର୍ବଦା ପ୍ରାଥମିକତା ପ୍ରଦାନ କରିଆସିଛୁ । ଇନପୁଟ୍ ମୂଲ୍ୟ କିଭଳି କମ୍ ହେବ ତାହା ଉପରେ ବି ପ୍ରାଥମିକତା ପ୍ରଦାନ କରିଛୁ । ଏବଂ ପୂର୍ବରୁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ନାମରେ ଆମ ଦେଶରେ କ’ଣ ସବୁ ଘଟି ଚାଲିଥିଲା ? ପୂର୍ବରୁ 7 ଲକ୍ଷ ଟନ ଡ଼ାଲି ଏବଂ ତୈଳବୀଜ କିଣା ଯାଉଥିଲା । ଆମ କାର୍ଯ୍ୟକାଳରେ 100 ଲକ୍ଷ ଟନ୍ । ଇ- ନାମ୍ ଯୋଜନା ଆଜି ଡ଼ିଜିଟାଲ ୱାର୍ଲ୍ଡ ହୋଇପାରିଛି । ଆମର କୃଷକମାନେ ମୋବାଇଲ୍ ଫୋନ ଦ୍ୱାରା ସାରା ଦୁନିଆରେ ସେମାନଙ୍କର ଉତ୍ପାଦର ମୂଲ୍ୟ କେତେ ରହିଛି ତାହା ଜାଣି ପାରୁଛନ୍ତି । ବୁଝି ପାରୁଛନ୍ତି । ଇ- ନାମ୍ ଯୋଜନା ମାଧ୍ୟମରେ କୃଷକମାନେ ସେମାନଙ୍କର ଉତ୍ପାଦକୁ ଉଚିତ୍ ମୂଲ୍ୟରେ ବିକି ପାରୁଛନ୍ତି । ଏବଂ ମୋତେ ଏକଥା ପ୍ରକାଶ କରି ବେଶ୍ ଆନନ୍ଦ ଲାଗୁଛି ଯେ ଗାଁର କୃଷକମାନେ ଏହି ବ୍ୟବସ୍ଥା ଦ୍ୱାରା ପାଖା ପାଖି 1 କୋଟି 75ଲକ୍ଷ କୃଷକ ଏପର୍ଯ୍ୟନ୍ତ ଯୋଡ଼ି ହୋଇପାରିଛନ୍ତି । ଏବଂ ସେମାନେ ଏହି ଇ- ନାମ୍ ବ୍ୟବସ୍ଥା ମାଧ୍ୟମରେ ଆନୁମାନିକ ଭାବେ 1 ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି ।ଆମେ କୃଷକ କ୍ରେଡ଼ିଟ୍ କାର୍ଡ଼ର ବିସ୍ତାରଣ ଘଟାଇଛୁ । ଏଥି ସହ ସଂଶ୍ଳିଷ୍ଟ ଅନେକ ପ୍ରକାର ଅନ୍ୟାନ୍ୟ କାର୍ଯ୍ୟ ଯଥା, ତାହା ପଶୁ ପାଳନ ହୋଇଥାଉ, ମାଛ ଚାଷ ହୋଇଥାଉ, କୁକୁଡ଼ା ଚାଷ ହୋଇଥାଉ ତାହା ମଧ୍ୟ ବିସ୍ତାରିତ କରିଛୁ । ସୌର ଶକ୍ତି ଉତ୍ପାଦନ ଦିଗରେ ଆମେ ଆଗକୁ ଅଗ୍ରସର ହୋଇଛୁ । ସୌରଶକ୍ତି ଚାଳିତ ପମ୍ପ୍ କଥା ଉଠିଲେ ସେ ଦିଗରେ ମଧ୍ୟ ଆମେ ପ୍ରୟାସ ଜାରି ରଖିଛୁ । ଏହିଭଳି ଅନେକ ପ୍ରସଙ୍ଗ ସହିତ ବିକାଶ ପ୍ରକ୍ରିୟା ଯୋଡ଼ି ହୋଇଛି ଯାହା ଫଳରେ କି ଆଜି କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଢ଼େର୍ ମାତ୍ରାରେ ପରିବର୍ତ୍ତନ ଆସି ପାରିଛି ।
2014 ମସିହାରେ ଆମେ କ୍ଷମତାକୁ ଆସିବା ପୂର୍ବରୁ କୃଷି ମନ୍ତ୍ରଣାଳୟର ବଜେଟ ମାତ୍ର 27 ହଜାର କୋଟି ଟଙ୍କା ଥିଲା । ଏବେ ତାହା 5 ଗୁଣା ବୃଦ୍ଧି ପାଇଛି … 27 ହଜାର କୋଟିରୁ ପାଞ୍ଚଗୁଣା ବୃଦ୍ଧି ପାଇ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାରେ ଆମେ ପହଞ୍ଚାଇଛୁ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ମାଧ୍ୟମରେ ଦେଶର କୃଷକମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧା ସଳଖ ଅର୍ଥ ପହଞ୍ଚାଇଥାଏ । ସେଥିରେ କୌଣସି ମଧ୍ୟସ୍ଥ ଦଲାଲଙ୍କର କାର୍ଯ୍ୟ ନାହିଁ । କୌଣସି ପ୍ରକାର ଫାଇଲପତ୍ର କାମ ଝନଝଟ ବି ନାହିଁ । ଥରେ କ୍ଲିକ୍ କଲେ ଟଙ୍କା କୃଷକମାନଙ୍କ ଜମାଖାତାରେ ପହଞ୍ଚିଗଲା । କିନ୍ତୁ ମୁଁ ନିଶ୍ଚିତ ଭାବେ ଏଠାରେ ଉପସ୍ଥିତ ଥିବା ମାନ୍ୟବର ସଦସ୍ୟମାନଙ୍କୁ ଅନୁରୋଧ କରିବି ଯେ ଆପଣମାନେ ରାଜନୀତି କରିଚାଲନ୍ତୁ, କରିବା ବି ଦରକାର…ମୁଁ ସେ କଥା ବି ଜାଣିଛି । କିନ୍ତୁ ଆମେମାନେ ରାଜନୀତି କରିବା ସକାଶେ କଣ ଦେଶର କୃଷକମାନଙ୍କ ହିତ ସହିତ ଖେଳ ଖେଳିବା ଉଚିତ କି ? ମୁଁ ଏହି ପ୍ରସଙ୍ଗ ଉପରେ ମାନ୍ୟବର ସଦସ୍ୟମାନଙ୍କୁ ଅନୁରୋଧ କରିବି ଯେ ସେମାନେ ନିଜ ନିଜ ରାଜ୍ୟଆଡ଼େ ଦୃଷ୍ଟି ନିକ୍ଷେପ କରନ୍ତୁ । ଯେଉଁ କୃଷକମାନଙ୍କ ନାମରେ ବଢ଼େଇ ଚଢ଼େଇ କୁହାଯାଉଛି… ସେମାନଙ୍କ ଆଡ଼େ ସେମାନେ ଅଧିକ ମାତ୍ରାରେ ଦୃଷ୍ଟି ନିକ୍ଷେପ କରନ୍ତୁ – ସେମାନଙ୍କ ରାଜ୍ୟର କୃଷକମାନଙ୍କୁ କ’ଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମିଳୁଛି ? ସେଥିପାଇଁ ସେମାନଙ୍କ ରାଜ୍ୟର ସରକାର କୃଷକମାନଙ୍କ ସୂଚୀ କାହିଁକି ଦେଉନାହାନ୍ତି ? ଏ ଯୋଜନା ସହିତ ଯୋଡ଼ି ହେବାକୁ କାହିଁକି ଚାହୁଁନାହାନ୍ତି ? ଏଥିରେ କ୍ଷତି କାହାର ହେଉଛି ? କାହାର କ୍ଷତି ହେଉଛି ? ସେହିସବୁ ରାଜ୍ୟର କୃଷକମାନଙ୍କର ନା ? ମୁଁ ଚାହିଁବି ଯେ ଏଠାରେ ଏପରି କୌଣସି ଜଣେ ହେଲେ ମାନ୍ୟବର ସଦସ୍ୟ ନାହାନ୍ତି ଯିଏ ସମ୍ଭବତଃ ଜିହ୍ୱାକୁ ସଂଯତ ରଖି ଯିଏ ଖୋଲାଖୋଲି ଭାବେ କହି ନପାରିବେ । କିଛି କିଛି ସ୍ଥାନରେ ଢ଼େର୍ କିଛି କାର୍ଯ୍ୟ ହେଉଛି । କିନ୍ତୁ ସେମାନଙ୍କୁ ଜଣା ଥିବ । ସେହିଭଳି ଭାବେ ମୁଁ ମାନ୍ୟବର ସଦସ୍ୟଗଣଙ୍କୁ କହିବି ଯେ ଯେଉଁମାନେ ଏ ସଂପର୍କରେ ଢ଼େର୍ କିଛି କହିଛନ୍ତି ସେମାନେ ସେହିସବୁ ରାଜ୍ୟ ଆଡ଼େ ଚାହାନ୍ତୁ ଯେଉଁଠାରେ ସେମାନେ ବଡ଼ ବଡ଼ କଥା କହି, ଭୋଟ ସଂଗ୍ରହ କରିଛନ୍ତି, ଶପଥ ନେଇଛନ୍ତି, କ୍ଷମତା ସିଂହାସନ ଆରୋହଣ କରିଛନ୍ତି । କିନ୍ତୁ କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନାହାନ୍ତି । ଅନ୍ତତଃ ପକ୍ଷେ ଏଠାରେ ଉପସ୍ଥିତ ଥିବା ମାନ୍ୟବର ସଦସ୍ୟଗଣ ସେହିସବୁ ରାଜ୍ୟମାନଙ୍କର ବି ପ୍ରତିନିଧି ହୋଇଥିବେ । ତେଣୁ ସେମାନେ ନିଶ୍ଚିତ ଭାବେ ସେହିସବୁ ରାଜ୍ୟମାନଙ୍କୁ କହନ୍ତୁ ଯେ ସେମାନେ କୃଷକମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବାରେ କୌଣସି ପ୍ରକାର ଖିଲାପ ନ କରନ୍ତୁ ।
ମାନନୀୟ ଅଧ୍ୟକ୍ଷ ଜୀ, ଯେତେବେଳେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ସେତେବେଳେ ମୁଁ ବିସ୍ତାରିତ ଭାବେ ସମସ୍ତଙ୍କ ସମ୍ମୁଖରେ ଗୋଟିଏ ପ୍ରାର୍ଥନା ମଧ୍ୟ କରିଥିଲି ଏବଂ ନିଜର ବିଚାର ବି ରଖିଥିଲି । ଏହା ପରେ ସଂସଦର ଅଧିବେଶନ ଆରମ୍ଭରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ କଥାବାର୍ତ୍ତା କରିଥିଲି ସେତେବେଳେ ବି ସେଇକଥା କହିଥିଲି ଯେ ଆମେ ସଂପୂର୍ଣ୍ଣ ଭାବେ ଆର୍ଥିକ ପ୍ରସଙ୍ଗ, ଦେଶର ଆର୍ଥିକ ପରିସ୍ଥିତି ଉପରେ ସବୁ ବିଷୟ ଲାଗି ନିଜକୁ ସମର୍ପିତ କରିବା ଉଚିତ । ଆମ ନିକଟରେ ଯେତେଯେତେ ଚେତନା ରହିଛି, ଯେତେଯେତେ ସାମର୍ଥ୍ୟ ଅଛି, ଯେତେଯେତେ ବୁଦ୍ଧି, ପ୍ରତିଭା ରହିଛି, ସେସବୁକୁ ନିସ୍ୱାର୍ଥପର ଭାବେ ଏହି ସଂସଦର ଅଧିବେଶନ ବେଳେ ଉଭୟ ସଦନକୁ ଆମେ ଆଣି ଉପସ୍ଥାପନ କରିବା । କାରଣ ଦେଶ ଦୁନିଆର ଏବେ ଯେଉଁ ଆର୍ଥିକ ସ୍ଥିତି ରହିଛି ତାହାର ଲାଭ ଉଠାଇବା ସକାଶେ ଭାରତ କି କି ପ୍ରକାର ପଦକ୍ଷେପ ଗ୍ରହଣ କରିବା ଦରକାର, କେଉଁ ମାର୍ଗ ଆପଣାଇବା ଆବଶ୍ୟକ ଯଦ୍ୱାରା ଦେଶର ଉପକାର ହୋଇପାରିବ ସେ ବିଷୟରେ ଆଲୋଚନା କରିବା । ମୁଁ ଚାହିଁବି ଏହି ଅଧିବେଶନରେ ଏବେ ବି ଢ଼େର୍ ସମୟ ବଞ୍ଚିଛି, ବ୍ରେକ୍ ପରେ ଆମେ ଯେତେବେଳେ ପୁଣି ଥରେ ଏକତ୍ରିତ ହେବା, ସେତେବେଳେ ସଂପୂର୍ଣ୍ଣ ଶକ୍ତିର ସହ ସବୁ ସଦସ୍ୟ ମିଶି ଏଭଳି ଆଲୋଚନା କରିବା । ଏହା ମୋର ସବୁ ସଦସ୍ୟଙ୍କୁ ଅନୁରୋଧ । ଆମେ ଆର୍ଥିକ ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ଆଲୋଚନା କରିବା, ବ୍ୟାପକ ଭାବେ ତାହା ଉପରେ ତର୍ଜମା କରିବା, ଏବଂ ଭଲ ଭଲ ଓ ନୂଆ ନୂଆ ପରାମର୍ଶ ଗୃହରେ ଉପସ୍ଥାପନ କରିବା । ତଦ୍ୱାରା ଦେଶର ସାରା ପୃଥିବୀରେ ଯେଉଁ ମର୍ଯ୍ୟାଦା ସୃଷ୍ଟି ହେବ ତାହାର ଫାଇଦା ଭାରତକୁ ପ୍ରାପ୍ତ ହେବ ଏବଂ ସଂପୂର୍ଣ୍ଣ ଶକ୍ତିର ସହ ଦେଶ ଆଗକୁ ବଢ଼ି ପାରିବ । ଏଥିପାଇଁ ମୁଁ ସମସ୍ତଙ୍କୁ ଆମନ୍ତ୍ରଣ ଜଣାଉଛି ।
ହଁ, ମୁଁ ଏକଥା ମାନୁଛି ଯେ ଆର୍ଥିକ ବିଷୟମାନଙ୍କୁ ଉପରେ ମହତ୍ତ୍ୱପୂର୍ଣ୍ଣ କଥା ଆମ ସମସ୍ତଙ୍କ ଦାୟିତ୍ୱ । ଏବଂ ଏହି ଦାୟିତ୍ୱରେ ପୁରୁଣା କଥାକୁ ଆମେ ଭୁଲି ମଧ୍ୟ ପାରିବାନାହିଁ । କାରଣ ଆଜି ଆମେ କେଉଁଠି ଅଛେ ତାହାର ଖବର ଆମକୁ ସେତିକିବେଳେ ଜଣାପଡ଼ିବ ଯେତେବେଳେ ଆମେ ଚିନ୍ତା କରିବା ଯେ ଗତକାଲି ଆମେ କେଉଁଠି ଥିଲେ । ଏକଥା ସତ କିନ୍ତୁ ଆମର ମାନନୀୟ ସଦସ୍ୟଗଣ କହନ୍ତି ଯେ ଏକଥା କାହିଁକି ହେଲାନାହିଁ, ଏକଥା କେବେ ହେବ, ଏ କଥା କେମିତି ହେବ, କେଉଁ ପର୍ଯ୍ୟନ୍ତ ଆମେ ତାହା କରିବୁ । କିଛି ଲୋକଙ୍କ ଲାଗୁଛି ଯେ ଆପଣମାନେ ଆଲୋଚନା କରୁଛନ୍ତି, କିନ୍ତୁ ମୁଁ ସେ କଥାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ଆପଣମାନେ ଆଲୋଚନା କରୁଛନ୍ତି, ମୁଁ ଖୁସି ଯେ ଆପଣମାନେ ମୋତେ ବୁଝି ପାରିଛନ୍ତି । କାରଣ, ଆପଣମାନଙ୍କର ଏହା ବିଶ୍ୱାସ ଯେ କରିବ ତ ଏଇ ଲୋକ ହିଁ କରିବ…ଏବଂ ଏବେ ସେଇଥିପାଇଁ ଆପଣମାନଙ୍କ ଏପରି କଥାକୁ ମୁଁ ସମାଲୋଚନା ବୋଲି ଗ୍ରହଣ କରୁନାହିଁ ।
ମୁଁ ମାର୍ଗଦର୍ଶନକୁ ମାନୁଛି, ପ୍ରେରଣାକୁ ମାନୁଛି । ଏବଂ ସେଇଥିପାଇଁ ମୁଁ ଏସବୁ କଥାକୁ ସ୍ୱାଗତ କରୁଛି । ଏବଂ ସ୍ୱୀକାର କରିବାର ପ୍ରୟାସ ମଧ୍ୟ କରୁଛି । ସେଇଥିପାଇଁ ଏଭଳି ଯେତେ ପ୍ରକାର କଥା ସୂଚୀତ କରାଯାଇଛି ସେଥିପାଇଁ ମୁଁ ବିଶେଷ ଭାବେ ଆପଣମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । କାରଣ କାହିଁକି ହେଲାନାହିଁ, କେବେ ହେବ, କେମିତି ହେବ, ସେସବୁ ଭଲ କଥା । ଦେଶ ପାଇଁ ଆମେ ସଭିଏଁ ଚିନ୍ତା କରୁଛେ । କିନ୍ତୁ ପୁରୁଣା କଥା ବିନା ଆଜିର କଥାକୁ ବୁଝିବା ବଡ଼ କଠିନ କଥା । ଏବେ ଆମେ ଜାଣିଛେ ଆମ ପୂର୍ବରୁ କି ପ୍ରକାର କାଳଖଣ୍ଡ ଥିଲା । ଦୁର୍ନୀତି ପ୍ରସଙ୍ଗରେ ସବୁଦିନ ଚର୍ଚ୍ଚା ଚାଲିଥିଲା । ପ୍ରତ୍ୟେକ ସମ୍ବାଦପତ୍ରର ଶିରୋନାମାରେ ତାହା ହେଡ଼ଲାଇନ୍ ଭାବେ ଛପୁଥିଲା । ସଂସଦରେ ବି ଦୁର୍ନୀତି ପ୍ରସଙ୍ଗରେ ସରଗରମ ଆଲୋଚନା ହେଉଥିଲା । ସେତେବେଳେ ବି ଏଇକଥା କୁହାଯାଉଥିଲା । ଅଣପେସାଦାରୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ କିଏ ଅବା ଭୁଲି ପାରିବ ? ଦୁର୍ବଳ ଭିତ୍ତିଭୂମି ନୀତିକୁ କିଏ ଭୁଲି ପାରିବ ? ଏଭଳି ସମଗ୍ର ସ୍ଥିତିରୁ ବାହାରକୁ ବାହାରିବା ପାଇଁ ଆମେ ସମସ୍ୟାଗୁଡ଼ିକର ସମାଧାନ ପନ୍ଥା ଖୋଜିବା ସକାଶେ ଦୀର୍ଘକାଳୀନ ଲକ୍ଷ୍ୟର ସହ ନିଶ୍ଚିତ ମାର୍ଗ ଆପଣାଇଛୁ । ନିଶ୍ଚିତ ଲକ୍ଷ୍ୟକୁ ଧରି ତାହା ପୂରଣ କରିବା ସକାଶେ ଆମେ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିଛୁ । ଏବଂ ମୋର ବିଶ୍ୱାସ ଯେ ଏହାର ପରିଣାମ ହେଉଛି ଏଇଆ ଯେ ଆଜି ଅର୍ଥନୀତିରେ ଆର୍ଥିକ ନିଅଣ୍ଟ କମିଛି । ଦରଦାମ ବୃଦ୍ଧି ହ୍ରାସ ନିୟନ୍ତ୍ରିତ ରହିଛି । ଏବଂ ମାକ୍ରୋ ଇକୋନୋମି ସ୍ଥିର ଭାବେ ରହିଛି ।
ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ଯେ ଆପଣମାନେ ମୋ ପ୍ରତି ବିଶ୍ୱାସ ପ୍ରକଟ କରିଛନ୍ତି । ଏ କଥା ବି ଆମେ କରିବୁ । ହଁ, ଗୋଟିଏ କଥା ଆମେ କରିବୁନାହିଁ… ଗୋଟିଏ କଥା କଦାପି କରିବୁ ନାହିଁ… ନା କରିବାକୁ ଦେବୁ । ତାହା ହେଉଛି ଆପଣମାନଙ୍କ ବେରୋଜଗାରୀ ହଟିବାକୁ ଦେବୁନାହିଁ ।
ଜିଏସଟି ସଂପର୍କରେ ବହୁତ ବଡ଼ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । କର୍ପୋରେଟ ଟିକସ ହ୍ରାସ କରିବା କଥା ହେଉ, ଆଇବିସି ଲୋନ କଥା ହେଉ, ଏଫଡ଼ିଆଇ ବ୍ୟବସ୍ଥାକୁ ସରଳୀକରଣ କରିବା କଥା ହୋଇଥାଉ, ବ୍ୟାଙ୍କଗୁଡ଼ିକର ରିକ୍ୟାପିଟାଲାଇଜେସନ୍ କରିବା କଥା ହୋଇଥାଉ, ଯେତେବେଳେ ଯାହା କିଛି ସମୟର ଆବଶ୍ୟକତା ପଡ଼ିଛି ଆମେ ତାହା କରିଛୁ । ଏ ସବୁ ପଦକ୍ଷେପ ଆମରି ସରକାର ହିଁ ଉଠାଇଛି । ଉଠାଇଚାଲିବ ଏବଂ ଏହାର ଲାଭ ବି ଆସିବା ଆରମ୍ଭ କରିଛି ।ଏବଂ ସେହିସବୁ ସଂସ୍କାର ଯାହାର ଚର୍ଚ୍ଚା ସଦାବେଳେ କରାଯାଉଥିଲା । ଆପଣମାନଙ୍କ ମଧ୍ୟରେ ଯେଉଁ ପଣ୍ଡିତ ଲୋକ ଥିଲେ ସେମାନେ ସଦାବେଳେ ଏହା କହୁଥିଲେ । କିନ୍ତୁ କରିପାରୁ ନଥିଲେ । ଅର୍ଥଶାସ୍ତ୍ରୀମାନେ ବି ଯେଉଁସବୁ ପ୍ରସଙ୍ଗ ଉପରେ ଆଲୋଚନା କରୁଥିଲେ ଆଜି ତାହା ଗୋଟିକ ପରେ ଗୋଟିଏ ସେସବୁକୁ ଆମ ସରକାର ଲାଗୁ କରିବା ଆରମ୍ଭ କରିଛି । ନିବେଶକମାନଙ୍କ ଭରସା ଆମ ଉପରେ ବୃଦ୍ଧି ପାଇଛି । ଆମର ଅର୍ଥବ୍ୟବସ୍ଥାକୁ ମଜଭୁତ କିଭଳି କରାଯାଇପାରିବ ସେଥିପାଇଁ ମଧ୍ୟ ଆମେ କେତେଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଗ୍ରହଣ କରିଛୁ ।
2019 ଜାନୁଆରୀରୁ 2020 ଭିତରେ ଛଅ ଥର ଜିଏସଟି ରାଜସ୍ୱ ଏକ ଲକ୍ଷ କୋଟିରୁ ଅଧିକ ହୋଇଛି । ଯଦି ମୁଁ ଏଫଡ଼ିଆଇ କଥା କହିବି ତେବେ 2018 ମସିହା ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ଭିତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ମାତ୍ରା 22 ବିଲିଅନ୍ ଡ଼ଲାର ଥିଲା । ଆଜି ସେହି ଅବଧି ଭିତରେ ଏଫଡ଼ିଆଇ ପରିମାଣ 26 ବିଲିଅନ୍ ଡ଼ଲାର ପାର କରିସାରିଛି । ଏହି କଥା ଆମକୁ ଶିକ୍ଷା ଦେଉଛି ଯେ ବିଦେଶୀ ନିବେଶକମାନଙ୍କ ମନରେ ଭାରତ ପ୍ରତି ଭରସା ବଢ଼ିଛି। ଭାରତର ଅର୍ଥ ବ୍ୟବସ୍ଥା ଉପରେ ସେମାନେ ଆସ୍ଥା ପ୍ରକଟ କରିଛନ୍ତି । ଏବଂ ଭାରତରେ ଆର୍ଥିକ କ୍ଷେତ୍ରରେ ଥିବା ଅପାର ଅବସରକୁ ସେମାନେ ଲକ୍ଷ୍ୟ କରିପାରିଛନ୍ତି । ଏହା ସେମାନଙ୍କ ମନରେ ବଦ୍ଧମୂଳ ଧାରଣା ସୃଷ୍ଟିକରିଛି । ତାହା ପରେ ହିଁ ସେମାନେ ଏଠାକୁ ଆସିବା ଆରମ୍ଭ କରିଛନ୍ତି । ଏବଂ ଭୁଲ୍ ଧାରଣା ପ୍ରସାର କରାଯିବା ସତ୍ତ୍ୱେ ବି ସେଥିରୁ ବାହାରି ଲୋକମାନେ ଏଠାକୁ ଆସୁଛନ୍ତି । ଏହା ବି ଢ଼େର୍ ବଡ଼ କଥା ବୋଲି ସ୍ୱୀକାର କରିବାକୁ ପଡ଼ିବ ।
ଆମର ପରିକଳ୍ପନା ହେଲା ଅଧିକ ନିବେଶ, ଉତ୍ତମ ଭିତ୍ତିଭୂମି ସୃଷ୍ଟି ଏବଂ ଅଧିକ ଭାଲ୍ୟୁ ଆଡ଼ିସନ୍ ଏବଂ ଅଧିକରୁ ଅଧିକ କର୍ମ ସଂସ୍ଥାନ ସୃଷ୍ଟି ।
ଆପଣମାନେ ଦେଖନ୍ତୁ, ମୁଁ କୃଷକମାନଙ୍କ ଠାରୁ ବେଶ୍ କିଛି କଥା ଶିଖିଥାଏ । ଯେଉଁମାନେ କୃଷକ ସେମାନେ ଅତ୍ୟଧିକ ଗ୍ରୀଷ୍ମରେ କ୍ଷେତରେ ହଳଯୋଚି ହଳ କରିଥାନ୍ତି । କିନ୍ତୁ ସେମାନେ ସେତେବେଳେ କ୍ଷେତରେ ବିହନ ବୁଣନ୍ତି ନାହିଁ । ସେମାନେ ବିହନ ବୁଣିବାକୁ ଉପଯୁକ୍ତ ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଏବଂ ଏବେ ଗତ ଦଶ ମିନିଟ ଧରି ଏହି ଗୃହରେ ଯାହା ଚାଲିଥିଲା, ନା ତାହା ମୋର କ୍ଷେତରେ ହଳ କରିବାର ସମୟ, ନା କାମ କରିବାର ଅବସର । ଏବେ ବରାବର ଭାବେ ଆପଣମାନଙ୍କ ମନରେ ଏକଥା ବସି ସାରିଥିବ । ଏବେ ମୁଁ ଗୋଟି ଗୋଟି କରି କ୍ଷେତରେ ବିହନ ବୁଣିଚାଲିବି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ମୁଦ୍ରା ଯୋଜନା, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ଏହିସବୁ ଯୋଜନାଗୁଡ଼ିକ ଦେଶରେ ସ୍ୱରୋଜଗାର କ୍ଷେତ୍ରକୁ ବହୁତ ବଡ଼ ଶକ୍ତି ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ । ଏହି ଦେଶର କୋଟି କୋଟି ଲୋକ ଯେଉଁମାନେ ପ୍ରଥମ ଥର ପାଇଁ ମୁଦ୍ରା ଯୋଜନାରୁ ଋଣ ନେଇ ନିଜେ ନିଜେ ନିଜର ରୋଜି ରୋଟି ଉପାର୍ଜନ କରିପାରିଛନ୍ତି । କିନ୍ତୁ ଏଥିସହ ଅନ୍ୟ ଜଣେ, ଦୁଇଜଣ, ତିନିଜଣଙ୍କୁ ମଧ୍ୟ ରୋଜଗାର ପନ୍ଥା ଯୋଗାଇବାରେ ସହାୟକ ହୋଇପାରିଛନ୍ତି । କେବଳ ଏତିକି ନୁହେଁ, ପ୍ରଥମ ଥର ପାଇଁ ବ୍ୟାଙ୍କଗୁଡ଼ିକରୁ ଯେଉଁମାନଙ୍କୁ ଅର୍ଥ ମିଳିଛି ମୁଦ୍ରା ଯୋଜନା ମାଧ୍ୟମରେ, ସେମାନଙ୍କ ମଧ୍ୟରୁ 70 ପ୍ରତିଶତ ହେଉଛନ୍ତି ଆମର ମା’ ଭଉଣୀମାନେ । ଯେଉଁମାନେ ଅର୍ଥନୈତିକ ଦୃଷ୍ଟିକୋଣରୁ ସକ୍ରିୟ ଅବସ୍ଥାରେ ନଥିଲେ, ସେମାନେ ଆଜି ଦେଶର ଅର୍ଥନୀତିକୁ ବଢ଼ାଇବା ଦିଗରେ କେଉଁଠି ନା କେଉଁଠି କାର୍ଯ୍ୟରତ ଅଛନ୍ତି, ଏଥିରେ ଯୋଗଦାନ କରିଛନ୍ତି । 28 ହଜାରରୁ ଅଧିକ ଷ୍ଟାର୍ଟ ଅପ୍ଙ୍କୁ ଚିହ୍ନଟ କରାଯାଇଛି । ଏବଂ ଆଜି ଏକଥା ଏକ ଖୁସିର ଘଟଣା ଯେ ଟାୟାର 2 ଟାୟାର 3 ବର୍ଗର ସହରରେ ସେମାନେ କାର୍ଯ୍ୟରତ ଅଛନ୍ତି । ଅର୍ଥାତ୍, ଆମ ଦେଶର ଯୁବଗୋଷ୍ଠୀ ନୂତନ ସଂକଳ୍ପର ସହ ଆଗକୁ ବଢ଼ି ଚାଲିଛନ୍ତି । ମୁଦ୍ରା ଯୋଜନା ଅଧୀନର 22 କୋଟିରୁ ଅଧିକ ଋଣ ମଞ୍ଜୁର କରାଯାଇଛି ଏବଂ କୋଟି କୋଟି ଯୁବକଯୁବତୀ ଏହା ମାଧ୍ୟମରେ ରୋଜଗାରର ପନ୍ଥା ପାଇପାରିଛନ୍ତି ।
ବିଶ୍ୱ ବ୍ୟାଙ୍କର ଉଦ୍ୟୋଗୀ ସଂପର୍କୀତ ଡାଟାର ଉଦାହରଣ ଧରାଯାଉ । ସେଥିରେ ସମଗ୍ର ବିଶ୍ୱରେ ଭାରତର ସ୍ଥାନ ତୃତୀୟରେ ରହିଛି । ସେପ୍ଟେମ୍ବର 2017 ଠାରୁ ସେପ୍ଟେମ୍ବର 2019 ମଧ୍ୟରେ ଇପିଏଫଓ ପେ-ରୋଲ ଡାଟାରେ 1 କୋଟି 49 ଲକ୍ଷ ନୂତନ ନାମ ଯୋଡ଼ା ଯାଇଛି । ସେମାନେ ତ ବିନା ରୋଜଗାରରେ ଏ ଟଙ୍କା ପଇଠ କରନ୍ତି ନାହିଁ… ମୁଁ ଜଣେ କଂଗ୍ରେସ ନେତାଙ୍କ ଘୋଷଣା ପତ୍ର ଗଲା କାଲି ଶୁଣିଲି । ସେ ଘୋଷଣା କରିଛନ୍ତି ଯେ 6 ମାସ ଭିତରେ ମୋଦୀଙ୍କୁ ଲାଠି ମାରିବେ । ଏବଂ ଏକଥା… ଏକଥା ସତ ଯେ ଏ କାମ ବଡ଼ କଠିନ । ତେଣୁ ପ୍ରସ୍ତୁତି ସକାଶେ 6 ମାସ ନିର୍ଦ୍ଧାରଣ କରିଛୁ ଯେ ପ୍ରତି ଦିନ ସକାଳେ ସୂର୍ଯ୍ୟ ନମସ୍କାର ସଂଖ୍ୟା ବଢ଼େଇ ଦେବି । ତା’ହେଲେ ଏପର୍ଯ୍ୟନ୍ତ ଯେଉଁ ପ୍ରକାର ପାଖାପାଖି 20 ବର୍ଷ ଧରି ଯେଉଁ ପ୍ରକାର ଗନ୍ଧିଆ ଗାଳି ଶୁଣି ଆସୁଛି ଓ ନିଜକୁ ନିଜେ ଗାଳି ପ୍ରୁଫ୍ ବନେଇଦେବି । ଛଅ ମାସ ଧରି ଏଭଳି ସୂର୍ଯ୍ୟ ନମସ୍କାର କରିବି, ଏମିତି ସୂର୍ଯ୍ୟ ନମସ୍କାର କରିବି ଯେ ମୋ ପିଠିରେ ଯେତେବେଳେ ଲାଠିମାଡ଼ ପଡ଼ିବ ତାହା ମୋତେ ଅଧିକ ଶକ୍ତିଶାଳୀ ବନେଇଦେବ । ତେଣୁ ମୁଁ ତାଙ୍କ ନିକଟରେ କୃତଜ୍ଞ ଯେ ସେ ତାହା ପ୍ରଥମରୁ ଘୋଷଣା କରିଦେଇଛନ୍ତି ଯେ ମୋତେ ଏହି 6 ମାସ ମୋର ବ୍ୟାୟାମ ବଢ଼ାଇଦେବା ଲାଗି ଅବସର ମିଳିବ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଶିଳ୍ପ ଏବଂ ଡ଼ିଜିଟାଲ ଇକୋନୋମି, ଏହା କୋଟି କୋଟି ନୂତନ କର୍ମସଂସ୍ଥାନ ପାଇଁ ଅବସର ନେଇ ଆସେ । କୌଶଳ ବିକାଶ, ନୂତନ କୌଶଳଯୁକ୍ତ କର୍ମଶକ୍ତିକୁ ପ୍ରସ୍ତୁତ କରିବା, ଶ୍ରମ ଆଇନରେ ସଂସ୍କାର ଲାଗି ସାଂସଦମାନେ ତ ଏକ ପ୍ରସ୍ତାବକୁ ଆଗକୁ ବଢ଼େଇ ନେଇ ସାରିଛନ୍ତି । ଏ ସଂକ୍ରାନ୍ତରେ ଆଉ କିଛି ପ୍ରସ୍ତାବ ମଧ୍ୟ ରହିଛି । ମୋର ବିଶ୍ଵାସ ଯେ ଏହି ସଦନ ସେସବୁକୁ ଅଧିକ ଶକ୍ତି ପ୍ରଦାନ କରିବ । ତଦ୍ୱାରା ଦେଶରେ ରୋଜଗାରର ଅବସର ସୃଷ୍ଟି ହେବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବନାହିଁ । ଆମେ ବିଗତ ଶତାବ୍ଦୀର ଚିନ୍ତାଧାରାର ସହ ଆଗକୁ ଅଗ୍ରସର ହେବାକୁ ଚାହୁଁନା । ଆମେ ପରିବର୍ତ୍ତିତ ବିଶ୍ୱ ପରସ୍ଥିତିରେ ନୂତନ ଚିନ୍ତାଧାରାର ସହ ଏଭଳି ସକଳ ପରିବର୍ତ୍ତନକୁ ନେଇ ଆଗକୁ ଆଗେଇବା ଦରକାର । ଏବଂ ଏ ସଦନର ସମସ୍ତ ମାନନୀୟ ସଦସ୍ୟଗଣଙ୍କୁ ମୁଁ ବିନମ୍ର ପ୍ରାର୍ଥନା କରିବି ଯେ ଶ୍ରମ ଆଇନରେ ସଂସ୍କାର କାର୍ଯ୍ୟ ସେମାନେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଆଗକୁ ବଢ଼ାଇ ନିଅନ୍ତୁ । ଏହା ଦ୍ୱାରା ରୋଜଗାରର ନୂଆ ନୂଆ ସୁଯୋଗ ମିଳି ପାରିବ । ଏବଂ ମୁଁ ବିଶ୍ୱାସ କରୁଛି ଯେ 5 ଟ୍ରିଲିଅନ୍ ଡ଼ଲାର ଅର୍ଥନୀତି, ଇଜ୍ ଅଫ୍ ଡ଼ୁଇଂ ବିଜିନେସ୍, ଇଜ୍ ଅଫ୍ ଲିଭିଂ…
ମାନନୀୟ ଅଧ୍ୟକ୍ଷ ମହୋଦୟ, ଏକଥା ସତଯେ ଆମେ ଆଗାମୀ ଦିନରେ 16 କୋଟିର ଭିତ୍ତିଭୂମି ମିଶନ ନେଇ ଆଗକୁ ଅଗ୍ରସର ହେଉଛୁ । କିନ୍ତୁ ଗତ କାର୍ଯ୍ୟକାଳ ଅବଧିରେ ବି ଆପଣମାନେ ଦେଖିଥିବେ ଯେ ଦେଶର ଅର୍ଥନୀତିକୁ ଶକ୍ତି ପ୍ରଦାନ କରିବା ସକାଶେ, ଏହାକୁ ଅଧିକ ମଜଭୁତ କରିବା ଲାଗି ଭିତ୍ତିଭୂମିର ବହୁତ ବଡ଼ ମହତ୍ତ୍ୱ ଥିଲା । ଏବଂ ଭିତ୍ତିଭୂମିକୁ ଯେତିକି ବଳ ମିଳିବ ଏବଂ ଏହାର ଗତିବିଧି ଯେତିକି ସକ୍ରିୟ ହେବ, ତାହା ଦେଶର ଅର୍ଥନୀତିକୁ ସେତିକି ଆଗକୁ ଆଗେଇ ନେବ, ରୋଜଗାରର ସୁଯୋଗ ବି ସୃଷ୍ଟି କରିବ । ନୂଆ ନୂଆ ଉଦ୍ୟୋଗମାନ ମୁଣ୍ଡ ଟେକିବାର ଅବସର ବି ମିଳିପାରିବ । ତେଣୁ ଏଇ କାରଣରୁ ଆମେ ଭିତ୍ତିଭୂମିର ବିକାଶକୁ ସଂପୂର୍ଣ୍ଣ ଗତିଶୀଳ କରିବା ସକାଶେ ଏହା ଉପରେ ପ୍ରାଧାନ୍ୟ ଦେଇଛୁ । କିନ୍ତୁ ଏହା ସର୍ବପ୍ରଥମେ ଦେବାକୁ ହେବ ଅନ୍ୟଥା ଭିତ୍ତିଭୂମିର ଅର୍ଥ ଏଇଆ ଥିଲା ଯେ କେବଳ ସିମେଣ୍ଟ କଂକ୍ରିଟର କଥା । ପୂର୍ବରୁ ଭିତ୍ତିଭୂମିର ଉଦ୍ଦେଶ୍ୟ ଏଇଆ ଥିଲା ଯେ ଟେଣ୍ଡର ପ୍ରକ୍ରିୟା । ପୂର୍ବର ଭିତ୍ତିଭୂମିର ଅର୍ଥ ଥିଲା ବାଟମାରଣା ଏବଂ ଦଲାଲିଗିରି । ଯେତେବେଳେ ବି ଭିତ୍ତିଭୂମିର କଥା ଉଠୁଥିଲା ଲୋକମାନଙ୍କୁ ଲାଗୁଥିଲା ଯେ ସେଥିରୁ କିଛି ଦୁର୍ନୀତିର ଗନ୍ଧ ବାହାରୁଛି ।
ଆଜି ଆମେ ସ୍ୱଚ୍ଛତାର ସହ, ଏକବିଂଶ ଶତାବ୍ଦୀର ଆଧୁନିକ ଓ ନୂତନ ଭାରତ ନିର୍ମାଣ ସକାଶେ ଯେଉଁ ଭିତ୍ତିଭୂମି ଠିଆ କରାଉଛୁ, ତାହା ଅର୍ଥନୀତିକୁ ବଳ ପ୍ରଦାନ କରୁଛି । ଏବଂ ଆମର ଭିତ୍ତିଭୂମି- ଏହା କେବଳ ସିମେଣ୍ଟ କଂକ୍ରିଟର ଖେଳ ହୋଇ ରହିନାହିଁ । ମୁଁ ମାନୁଛି ଭିତ୍ତିଭୂମି ଏକ ଭବିଷ୍ୟତ ନେଇ ଆସେ । କାର୍ଗିଲଠାରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଏବଂ କଚ୍ଛଠାରୁ ଆରମ୍ଭ କରି କୋହିମା ପର୍ଯ୍ୟନ୍ତ ଏହାକୁ ଯଦି ଯୋଡ଼ି ଦିଆଯିବା କାର୍ଯ୍ୟ କରିବାର ଶକ୍ତି ଥାଏ ତାହା କେବଳ ଭିତ୍ତିଭୂମିର ବିକାଶ ଦ୍ୱାରା ହିଁ ସାକାର କରାଯିବା ସମ୍ଭବପର । ଆକାଂକ୍ଷା ଏବଂ ସଫଳତା ହାସଲକୁ ଯୋଡ଼ିବା କାର୍ଯ୍ୟ କେବଳ ଭିତ୍ତିଭୂମି ଦ୍ୱାରା ହିଁ ସମ୍ଭବପର ।
ଜନସାଧାରଣ ଏବଂ ସେମାନଙ୍କର ସ୍ୱପ୍ନକୁ ପକ୍ଷ ପ୍ରଦାନ କରିବାର ଶକ୍ତି ଯଦି କାହାର ଥାଏ ତାହା ହେଲା ଉପଯୁକ୍ତ ଭିତ୍ତିଭୂମିର ଗଠନ । ଲୋକଙ୍କ ସୃଜନଶୀଳତାକୁ ଉପଭୋକ୍ତାଙ୍କ ସହ ଯୋଡ଼ିବାର କାମ ଏହି ଭିତ୍ତିଭୂମି ହିଁ ସଂପାଦନ କରିଥାଏ । ଜଣେ ଶିଶୁକୁ ସ୍କୁଲ ସହ ଯୋଡ଼ିବାର କାର୍ଯ୍ୟ ଭିତ୍ତିଭୂମି ସାକାର କରିଥାଏ । ଏହା ଯେତେ ଛୋଟ କାର୍ଯ୍ୟ ବୋଲି ଲାଗୁଥିଲେ ସୁଦ୍ଧା ଭିତ୍ତିଭୂମି ବିନା ଏହାକୁ କଦାପି ସଂପୂର୍ଣ୍ଣ କରିହେବ ନାହିଁ । ଜଣେ କୃଷକକୁ ବଜାର ସହ ଯୋଡିବା କାମ ଭିତ୍ତିଭୂମି ହିଁ ପୂରଣ କରିପାରିବ । ଜନ ଜନଙ୍କୁ ପରସ୍ପର ସହ ଯୋଡ଼ିବା କାର୍ଯ୍ୟ ମଧ୍ୟ ଏହି ଭିତ୍ତିଭୂମି ସୁଦୃଢ଼ୀକରଣ ଦ୍ୱାରା କରାଯିବା ସମ୍ଭବପର । ଜଣେ ଗରିବ ଗର୍ଭବତୀ ମା’କୁ ବି ହସ୍ପିଟାଲ ସହ ଯୋଡ଼ିବା କାର୍ଯ୍ୟ ଭିତ୍ତିଭୂମି ଦ୍ୱାରା ସାକାର ହୋଇପାରିବ । ଏବଂ ସେଇଥିପାଇଁ ଜଳସେଚନ ଠାରୁ ଶିଳ୍ପ ପର୍ଯ୍ୟନ୍ତ ସାମାଜିକ ଭିତ୍ତିଭୂମି ଠାରୁ ନେଇ ଗ୍ରାମାଞ୍ଚଳ ଭିତ୍ତିଭୂମି ପର୍ଯ୍ୟନ୍ତ, ସଡ଼କ ଠାରୁ ବନ୍ଦର ପର୍ଯ୍ୟନ୍ତ ଏବଂ ବିମାନପଥ ଠାରୁ ଆରମ୍ଭ କରି ଜଳପଥ ପର୍ଯ୍ୟନ୍ତ ଆମେ ଏଭଳି ଅନେକ ଅନେକ ପଦକ୍ଷେପ ଗ୍ରହଣ କରିଛୁ । ବିଗତ 5 ବର୍ଷ ଭିତରେ ଦେଶ ଏସବୁ କାର୍ଯ୍ୟ ଦେଖିଆସିଛି । ଏବଂ ଲୋକମାନେ ଯେତେବେଳେ ଏସବୁ ଦେଖିଲେ ସେତେବେଳେ ତ ସେମାନେ ଆମକୁ ପୁଣି ଥରେ ଏଠାରେ ବସାଇଲେ । ଏଇତ ଭିତ୍ତିଭୂମି ଯାହା ଆମକୁ ଏଠାରେ ପହଞ୍ଚାଇଛି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ମୁଁ ଏଠାରେ ଗୋଟିଏ ଛୋଟ ଉଦାହରଣ ଦେବାକୁ ଚାହୁଁଛି… ତାହା ହେଲା ଏଇଆ ଯେ ଆମର ଏଠାରେ ଭିତ୍ତିଭୂମିର କ୍ଷେତ୍ରରେ କିଭଳି କାର୍ଯ୍ୟ ହେଉଛି । ଆମର ଏଠାରେ ଭିତ୍ତିଭୂମି କ୍ଷେତ୍ରରେ କିଭଳି କାର୍ଯ୍ୟ ସଂପାଦନ କରାଯାଉଛି, ତାହା କେବଳ ଆମର ଦିଲ୍ଲୀର ଉଦାହରଣ ଆପଣମାନେ ନିଅନ୍ତୁ । ଦିଲ୍ଲୀରେ ଟ୍ରାଫିକ୍, ପର୍ଯ୍ୟାବରଣ କିମ୍ବା ହଜାର ହଜାର ଟ୍ରକ୍ ପ୍ରତିଦିନ ଦିଲ୍ଲୀ ସହର ଭିତର ଦେଇ ଯାତାୟାତ କରୁଛନ୍ତି । 2009 ମସିହାରେ ୟୁପିଏ ସରକାରର ସଂକଳ୍ପ ଥିଲା ଯେ 2009 ପର୍ଯ୍ୟନ୍ତ ସେମାନେ ଦିଲ୍ଲୀର ଚତୁଃପାର୍ଶ୍ଵରେ ଯେଉଁ ଏକ୍ସପ୍ରେସ୍ ୱେ ରହିଛି ତାହାକୁ 2009 ସୁଦ୍ଧା ସଂପୂର୍ଣ୍ଣ କରିବେ । ଏହା ୟୁପିଏ ସରକାରଙ୍କ ସଂକଳ୍ପ ଥିଲା । 2014 ରେ ଆମେ କ୍ଷମତାକୁ ଆସିଲୁ । ସେ ପର୍ଯ୍ୟନ୍ତ ସେ କାର୍ଯ୍ୟ କେବଳ କାଗଜକଲମରେ ହିଁ ବନ୍ଧାହୋଇ ପଡ଼ି ରହିଥିଲା, ଅଟକି ରହିଥିଲା । ଏବଂ 2014 ମସିହା ପରେ ମିଶନ ମୋଡ଼ରେ ଆମେ ଏହି କାର୍ଯ୍ୟକୁ ନେଇଥିଲୁ ଏବଂ ଆଜି ପେରିଫେରାଲ ଏକ୍ସପ୍ରେସ୍ ୱେର କାମ ସଂପୂର୍ଣ୍ଣ ହୋଇପାରିଛି । 40 ହଜାରରୁ ଅଧିକ ଟ୍ରକ୍ ଯାହା ଆଜି ଦିଲ୍ଲୀ ନଗରୀ ଭିତରକୁ ପ୍ରବେଶ କରୁନାହାନ୍ତି, ସିଧା ବାହାରେ ବାହାରେ ଯାତାୟାତ କରୁଛନ୍ତି, ଏହାର ମହତ୍ଵ କ’ଣ ତାହା ଆପଣମାନେ ଅନୁମାନ କରିପାରୁଥିବେ । ଏହାର ମହତ୍ତ୍ୱ କଣ ? 2009 ମସିହା ସୁଦ୍ଧା ପୂରଣ କରାଯିବାକୁ ଥିବା ସ୍ୱପ୍ନ 2014 ପର୍ଯ୍ୟନ୍ତ କାଗଜ କଲମରେ ଅଟକି ରହିବାର କାରଣ କଣ ? କାହିଁକି ପଡ଼ି ରହିଥିଲା ? ଏହି ହେଉଛି ପାର୍ଥକ୍ୟ । ଏହାକୁ ବୁଝିବା ଲାଗି କିଛି ସମୟ ଅବଶ୍ୟ ଲାଗିବ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଆଉ କିଛି ବିଷୟକୁ ମଧ୍ୟ ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହେଁ । ଶଶି ଥରୁର ମହାଶୟ, ଏହା ଭୁଲ୍ ହେବ, ତଥାପି, କାରଣ କିଛି ଲୋକ କଥାରେ କଥାରେ ଏଠାରେ ସମ୍ବିଧାନକୁ ସୁରକ୍ଷିତ ରଖିବାର କଥା କହୁଛନ୍ତି । ମୁଁ ବି ତାହା ମାନୁଛି ଯେ ସମ୍ବିଧାନକୁ ସୁରକ୍ଷା ଦେବାର କଥା କଂଗ୍ରେସକୁ ଦିନକୁ 100 ଥର କହିବା ଆବଶ୍ୟକ । ଏହା କଂଗ୍ରେସର ମନ୍ତ୍ର ହେବା ଆବଶ୍ୟକ । 100 ଥର ସମ୍ବିଧାନ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ଏକଥା ନାରା ଦେବା ଜରୁରି… କାରଣ ସମ୍ବିଧାନ ସହିତ କେବେ କ’ଣ ହୋଇଥିଲା, ଯଦି ସମ୍ବିଧାନର ମାହାତ୍ମ୍ୟ ଆପଣମାନେ ବୁଝିଥାନ୍ତେ ତା’ହେଲେ ସମ୍ବିଧାନ ସହିତ କେବେ ଏଭଳି ଘଟଣା ଘଟିନଥାନ୍ତା । ସେଥିପାଇଁ ଯେତେଥର ଆପଣମାନେ ସମ୍ବିଧାନ ବୋଲି ଶବ୍ଦ ଉଚ୍ଚାରଣ କରିବେ, ହୋଇଥାଇପାରେ, କିଛି କଥା ଆପଣମାନଙ୍କୁ ଆପଣମାନଙ୍କ ଭୁଲ୍ ତ୍ରୁଟି ସୁଧାରିବାକୁ ସୂଚାଇ ଦେଉଥାଇପାରେ । ଆପଣମାନଙ୍କର ସେହି ଉଦ୍ଦେଶ୍ୟକୁ ସ୍ମରଣ କରାଇ ଦେବ ଏବଂ ଆପଣମାନଙ୍କୁ ସତରେ ସମ୍ବିଧାନ ଏ ଦେଶରେ ମହାମୂଲ୍ୟ ବହନ କରେ ଓ ଏହାର ଶକ୍ତି କେତେ ବୋଲି ଅନୁଭବ କରାଇବ !
ମାନନୀୟ ଅଧ୍ୟକ୍ଷ ମହାଶୟ, ଏହା ହେଉଛି ମଉକା ଯେ ଜରୁରି ପରସ୍ଥିତି ବେଳେ ସମ୍ବିଧାନକୁ ବଞ୍ଚାଇବା କଥା ଆପଣମାନଙ୍କର ସ୍ମରଣ ହୋଇନଥିଲା । ଜରୁରି ପରିସ୍ଥିତି ବେଳେ ଏହି ଲୋକ ଯେଉଁମାନେ ସମ୍ବିଧାନ ବଞ୍ଚାଇବା ସକାଶେ ବାରମ୍ବାର କହି ବୁଲୁଛନ୍ତି, ସେମାନେ ନିରବ ଥିଲେ । କାରଣ ନ୍ୟାୟପାଳିକା ଏବଂ ନ୍ୟାୟିକ ସମୀକ୍ଷାର ଅଧିକାରକୁ ସେମାନେ ଛିନ୍ନ କରିଥିଲେ । ତେଣୁ ଏବେ ସେମାନଙ୍କୁ ବାରମ୍ବାର ସମ୍ବିଧାନ ସମ୍ବିଧାନ ବୋଲି କହିବା ଦରକାର ।
ଯେଉଁ ଲୋକମାନେ ଲୋକମାନଙ୍କ ଠାରୁ ସେମାନଙ୍କର ବଞ୍ଚିବାର ଅଧିକାର ଛିନ୍ନ କରିବା କଥା କହୁଥିଲେ ସେହି ଲୋକମାନେ ଆଜି ବାରମ୍ବାର ସମ୍ବିଧାନ ଶବ୍ଦ ଉଚ୍ଚାରଣ କରୁଛନ୍ତି । ସେମାନଙ୍କୁ ତାହା କହିବାକୁ ପଡ଼ୁଛି । କହିବାକୁ ବି ପଡ଼ିବ । ଯେଉଁ ଲୋକମାନେ ସର୍ବାଧିକ ଥର ସମ୍ବିଧାନକୁ ବଦଳାଇ ପ୍ରସ୍ତାବ ଆଣିଥିଲେ ସେହି ଲୋକମାନେ ଆଜି ସମ୍ବିଧାନ ବଞ୍ଚାଇବା କଥା କହୁଛନ୍ତି । କାରଣ ସେମାନଙ୍କୁ ଏକଥା କହିବା ଛଡ଼ା ଅନ୍ୟ କୌଣସି ଚାରା ନାହିଁ । ଡ଼ଜନ ଥର ରାଜ୍ୟ ସରକାରଙ୍କୁ ବରଖାସ୍ତ ଆପଣମାନେ କରିଛନ୍ତି । ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ବରଖାସ୍ତ ବି କରିଛନ୍ତି । ସେମାନଙ୍କ ଲାଗି ସମ୍ବିଧାନ ବଞ୍ଚାଇବା ବୋଲି କହି ବୁଲିବା ଏ ସରକାରର ଆବଶ୍ୟକତା ।
କ୍ୟାବିନେଟର ଗୋଟିଏ ପ୍ରସ୍ତାବ ପାରିତ ହୋଇଛି । ଲୋକତନ୍ତ୍ର ଏବଂ ସମ୍ବିଧାନ ଦ୍ୱାରା ଗଠିତ କ୍ୟାବିନେଟ, ଗୋଟିଏ ପ୍ରସ୍ତାବ ଗୃହୀତ କରିଛି । ସେହି ପ୍ରସ୍ତାବକୁ ସାମ୍ବାଦିକ ସମ୍ମିଳନୀରେ ଫାଡ଼ିବା ସେହି ଲୋକମାନଙ୍କ ସକାଶେ ସମ୍ବିଧାନକୁ ବଞ୍ଚାଅ ବୋଲି ଶିକ୍ଷା ଗ୍ରହଣ ଏକାନ୍ତ ଜରୁରି । ସେଥିପାଇଁ ସେ ଲୋକଙ୍କୁ ବାରମ୍ବାର ସମ୍ବିଧାନ ବଞ୍ଚାଅ ମନ୍ତ୍ର ଉଚ୍ଚାରଣ କରିବା ଅତ୍ୟାବଶ୍ୟକ ।
ପ୍ରଧାନମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉପରେ ଜାତୀୟ ଉପଦେଷ୍ଟା ପରିଷଦ… ରିମୋଟ କଣ୍ଟ୍ରୋଲ ଦ୍ୱାରା ସରକାର ଚଳାଇବା ତରିକା କରୁଥିବା ଲୋକଙ୍କୁ ସମ୍ବିଧାନର ମାହାତ୍ମ୍ୟକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ ।
ମାନନୀୟ ଅଧ୍ୟକ୍ଷ ମହାଶୟ, ସମ୍ବିଧାନର ଓକିଲାତି ନାମରେ ଦିଲ୍ଲୀ ଏବଂ ଦେଶରେ କ’ଣ କ’ଣ ହୋଇଚାଲିଛି ? ସେ ସଂପର୍କରେ ଦେଶ ଭଲ ଭାବେ ଅବଗତ ଅଛି । ଦେଶ ସେକଥା ବୁଝୁଛି ଏବଂ ଦେଶର ଚୁପ୍ପଣ କେବେ ନା କେବେ ତ ରଙ୍ଗ ଆଣିବ ।
ସର୍ବୋଚ୍ଚ ନ୍ୟାୟାଳୟ ଯାହା ସମ୍ବିଧାନ ପ୍ରତି ସିଧା ସଳଖ ଭାବେ ଏକ ମହତ୍ଵପୂର୍ଣ୍ଣ ଅଙ୍ଗ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବାରମ୍ବାର ଏକଥା କହି ଚାଲିଛନ୍ତି ଯେ ଆନ୍ଦୋଳନ ଏଭଳି ହେବା ଅନୁଚିତ ଯାହା ଦ୍ୱାରା ଦେଶର ସାଧାରଣ ନାଗରିକଙ୍କୁ ଅସୁବିଧା ପହଞ୍ଚିବ । ଆନ୍ଦୋଳନ ଏଭଳି ହେବା ଅନୁଚିତ ଯାହା ହିଂସାତ୍ମକ ମାର୍ଗରେ କରାଯାଉଥିବ ।
ସମ୍ବିଧାନକୁ ବଞ୍ଚାଇବା କଥା କୁହାଯାଉଛି ଏବଂ ସେତିକିବେଳେ…. କିନ୍ତୁ ଏହି ବାମପନ୍ଥୀ ଲୋକ, ଏହି କଂଗ୍ରେସ ଲୋକ, ଏହି ଭୋଟ ବ୍ୟାଙ୍କର ରାଜନୀତି କରୁଥିବା ଲୋକ ସେଠାକୁ ଯାଇ ଲୋକମାନଙ୍କୁ ଉସୁକାଉଛନ୍ତି । ଉତ୍ତେଜନା ସୃଷ୍ଟି କରିବା ଭଳି କଥା କହୁଛନ୍ତି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଜଣେ ଶାୟର କହିଛନ୍ତି – ଖୁବ୍ ପର୍ଦ୍ଦା ହୈ, କି ଚିଲମନ ସେ ଲଗେ ବୈଠେ ହେଁ । ଖୁବ୍ ପର୍ଦ୍ଦା ହୈ, କି ଚିଲମନ ସେ ଲଗେ ବୈଠେ ହେଁ , ସାଫ୍ ଛୁପତେ ଭି ନହିଁ, ସାମନେ ଆତେ ଭି ନହିଁ ! ପବ୍ଲିକ୍ ସବ୍ ଜାନତେ ହେଁ, ସବ୍ ସମଝତେ ହେଁ ।
ମାନନୀୟ ଅଧ୍ୟକ୍ଷ ମହୋଦୟ , ବିଗତ ଦିନମାନଙ୍କରେ ଯେଉଁ ଭାଷାରେ କଥା କୁହାଗଲା, ଯେଉଁ ପ୍ରକାର ବକ୍ତବ୍ୟ ଦିଆଗଲା, ସେମାନେ ଏହାର ଆଲୋଚନା ଆଜି ସଦନ ଭିତରେ ବଡ଼ ବଡ଼ ନେତାମାନେ ବି ସେଠାରେ ପହଞ୍ଚି ଯାଉଥିଲେ । ସେଥିପାଇଁ ମୋ ମନରେ ଘୋର ଅବସୋସ । ପଶ୍ଚିମ ବଙ୍ଗର ପୀଡ଼ିତ ଲୋକ ଏଠାରେ ବସିଛନ୍ତି, ଯଦି ସେଠାରେ କ’ଣ ଚାଲିଛି ତାହାର କଚ୍ଚା ଚିଠା ଖୋଲିଦେବେ ତ ଦାଦା ଆପଣଙ୍କୁ ତ ନିଶ୍ଚୟ ଅସୁବିଧା ହେବ । ନିର୍ଦ୍ଦୋଷ ଲୋକମାନଙ୍କୁ କିପରି ଭାବେ ମୃତ୍ୟୁ ଦିଆଯାଉଥିଲା ତାହା ତ ଆପଣ ଭଲ ଭାବେ ଜାଣିଛନ୍ତି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, କଂଗ୍ରେସ ଶାସନକାଳରେ ସମ୍ବିଧାନର ସ୍ଥିତି କ’ଣ ଥିଲା, ଲୋକମାନଙ୍କ ଅଧିକାରର ସ୍ଥିତି କ’ଣ ଥିଲା, ମୁଁ ସେକଥା ଥରେ ସେଇମାନଙ୍କୁ ପଚାରିବାକୁ ଚାହେଁ। ଯଦି ସମ୍ବିଧାନ ଏତେ ମହତ୍ଵପୂର୍ଣ୍ଣ, ଯାହାକି ଆମେ ମାନୁଛୁ, ଯଦି ଆପଣମାନେ ତାହା ମାନିଥାନ୍ତେ ତା’ହେଲେ ଜମ୍ମୁ କଶ୍ମୀରରେ ଭାରତର ସମ୍ବିଧାନ ଲାଗୁ କରିବାରୁ ଆପଣମାନଙ୍କୁ କିଏ ରୋକୁଥିଲା ? ଏହି ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଥିବା ଅଧିକାରମାନ ଦ୍ୱାରା ଜମ୍ମୁ କଶ୍ମୀରର ମୋର ଭାଇ ଭଉଣୀମାନଙ୍କୁ ବଞ୍ଚିତ ରଖିବାର ପାପ କିଏ କରିଥିଲା ? ଶଶି ମହାଶୟ, ଆପଣ ତ ଜମ୍ମୁ କଶ୍ମୀରର ଜ୍ୱାଇଁ, ଆରେ, ଆପଣ ଯଦି ସେଠାକାର କନ୍ୟାମାନଙ୍କ କଥା ଚିନ୍ତା କରିଥାନ୍ତେ, ଆପଣ ସମ୍ବିଧାନ କଥା କହୁଛନ୍ତି ଏବଂ ସେଇଥିପାଇଁ ମାନନୀୟ ଅଧ୍ୟକ୍ଷ ମହାଶୟ, ଜଣେ ମାନନୀୟ ସାଂସଦ କହିଲେ ଯେ ଜମ୍ମୁ କଶ୍ମୀର ନିଜର ଅସ୍ତିତ୍ୱ ହରାଇ ବସିଛି, କିଏ କହିଲା, କାହା କାହା ନଜରରେ ତ ଜମ୍ମୁ କଶ୍ମୀରର ଅର୍ଥ କେବଳ ଭୂମି ହିଁ ଥିଲା ।
ମାନନୀୟ ଅଧ୍ୟକ୍ଷ ଜୀ, କଶ୍ମୀରରେ ଯାହାଙ୍କୁ କେବଳ ଭୂମି ହିଁ ଦେଖାଯାଉଛି, ସେମାନଙ୍କୁ ଏ ଦେଶ ସଂପର୍କରେ କିଛି ହେଲେ ଧାରଣା ଅଛି ତ ? ତାହା ସେମାନଙ୍କର ବୌଦ୍ଧିକ ଦରିଦ୍ରତାକୁ ହିଁ ପ୍ରମାଣସିଦ୍ଧ କରୁଛି । କଶ୍ମୀର ଭାରତର ମୁକୁଟ ମଣି ଭାବେ ପରିଚିତ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, କଶ୍ମୀରର ପରିଚୟ ବମ୍ ବନ୍ଧୁକ ଓ ବିଚ୍ଛିନ୍ନତାବାଦୀଙ୍କୁ ସୃଷ୍ଟି କରିଥିଲା । 19 ଜାନୁଆରୀ, 1990ରେ ଯେଉଁ ଲୋକ ଏବେ ପରିଚୟର କଥା କହୁଛନ୍ତି, 19 ଜାନୁଆରୀ, 1990 ଦିନ, ସେହି ଅନ୍ଧକାରାଚ୍ଛନ୍ନ ରାତି, ସେହି ଦିନ କିଛି ଲୋକ କଶ୍ମୀରର ପରିଚୟକୁ କବର ଦେଇଥିଲେ । କଶ୍ମୀରର ପରିଚୟ ସୁଫି ପରମ୍ପରା ଭାବେ ପରିଚିତ । କଶ୍ମୀର ପରିଚୟ ସର୍ବପନ୍ଥ ସମଭାବର । କଶ୍ମୀରର ପ୍ରତିନିଧି ମା ଲାଲଦେଡ଼, ନନ୍ଦଋଷି, ସଦୈବ ବୁଲବୁଲ ଶାହ, ମୀର ସୟଦ୍ ଅଲୀ ହମଦାନୀ, ଏହା ହେଲା କଶ୍ମୀରର ଅସଲ ପରିଚୟ ।
ମାନନୀୟ ଅଧ୍ୟକ୍ଷ ଜୀ, କିଛି ଲୋକ କହନ୍ତି ଯେ ଧାରା 370 ହଟାଯିବା ପରେ ନିଆଁ ଲାଗିଯିବ । ସେମାନେ କିଭଳି ଭବିଷ୍ୟବକ୍ତା, ତାହା ମୁଁ ବୁଝିପାରୁନାହିଁ । ନିଆଁ ଲାଗିଯିବ, 370 ଧାରା ହଟାଇ ଦିଆଯିବା ପରେ ଏଭଳି ଘଟିବ । ଆଜି ଯେଉଁ ଲୋକମାନେ କହୁଛନ୍ତି, ମୁଁ ସେମାନଙ୍କୁ ଏକଥା ସୂଚାଇବାକୁ ଚାହେଁ, କିଛି ଲୋକ କହନ୍ତି ଯେ କିଛି ନେତାଙ୍କୁ ଜେଲ୍ରେ ପୂରାଯାଇଛି । ମୁଁ ଏହି ସଦନକୁ କହିବାକୁ ଚାହେଁ … ଏ ସଦନ ହେଉଛି ସମ୍ବିଧାନକୁ ରକ୍ଷା କରିବାର ଗୃହ, ଏହା ସମ୍ବିଧାନ ପ୍ରତି ଦାୟିତ୍ୱ ନିର୍ବାହ କରିବା ଭଳି ସଦସ୍ୟମାନଙ୍କ ଦ୍ୱାରା ଭରପୂର . . । ମୁଁ ସବୁ ମାନନୀୟ ସଦସ୍ୟଙ୍କ ଆତ୍ମାକୁ ଆଜି ଛୁଇଁବାକୁ ପ୍ରୟାସ କରିବାକୁ ଚାହେଁ, ଯଦି ମୁଁ ଛୁଇଁ ପାରିବି ।
ମାନନୀୟ ଅଧ୍ୟକ୍ଷ ଜୀ, ମେହବୁବା ମୁଫତୀ ଜୀ 5 ଅଗଷ୍ଟ ଦିନ କ’ଣ କହିଥିଲେ, ମେହବୁବା ମୁଫତୀ ଜୀ କହିଥିଲେ, ଏବଂ ସମ୍ବିଧାନକୁ ସମର୍ପିତ ଲୋକ ଥରେ ଏକଥା ଧ୍ୟାନପୂର୍ବକ ଶୁଣନ୍ତୁ । ମେହବୁବା ମୁଫତୀ ଜୀ କହିଥିଲେ, ଭାରତରେ. . . ଏ ଶବ୍ଦ ଭାରୀ ଗମ୍ଭୀର । ସେ କହିଥିଲେ – ଭାରତ କଶ୍ମୀର ସହ ଧୋକାଦାରୀ କରିଛି । ଆମେ ଯେଉଁ ଦେଶ ସହ ରହିବାକୁ ସିଦ୍ଧାନ୍ତ ନେଇଥିଲୁ ସେ ଦେଶ ଆମକୁ ଧୋକା ଦେଇଛି । ଏମିତି ଲାଗୁଛି ଯେମିତି ଆମେ 1947 ମସିହାରେ କିଛି ଭୁଲ୍ କରି ବସିଥିଲୁ । କ’ଣ ଏ ସମ୍ବିଧାନକୁ ମାନୁଥିବା ଲୋକ ଏଭଳି ପ୍ରକାର ଭାଷାକୁ ସ୍ୱୀକାର କରିବେ କି ? ସେମାନଙ୍କ ପାଇଁ ଓକିଲାତି କରୁଛ ? ସେମାନଙ୍କୁ ଅନୁମୋଦନ କରୁଛ? ଏହିଭଳି ଭାବେ ଶ୍ରୀମାନ୍ ଉମର ଅବଦୁଲ୍ଲା ଜୀ କହିଥିଲେ, ସେ କହିଥିଲେ- ଧାରା 370କୁ ହଟାଇବା ଏମିତି ଭୂକମ୍ପ ଆଣିବ ଯେ କଶ୍ମୀର ଭାରତ ଠାରୁ ପୃଥକ୍ ହୋଇଯିବ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଫାରୁଖ ଅବଦୁଲ୍ଲା ଜୀ କହିଥିଲେ- ଧାରା 370 ହଟାଯିବା କଶ୍ମୀରର ଲୋକମାନଙ୍କ ସ୍ୱାଧୀନତାର ମାର୍ଗକୁ ପ୍ରଶସ୍ତ କରିବ । ଯଦି 370 ହଟାଇ ଦିଆଯିବ ତ ଭାରତର ତ୍ରିରଙ୍ଗା ଉଡ଼ାଉଥିବା କଶ୍ମୀରରେ କେହି ରହିବେ ନାହିଁ । କ’ଣ ଏଭଳି ଭାଷାରେ, ଏଭଳି ଭାବନାରେ ଭାରତର ସମ୍ବିଧାନ ପ୍ରତି ସମର୍ପିତ କେହି ବ୍ୟକ୍ତି ଏପରି କଥାକୁ ସ୍ୱୀକାର କରିବେ ? କ’ଣ ଏଭଳି କଥା ସହ ସହମତ ହୋଇପାରିବେ ? ମୁଁ ଏ କଥା ସେଇମାନଙ୍କ ପାଇଁ କହୁଛି ଯାହାଙ୍କ ନିକଟରେ ଆତ୍ମା ଅଛି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଏମାନେ ସେଇ ଲୋକ ଯାହାଙ୍କୁ କଶ୍ମୀରର ଲୋକମାନଙ୍କ ଉପରେ ଭରସା ନାହିଁ ଏବଂ ସେଇଥିପାଇଁ ସେମାନେ ଏଭଳି ଭାଷା କହୁଛନ୍ତି । କିନ୍ତୁ ଆମେ ସେଇ ଲୋକ ଯାହାଙ୍କର କଶ୍ମୀରର ସାଧାରଣ ଜନତାଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି । ଆମେ ସେମାନଙ୍କ ଉପରେ ଭରସା କରିଛୁ । ଆମେ କଶ୍ମୀରର ଲୋକମାନଙ୍କ ଉପରେ ଭରସା କରି ସମ୍ବିଧାନର ଧାରା 370କୁ ଉଚ୍ଛେଦ କରିଛୁ ଏବଂ ଆଜି ସେଠାରେ ବିକାଶର ଗତି କ୍ଷୀପ୍ରତର ହୋଇଛି । ଏବଂ ଏହି ଦେଶର କୌଣସି କ୍ଷେତ୍ରର ସ୍ଥିତିକୁ ବିଗାଡ଼ିବା ଲାଗି ଆମେ କଦାଚିତ ମଞ୍ଜୁରି ଦେବୁନାହିଁ । ଦେବା ମଧ୍ୟ ଉଚିତ ନୁହେଁ । ତାହା କଶ୍ମୀର ହୋଇଥାଉ, ଉତ୍ତର–ପୂର୍ବାଂଚଳ କ୍ଷେତ୍ର ହୋଇଥାଉ, କେରଳ ହୋଇଥାଉ, ଏଭଳି ଅନୁମତି କଦାପି ଦିଆଯିବ ନାହିଁ । ଆମର ମନ୍ତ୍ରୀମାନେ ମଧ୍ୟ ବିଗତ ଦିନରେ ଲଗାତର ଭାବେ ଜମ୍ମୁ–କଶ୍ମୀର ଗସ୍ତ କରୁଛନ୍ତି ଏବଂ ସେଠାକାର ସାଧାରଣଙ୍କ ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କର ଭଲମନ୍ଦ ଓ ସୁଖଦୁଃଖ ସଂପର୍କରେ ଅବଗତ ହେଉଛନ୍ତି । ଲୋକମାନଙ୍କ ସହ ଭାବ ବିନିମୟ କରି ସେଠାକାର ସମସ୍ୟାଗୁଡ଼ିକୁ ସମାଧାନ କରିବା ଲାଗି ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ମୁଁ ଆଜି ଏହି ସଦନରେ ଜମ୍ମୁ-କଶ୍ମୀରର ଉଜ୍ୱଳ ଭବିଷ୍ୟତ ପାଇଁ, ଜମ୍ମୁ-କଶ୍ମୀରର ବିକାଶ ପାଇଁ, ଜମ୍ମୁ-କଶ୍ମୀରର ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା ନିମନ୍ତେ ଆମ ସରକାରର ପ୍ରତିବଦ୍ଧତା ଦୋହରାଉଛି । ଆମେ ସମ୍ବିଧାନ ପ୍ରତି ସଂପୂର୍ଣ୍ଣ ଭାବେ ସମର୍ପିତ ଥିବା ଲୋକ । ସମସ୍ତଙ୍କ ପ୍ରତି ଆମ ମନରେ ସମାନ ସଂକଳ୍ପ ରହିଛି । କିନ୍ତୁ ଏଥିସହ ଲଦାଖ ସଂପର୍କରେ ମଧ୍ୟ ମୁଁ କିଛି ସୂଚନା ଦେବାକୁ ଚାହିଁବି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଆମ ଦେଶରେ ସିକିମ ଏଭଳି ଏକ ପ୍ରଦେଶ ଯାହା ନିଜକୁ ନିଜେ ଏକ ଅର୍ଗାନିକ ଷ୍ଟେଟ ଭାବେ ପରିଚିତ କରାଇପାରିଛି ଏବଂ ଗୋଟିଏ ଦୃଷ୍ଟିରୁ କହିଲେ ଦେଶର କେତେକ ରାଜ୍ୟକୁ ସିକିମ ଭଳି ଏକ ଛୋଟ ରାଜ୍ୟ ପ୍ରେରଣା ଯୋଗାଇ ଆସୁଛି । ସିକିମର କୃଷକ, ସିକିମର ନାଗରିକ ଏଥିପାଇଁ ଅଭିନନ୍ଦନ ପାଇବାର ହକଦାର ଅଟନ୍ତି । ଲଦାଖ – ମୁଁ ମାନୁଛି ଲଦାଖ ପ୍ରସଙ୍ଗରେ ମୋ ମନରେ ଅନେକ ଚିତ୍ର ସ୍ପଷ୍ଟଭାବେ ନାଚି ଉଠୁଛି ଏବଂ ସେଥିପାଇଁ ଆମେ ଚାହୁଁ ଯେ ଲଦାଖ ଯେଭଳି ଭାବେ ଆମର ପଡୋଶୀ ଭୁଟାନର ଭୂରି ଭୂରି ପ୍ରଶଂସା ହେଉଛି ସେଥିରେ ପର୍ଯ୍ୟାବରଣ ସୁରକ୍ଷା ପ୍ରସଙ୍ଗଠାରୁ ନେଇ କାର୍ବନ ନ୍ୟୁଟ୍ରାଲ ରାଷ୍ଟ୍ର ଭାବେ ସାରା ବିଶ୍ୱରେ ତାହା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ଦେଶବାସୀ ସଂକଳ୍ପ ନେବା ଉଚିତ ଏବଂ ଆମ ସମସ୍ତଙ୍କୁ ଏ ଦିଗରେ ପ୍ରତିବଦ୍ଧ ହେବା ଆବଶ୍ୟକ ଯେ ଲଦାଖକୁ ମଧ୍ୟ ଆମେ ଏକ କାର୍ବନ ନ୍ୟୁଟ୍ରାଲ କ୍ଷେତ୍ର ଭାବେ ବିକଶିତ କରିବା । ଦେଶପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ ଏବଂ ଏହାର ଲାଭ ଆଗାମୀ ପିଢିମାନଙ୍କୁ ଏକ ମଡେଲ ଭାବେ ମିଳିପାରିବ । ମୋର ଏହା ପୂର୍ଣ୍ଣ ବିଶ୍ୱାସ ଏବଂ ମୁଁ ଯେତେବେଳେ ଲଦାଖ ଯିବି ଏହାକୁ ସେମାନଙ୍କ ସହ କିଛିଦିନ ଏକତ୍ର ରହି ଏଥିପାଇଁ ଏକ ଡିଜାଇନ ବନାଉଛୁ । ଏ ଦିଗରେ ଆମେ ଆଗକୁ ବଢିବାରେ ଲାଗିଛୁ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଏଠାରେ ସଂସଦରେ ଯେଉଁ ଏକ ଆଇନ ପ୍ରଣୀତ ହୋଇଛି, ଯେଉଁ ସଂଶୋଧନ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି, ଯାହାକୁ ବିଜ୍ଞପ୍ତି କରାଯାଇଛି, ସେ ସଂପର୍କରେ ମଧ୍ୟ କିଛି ନା କିଛି ଅପଚେଷ୍ଟା ହୋଇଚାଲିଛି ନାଗରିକତା ସଂଶୋଧନ ଆଇନ ପ୍ରବର୍ତ୍ତନ ସଂପର୍କରେ । କିଛି ଲୋକ କହି ଚାଲିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଆଣିବାର ଏତେ ଜଲଦି ଆବଶ୍ୟକତା କଣ ଥିଲା । କିଛି ମାନନୀୟ ସଦସ୍ୟ ଏକଥା ବି କହିଛନ୍ତି ଯେ ସରକାର ଭେଦଭାବ ସୃଷ୍ଟି କରୁଛନ୍ତି । ଏ ସରକାର ହିନ୍ଦୁ ଏବଂ ମୁସଲମାନଙ୍କୁ ଭାଗଭା କରୁଛନ୍ତି । ଆଉ କିଛି ଲୋକ କହୁଛନ୍ତି, ଆମେ ଦେଶକୁ କାଳେ ଖଣ୍ଡଖଣ୍ଡ କରିବାକୁ ଚାହୁଁ । ଏମିତି ଏମିତି ଅନେକ କଥା କୁହାଯାଇଛି ଏବଂ ଏହି ସଦନ ବାହାରେ ମଧ୍ୟ ଅନେକ କଥା କୁହାଯାଉଛି । କାଳ୍ପନିକ ଭୟ ଲୋକମାନଙ୍କ ମନରେ ସୃଷ୍ଟି କରିବା ଲାଗି ପୁରା ଦମରେ ପ୍ରୟାସ କରାଯାଉଛି ଏବଂ ସେହି ଲୋକ କହୁଛନ୍ତି ଯେ ଦେଶକୁ ଖଣ୍ଡଖଣ୍ଡ କରିବା ବାଲାଙ୍କ ନିକଟରେ ମୁଁ ଠିଆହୋଇ ଫଟୋ ଉଠାଉଛି । ଦଶନ୍ଧି ଦଶନ୍ଧି ଧରି ପାକିସ୍ତାନ ଏଭଳି ଭାଷା କହି ଆସୁଥିଲା, ପାକିସ୍ତାନ ଏହିକଥା ଏବେ ବି କହୁଛି ।
ଭାରତର ମୁସଲମାନ ଲୋକମାନଙ୍କୁ ଭଡ଼କାଇବା ଲାଗି ପାକିସ୍ତାନ କୌଣସି ସୁଯୋଗକୁ ହାତଛଡ଼ା କରିନାହିଁ । ଭାରତର ମୁସଲମାନ ନାଗରିକମାନଙ୍କୁ ବିଭ୍ରାନ୍ତ କରିବା ଲାଗି ପାକିସ୍ତାନ ସବୁପ୍ରକାର ଚାଲ୍ ଖେଳୁଛି । ସବୁପ୍ରକାର ରଙ୍ଗ ଦେଖାଇଛି ଏବଂ ଏବେ ଆଉ ତାର ସେଭଳି କଥା ଚାଲୁ ନାହିଁ । ପାକିସ୍ତାନର ଏପରି ମନଗଢା କଥା ଆଗକୁ ବଢିପାରୁ ନାହିଁ । ସେତିକିବେଳେ ମୁଁ ବିସ୍ମିତ ହେଉଛି ଯେ ଯେଉଁମାନଙ୍କୁ ଭାରତର ଜନସାଧାରଣ କ୍ଷମତା ସିଂହାସନରେ ବସାଇବା ଲାଗି ପଠାଇଛନ୍ତି ସେମାନେ ଆଜି ଏହି କାମକୁ କରି ଚାଲିଛନ୍ତି, ଯାହାକି କେବେ ସୁଦ୍ଧା ଏ ଦେଶ ଚିନ୍ତା କରିପାରି ନଥିଲା । ଆମକୁ ସ୍ମରଣ କରାଇ ଦିଆଯାଉଛି ଯେ… ଭାରତର ନାରା ଦେଉଥିବା ଲୋକ, ଜୟହିନ୍ଦ ନାରା ଦେଉଥିବା ଲୋକ ଆମର ମୁସଲମାନ ଭାଇମାନେ ମଧ୍ୟ ଅଛନ୍ତି । ଚିନ୍ତାର କଥା ଯେ କଂଗ୍ରେସ ଏବଂ ତା ନଜରରେ ଏହି ଲୋକମାନେ ସଦାବେଳେ କେବଳ ଏବଂ କେବଳ ମୁସଲମାନ ହିଁ ଥିଲେ । ଆମପାଇଁ ଆମ ଦୃଷ୍ଟିରେ ସେମାନେ ଭାରତୀୟ ଏବଂ ହିନ୍ଦୁସ୍ତାନୀ । ସେ ଖାନ୍ ଅବଦୁଲ ଗଫର ଖାଁ ହୋଇଥାନ୍ତୁ ଅବା ତାଙ୍କ ପରି ଆହୁରି ଅନେକ ଦେଶପ୍ରେମୀ…।
ମାନନୀୟ ଅଧ୍ୟକ୍ଷଜୀ, ମୋର ସୌଭାଗ୍ୟ ହୋଇଛି ଯେ ଲଢୁଆ ମନୋଭାବ ଲାଗି ଖାନ୍ ଅବଦୁଲ ଗଫର ଖାଁଙ୍କ ଚରଣ ସ୍ପର୍ଶ କରିବାର ଅବସର ମୋତେ ମିଳିଥିଲା । ଏହାକୁ ମୁଁ ନିଜର ଗର୍ବ ବୋଲି ସଦାବେଳେ ଅନୁଭବ କରେ ।
ମାନନୀୟ ଅଧ୍ୟକ୍ଷଜୀ, ଖାଁ ଅବଦୁଲ ଗଫର ଖାଁ ହୋଇଥାନ୍ତୁ, ଅସଫାକ୍ ଉଲ୍ଲା ଖାଁ ହୋଇଥାଉ, ବେଗମ ହଜରତ ମହଲ ହୋଇଥାନ୍ତୁ, ସହିଦ ଅବଦୁଲ କରିମ ହୁଅନ୍ତୁ ଅବା ପୂର୍ବତନ ରାଷ୍ଟ୍ରପତି ଶ୍ରୀମାନ ଏ.ପି.ଜେ. ଅବଦୁଲ କଲାମ ହୋଇଥାନ୍ତୁ, ସଭିଏଁ ଆମ ନଜରରେ କେବଳ ଭାରତୀୟ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, କଂଗ୍ରେସ ଏବଂ ତାଙ୍କରି ପରି କେତେକ ଦଳ ଯେଉଁଦିନ ଭାରତକୁ ଭାରତୀୟ ନଜରରେ ଦେଖିବା ଆରମ୍ଭ କରିବେ ସେମାନଙ୍କୁ ନିଜର ଭୁଲ ଅନୁଭୂତ ହେବ ଏବଂ ନିଶ୍ଚିତ ହେବ । ସାର, ମୁଁ କଂଗ୍ରେସର ଏବଂ ଏହାର ଇକୋ-ସିଷ୍ଟମ ନିକଟରେ ବିଶେଷ କୃତଜ୍ଞ ଯେ ସେମାନେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶସାରା ହୋହଲ୍ଲା ସୃଷ୍ଟି କରୁଛନ୍ତି । ଯଦି ସେମାନେ ଏଭଳି ବିରୋଧାଭାଷ ପ୍ରକଟ ନ କରିଥାନ୍ତେ, ସେମାନେ ଯଦି ହୋହଲ୍ଲା ନ କରିଥାନ୍ତେ, ତେବେ ସମ୍ଭବତଃ ସେମାନଙ୍କ ଅସଲ ରୂପ ସଂପର୍କରେ ଦେଶବାସୀଙ୍କୁ କଦାପି ହୃଦବୋଧ ହୋଇନଥାନ୍ତା । ଏ ଦେଶ ଦେଖିସାରିଛି ଯେ ଦଳପାଇଁ କିଏ କାର୍ଯ୍ୟ କରୁଛି ଓ ଦେଶପାଇଁ କିଏ କାର୍ଯ୍ୟ କରୁଛି ଏବଂ ମୁଁ ଚାହେଁ ଯେତେବେଳେ ଚର୍ଚ୍ଚା ଆରମ୍ଭ କରାଯାଇଛି ତାହାହେଲେ କଥା ଦୂରଦୁରାନ୍ତ ପର୍ଯ୍ୟନ୍ତ ଚାଲିଯିବ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ପ୍ରଧାନମନ୍ତ୍ରୀ ବନିବାର ଇଛା ଯେ କୌଣସି ବ୍ୟକ୍ତିର ହୋଇପାରେ ଏବଂ ସେଥିରେ ଖରାପ ଭାବିବାର କିଛି ନାହିଁ । କିନ୍ତୁ କାହାକୁ ପ୍ରଧାନମନ୍ତ୍ରୀ ହେବାର ଥିଲା ସେଥିପାଇଁ ଭାରତ ଉପରେ ଏକ ରେଖା ଟାଣି ଦିଆଯାଇଥିଲା ଏବଂ ଦେଶର ବିଭାଜନ କରି ଦିଆଯାଇଥିଲା । ଦେଶ ବିଭାଜନ ପରେ ଯେମିତି ଭାବେ ପାକିସ୍ତାନରେ ହିନ୍ଦୁ, ଶିଖ୍ ଏବଂ ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଲା, ଜୁଲୁମ ହେଲା, ଜୋରଜବରଦସ୍ତି କରାଗଲା, ସେଭଳି ଘଟଣାକୁ କେହି କେବେ କଳ୍ପନା ସୁଦ୍ଧା କରିପାରିବ ନାହିଁ । ମୁଁ ଏଠାରେ କଂଗ୍ରେସ ଦଳର ସଦସ୍ୟମାନଙ୍କୁ ପଚାରିବାକୁ ଚାହୁଁଛି ଯେ ଆପଣମାନେ କେବେ ଭୂପେନ୍ଦ୍ର କୁମାର ଦତ୍ତଙ୍କ ନାମ ଶୁଣିଛନ୍ତି ? କଂଗ୍ରେସ ପାଇଁ ଏ ନାମକୁ ଜାଣିବା ଅତ୍ୟନ୍ତ ଜରୁରୀ ଏବଂ ଯେଉଁମାନେ ଏଠାରେ ନାହାନ୍ତି ସେମାନଙ୍କୁ ମଧ୍ୟ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ । ଭୂପେନ୍ଦ୍ର କୁମାର ଦତ୍ତ ଏକଦା ଅଖିଳ ଭାରତ କଂଗ୍ରେସ କମିଟିରେ ଥିଲେ । ଏହାର ସଦସ୍ୟ ଥିଲେ । ସ୍ଵାଧୀନତା ସଂଗ୍ରାମବେଳେ 23 ବର୍ଷ ପର୍ଯ୍ୟନ୍ତ ସେ ଜେଲଦଣ୍ଡ ଭୋଗିଥିଲେ । ସେ ଏଭଳି ଜଣେ ମହାପୁରୁଷ ଥିଲେ, ଯିଏ ନ୍ୟାୟ ପାଇଁ 78 ଦିନ ଜେଲ ଭିତରେ ଅନାହାର ଅନଶନ କରିଥିଲେ ଏବଂ ଏହାମଧ୍ୟ ତାଙ୍କ ନାମରେ ଏକ ରେକର୍ଡ ହୋଇ ରହିଛି । ଦେଶ ବିଭାଜନ ପରେ ଭୂପେନ୍ଦ୍ର କୁମାର ଦତ୍ତ ପାକିସ୍ତାନରେ ହିଁ ରହି ଯାଇଥିଲେ । ସେଠାକାର ସମ୍ବିଧାନ ସଭାର ସେ ସଦସ୍ୟ ବି ଥିଲେ । ଯେତେବେଳେ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଚାଲୁଥିଲା, ସେ ଭାବିଥିଲେ ଏବେ ତ ସମ୍ବିଧାନ କାମ ଜାରି ରହିଛି, ସବୁ କଥାର ଅୟମାରମ୍ଭ ଘଟିଛି ଏବଂ ସେ ସମୟରେ ଭୂପେନ୍ଦ୍ର କୁମାର ଦତ୍ତ ସମ୍ବିଧାନ ସଭାକୁ ଯାଇ ଯାହା କହିଥିଲେ ଆଜି ଏଠାରେ ମୁଁ ତାକୁ ଦୋହରାଇବାକୁ ଚାହୁଁଛି । କାରଣ ଯେଉଁ ଲୋକମାନେ ଆମ ଉପରେ ଦୋଷାରୋପ ଲଦୁଛନ୍ତି ସେମାନଙ୍କ ପାଇଁ ଏକଥା ବୁଝିବା ଏକାନ୍ତ ଜରୁରୀ ।
ଭୂପେନ୍ଦ୍ର କୁମାର ଦତ୍ତ କହିଥିଲେ – ପାକିସ୍ତାନର ଏପଟ ଅଂଶ ପରିପ୍ରେକ୍ଷୀରେ ସଂଖ୍ୟାଲଘୁମାନଙ୍କୁ ବାସ୍ତବପକ୍ଷେ ନିଶେଷ କରି ଦିଆଯାଇଛି । ଯେଉଁମାନେ ଆମମାନଙ୍କ ମଧ୍ୟରୁ ବଞ୍ଚିରହି ଏଠାରେ ପ୍ରତିନିଧିତ୍ୱ କରିଛୁ, ସେମାନେ ସୌଭାଗ୍ୟ ଯୋଗୁ ବର୍ତ୍ତି ଯାଇଛନ୍ତି । ପୂର୍ବ ବଙ୍ଗଳାର ପ୍ରାୟ 1 କୋଟି ଲୋକଙ୍କୁ ଆମେ ପ୍ରତିନିଧିତ୍ୱ କରୁଛୁ ଏବଂ ସଂପୂର୍ଣ୍ଣ ରୂପେ ବିଫଳତାର ଭାବନାରେ ବଞ୍ଚୁଛୁ । ଭୂପେନ୍ଦ୍ର କୁମାର ଦତ୍ତ ବିଭାଜନର ତୁରନ୍ତ ପରେ ସେଠାକାର ସମ୍ବିଧାନ ସଭାରେ ଏଭଳି ଶବ୍ଦ କହିଥିଲେ । ପରିସ୍ଥିତି ଏଭଳି ଥିଲା ସ୍ୱାଧୀନତା ଆରମ୍ଭ ଦିନରୁ ହିଁ ସଂଖ୍ୟାଲଘୁମାନଙ୍କୁ, ସେଠାକାର ସଂଖ୍ୟାଲଘୁମାନଙ୍କ ବ୍ୟବସ୍ଥା ବେଶ ଦୟନୀୟ ଥିଲା । ଏହାପରେ ପାକିସ୍ତାନରେ ସ୍ଥିତି ଏଭଳି ଖରାପ ହୋଇଯାଇଥିଲା ଯେ ଭୂପେନ୍ଦ୍ର ଦତ୍ତଙ୍କୁ ଭାରତ ଆସି ଶରଣ ନେବାକୁ ପଡ଼ିଥିଲା ଏବଂ ପରେ ତାଙ୍କର ପରଲୋକ ଏହି ଭାରତ ମାତାର ଧରଣୀରେ ହିଁ ହୋଇଥିଲା ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ସେତେବେଳର ପାକିସ୍ତାନରେ ଆଉ ଜଣେ ମହାନ ସ୍ୱାଧୀନତା ସେନାନୀ ରହି ଯାଇଥିଲେ । ତାଙ୍କ ନାମ ଯୋଗେନ୍ଦ୍ରନାଥ ମଣ୍ଡଳ । ସେ ସମାଜର ଅତିମାତ୍ରାରେ ପୀଡ଼ିତ, ଶୋଷିତ ଏବଂ ଦଳିତ ସମାଜର ପ୍ରତିନିଧିତ୍ୱ କରୁଥିଲେ । ତାଙ୍କୁ ପାକିସ୍ତାନର ପ୍ରଥମ ଆଇନମନ୍ତ୍ରୀ କରାଯାଇଥିଲା । 1950 ମସିହା ଅକ୍ଟୋବର 9 ତାରିଖ ଦିନ – ସେତେବେଳେ ଦେଶ ସ୍ୱାଧୀନ ଏବଂ ଭାଗଭାଗ ହେବାର ମାତ୍ର ଦୁଇ ତିନିବର୍ଷ ବିତିଥାଏ । 1950 ମସିହା 9 ଅକ୍ଟୋବର ଦିନ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫାର ଗୋଟିଏ ପରିଚ୍ଛେଦ, ଯାହା ସେ ନିଜ ଇସ୍ତଫାପତ୍ରରେ ଲେଖିଥିଲେ ତାକୁ ମୁଁ ଏଠାରେ ଉଦ୍ଧାର କରିବାକୁ ଚାହେଁ । ସେ ଲେଖିଥିଲେ ମୁଁ ନିଶ୍ଚିତ ଭାବେ କହିବାକୁ ଚାହେଁ ଯେ ପଶ୍ଚିମ ପାକିସ୍ତାନରେ ପାକିସ୍ତାନରୁ ହିନ୍ଦୁମାନଙ୍କୁ ଭଗାଇ ଦେବାର ନୀତି ସଂପୂର୍ଣ୍ଣ ଭାବେ ସଫଳ ହୋଇଛି ଏବଂ ପୂର୍ବ ପାକିସ୍ତାନରେ ସେହିକାର୍ଯ୍ୟ ପାଖାପାଖି ସଂପୂର୍ଣ୍ଣ ହୋଇଛି ।
ସେ ଆହୁରି ମଧ୍ୟ କହିଥିଲେ – ପାକିସ୍ତାନ ମୁସଲିମ ଲିଗକୁ ସଂପୂର୍ଣ୍ଣ ରୂପେ ସନ୍ତୁଷ୍ଟ କରିପାରି ନାହିଁ କିମ୍ବା ସଂପୂର୍ଣ୍ଣ ଭାବେ ନିରାପତ୍ତାର ଭାବନା ଦେଇପାରି ନାହିଁ । ସେମାନେ ଏବେ ଚିନ୍ତାଶୀଳ ହିନ୍ଦୁବର୍ଗଙ୍କୁ ମୂଳପୋଛ କରିବାକୁ ଚାହାନ୍ତି, ଯାହା ଫଳରେ ପାକିସ୍ତାନର ରାଜନୈତିକ, ଆର୍ଥିକ ଓ ସାମାଜିକ ଜୀବନ ଯେଭଳି ସେମାନଙ୍କ ଦ୍ୱାରା ପ୍ରଭାବିତ ହେବନାହିଁ । ଏକଥା ମଣ୍ଡଳଜୀ ନିଜର ଇସ୍ତଫା ପତ୍ରରେ ହିଁ ଲେଖିଥିଲେ । ତାଙ୍କୁ ମଧ୍ୟ ପରିଶେଷରେ ଭାରତକୁ ଫେରି ଆସିବାକୁ ପଡ଼ିଥିଲା ଏବଂ ତାଙ୍କର ନିଧନ ମଧ୍ୟ ଏହି ଭାରତମାତା କୋଳରେ ହୋଇଥିଲା । ସ୍ୱାଧୀନତାର ଏତେ ଦଶନ୍ଧି ପରେ ସୁଦ୍ଧା ପାକିସ୍ତାନର ଚିନ୍ତାଧାରାରେ କୌଣସି ପ୍ରକାର ପରିବର୍ତ୍ତନ ଆସିନାହିଁ । ସେଠାରେ ଆଜି ମଧ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହୋଇଚାଲିଛି । ଏବେ ଏବେ ନାନକାନା ସାହିବ ନିକଟରେ କଣ ହୋଇଛି ସେକଥା ସାରା ଦେଶ ଓ ଦୁନିଆ ଦେଖିଛି ଏବଂ ଏକଥା ଏପରି ନୁହେଁ ଯେ କେବଳ ହିନ୍ଦୁ ଓ ଶିଖମାନଙ୍କ ସହ ଏପରି ଘଟୁଛି । ଆହୁରି ମଧ୍ୟ ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟ ଅଛନ୍ତି, ଯେଉଁମାନଙ୍କ ପ୍ରତି ଏଭଳି ଘଟଣା ଘଟାଯାଉଛି । ସେଠାରେ ସେମାନଙ୍କ ଉପରେ ଜୁଲୁମ ହେଉଛି । ଖ୍ରୀଷ୍ଟିଆନ ଲୋକମାନଙ୍କୁ ବି ଏହିଭଳି ପୀଡ଼ା ଓ ଅତ୍ୟାଚାର ମଧ୍ୟରେ ବଞ୍ଚିବାକୁ ପଡୁଛି ।
ଏହି ଗୃହରେ ଆଲୋଚନାବେଳେ ଗାନ୍ଧୀଜୀଙ୍କ କଥାକୁ ନେଇ ମଧ୍ୟ ଆଲୋଚନା କରାଯାଇଛି । କୁହାଯାଇଛି ଯେ ସିଏଏ ଉପରେ ସରକାର ଯାହା କହୁଛନ୍ତି ତାହା ଗାନ୍ଧୀଜୀଙ୍କ ଭାବନା ନଥିଲା ।
ସେକଥା ଛାଡ଼, କଂଗ୍ରେସ ଭଳି ରାଜନୈତିକ ଦଳମାନେ ତ ଗାନ୍ଧୀଜୀଙ୍କ କଥାକୁ ଦଶନ୍ଧି ଦଶନ୍ଧିଧରି ଛାଡ଼ି ଦେଇଛନ୍ତି । ଆପଣମାନେ ତ ଗାନ୍ଧୀଜୀଙ୍କୁ ଛାଡ଼ି ଦେଇଛନ୍ତି । ଆଉ ସେଇଥିପାଇଁ ମୁଁ କିମ୍ବା ଦେଶ ଆପଣଙ୍କଠାରୁ କୌଣସି ଆଶା ରଖୁନାହୁଁ । କିନ୍ତୁ ଯେଉଁ ଆଧାର ଉପରେ କଂଗ୍ରେସର ଦୈନନ୍ଦିନ କାର୍ଯ୍ୟ ଚାଲୁଛି, ମୁଁ ଆଜି ସେ ସଂପର୍କରେ କିଛି କହିବାକୁ ଚାହୁଁଛି ।
1950 ମସିହାରେ ନେହରୁ – ଲିଆକତ ଅଲ୍ଲୀଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ଭାରତ ଏବଂ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷାକୁ ନେଇ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ବୁଝାମଣାପତ୍ରର ଆଧାର ପାକିସ୍ତାନର ଧାର୍ମିକ ଅଳ୍ପ ସଂଖ୍ୟକଙ୍କ ସହ ଭେଦଭାବପୂର୍ଣ୍ଣ ବ୍ୟବହାର କରାଯିବ ନାହିଁ । ପାକିସ୍ତାନରେ ରହୁଥିବା ଲୋକମାନେ ଯେଉଁମାନେ କି ଧାର୍ମିକ ଦୃଷ୍ଟିରୁ ଅଳ୍ପସଂଖ୍ୟକ, ଯେଉଁମାନଙ୍କ କଥା ଆଜି ଆମେ ଆଲୋଚନା କରୁଛେ ସେମାନଙ୍କ ସମ୍ପର୍କରେ ନେହରୁ ଓ ଲିଆକତଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏବେ କଂଗ୍ରେସକୁ ଜବାବ ଦେବାକୁ ପଡ଼ିବ ଯେ ନେହରୁଙ୍କ ଭଳି ଜଣେ ଏତେବଡ଼ ଧର୍ମନିରପେକ୍ଷ ଓ ନେହରୁଙ୍କ ଭଳି ଜଣେ ବିରାଟ ମହାନାୟକ, ନେହରୁଙ୍କ ପରି ଜଣେ ଦୂରଦୃଷ୍ଟିସମ୍ପନ୍ନ ବିଚାରକ ଏବଂ ଆପଣଙ୍କ ଲାଗି ସେ ସବୁକିଛି । ସେ ସମୟରେ ନେହରୁ ସେଠାକାର ସଂଖ୍ୟାଲଘୁଙ୍କ ପରିବର୍ତ୍ତେ ‘ସମସ୍ତ ନାଗରିକ’ ଏଭଳି ଶବ୍ଦ ପ୍ରୟୋଗ କାହିଁକି କରିନଥିଲେ । ଯଦି ସେ ଏତେ ମହାନ ଥିଲେ, ଏତେ ଉଦାର ଥିଲେ, ତାହାହେଲେ କାହିଁକି କରିନଥିଲେ, ଏହାର କୌଣସି ନା କୌଣସି କାରଣ ନିଶ୍ଚୟ ରହିଛି । କିନ୍ତୁ ଏଭଳି ସତ୍ୟକୁ ଆପଣମାନେ କେଉଁ ପର୍ଯ୍ୟନ୍ତ ମିଛ ବୋଲି ଭୂଆଁ ବୁଲାଇବେ ।
ଭାଇ ଓ ଭଉଣୀମାନେ, ମାନନୀୟ ଅଧ୍ୟକ୍ଷଜୀ ଏବଂ ମାନନୀୟ ସଦସ୍ୟଗଣ, ତାହା ସେତେବେଳର କଥା । ମୁଁ ସେହି ସମୟର କଥା ଏବେ ଆପଣମାନଙ୍କୁ ବତାଉଛି । ନେହରୁ ଜୀ ବୁଝାମଣାରେ ପାକିସ୍ତାନର ସଂଖ୍ୟାଲଘୁ, ଏହି କଥା ଉପରେ କିଭଳି ମାନି ଯାଇଥିଲେ, ନିଶ୍ଚିତ ଭାବେ ଏହା ପଛରେ କିଛି ନା କିଛି କାରଣ ଥିବ । ଆମେ ଯେଉଁକଥା ଆଜି କହୁଛୁ ସେହି କଥା ନେହରୁ ଜୀ ସେତେବେଳେ କହିଥିଲେ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ନେହରୁ ଜୀ ସଂଖ୍ୟାଲଘୁ ଶବ୍ଦ କାହିଁକି ପ୍ରୟୋଗ କରିଥିଲେ, ସେକଥା ଆପଣମାନେ କଦାପି କହିବେ ନାହିଁ । କାରଣ ଏକଥା କହିଲେ ଆପଣଙ୍କୁ କଷ୍ଟ ହେବ । କିନ୍ତୁ ନେହରୁ ଜୀ ନିଜେ ଏହାର ଜବାବ ଦେଇଯାଇଛନ୍ତି । ନେହରୁ-ଲିଆକତ ବୁଝାମଣା ରାଜିନାମା ସ୍ୱାକ୍ଷରିତ ହେବାର ଏକ ବର୍ଷ ପୂର୍ବରୁ ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଗୋପୀନାଥଜୀଙ୍କୁ ଏକ ପତ୍ର ଲେଖିଥିଲେ ଏବଂ ଗୋପୀନାଥଜୀଙ୍କୁ ପତ୍ରଲେଖି ସେଥିରେ ସେ ଯାହା ଉଲ୍ଲେଖ କରିଥିଲେ ସେଥିରୁ ମୁଁ କିଛି ଉଦ୍ଧାର କରିବାକୁ ଚାହୁଁଛି ।
ନେହରୁ ଜୀ ଲେଖିଥିଲେ – ଆପଣମାନଙ୍କୁ ହିନ୍ଦୁ ଶରଣାର୍ଥୀ ଏବଂ ମୁସଲମାନ ଆଗନ୍ତୁକ ସେମାନଙ୍କ ଭିତରେ ଫରକ କଣ ତାହା ଦେଖିବାକୁ ପଡିବ ଏବଂ ଦେଶକୁ ଏ ଶରଣାର୍ଥୀମାନଙ୍କ ଦାୟିତ୍ୱ ବହନ କରିବାକୁ ହେବ । ସେହି ସମୟରେ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ସେହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଜୀଙ୍କ ଦ୍ୱାରା ଲେଖାଯାଇଥିବା ପତ୍ର ଏଭଳି ଥିଲା । ନେହରୁ-ଲିୟାକତ ଅଲ୍ଲୀ ଖାଁଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବାର କିଛି ମାସ ପରେ ହିଁ ନେହରୁ ଜୀ ଏହି ସଂସଦରେ 1950 ମସିହା ନଭେମ୍ବର 5 ତାରିଖ ଦିନ, ନେହରୁ ଜୀ କହିଥିଲେ – ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଯେଉଁ ପ୍ରଭାବିତ ଲୋକ ଆସି ଭାରତରେ ସ୍ଥାୟୀ ଭାବେ ବସବାସ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ନାରିକତା ମିଳିବା ଲାଗି ସମସ୍ତ ଅଧିକାର ରହିଛି ଓ ସେମାନେ ଏହାର ହକଦାର । ଯଦି ଏଥିପାଇଁ ଅନୁକୂଳ ଆଇନ ନାହିଁ ତା ହେଲେ ଆଇନକୁ ବଦଳାଇ ଦିଆଯିବା ଦରକାର ।
1963 ମସିହାରେ ଲୋକସଭାରେ ଏହି ସଦନରେ ଏବଂ ଏହି ସ୍ଥାନରେ, 1963ରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ ହୋଇଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ ନେହରୁ ତତ୍କାଳୀନ ବିଦେଶ ମନ୍ତ୍ରୀ ହିସାବରେ ମଧ୍ୟ ଦୟିତ୍ୱ ସଂପାଦନ କରିଥିଲେ । ପ୍ରସ୍ତାବର ଉତ୍ତର ଦେବାକୁ ଯାଇ ବିଦେଶ ରାଜ୍ୟମନ୍ତ୍ରୀ ଶ୍ରୀମାନ ଦୀନେଶ ଜୀ ଯେତେବେଳେ ବକ୍ତବ୍ୟ ଦେଉଥିଲେ ଶେଷରେ ପ୍ରଧାନମନ୍ତ୍ରୀ ନେହରୁ ଜୀ ମଝିରେ ହିଁ ତାଙ୍କୁ ତାଗିଦ କରି କହିଥିଲେ – ଏବଂ ସେ ଯାହା କହିଥିଲେ ମୁଁ ତାଙ୍କୁ ଏଠାରେ ଉଦ୍ଧାର କରୁଛି । ପୂର୍ବ ପାକିସ୍ତାନରେ ସେଠାକାର ଅଥୋରିଟି ହିନ୍ଦୁମାନଙ୍କ ଉପରେ ଜୋର ଜବରଦସ୍ତ ଚାପ ପ୍ରୟୋଗ କରୁଛନ୍ତି । ଏହା ଥିଲା ପଣ୍ଡିତ ନେହରୁଙ୍କ ବକ୍ତବ୍ୟ । ପାକିସ୍ତାନର ପରିସ୍ଥିତିକୁ ଦେଖି ଗାନ୍ଧୀଜୀ ନୁହଁନ୍ତି ନେହରୁ ଜୀଙ୍କ ଭାବନା ବି ଏଭଳି ସଙ୍କାଗ୍ରସ୍ତ ଥିଲା । ଏତେ ସବୁ ନଥିପତ୍ର ରହିଛି, ଚିଠି ପତ୍ର ଆଦାନପ୍ରଦାନ ହୋଇଛି, ଷ୍ଟାଣ୍ଡିଂ କମିଟିର ରିପୋର୍ଟ ରହିଛି, ସବୁ ଏହିଭଳି ଭାବେ ଆଇନର ଓକିଲାତି କରି ଚାଲିଛନ୍ତି ।
ମୁଁ ଏହି ସଦନରେ ତଥ୍ୟ ଆଧାରରେ ଏବେ ମୁଁ କଂଗ୍ରେସକୁ ବିଶେଷ ଭାବେ ପ୍ରଶ୍ନ ପଚାରିବାକୁ ଚାହୁଁଛି ଏବଂ ସେମାନଙ୍କ ଇକୋ ସିଷ୍ଟମକୁ ବି ପ୍ରଶ୍ନ ପଚାରିବାକୁ ଯାଉଛି । ମୁଁ ଯେଉଁ ସବୁ ଏତେ କଥା ଆପଣମାନଙ୍କୁ ସୂଚୀତ କଲି, ସେଥିରୁ କଣ ଆମେ ନେହରୁ ଜୀଙ୍କୁ ସାମ୍ପ୍ରଦାୟିକ ଥିଲେ ବୋଲି କହିପାରିବା, ମୁଁ ଏକଥା ଆପଣମାନଙ୍କଠାରୁ ଜାଣିବାକୁ ଚାହୁଁଛି । ପଣ୍ଡିତ ନେହରୁ ଜୀ କଣ ହିନ୍ଦୁ ମୁସଲମାନଙ୍କ ଭିତରେ ଭେଦଭାବ କରିବାକୁ ଚାହୁଁଥିଲେ ? ପଣ୍ଡିତ ନେହରୁ ଜୀ କଣ ଏକ ହିନ୍ଦୁ ରାଷ୍ଟ୍ର ଗଠନ କରିବାକୁ ଚାହୁଁଥିଲେ ।
ମାନନୀୟ ଅଧ୍ୟକ୍ଷ ମହୋଦୟ କଂଗ୍ରେସର ମୁଣ୍ଡବିନ୍ଧା ଏହା ସୂଚାଉଛି ଯେ, ସେମାନେ ମିଛ ପ୍ରତିଶ୍ରୁତି ଦେଇ ଆସିଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ସେହି ପ୍ରତିଶ୍ରୁତିକୁ ଟାଳି ଚାଲିଛନ୍ତି । ଆଜି ଆମ ସରକାର ନିଜର ରାଷ୍ଟ୍ର ନିର୍ମାତାମାନଙ୍କ ଭାବନାର ମାର୍ଗରେ ଆଗକୁ ଅଗ୍ରସର ହୋଇ ସବୁ ପ୍ରକାର ନିଷ୍ପତ୍ତି ଗ୍ରହଣ କରୁଛି । ତା ହେଲେ କଂଗ୍ରେସର କାହିଁକି ମୁଣ୍ଡ ବିନ୍ଧା ହେଉଛି । ଏବଂ ମୁଁ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହେଁ ଯେ, ଏହି ଗୃହ ମାଧ୍ୟମରେ ଦେଶର 130 କୋଟି ନାରିକଙ୍କୁ ବେଶ ଦାୟିତ୍ୱବୋଧ ସହ ସମ୍ବିଧାନର ମର୍ଯ୍ୟାଦାକୁ ଉତ୍ତମ ରୂପେ ହୃଦୟଙ୍ଗମ କରି ମୁଁ ଏକଥା କହିବାକୁ ଚାହେଁ, ସମ୍ବିଧାନ ପ୍ରତି ସମର୍ପଣ ଭାବ ନେଇ କହିବାକୁ ଚାହେଁ, ଦେଶର 130 କୋଟି ନାଗରିକଙ୍କୁ କହିବାକୁ ଚାହେଁ – ନାଗରିକତା ସଂଶୋଧନ ଆଇନ ଦ୍ୱାରା ଭାରତର କୌଣସି ଜଣେ ମଧ୍ୟ ନାଗରିକ କୌଣସି ଭାବେ ପ୍ରଭାବିତ ହେବନାହିଁ । ସେମାନେ ହନ୍ଦୁ ହୋଇଥାନ୍ତୁ, ମୁସଲମାନ ହୋଇଥାନ୍ତୁ, ଶିଖ୍ ହୋଇଥାନ୍ତୁ, ଖ୍ରୀଷ୍ଟିଆନ ହୋଇଥାନ୍ତୁ କାହାରି ପ୍ରତି କୌଣସି ପ୍ରକାର କ୍ଷତି ହେବନାହିଁ । ଏହାଦ୍ୱାରା ଭାରତ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କର ମଧ୍ୟ କ୍ଷତି ଘଟିବ ନାହିଁ । ତଥାପି ଯେଉଁ ଲୋକମାନଙ୍କୁ ଦେଶର ଜନସାଧାରଣ ଅସ୍ୱୀକାର କରିଛନ୍ତି ସେମାନେ ଭୋଟ ବ୍ୟାଙ୍କର ରାଜନୀତି କରିବା ସକାଶେ ଏଭଳି ଖେଳ ଖେଳି ଚାଲିଛନ୍ତି ।
ଏବଂ ମୁଁ ଆଉ ଗୋଟିଏ କଥା ପଚାରିବାକୁ ଚାହେଁ । ମୁଁ କଂଗ୍ରେସ ଲୋକମାନଙ୍କୁ ବିଶେଷ ଭାବେ ପଚାରିବାକୁ ଚାହେଁ ଯେଉଁ ସଂଖ୍ୟାଲଘୁ ଲୋକଙ୍କ ନାମରେ ନିଜର ରାଜନୀତିକ ଲାଭ ଆପଣମାନେ ସାଉଁଟି ଚାଲିଛନ୍ତି କଂଗ୍ରେସକୁ 84 ମସିହାର ଦିଲ୍ଲୀ ଦଙ୍ଗା ଘଟଣା ସ୍ମରଣ ଅଛି ନା ନାହିଁ । ସଂଖ୍ୟାଲଘୁଙ୍କ ସହ ଆପଣ ସେତେବେଳେ ଥିଲେ କି ? ସେମାନେ କଣ ସଂଖ୍ୟାଲଘୁ ନଥିଲେ, ଆପଣମାନେ ସେହି ଲୋକଙ୍କ ପ୍ରତି, ଶିଖ ଭାଇମାନଙ୍କ ଗଳାରେ ଟାୟାର ବାନ୍ଧି ସେମାନଙ୍କୁ ଜଳାଇ ଦେଇଥିଲେ । କେବଳ ସେତିକି ନୁହେଁ ଶିଖ ଦଙ୍ଗାରେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଥିଲା ସେମାନଙ୍କୁ ଜେଲ ପଠାଇବା କାମରେ ମଧ୍ୟ ଆପଣମାନେ ବାଧକ ସାଜିଥିଲେ । ସେତିକି ନୁହେଁ ଆଜି ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଲାଗିଛି, ଶିଖ ଦଙ୍ଗାକୁ ଉସୁକାଇବା ଲାଗି ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଅଛି ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ବନାଇ ଦେଉଛନ୍ତି । ଶିଖ ଦଙ୍ଗାର ଅଭିଯୁକ୍ତଙ୍କୁ ସଜା ଦେବାଲାଗି ଆମର ସେହି ବିଧବା ମାତା ମାନଙ୍କୁ ତିନି ତିନି ଦଶନ୍ଧି ପର୍ଯ୍ୟନ୍ତ ନ୍ୟାୟ ଲାଗି ଅପେକ୍ଷା କରିବାକୁ ପଡିଛି । ସେମାନେ କଣ ସଂଖ୍ୟାଲଗୁ ନଥିଲେ ? ସଂଖ୍ୟାଲଘୁ ଲୋକମାନଙ୍କ ପାଇଁ କଣ ଦୁଇ ଦୁଇଟି ତରାଜୁ ହେବା ଆବଶ୍ୟକ ଏହା କଣ ଆପଣମାନଙ୍କ ଭାବନାର ଢ଼ଙ୍ଗ ।
ମାନନୀୟ ଅଧ୍ୟକ୍ଷ ମହୋଦୟ କଂଗ୍ରେସ ପାର୍ଟି ଯାହା ଏତେ ବର୍ଷ ପର୍ଯ୍ୟନ୍ତ ଦେଶରେ ରାଜତ୍ୱ କଲା ଆଜି ଦେଶର ଦୁର୍ଭାଗ୍ୟ ଯେ ଏହାକୁ ଏବେ ବିରୋଧୀ ଦଳର ଦାୟିତ୍ୱ ସମ୍ଭାଳିବା ଲାଗି ଯେଉଁ ଆଶା ରହିଛି ସେମାନେ ତାହା ମଧ୍ୟ କରିବାକୁ ନାରାଜ । ସେ ରାସ୍ତାରେ ଚାଲିବାକୁ ନାରାଜ । ସେ ରାସ୍ତା ଆପଣଙ୍କ ଲାଗି ମଧ୍ୟ ସମସ୍ୟା ସୃଷ୍ଟି କରିବ । ଦେଶକୁ ସଂକଟରେ ପକାଇଦେବ । ଏବଂ ଏଭଳି ଚେତାବନି ମୁଁ ଏଇଥିପାଇଁ ଦେଉଛି କାରଣ ଆମ ସମସ୍ତଙ୍କୁ ଦେଶ ପାଇଁ ଚିନ୍ତା କରିବା ଆବଶ୍ୟକ । ଦେଶର ଉଜ୍ଜଳ ଭବିଷ୍ୟତର ଚିନ୍ତା କରାଯିବା ଦରକାର ।
ଆପଣମାନେ ଚିନ୍ତା କରନ୍ତୁ, ଯଦି ରାଜସ୍ଥାନ ବିଧାନସଭା କୌଣସି ନିର୍ଣ୍ଣୟ କରେ କୌଣସି ବ୍ୟବସ୍ଥା ଠିଆ କରେ ଏବଂ ରାଜସ୍ଥାନରେ ଏହି ଆଇନକୁ କେହି ମାନିବାକୁ ପ୍ରସ୍ତୁତ ନ ହୁଅନ୍ତି ଏହା ବିରୋଧରେ ବିକ୍ଷୋଭ ପଟୁଆର ବାହାର କରନ୍ତି, ହିଂସା କରନ୍ତି, ସେଠାରେ ଆପଣଙ୍କ ସରକାର ଅଛି – ପରିସ୍ଥିତି କଣ ହେବ ? ମଧ୍ୟପ୍ରଦେଶରେ ଆପଣଙ୍କ ଦଳ କ୍ଷମତାରେ ଅଛି ମଧ୍ୟପ୍ରଦେଶ ବିଧାନସଭାର କୌଣସି ନିର୍ଣ୍ଣୟକୁ ଯଦି ସେଠାକାର ଜନତା ଅସ୍ୱୀକାର କରନ୍ତି ଏବଂ ସେହିଭଳି ଭାବେ ସ୍ୱରଉତ୍ତୋଳନ କରନ୍ତି ତାହେଲେ ଦେଶର ଅବସ୍ଥା କଣ ହେବ ?
ଆପଣମାନେ ଏତେ ସବୁ ଭୁଲ କରିଛନ୍ତି, ସେଥିପାଇଁ ତ ଆପଣଙ୍କୁ ସେଠାରେ ବସିବାକୁ ପଡିଛି । ଏସବୁ ଆପଣମାନଙ୍କର ହିଁ କାରନାମାର ପରିଣାମ । ଜନତା ଆପଣଙ୍କୁ ବିରୋଧୀ ଆସନରେ ବସାଇଛନ୍ତି ଏବଂ ସେଥିପାଇଁ ଲୋକତାନ୍ତ୍ରିକ ପଦ୍ଧତିରେ ଦେଶରେ ପ୍ରତ୍ୟେକଙ୍କୁ ନିଜ ନିଜ କଥା ବ୍ୟକ୍ତ କରିବାର ହକ୍ ମିଳିଛି । କିନ୍ତୁ ମିଛ ଓ ବିଭ୍ରାନ୍ତି ସୃଷ୍ଟି କରି ଲୋକମାନଙ୍କୁ ଭୂଆଁ ବୁଲାଇ ଆମେ ଦେଶର କୌଣସି ଉପକାର କରିପାରିବା ନାହିଁ ।
ସେଥିପାଇଁ ମୁଁ ଆଜି ସମ୍ବିଧାନର କଥା କହୁଥିବା ଲୋକଙ୍କୁ ବିଶେଷ ଭାବେ ନିବେଦନ କରିବି, ଆସନ୍ତୁ
ସମ୍ବିଧାନକୁ ସମ୍ମାନ ଜଣାଇବା
ଆସନ୍ତୁ – ମିଳି ମିଶି, ଏକତ୍ର ବସି ଦେଶ ଚଳାଇବା ।
ଆସନ୍ତୁ – ଦେଶକୁ ଆଗକୁ ଆଗେଇ ନେବା । ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା ପାଇଁ ଏକ ସଂକଳ୍ପ ନେଇ ଆମେ ଆଗକୁ ଅଗ୍ରସର ହେବା ।
ଆସନ୍ତୁ – ଦେଶର 15 କୋଟି ପରିବାର ଯାହାଙ୍କୁ ଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେଉନାହିଁ ତାହା ସେମାନଙ୍କ ନିକଟରେ ପହଞ୍ଚାଇବା ଲାଗି ସଂକଳ୍ପ ନେବା ।
ଆସନ୍ତୁ – ଦେଶର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ଲାଗି ହେଉଥିବା କାମକୁ ଆମେ ମିଳିମିଶି ସାକାର କରିବା । ଏବଂ ଆଗକୁ ବଢ଼ି ସେମାନଙ୍କୁ ଏଭଳି ପକ୍କା ଘର ଯୋଗାଇ ଦେବା ।
ଆସନ୍ତୁ – ଦେଶର କୃଷକ ହୁଅନ୍ତୁ, ମତ୍ସ୍ୟଜୀବୀ ହୁଅନ୍ତୁ, ପଶୁପାଳକ ହୁଅନ୍ତୁ, ସେମାନଙ୍କର ଆୟ ବଢ଼ାଇବା ଲାଗି ଆମେ ସବୁ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ଆଗକୁ ବଢ଼ାଇ ନେବା ।
ଆସନ୍ତୁ – ଦେଶର ପ୍ରତ୍ୟେକ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ସହ ଯୋଡିବା ।
ଆସନ୍ତୁ – ଏକ ଭାରତ–ଶ୍ରେଷ୍ଠ ଭାରତ ନିର୍ମାଣ ଲାଗି ସଂକଳ୍ପ ନେଇ ଆମେ ଆଗକୁ ପାଦ ବଢ଼ାଇବା ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଭାରତର ଉଜ୍ଜଳ ଭବିଷ୍ୟତ ପାଇଁ ଆମେ ସଭିଏଁ ମିଳିମିଶି ଏକତ୍ର ବସି କାମ କରିବା, ଆଗକୁ ବଢ଼ିବା । ଏହିଭଳି ଭାବନାର ସହ ମୁଁ ମାନନୀୟ ରାଷ୍ଟ୍ରପତିଜୀଙ୍କୁ ଅନେକ ଅନେକ ଧନ୍ୟବାଦ ପ୍ରଦାନ କରି ମୋର ବକ୍ତବ୍ୟକୁ ବିରାମ ଦେଉଛି । ଆପଣଙ୍କୁ ମଧ୍ୟ ବିଶେଷ ଭାବେ କୃତଜ୍ଞତା ଜଣାଉଛି ।
***********
The Honourable President has highlighted the vision for a New India. His address comes at a time when we enter the third decade of the century.
— PMO India (@PMOIndia) February 6, 2020
Rashtrapati Ji's address instills a spirit of hope and it presents a roadmap for taking the nation ahead in the times to come: PM
I thank MPs across party lines who have taken part in the debate: PM @narendramodi in the Lok Sabha
— PMO India (@PMOIndia) February 6, 2020
The people of India have not only changed the Sarkar. They want the Sarokar to be changed as well.
— PMO India (@PMOIndia) February 6, 2020
If we had worked according to the old ways and thought processes:
Article 370 would never have been history.
Muslim women would have kept suffering due to Triple Talaq: PM
If we worked as per the old ways:
— PMO India (@PMOIndia) February 6, 2020
Ram Janmabhoomi issue would have remained unsolved.
Kartarpur Sahib corridor would not be a reality.
There would be no India-Bangladesh land agreement: PM @narendramodi in the Lok Sabha
Today the world has many expectations from us.
— PMO India (@PMOIndia) February 6, 2020
It is essential that we show courage and work to overcome the challenges we are facing: PM @narendramodi
India can no longer wait for problems to remain unsolved. And, rightfully so.
— PMO India (@PMOIndia) February 6, 2020
That is why, our aim is:
Speed and scale.
Determination and decisiveness.
Sensitivity and solutions: PM @narendramodi
The people of India saw our work for five years. They once again blessed us, so that we work even faster: PM @narendramodi
— PMO India (@PMOIndia) February 6, 2020
It is due to the speed of this Government that in the last five years:
— PMO India (@PMOIndia) February 6, 2020
37 crore people got bank accounts.
11 crore people got toilets in their homes.
13 crore people got gas connections.
2 crore people got their own homes: PM @narendramodi
Let us talk about the Northeast. For years, distance became a reason to ignore this region. Things have changed now.
— PMO India (@PMOIndia) February 6, 2020
The Northeast is becoming a growth engine. Great work has been done in so many sectors. Ministers and officials are regularly visiting the region: PM @narendramodi
नॉर्थ ईस्ट में पिछले पांच वर्ष में जो दिल्ली उन्हें दूर लगती थी, आज दिल्ली उनके दरवाजे पर जाकर खड़ी हो गई है - पीएम @narendramodi
— PMO India (@PMOIndia) February 6, 2020
चाहे बिजली की बात हो, रेल की बात हो, हवाई अड्डे की बात हो, मोबाइल कनेक्टिविटी की बात हो, ये सब करने का हमने प्रयास किया है - पीएम @narendramodi
— PMO India (@PMOIndia) February 6, 2020
Let us talk about the Bodo Accord.
— PMO India (@PMOIndia) February 6, 2020
Despite many efforts, the issue was unsolved for years.
The Bodo Accord signed now is special because it has brought all stakeholders together and we are moving towards a more peaceful era: PM @narendramodi
इस बार के बोडो समझौते में सभी हथियारी ग्रुप साथ आए हैं। सबसे महत्वपूर्ण बात इसमें लिखा है कि इसके बाद बोडो की कोई मांग बाकी नहीं रही है। आज नई सुबह भी आई है, नया सवेरा भी आया है, नया उजाला भी आया है। और वो प्रकाश, जब आप अपने चश्मे बदलोगे तब दिखाई देगा: PM @narendramodi
— PMO India (@PMOIndia) February 6, 2020
The President of India has talked about agriculture and farmer welfare extensively.
— PMO India (@PMOIndia) February 6, 2020
The issue of higher MSP was pending for decades. We had the honour of solving this long-standing demand.
The same applies to crop insurance and irrigation related schemes: PM @narendramodi
The agriculture budget has risen 5 times during our Government's tenure.
— PMO India (@PMOIndia) February 6, 2020
PM-KISAN Samman Yojana is transforming the lives of many farmers. Several farmers have benefitted due to this. In this scheme there are no middlemen and no extra file-work: PM @narendramodi
Driven by politics, some states are not allowing farmers to benefit from PM-Kisan Scheme.
— PMO India (@PMOIndia) February 6, 2020
I appeal to them- let there be no politics in farmer welfare.
We all have to work together for the prosperity of farmers of India: PM @narendramodi
We have kept the fiscal deficit in check.
— PMO India (@PMOIndia) February 6, 2020
Price rise is also under check and there is macro-economic stability: PM @narendramodi
Investors का भरोसा बढ़े, देश की अर्थव्यवस्था को मजबूती मिले, इसके लिए भी हमने कई कदम उठाए हैं: PM @narendramodi
— PMO India (@PMOIndia) February 6, 2020
Our vision is:
— PMO India (@PMOIndia) February 6, 2020
Greater investment.
Better infrastructure.
Increased value addition.
Maximum job creation: PM @narendramodi
Stand up India, Start up India, Mudra- they are adding prosperity in the lives of many.
— PMO India (@PMOIndia) February 6, 2020
Substantial number of the Mudra beneficiaries are women: PM @narendramodi
I heard an Opposition MP saying- we will beat Modi with sticks in 6 months.
— PMO India (@PMOIndia) February 6, 2020
I have also decided- will do more Surya Namaskar. This will make my back even stronger to face abuses. In any case, I have been abused so much for the last 2 decades, their negativity hardly matters: PM
We are working on labour reforms and that too after consulting the labour unions: PM @narendramodi
— PMO India (@PMOIndia) February 6, 2020
Among the things that will drive India's progress is next-generation infrastructure.
— PMO India (@PMOIndia) February 6, 2020
In the earlier days, infrastructure creation brought "economic opportunities" for a select few. Not any more.
We have made this sector transparent and are working to boost connectivity: PM
We have taken many initiatives in:
— PMO India (@PMOIndia) February 6, 2020
Industry
Irrigation
Social infra
Rural infra
Ports
Water ways: PM @narendramodi
हम आने वाले दिनों में 100 लाख करोड़ का इन्फास्ट्रक्चर प्रोजेक्ट लेकर आगे बढ़ रहे हैं। इन्फ्रास्ट्रक्चर के विकास से इकॉनोमी और रोजगार को बढ़ावा मिलता है : PM @narendramodi
— PMO India (@PMOIndia) February 6, 2020
Who brought the Emergency?
— PMO India (@PMOIndia) February 6, 2020
Who trampled over the Judiciary?
Who has brought the most amendments to the Constitution?
Who imposed Article 356 the most?
Those who did the above need to get deeper knowledge of our Constitution: PM @narendramodi
Who brought 'remote control governance' through the NAC, which had a bigger role than the position of the PM and the PMO: PM @narendramodi in the Lok Sabha
— PMO India (@PMOIndia) February 6, 2020
The people of India are seeing what is happening in the nation, that too ironically, in the name of saving the Constitution: PM @narendramodi
— PMO India (@PMOIndia) February 6, 2020
The people of India are seeing what is happening in the nation, that too ironically, in the name of saving the Constitution: PM @narendramodi
— PMO India (@PMOIndia) February 6, 2020
एक शायर ने कहा था-
— PMO India (@PMOIndia) February 6, 2020
ख़ूब पर्दा है, कि चिलमन से लगे बैठे हैं।
साफ़ छुपते भी नहीं, सामने आते भी नहीं!!
ये पब्लिक सब जानती है। समझती है: PM @narendramodi
India is closely seeing the statements of a few political leaders associated with the Opposition parties: PM @narendramodi
— PMO India (@PMOIndia) February 6, 2020
There are people in this House who have suffered due to political violence in West Bengal.
— PMO India (@PMOIndia) February 6, 2020
When they start speaking, it will make things uncomfortable for many associated with the Opposition parties: PM @narendramodi in the Lok Sabha
Those who are talking about respect for the Constitution never even implemented it in Jammu and Kashmir for so many decades: PM @narendramodi
— PMO India (@PMOIndia) February 6, 2020
Who made Kashmir only about land grabbing?
— PMO India (@PMOIndia) February 6, 2020
Who made Kashmir's identity only about bombs and guns?
Can anyone forget that dark night of January?
In reality, Kashmiri identity is closely linked with harmony: PM @narendramodi
There have been statements made by former Chief Ministers of Jammu and Kashmir that are not acceptable to us: PM @narendramodi
— PMO India (@PMOIndia) February 6, 2020
Much has been said about CAA, ironically by those who love getting photographed with the group of people who want ‘Tukde Tukde’ of India: PM @narendramodi
— PMO India (@PMOIndia) February 6, 2020
Those who have been removed from office by the people of India are now doing the unthinkable. They see citizens on the basis of their faith.
— PMO India (@PMOIndia) February 6, 2020
We are different. We see everyone as an Indian: PM @narendramodi
I want to clearly state- with the CAA coming, there will be no impact on any citizen of India, practising any faith: PM @narendramodi
— PMO India (@PMOIndia) February 6, 2020
Does a party that keeps talking about secularism not remember 1984 and the anti-Sikh violence. It was shameful.
— PMO India (@PMOIndia) February 6, 2020
In addition, they did not make efforts to punish the guilty.
A person who was associated with the violence has been rewarded as Chief Minister of a state by them: PM
आइए, संविधान को सम्मान करें,
— PMO India (@PMOIndia) February 6, 2020
आइए, मिल बैठकर के देश चलाएं,
आइए, देश को आगे ले जाएं: PM @narendramodi
आइए, 5 ट्रिलियन डॉलर इकोनॉमी के लिए एक संकल्प लेकर के चलें
— PMO India (@PMOIndia) February 6, 2020
आइए, देश के 15 करोड़ परिवार, जिनको पीने का शुद्ध जल नहीं मिल रहा है, वो पहुंचाने का संकल्प करें: PM @narendramodi
आइए देश के हर गरीब को पक्का घर देने का काम करें
— PMO India (@PMOIndia) February 6, 2020
आइए देश के किसान हों, मछुआरे हों, पशुपालक हों उनकी आय को बढ़ाने का काम करें: PM @narendramodi
आइए हर पंचायत तक ब्रॉडबैंड कनेक्टिविटी देने का काम करें
— PMO India (@PMOIndia) February 6, 2020
आइए एक भारत, श्रेष्ठ भारत बनाने का संकल्प लेकर के आगे बढ़ें: PM @narendramodi